ସୁବାସ ରାଉତ

ଉଇକିପିଡ଼ିଆ‌ରୁ
ସୁବାସ ରାଉତ
ମୃତ୍ୟୁ୨୨ ସେପ୍ଟେମ୍ବର ୨୦୧୮ (୬୨ ବର୍ଷ)
ଛତ୍ରବଜାର, କଟକ
ବୃତ୍ତି(ଓଡ଼ିଆ) କଥାଚିତ୍ର ପ୍ରଯୋଜକ
ସକ୍ରିୟ ବର୍ଷ୧୯୮୮ - ୧୯୯୮
ସନ୍ତାନସନ୍ଦୀପ ରାଉତ

ସୁବାସ ରାଉତ (୧୯୫୬ - ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଏବଂ ରାଜନୀତିଜ୍ଞ ଥିଲେ ।[୧] ସେ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ[୨] ଏବଂ ପରେ ସେ ନିଜେ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି ନିର୍ମାଣ କରିଥିଲେ ।[୨] ସେ ସମୁଦାୟ ୯ଟି କଥାଚିତ୍ର ପ୍ରଯୋଜନା କରିଥିଲେ ଏବଂ ତାଙ୍କ ପ୍ରଯୋଜିତ ଶେଷ ଚଳଚ୍ଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା । ସୁବାସଙ୍କର ପ୍ରଜୋଜନାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀ ନିର୍ମିତ ହୋଇଥିଲା ।

ପ୍ରଯୋଜନା[ସମ୍ପାଦନା]

ସୁବାସ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏକ ଯୌଥ ପ୍ରଯୋଜନାରେ ନିର୍ମିତ କଥାଚିତ୍ର ସୁନା ଚଢ଼େଇ ଜରିଆରେ ସେ କାମ କରିବା ଆରମ୍ଭ କରିଥିଲେ ।[୨] ଏହାପରେ ତାଙ୍କର ସ୍ୱାଧୀନ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି, ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ ।[୨] ତାଙ୍କ ପ୍ରଯୋଜିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା ।

ସୁବାସ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ଓଡ଼ିଆ ଦୂରଦର୍ଶନ ଜଗତରେ ମଧ୍ୟ କିଛି ଧାରାବାହିକରେ କାମ କରିଥିଲେ । ତାଙ୍କ ପ୍ରଯୋଜନାରେ ନିର୍ମିତ ଥିଲା ଇ ଟିଭି ଓଡ଼ିଆର ଲୋକପ୍ରିୟ ଧାରାବାହିକ ତୁଳସୀ ଏବଂ ବିଧାତାର ଖେଳ ।[୨][୩]

ରାଜନୀତି[ସମ୍ପାଦନା]

ସୁବାସ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ କଟକର ଛତ୍ରବଜାରସ୍ଥିତ ସୁବାସଙ୍କ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା[୪] ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା କାରଣରୁ ମୃତ୍ୟୁବରଣ କରିଥିଲେ ।

ପ୍ରଯୋଜିତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନ୍ତବ୍ୟ
୧୯୮୮ ସୁନା ଚଢ଼େଇ ରବି କିନାଗୀ ଯୌଥ ପ୍ରଯୋଜନା
୧୯୯୩ ଭାଗ୍ୟ ହାତେ ଡୋରି ହର ପଟ୍ଟନାୟକ ପ୍ରଥମ ସ୍ୱାଧୀନ ପ୍ରଯୋଜନା
୧୯୯୫ ସୁନା ପଞ୍ଜୁରୀ ରବି କିନାଗୀ
୧୯୯୬ ଲକ୍ଷ୍ମଣ ରେଖା ମହମ୍ମଦ ମହସୀନ
୧୯୯୭ ଜୀବନସାଥୀ ଜ୍ୟୋତି ପ୍ରକାଶ
ରାମ ଲକ୍ଷ୍ମଣ ସଂଗ୍ରାମ ବିଶ୍ୱାଳ
୧୯୯୮ ସିଂହବାହିନୀ ରାଜୁ ମିଶ୍ର
ସନ୍ତାନ ମହମ୍ମଦ ମହସୀନ ପ୍ରଯୋଜିତ ଶେଷ କଥାଚିତ୍ର

ପ୍ରଯୋଜିତ ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ବିଧାତାର ଖେଳ
  • ତୁଳସୀ (ଇ ଟିଭି ଓଡ଼ିଆ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ ୨.୪ "ଓଲିଉଡର ଲୋକପ୍ରିୟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". ସମ୍ବାଦ ଡଟ୍ ଇନ୍. 22 September 2018. Archived from the original on 28 January 2019. Retrieved 15 January 2019.
  3. ୩.୦ ୩.୧ "ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". Odisha Reporter. କଟକ. 22 September 218. Archived from the original on 20 September 2022. Retrieved 15 January 2019.
  4. "ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". ଧରିତ୍ରୀ ଡଟ୍ କମ୍. କଟକ. 22 September 2018. Archived from the original on 6 January 2019. Retrieved 15 January 2019.

ବାହାର ଆଧାର[ସମ୍ପାଦନା]