ସଞ୍ଜୟ କୁମାର ଦାସ ବର୍ମା

ଉଇକିପିଡ଼ିଆ‌ରୁ
(ସଞ୍ଜୟ କୁମାର ଦାସବର୍ମାରୁ ଲେଉଟି ଆସିଛି)
ସଞ୍ଜୟ କୁମାର ଦାସ ବର୍ମା
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର
ପର ଅଧିକାରୀଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-07-06) ୬ ଜୁଲାଇ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶୈଳବାଳା ଦାସ ବର୍ମା
ବାପା/ବୋଉରାମକୃଷ୍ଣ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ସଞ୍ଜୟ କୁମାର ଦାସ ବର୍ମା (ଜନ୍ମ: ୬ ଜୁଲାଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସଞ୍ଜୟ ୧୯୬୬ ମସିହାର ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମକୃଷ୍ଣ ଦାସ ଏବଂ ପତ୍ନୀଙ୍କ ନାମ ଶୈଳବାଳା ଦାସ ବର୍ମା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଜୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ୧୫ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sanjay Kumar Das Burma". odishaassembly.nic.in. Odisha Assembly. Retrieved 24 February 2021.