ବୃକ୍‌କ ବିଫଳତା

ଉଇକିପିଡ଼ିଆ‌ରୁ
(Kidney failureରୁ ଲେଉଟି ଆସିଛି)
ବୃକ୍‌କ ବିଫଳତା/କିଡନି ଫେଲ୍ୟୁର (Kidney failure)
Renal failure, end-stage renal disease (ESRD)
ବୃକ୍‌କ କାର୍ଯ୍ୟ ବଦଳରେ ବ୍ୟବ‌ହୃତ ହେଉଥିବା ହେମୋଡାଏଲିସିସ (hemodialysis) ମେସିନ
ବିଭାଗମୂତ୍ରରୋଗ ବିଜ୍ଞାନ (Nephrology)
ଲକ୍ଷଣପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ଦ୍ୱନ୍ଦ୍ୱ [୧]
କାରଣଆକ୍ୟୁଟ: ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome).[୨]
କ୍ରନିକ: ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଆକ୍ୟୁଟ: ଓଲିଗୁରିଆ (Decreased urine production), ଅଧିକ ସେରମ କ୍ରିଏଟିନିନ (serum creatinine)[୩]
କ୍ରନିକ:କମ୍ ଜିଏଫଆର (Glomerular filtration rate) (GFR) <୧୫[୪]
ଚିକିତ୍ସାଆକ୍ୟୁଟ: କାରଣ ଅନୁସାରେ[୫]
କ୍ରନିକ: ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant)[୧]
ପୁନଃପୌନିକଆକ୍ୟୁଟ: ବାର୍ଷିକ ୧,୦୦୦ରେ ୩ ଜଣ [୬]
କ୍ରନିକ:୧,୦୦୦ରେ ଜଣେ (US)[୪]

ବୃକ୍‌କ ବିଫଳତା (ଇଂରାଜୀ ଭାଷାରେ Kidney failure, ଅନ୍ୟ ନାମ end-stage kidney disease) ଏକ ବେମାରୀ ଯେଉଁଥିରେ ବୃକ୍‌କ ବା କିଡନି ତାର କାମ କରିବାକୁ ଅକ୍ଷମ ହୋଇଯାଏ ।[୧] ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ କିଡନି ଫେଲ୍ୟୁର (acute kidney failure) ଯାହା ବ‌ହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ ହୋଇଯାଏ ଓ କ୍ରନିକ କିଡନି ଫେଲ୍ୟୁର (chronic kidney failure) ଯେଉଁଥିରେ ଦୀର୍ଘ ସମୟ ଧରି ରୋଗ ରହେ ।[୨] ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ବାନ୍ତି (vomiting) ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[୧] ଆକ୍ୟୁଟ କେଶ୍ ଜଟିଳ ହେଲେ ଆକ୍ୟୁଟ: ଯୁରିମିଆ (Uremia), ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଜାତ ହୁଏ[୩]କ୍ରନିକ କେଶ୍ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ ବା ଆନିମିଆ ଜାତ ହୁଏ । [୭][୮]

ଆକ୍ୟୁଟ ରୋଗର କାରଣ ମଧ୍ୟରେ ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome) ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[୨] କ୍ରନିକ କେଶ୍‌ରେ ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease) ନାମ ନିଆଯାଏ ।[୨] ଓଲିଗୁରିଆ (Decreased urine production) ଓ ଅଧିକ ସେରମ କ୍ରିଏଟିନିନ (serum creatinine) ଥିଲେ ଆକ୍ୟୁଟ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ । [୩] ଜିଏଫଆର (Glomerular filtration rate) (GFR) ୧୫ରୁ କମ୍ ଥିଲେ ଓ ରେନାଲ ରିପ୍ଲେସମେଣ୍ଟ ଥେରାପିର ଆବଶ୍ୟକତା ଥିଲେ କ୍ରନିକ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ ।[୪] ଏହା କ୍ରନିକ ବୃକ୍‌କ ରୋଗର ସ୍ଟେଜ ୫ ସ‌ହ ସମକକ୍ଷ ।[୪]

ଆକ୍ୟୁଟ ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[୫] କ୍ରନିକ ରୋଗର ଚିକିତ୍ସାରେ ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant) ଇତ୍ୟାଦି କରାଯାଏ ।[୧] ରକ୍ତକୁ ଫିଲଟର କରି ବିଶୁଦ୍ଧ କରିବା ନିମନ୍ତେ ଶରୀର ବାହାରେ ହେମୋଡାଏଲିସିସ ଯନ୍ତ୍ର ବ୍ୟବ‌ହାର କରାଯାଏ ।[୧] ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗ‌ହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।[୧] ବୃକ୍‌କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍‌କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।[୧] କ୍ରନିକ କେଶ୍‌ରେ ଖାଦ୍ୟ ପରିବର୍ତ୍ତନ ଓ ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ । [୧]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ୧,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[୬] ପ୍ରତି ୧,୦୦୦ରେ ଜଣକୁ କ୍ରନିକ ରୋଗ ଥିଲା ବେଳେ ପ୍ରତି ୧୯,୦୦୦ ଲୋକରେ ୩ ଜଣକୁ ସଦ୍ୟ ଆକ୍ରମଣ ହୁଏ ।[୪][୯] ଆକ୍ୟୁଟ ରୋଗ ଉପଶମ ହୋଇ ଭଲ ହୁଏ କିନ୍ତୁ କ୍ରନିକ ରୋଗ ଭଲ ହୁଏନି ।[୨] କ୍ରନିକ ରୋଗୀ ଉପ‌ଯୁକ୍ତ ଚିକିତ୍ସାରେ ରହିଲେ କାର୍ଯ୍ୟକ୍ଷମ ରହନ୍ତି । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Kidney Failure". National Institute of Diabetes and Digestive and Kidney Diseases. Retrieved 11 November 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "What is renal failure?". Johns Hopkins Medicine (in ଇଂରାଜୀ). Retrieved 18 December 2017.
  3. ୩.୦ ୩.୧ ୩.୨ Blakeley, Sara (2010). Renal Failure and Replacement Therapies (in ଇଂରାଜୀ). Springer Science & Business Media. p. 19. ISBN 9781846289378.
  4. ୪.୦ ୪.୧ ୪.୨ ୪.୩ ୪.୪ Cheung, Alfred K. (2005). Primer on Kidney Diseases (in ଇଂରାଜୀ). Elsevier Health Sciences. p. 457. ISBN 1416023127.
  5. ୫.୦ ୫.୧ Clatworthy, Menna (2010). Nephrology: Clinical Cases Uncovered (in ଇଂରାଜୀ). John Wiley & Sons. p. 28. ISBN 9781405189903.
  6. ୬.୦ ୬.୧ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 37. ISBN 9780323529570.
  7. Liao, Min-Tser; Sung, Chih-Chien; Hung, Kuo-Chin; Wu, Chia-Chao; Lo, Lan; Lu, Kuo-Cheng (2012). "Insulin Resistance in Patients with Chronic Kidney Disease". Journal of Biomedicine and Biotechnology. 2012: 1–5. doi:10.1155/2012/691369. PMC 3420350. PMID 22919275.{{cite journal}}: CS1 maint: unflagged free DOI (link)
  8. "Kidney Failure". MedlinePlus (in ଇଂରାଜୀ). Retrieved 11 November 2017.
  9. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 294. ISBN 9780323529570.