Jump to content

ପ୍ରଦୀପ୍ତ କିଶୋର ଦାସ

ଉଇକିପିଡ଼ିଆ‌ରୁ
ପ୍ରଦୀପ୍ତ କିଶୋର ଦାସ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀମହମ୍ମଦ ଅତାହାର
ପର ଅଧିକାରୀସୁରେନ୍ଦ୍ରନାଥ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ପଟ୍ଟନାୟକ ଓ ପୂର୍ଣ୍ଣାନନ୍ଦ ସାମଲ
ପର ଅଧିକାରୀବାଇଧର ବେହେରା
ନିର୍ବାଚନ ମଣ୍ଡଳୀସାଲେପୁର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଶେଖ ମତଲୁବ ଅଲ୍ଲୀ
ପର ଅଧିକାରୀଶେଖ ମତଲୁବ ଅଲ୍ଲୀ
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-11-01)୧ ନଭେମ୍ବର ୧୯୨୦
ମୃତ୍ୟୁ୭ ଅପ୍ରେଲ ୨୦୦୭(2007-04-07) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀସ୍ନେହଲତା ଦାସ
ବାପା/ବୋଉକାର୍ତ୍ତିକେଶ୍ୱର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ୍ତ କିଶୋର ଦାସ (୧ ନଭେମ୍ବର ୧୯୨୦ - ୭ ଅପ୍ରେଲ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପ୍ରଦୀପ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଏବଂ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରଦୀପ୍ତ କିଶୋର ଦାସ ୧୯୨୦ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକେଶ୍ୱର ଦାସ ଏବଂ ପତ୍ନୀଙ୍କ ନାମ ସ୍ନେହଲତା ଦାସ ।[୧] ପ୍ରଦୀପ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରଦୀପ୍ତ କିଶୋର ଦାସ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ୧୯୭୭ ମସିହାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ

[ସମ୍ପାଦନା]

ପ୍ରଦୀପ୍ତ କିଶୋର ଦାସ ୨୦୦୭ ମସିହାର ଅପ୍ରେଲ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

  1. 1 2 3 4 5 "Shri Pradipta Kishore Das". odishaassembly.nic.in. Odisha Assembly. Retrieved 2 January 2020. {{cite web}}: Cite has empty unknown parameter: |dead-url= (help)