ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ସଞ୍ଜୟ କୁମାର ଦାସବର୍ମା |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ଜାନୁଆରୀ ୧୯୬୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଯୋଗେଶ୍ୱରୀ ଦେବୀ |
ସମ୍ପର୍କ | ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଭାଇ), ଉପାସନା ମହାପାତ୍ର (ଝିଆରୀ) |
ବାପା/ବୋଉ | ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ଜନ୍ମ: ୧୯ ଜାନୁଆରୀ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧] ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲଳିତେନ୍ଦୁ ୧୯୬୭ ମସିହାର ଜାନୁଆରୀ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଏବଂ ପତ୍ନୀଙ୍କ ନାମ ଯୋଗେଶ୍ୱରୀ ଦେବୀ ।[୨] ତାଙ୍କ ଭାଇ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଜଣେ ରାଜନେତା ଥିଲେ, ଯିଏକି ଜଣେ ବିଧାୟକ ଭାବରେ ଆଗରୁ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଲଳିତେନ୍ଦୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୬ ମସିହାରେ ତାଙ୍କ ଭାଇ ଲୁଲୁ ମହାପାତ୍ରଙ୍କର ମୃତ୍ୟୁପରେ ସେ ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କ ସହ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଆଧାର
[ସମ୍ପାଦନା]- ↑ "ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ: ସିଏଏ ଓ ଏନଆରସିକୁ ବିରୋଧ କରି ରାଜଧାନୀରେ ଗର୍ଜିଲା କଂଗ୍ରେସ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 30 January 2020. Archived from the original on 23 February 2021. Retrieved 23 February 2021.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Shri Lalitendu Bidyadhar Mohapatra". odishaassembly.nic.in. Odisha Assembly. Retrieved 23 February 2021.
- ↑ "ବ୍ରହ୍ମଗିରି ବିଧାନ ସଭା : ଏଥର ଲୁଲୁ ବିନା ବ୍ରହ୍ମଗିରି, ହାଟ୍ରିକ ପାଇଁ ସଂଜୟ ପ୍ରସ୍ତୁତ | Sambad". ସମ୍ବାଦ. sambad.in. 23 February 2019. Archived from the original on 23 February 2021. Retrieved 23 February 2021.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Lalitendu Bidyadhar Mohapatra-ସମ୍ପର୍କିତ ମିଡ଼ିଆ