Jump to content

ଆକ୍ରୋମେଗାଲି

ଉଇକିପିଡ଼ିଆ‌ରୁ
ଆକ୍ରୋମେଗାଲି
ଆକ୍ରୋମେଗାଲି ରୋଗରେ ମୁଖାକୃତି । ଗାଲ ହାଡ଼, ଅଧଃ ହନୁ ହାଡ଼ ଓ କପାଳ ଉନ୍ନତ ଦେଖାଯାଉଛି ।
ଉଚ୍ଚାରଣ
ବିଭାଗଅନ୍ତଃସ୍ରାବୀ ବିଜ୍ଞାନ
ଆଇସିଡ଼ି-୧୦E22.0inusl
ଆଇସିଡ଼ି-୯-ସିଏମ୍253.0
ଓଏମ୍‌ଆଇଏମ୍102200
ରୋଗ ଡାଟାବେସ114
ମେଡ଼ିସିନ-ପ୍ଲସ000321
ଇ-ମେଡ଼ିସିନmed/27 derm/593
Patient UKଆକ୍ରୋମେଗାଲି
MeSHD000172
Orphanet963

ଆକ୍ରୋମେଗାଲି (ଇଂରାଜୀ ଭାଷାରେ acromegaly) ରୋଗ ଶରୀରରେ ଗ୍ରୋଥ ପ୍ଲେଟ (growth plates) ସଂଲଗ୍ନ ହେବା ପରେ ଅତ୍ୟଧିକ ଗ୍ରୋଥ ହରମୋନ (growth hormone ବା GH) କ୍ଷରଣ ଯୋଗୁ ହୁଏ । [୧] ଆରମ୍ଭରେ ହାତ ଓ ପାଦ ବଢ଼ିଯାଏ । କପାଳ, ନାକ ଓ ଅଧଃ ହନୁ ହାଡ଼ ମଧ୍ୟ ବଢ଼ିବା ସମ୍ଭାବନା ଥାଏ । ଗଣ୍ଠି ଯନ୍ତ୍ରଣା, ମୋଟା ଚମ, ମୋଟା ସ୍ୱର, ମୁଣ୍ଡବଥା (headache) ଓ ଦୃଷ୍ଟି ସମସ୍ୟା (problems with vision) ଇତ୍ୟାଦି ଲକ୍ଷଣମାନ ମଧ୍ୟ ଦେଖାଯାଏ । ରୋଗ ଜଟିଳ ହେଲେ ମଧୁମେହ ଟାଇପ ୨, ନିଦ୍ରା ଶ୍ୱାସରୋଧ ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ରୋଗମାନ ହୁଏ ।[୧]

ପିଟୁଇଟାରି ଗ୍ଲାଣ୍ଡ/ଗ୍ରନ୍ଥିରୁ (pituitary gland) ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଆକ୍ରୋମେଗାଲି ରୋଗ ହୁର । ପ୍ରାୟ ୯୫% ରୋଗୀଙ୍କର ପିଟୁଇଟାରି ଗ୍ଲାଣ୍ଡରେ ଏକ ବିନାଇନ ଟ୍ୟୁମର/ଅର୍ବୁଦ (benign tumor) ନାମ ପିଟୁଇଟାରି ଆଡେନୋମା (pituitary adenoma) ହେବା ଯୋଗୁ ଗ୍ରୋଥ ହରମୋନ ଅଧିକ କ୍ଷରିତ ହୁଏ । ଏହା ବଂଶାନୁକ୍ରମିକ ରୋଗ ନୁହେଁ । କ୍ୱଚିତ ଦେହର ଅନ୍ୟ ସ୍ଥାନରେ ଅର୍ବୁଦ ହେବା ଯୋଗୁ ଆକ୍ରୋମେଗାଲି ହୁଏ । ରକ୍ତରେ ଇନସୁଲିନ ଲାଇକ ଗ୍ରୋଥ ଫ୍ୟାକ୍ଟର ୧ (insulin-like growth factor I) ମାପ କରି ବା ଗ୍ଲୁକୋଜ (glucose) ପାନୀୟ ଦେବାପରେ ଗ୍ରୋଥ ହରମୋନ ମାତ୍ରା ମାପ କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିର୍ଣ୍ଣୟ କରିବା ପରେ ପିଟୁଇଟାରିର ମେଡିକାଲ ଇମେଜିଙ୍ଗ କରି ଆଡେନୋମା ଅଛି କି ନାହିଁ, ଅନୁଶୀଳନ କରାଯାଏ । ପିଲା ଦିନେ ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଜାଇଜାଣ୍ଟିଜ୍ମ (gigantism) ରୋଗ ହୁଏ ।[୧]

ଆକ୍ରୋମେଗାଲିରେ ତିନି ପ୍ରକାର ଚିକିତ୍ସା କରାଯାଏ: ଅପରେଶନ କରି ଅର୍ବୁଦକୁ ବାହାର କରିଦିଆଯାଏ, ଔଷଧ ଓ ରାଡିଏସନ ଥେରାପି (radiation therapy) ଦିଆଯାଏ । ଅର୍ବୁଦଟି ଛୋଟ ଥିଲେ ଅପରେଶନ ସବୁଠାରୁ ପ୍ରଭାବଶାଳୀ ଓ ପସନ୍ଦ‌ଯୋଗ୍ୟ ଚିକିତ୍ସା । ଅପରେଶନ ପ୍ରଭାବଶାଳୀ ନ ହେଲେ ସୋମାଟୋସ୍ଟାଟିନ ଆନାଲଗ (somatostatin analogue) ବା ଜିଏଚ ରିସେପ୍ଟର ଆଣ୍ଟାଗୋନିସ୍ଟ (GH receptor antagonist) ଔଷଧ ଦେଇ ଚିକିତ୍ସା କରାଯାଏ । ପ୍ରଭାବ ନିମନ୍ତେ ଅପରେଶନ ଓ ଔଷଧ ଅପେକ୍ଷା ରାଡିଏସନ ଅଧିକ ସମୟ ନିଏ ।[୧] ଚିକିତ୍ସା ନ ପାଇଲେ ହାରାହାରି ୧୦ ବର୍ଷ ବଞ୍ଚିବା ସମୟ ରହେ, ଉପ‌ଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜୀବନ ଯାତ୍ରା ସମ୍ଭବ ହୁଏ ।[୨]

ପ୍ରତି ଏକ ଲକ୍ଷ ଲୋକରେ ୬ଜଣକୁ ଏହି ରୋଗ ହୁଏ । ମଧ୍ୟ ବୟସରେ ସାଧାରଣତଃ ଏହି ରୋଗ ନିର୍ଣ୍ଣୟ ହୁଏ ।[୧] ଉଭୟ ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୩] ପ୍ରଥମେ ନିକୋଲାସ ସସେରୋଟ ଏହି ରୋଗ ବିଷୟ ସନ ୧୭୭୨ରେ ବର୍ଣ୍ଣନା କରିଥିଲେ ।[୪][୫] ଆକ୍ରୋମେଗାଲି ଶବ୍ଦଟି Greek ଶବ୍ଦରୁ ଆସିଛି; ἄκρον akron ଅର୍ଥ ହାତପାଦ ଓ μέγα megaର ଅର୍ଥ ବିରାଟ ।[୧]

  1. 1 2 3 4 5 6 "Acromegaly". NIDDK. April 2012. Archived from the original on 27 August 2016. Retrieved 20 August 2016.
  2. ↑ Ho, Ken (2011). Growth Hormone Related Diseases and Therapy: A Molecular and Physiological Perspective for the Clinician (in ଇଂରାଜୀ). Springer Science & Business Media. p. 400. ISBN 9781607613176.
  3. ↑ Pack, Allan I. (2016). Sleep Apnea: Pathogenesis, Diagnosis and Treatment (in ଇଂରାଜୀ) (2 ed.). CRC Press. p. 291. ISBN 9781420020885.
  4. ↑ Pearce, John M. S. (2003). Fragments of Neurological History (in ଇଂରାଜୀ). World Scientific. p. 501. ISBN 9781783261109.
  5. ↑ Pearce, JM (September 2006). "Nicolas Saucerotte: Acromegaly before Pierre Marie". Journal of the history of the neurosciences. 15 (3): 269–75. PMID 16887764.