ଶ୍ରୀମାନ୍ ସୁର୍‌ଦାସ

ଉଇକିପିଡ଼ିଆ‌ରୁ
ଶ୍ରୀମାନ୍ ସୁର୍‌ଦାସ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି
କାହାଣୀଅଶୋକ ପତି
କଳାକାରବାବୁଶାନ୍
ବୁଦ୍ଧାଦିତ୍ୟ ମହାନ୍ତି
ଭୂମିକା ଦାଶ
ମିହିର ଦାସ
ଅପରାଜିତା ମହାନ୍ତି
ବବି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୬ ଅକ୍ଟୋବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀମାନ୍ ସୁର୍‌ଦାସ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟି ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୩] ତରଙ୍ଗ ସିନେ ପ୍ରଡକ୍ସନ ଏହି କଥାଚିତ୍ରଟିର ନିର୍ମାଣ କରିଥିଲା । ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ ।[୪] ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫][୬] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି, ଭୂମିକା ଦାଶ ଓ ବୁଦ୍ଧାଦିତ୍ୟ ମହାନ୍ତି ।[୭] ମିହିର ଦାସ, ଅପରାଜିତା ମହାନ୍ତି, ବବି ମିଶ୍ର, ଅଳକା ଶତପଥୀ, ଚୌଧୁରୀ ଜୟପ୍ରକାଶ ଦାସ, ରବି ମିଶ୍ର, ପ୍ରୀତିରାଜ ଶତପଥୀ, ସଲିଲ ମିତ୍ର, ତ୍ରିଭୁବନ ପଣ୍ଡା, ମାନସ ମିଶ୍ର, ଯୋଗେଶ, କୁନାଲ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୪] କୌଶିକ ଶତପଥୀ, ତାରିକ୍ ଅଜିଜ୍, ପାମେଲା ଜୈନ, ସ୍ୱୟମ୍ ପାଢ଼ୀ, ରାଜନନ୍ଦିନୀ ପଣ୍ଡା, ସତ୍ୟଜିତ ପ୍ରଧାନ, ଅଭିଜିତ ମଜୁମଦାର, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, କରୁଣାକର, ଲିପ୍ସା, ସାଇନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଦୁର୍ଗା ମା'"  
2."ପଲ୍ ପଲ୍"ସ୍ୱୟମ୍, ରାଜନନ୍ଦିନୀ 
3."ଶ୍ରୀମାନ୍ ସୁର୍‌ଦାସ"ସତ୍ୟଜିତ ପ୍ରଧାନ, ଅଭିଜିତ ମଜୁମଦାର 
4."ଖୁଦା କସମ୍"  
5."ଚିପୁଡ଼ି ଦେଲୁ ଦିଲ୍‌ଟା"ହ୍ୟୁମାନ ସାଗର 
6."ଜୀବନ ଏମିତି ଫୁଲଟିଏ"  

ଆଧାର[ସମ୍ପାଦନା]

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା | Sambad". Sambad (in Odia). ଓଡ଼ିଶା. 16 October 2018. Archived from the original on 18 October 2018. Retrieved 16 October 2018.{{cite news}}: CS1 maint: unrecognized language (link)
  3. "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍‌ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ "'ପ୍ରେମ' ସହ 'ପ୍ରେମ'ର ଲଢ଼େଇ". ସମାଜ (ରବିବାର) (in Odia). ଓଡ଼ିଶା. 14 October 2018. p. 8. Archived from the original on 16 October 2018. Retrieved 16 October 2018.{{cite news}}: CS1 maint: unrecognized language (link)
  5. ୫.୦ ୫.୧ "ସାବାସ୍ ସୁରଦାସ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  6. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  7. "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  8. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  9. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  10. "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  11. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  12. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)
  13. "ପ୍ରେମ୍ କୁମାର-ସୁର୍‌ଦାସ ପ୍ରେକ୍ଷାଳୟରେ". ସମାଜ (ରବିବାର). 28 October 2018. Retrieved 27 October 2018.
  14. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]