ଲଲାଟେନ୍ଦୁ ମହାପାତ୍ର

ଉଇକିପିଡ଼ିଆ‌ରୁ


ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର ନାମରେ ମଧ୍ୟ ଜଣା; ୧୪ ଫେବ୍ରୁଆରୀ ୧୯୬୪ - ୬ ନଭେମ୍ବର ୨୦୧୬) ଓଡ଼ିଶାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦଳର ଜଣେ ନେତା ଥିଲେ । ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ[୧] ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ତିନି ଥର ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମସିହାରୁ ୨୦୦୯ ଯାଏ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଥିଲେ । ଏଥି ସହିତ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ ଥିଲେ । [୨] ମହାପାତ୍ର ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପାଖଲୋକ ଭାବେ ବିବେଚିତ ହେଉଥିଲେ ।[୩]

୨୦୧୬ ମସିହା ନଭେମ୍ବର ୬ ତାରିଖରେ ଗୁରୁଗାଓଁଠାରେ ଲିଭର ସିରୋସିସ୍ ରୋଗରେ,[୧][୨] ଓ ପରେ ଏକାଧିକ ଅଙ୍ଗ ଅକାମୀ ଓ ଷ୍ଟ୍ରୋକ ହେତୁ ୫୨ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାପାତ୍ର ୧୯୬୪ ମସିହା ଫେବ୍ରୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଛାତ୍ର ରାଜନୀତି[ସମ୍ପାଦନା]

ସେ ବିଜେବି କଲେଜରୁ ସ୍ନାତକ ଲାଭ କରିଥିଲେ । କଲେଜରେ ପଢ଼ିବା ବେଳେ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ, ୧୯୮୫ରେ ସାଧାରଣ ସମ୍ପାଦକ, ଓ ୧୯୮୭ରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୬ରେ ସେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ହୋଇଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବା କାଳରେ ସେ ସେଠାର ସିନେଟ ସଦସ୍ୟ ହୋଇଥିଲେ ।[୨]

ସକ୍ରିୟ ରାଜନୀତି[ସମ୍ପାଦନା]

୧୯୮୭ରୁ ୧୯୯୬ ମସିହା ଯାଏ ସେ ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ଥିଲେ । ମହାପାତ୍ର ଏହି ଦଳର ଉପସଭାପତି ଭାବେ ୨୦୦୯ରୁ ୨୦୧୪ ଯାଏ କାମ କରିଥିଲେ ।[୨] ୧୯୯୫ରୁ ୨୦୦୯ ଯାଏ ବ୍ରହ୍ମଗିରିର ବିଧାୟକ ଭାବେ ଜିତିଥିବା ମହାପାତ୍ର ୨୦୦୯ ମସିହାରେ ଭାରତୀୟ ଜନତା ଦଳର (ବିଜେଡ଼ି) ସଞ୍ଜୟ ଦାସବର୍ମାଙ୍କଠାରୁ ପରାଜିତ ହୋଇଥିଲେ ।[୩]

ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ବିରୋଧୀ ବିଜେଡ଼ି ଦଳର ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓ ସେହି ଦଳର ଅନ୍ୟାନ୍ୟ ନେତା ଅତନୁ ସବ୍ୟସାଚୀ, ପୁଷ୍ପେନ୍ଦ୍ର ସିଂହଦେଓ ଓ ସଞ୍ଜୟ ଦାସବର୍ମାଙ୍କ ଉପରେ ଅଣ୍ଡାମାଡ଼ ହୋଇଥିଲା । ୨୦୧୬ ମସିହା ଆରମ୍ଭରେ ତାଙ୍କ କାମରେ ଯୋଗଦେଉଥିବା ଯୁବଦଳ "ଲୁଲୁ ସେନା" ନାମରେ ଜଣା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ : ପରପାରିରେ ଲୁଲୁ ମହାପାତ୍ର". କନକ ଟିଭି. 7 November 2016. Retrieved 8 November 2016.
  2. ୨.୦ ୨.୧ ୨.୨ ୨.୩ "Senior Odisha Cong leader Lulu Mohapatra passes away". ଓଡ଼ିଶା ଟିଭି. 6 November 2016. Retrieved 8 November 2016.
  3. ୩.୦ ୩.୧ ୩.୨ ୩.୩ Mohanty, Debabrata (8 November 2016). "Former Odisha MLA 'Lulu' Mohapatra dies". Indian Express. Retrieved 8 November 2016.