Jump to content

ଉପାସନା ମହାପାତ୍ର

ଉଇକିପିଡ଼ିଆ‌ରୁ
ଉପାସନା ମହାପାତ୍ର
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1997-06-20) ୨୦ ଜୁନ ୧୯୯୭ (ବୟସ ୨୬)
ବ୍ରହ୍ମଗିରି, ପୁରୀ, ଓଡ଼ିଶା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ସମ୍ପର୍କବକ୍ସି ଜଗବନ୍ଧୁ (ଅଣ-ଜେଜେ)
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବାପାଙ୍କ ଭାଇ)
ବାପା/ବୋଉଲଲାଟେନ୍ଦୁ ମହାପାତ୍ର (ବାପା)
ନମିତା ମହାପାତ୍ର (ମାଆ)
ବୃତ୍ତିରାଜନୀତିଜ୍ଞ

ଉପାସନା ମହାପାତ୍ର (ଜନ୍ମ: ୨୦ ଜୁନ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ସର୍ବକନିଷ୍ଠା ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉପାସନା ୧୯୯୭ ମସିହାର ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ ଓ ତାଙ୍କ ମାଆଙ୍କ ନାମ ନମିତା ମହାପାତ୍ର । ସେ ବକ୍ସି ଜଗବନ୍ଧୁଙ୍କର ବଂଶଧର ।[୨] ସେ ଭୁବେଶ୍ୱର ଓ କଟକର ବେସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ପରେ ୨୦୧୫ ମସିହାରେ ମୁମ୍ବାଇ ସ୍ଥିତ ସୋଫିଆ କଲେଜରୁ ତାଙ୍କର ଉଚ୍ଚଶିକ୍ଷା ଶେଷ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଉପାସନା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ଯୋଗ ଦେଇଥିଲେ ।[୩] କିନ୍ତୁ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ସମୟରୁ ସେ ରାଜନୈତିକ ଚର୍ଚ୍ଚାରେ ଥିଲେ ।[୪] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ, ସେ ସମୁଦାୟ ୯୫,୭୮୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ୯,୮୩୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜୁନ ୨୦୧୯ ମସିହାରେ, ମୁମ୍ବାଇରେ ବାସ କରୁଥିବା ବ୍ୟବସାୟୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ସହିତ ତାଙ୍କ ବିବାହ ପାଇଁ ଲଗ୍ନ କରାଯାଇଥିଲା ।[୭] ୧୭ ଫେବୃଆରୀ ୨୦୨୧ରେ, ଉଭୟଙ୍କର ବିବାହ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. Satapathy, Sagarika (2024-06-04). "Upasna Mohapatra becomes Youngest MLA of Odisha Assembly in 2024". The News Insight (in ଆମେରିକୀୟ ଇଂରାଜୀ). Archived from the original on 2024-06-13. Retrieved 2024-06-13.
  2. "Lalatendu Bidyadhar Mohapatra's daughter to step into politics". The Times of India. 20 December 2016. Archived from the original on 2017-05-25. Retrieved 8 November 2019.
  3. Kanak News (2017-01-27), Exclusive Interview With Upasna Mohapatra, archived from the original on 2017-03-05, retrieved 2017-02-09
  4. Desk, Odisha Sun Times Editorial (2017-01-25). "Odisha panchayat polls: Upasna Mohapatra campaigns for Congress". OdishaSunTimes.com. Archived from the original on 2017-02-11. Retrieved 2017-02-09.
  5. "Brahmagiri Lok Sabha Election 2024 Live: Get Brahmagiri Lok Sabha Election Results and Candidate List". The Indian Express (in ଇଂରାଜୀ). Retrieved 2024-06-12.
  6. "General Election to Assembly Constituencies 2024: Brahmagiri (Odisha)". Election Commission of India. Retrieved 11 June 2024.
  7. "ଉପାସନା କହିଲେ ମନର କଥା: ବାପାଙ୍କ ରାସ୍ତାରେ ଯିବେ, ବିବାହ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ ପୂରା ଦମରେ… | Sambad". sambad.in. 8 August 2019.
  8. "Upasna Lalatendu Mohapatrra on Instagram: "Subhransu and I tied the knot on 17.02.2021 in an intimate ceremony surrounded by friends and family. We seek your blessings as we embark…"". Instagram (in ଇଂରାଜୀ). Retrieved 2021-02-24.

ବାହାର ଆଧାର[ସମ୍ପାଦନା]