ରାଜେଶ୍ୱରୀ ରାୟ

ଉଇକିପିଡ଼ିଆ‌ରୁ
ରାଜେଶ୍ୱରୀ ରାୟ
ଜନ୍ମ
ମୃତ୍ୟୁ୨୦ ଜୁଲାଇ ୨୦୨୨( ୨୦୨୨-୦୭-୨୦) (୩୭ ବର୍ଷ)
ମୃତ୍ୟୁର କାରଣଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ
ଅନ୍ୟ ନାମରାଜେଶ୍ୱରୀ ରାୟ ମହାପାତ୍ର
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮ - ୨୦୨୨

‌ରାଜେଶ୍ୱରୀ ରାୟ (ମୃତ୍ୟ: ୨୦ ଜୁଲାଇ ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଦେବୀ, କୁମ୍‌କୁମ୍‌, ଉଆଁସୀ କନ୍ୟା, ତୋ ପାଇଁ ମୁଁ ଆଦି ଧାରାବାହିକରେ କାର୍ଯ୍ୟ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ସେ ପ୍ରଥମେ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକରେ ଅଭିନୟ କରିଥିଲେ ।[୨] ଓଡ଼ିଆ ଧାରାବାହିକ ଜଗତରେ ଜଣେ ଖଳନାୟିକା ଭାବରେ ସେ ଜଣାଶୁଣା ଥିଲେ । ସେ ଡିଡି ଓଡ଼ିଆର ବସୁନ୍ଧରା, ଇଟିଭି ଓଡ଼ିଆର ସଂସ୍କାର, ଓଟିଭିର ଦେବୀ, ତରଙ୍ଗର ସ୍ୱାଭିମାନ,[୩] ଉଆଁସୀ କନ୍ୟା,[୪] କଲର୍ସ ଓଡ଼ିଆର କୁମ୍‌କୁମ୍ ଓ ଜୀ ସାର୍ଥକର ତୋ' ପାଇଁ ମୁଁ ଭଳି ଧାରାବାହିକ ଅଭିନୟ କରିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଉଆଁସୀ କନ୍ୟାରେ ସେ ନିଭେଇଥିବା ଅଳକା ନାମକ ଖଳନାୟିକା ଚରିତ୍ର ପାଇଁ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲେ ।[୫][୬] ଜୀ ସାର୍ଥକରେ ପ୍ରସାରିତ ଧାରାବାହିକ ତୋ' ପାଇଁ ମୁଁ ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୭][୮]

୨୦୦୮ ମସିହାରେ ସେ ଓଡ଼ିଅ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଅ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଆରେ ସାଥୀ ଆ, ବ୍ଲାକ୍‌ମେଲ୍‌ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

ଧାରାବାହିକ ଓ କଥାଚିତ୍ରରେ କାମ କରିବା ବ୍ୟତୀତ ସେ କିଛି ଓଡ଼ିଆ ଆଲ୍‌ବମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୮ ସତ୍ୟମେବ ଜୟତେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୯ ଆ'ରେ ସାଥି ଆ
୨୦୧୮ ବ୍ଲାକ୍‌ମେଲ୍

ଦୂରଦର୍ଶନ[ସମ୍ପାଦନା]

କାର୍ଯ୍ୟକ୍ରମ ଚେନାଲ ଭୂମିକା
ବସୁନ୍ଧରା ଡିଡି ଓଡ଼ିଆ
ସଂସ୍କାର ଇଟିଭି ଓଡ଼ିଆ
ଦେବୀ ଓ ଟିଭି
ଉଆଁସୀ କନ୍ୟା ତରଙ୍ଗ ଟିଭି ଅଳକା
ସ୍ୱାଭିମାନ ତରଙ୍ଗ ଟିଭି
କୁମ୍‌କୁମ୍ କଲର୍ସ ଓଡ଼ିଆ
ତୋ' ପାଇଁ ମୁଁ ଜୀ ସାର୍ଥକ ତାରା ପଟ୍ଟନାୟକ

ମୃତ୍ୟୁ[ସମ୍ପାଦନା]

ରାଜେଶ୍ୱରୀ ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୧୦][୧୧] ସେ ୨୦୧୯ ମସିହାରେ ଫୁସ୍‌ଫୁସ୍ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇଥିଲେ ।[୧୨][୧୩][୧୪] ପ୍ରଥମ ଚିକିତ୍ସା ପୁରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ କରୁଥିଲେ, ମାତ୍ର ବାଲେଶ୍ୱରରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।[୧୫] ମୃତ୍ୟୁବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।[୧୬]

ଆଧାର[ସମ୍ପାଦନା]

  1. Nayak, Subhashree (21 July 2022). "ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ ଝୁରିବ ଟେଲି ଜଗତ". OdishaLIVE. Archived from the original on 21 July 2022. Retrieved 21 July 2022.
  2. "Popular Odia actress Rajeshwari passes away". Argus News (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  3. Das, Haraprasad (21 July 2022). "Odia tele actress Rajeswari Ray Mohapatra passes away". Pragativadi (in English). Bhubaneswar. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  4. Ranjan, Rashmi (21 July 2022). "Eminent Odia tele actress Rajeswari Ray Mohapatra no more". OTV News (in English). Bhubaneswar. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  5. Pattnaik, Sagarika (21 July 2022). "ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ - Dharitri". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ ଓଡ଼ିଆ ପୋର୍ଟାଲ୍. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  6. "ସିନେ ଜଗତକୁ ଝଟ୍‌କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ". ETV Bharat News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  7. "Odisha TV Actor Rajeswari Ray Mahapatra Passes Away". odishabytes. Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  8. Dash, Chinmayee (21 July 2022). "Odia television actress Rajeswari Ray Mahapatra no more". Sambad English (in English). Bhubaneswar: sambadenglish.com. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  9. "ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ". Prameyanews7. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  10. "Popular Odia tele actress Rajeswari Ray Mohapatra passes away". Prameya English (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  11. SAHOO, RAJALAXMI (21 July 2022). "ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". ଓ ଟିଭି. ଓ ଟିଭି ଖବର. Archived from the original on 21 July 2022. Retrieved 21 July 2022.
  12. "Odia tele actress Rajeswari Ray Mohapatra passes away". KalingaTV (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.{{cite news}}: CS1 maint: unrecognized language (link)
  13. Routray, Rituparna (21 July 2022). "ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା | Kanak News". କନକ ନ୍ୟୁଜ୍. Archived from the original on 21 July 2022. Retrieved 21 July 2022.
  14. "ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". Zee ଓଡ଼ିଶା News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  15. WCW 4 (2022-07-21). "ଜୀବନ ଯୁଦ୍ଧରେ ହାରିଗଲେ କ୍ଯାନସର ସରଭାଇଭର ରାଜେଶ୍ୱରୀ". KNews Odisha (in ଆମେରିକୀୟ ଇଂରାଜୀ). Archived from the original on 21 July 2022. Retrieved 2022-07-21.{{cite web}}: CS1 maint: numeric names: authors list (link)
  16. "ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ". ସମାଜ. ଭୁବନେଶ୍ୱର: Samaja Live. 21 July 2022. Archived from the original on 21 July 2022. Retrieved 21 July 2022.