Jump to content

ବୃକ୍‌କ ବିଫଳତା

ଉଇକିପିଡ଼ିଆ‌ରୁ
ବୃକ୍‌କ ବିଫଳତା/କିଡନି ଫେଲ୍ୟୁର (Kidney failure)
Renal failure, end-stage renal disease (ESRD)
ବୃକ୍‌କ କାର୍ଯ୍ୟ ବଦଳରେ ବ୍ୟବ‌ହୃତ ହେଉଥିବା ହେମୋଡାଏଲିସିସ (hemodialysis) ମେସିନ
ବିଭାଗମୂତ୍ରରୋଗ ବିଜ୍ଞାନ (Nephrology)
ଲକ୍ଷଣପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ଦ୍ୱନ୍ଦ୍ୱ []
କାରଣଆକ୍ୟୁଟ: ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome).[]
କ୍ରନିକ: ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease)[]
ରୋଗ ନିର୍ଣ୍ଣୟ ପଦ୍ଧତିଆକ୍ୟୁଟ: ଓଲିଗୁରିଆ (Decreased urine production), ଅଧିକ ସେରମ କ୍ରିଏଟିନିନ (serum creatinine)[]
କ୍ରନିକ:କମ୍ ଜିଏଫଆର (Glomerular filtration rate) (GFR) <୧୫[]
ଚିକିତ୍ସାଆକ୍ୟୁଟ: କାରଣ ଅନୁସାରେ[]
କ୍ରନିକ: ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant)[]
ପୁନଃପୌନିକଆକ୍ୟୁଟ: ବାର୍ଷିକ ୧,୦୦୦ରେ ୩ ଜଣ []
କ୍ରନିକ:୧,୦୦୦ରେ ଜଣେ (US)[]

ବୃକ୍‌କ ବିଫଳତା (ଇଂରାଜୀ ଭାଷାରେ Kidney failure, ଅନ୍ୟ ନାମ end-stage kidney disease) ଏକ ବେମାରୀ ଯେଉଁଥିରେ ବୃକ୍‌କ ବା କିଡନି ତାର କାମ କରିବାକୁ ଅକ୍ଷମ ହୋଇଯାଏ ।[] ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ କିଡନି ଫେଲ୍ୟୁର (acute kidney failure) ଯାହା ବ‌ହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ ହୋଇଯାଏ ଓ କ୍ରନିକ କିଡନି ଫେଲ୍ୟୁର (chronic kidney failure) ଯେଉଁଥିରେ ଦୀର୍ଘ ସମୟ ଧରି ରୋଗ ରହେ ।[] ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ବାନ୍ତି (vomiting) ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[] ଆକ୍ୟୁଟ କେଶ୍ ଜଟିଳ ହେଲେ ଆକ୍ୟୁଟ: ଯୁରିମିଆ (Uremia), ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଜାତ ହୁଏ[]କ୍ରନିକ କେଶ୍ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ ବା ଆନିମିଆ ଜାତ ହୁଏ । [][]

ଆକ୍ୟୁଟ ରୋଗର କାରଣ ମଧ୍ୟରେ ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome) ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[] କ୍ରନିକ କେଶ୍‌ରେ ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease) ନାମ ନିଆଯାଏ ।[] ଓଲିଗୁରିଆ (Decreased urine production) ଓ ଅଧିକ ସେରମ କ୍ରିଏଟିନିନ (serum creatinine) ଥିଲେ ଆକ୍ୟୁଟ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ । [] ଜିଏଫଆର (Glomerular filtration rate) (GFR) ୧୫ରୁ କମ୍ ଥିଲେ ଓ ରେନାଲ ରିପ୍ଲେସମେଣ୍ଟ ଥେରାପିର ଆବଶ୍ୟକତା ଥିଲେ କ୍ରନିକ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ ।[] ଏହା କ୍ରନିକ ବୃକ୍‌କ ରୋଗର ସ୍ଟେଜ ୫ ସ‌ହ ସମକକ୍ଷ ।[]

ଆକ୍ୟୁଟ ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[] କ୍ରନିକ ରୋଗର ଚିକିତ୍ସାରେ ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant) ଇତ୍ୟାଦି କରାଯାଏ ।[] ରକ୍ତକୁ ଫିଲଟର କରି ବିଶୁଦ୍ଧ କରିବା ନିମନ୍ତେ ଶରୀର ବାହାରେ ହେମୋଡାଏଲିସିସ ଯନ୍ତ୍ର ବ୍ୟବ‌ହାର କରାଯାଏ ।[] ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗ‌ହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।[] ବୃକ୍‌କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍‌କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।[] କ୍ରନିକ କେଶ୍‌ରେ ଖାଦ୍ୟ ପରିବର୍ତ୍ତନ ଓ ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ । []

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ୧,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[] ପ୍ରତି ୧,୦୦୦ରେ ଜଣକୁ କ୍ରନିକ ରୋଗ ଥିଲା ବେଳେ ପ୍ରତି ୧୯,୦୦୦ ଲୋକରେ ୩ ଜଣକୁ ସଦ୍ୟ ଆକ୍ରମଣ ହୁଏ ।[][] ଆକ୍ୟୁଟ ରୋଗ ଉପଶମ ହୋଇ ଭଲ ହୁଏ କିନ୍ତୁ କ୍ରନିକ ରୋଗ ଭଲ ହୁଏନି ।[] କ୍ରନିକ ରୋଗୀ ଉପ‌ଯୁକ୍ତ ଚିକିତ୍ସାରେ ରହିଲେ କାର୍ଯ୍ୟକ୍ଷମ ରହନ୍ତି । []

  1. 1 2 3 4 5 6 7 8 9 10 "Kidney Failure". National Institute of Diabetes and Digestive and Kidney Diseases. Retrieved 11 November 2017.
  2. 1 2 3 4 5 6 "What is renal failure?". Johns Hopkins Medicine (in ଇଂରାଜୀ). Retrieved 18 December 2017.
  3. 1 2 3 Blakeley, Sara (2010). Renal Failure and Replacement Therapies (in ଇଂରାଜୀ). Springer Science & Business Media. p. 19. ISBN 9781846289378.
  4. 1 2 3 4 5 Cheung, Alfred K. (2005). Primer on Kidney Diseases (in ଇଂରାଜୀ). Elsevier Health Sciences. p. 457. ISBN 1416023127.
  5. 1 2 Clatworthy, Menna (2010). Nephrology: Clinical Cases Uncovered (in ଇଂରାଜୀ). John Wiley & Sons. p. 28. ISBN 9781405189903.
  6. 1 2 Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 37. ISBN 9780323529570.
  7. Liao, Min-Tser; Sung, Chih-Chien; Hung, Kuo-Chin; Wu, Chia-Chao; Lo, Lan; Lu, Kuo-Cheng (2012). "Insulin Resistance in Patients with Chronic Kidney Disease". Journal of Biomedicine and Biotechnology. 2012: 1–5. doi:10.1155/2012/691369. PMC 3420350. PMID 22919275.{{cite journal}}: CS1 maint: unflagged free DOI (link)
  8. "Kidney Failure". MedlinePlus (in ଇଂରାଜୀ). Retrieved 11 November 2017.
  9. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 294. ISBN 9780323529570.