ଭାରତୀୟ ମହାକାଶ ଗବେଷଣା ସଂସ୍ଥା

ଉଇକିପିଡ଼ିଆ ରୁ
Jump to navigation Jump to search

Coordinates: 12°58′0″N 77°34′0″E / 12.96667°N 77.56667°E / 12.96667; 77.56667

Indian Space Research Organization
ଭାରତୀୟ ମହାକାଶ ଗବେଷଣା ସଂସ୍ଥା
Indian Space Research Organisation Logo.svg
Established ଅଗଷ୍ଟ 15, 1969 (1969-08-15) (49 years ago)
(Superseded INCOSPAR)
Headquarters ବାଙ୍ଗାଲୋର
Primary spaceport ସତୀଶ ଧୱନ ମହାକାଶ କେନ୍ଦ୍ର (SDSC), ଶ୍ରୀହରିକୋଟା,ଆନ୍ଧ୍ର ପ୍ରଦେଶ
Motto Space technology in the service of human kind.
Administrator ଡାଃ. କେ. ଶିଭନ୍, ଚେୟରମ୍ୟାନ୍[୧]
Budget Indian Rupee ₹  ୧୦୭.୮୩୪୨ billion (US$୨.୩୯ billion) (୨୦୧୮-୧୯)[୨]
Website isro.gov.in

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।[୩]

ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି ।ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ।

ଭାରତର ପ୍ରଥମ କୃତ୍ରିମ ଉପଗ୍ରହ "ଆର୍ଯ୍ୟଭଟ୍ଟ" ଇସ୍ରୋଦ୍ଵାରା ପ୍ରସ୍ତୁତ ହୋଇଥିଲା ଓ ନିଜସ୍ୱ ଉତକ୍ଷେପଣଯାନ ଅଭାବରୁ ରୁଷିଆ ନିର୍ମିତ କୋସମୋସ-୩M ଯାନଦ୍ଵାରା ୧୯ ଏପ୍ରିଲ, ୧୯୭୫ ମସିହାରେ କପୁସ୍ତିନ ୟାର (kapustin yar)ରୁ ଉତକ୍ଷେପଣ କରଯାଇଥିଲା। ପରାବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତକ୍ଷେପଣଯାନ ନିର୍ମାଣ କାରିବାରେ ସମର୍ଥହେଲା। ବର୍ତ୍ତମାନ ଇସ୍ରୋଦ୍ୱାରା ନିର୍ମିତ ଏସଏଲଭି (SLV),ଏଏସଏଲଭି (ASLV), ପିଏଏଲଭି (PSLV) ଏବଂ ଜିଏଏଲଭି(GSLV) ଶ୍ରେଣୀର ଅନେକ ଉତକ୍ଷେପଣଯାନଦ୍ୱାରା ଶତାଧିକ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରାଣ କରିବାରେ ସଫଳହେଇପାରିଛି। ଏହାସହ ଏକାସଙ୍ଗେ ୧୦୪ଟି କୃତ୍ରିମ ଉପଗ୍ରହକୁ ବିଭ୍ଭିନ୍ନ କକ୍ଷରେ ପ୍ରତିସ୍ଥାପନ କରି ବିଶ୍ୱରେକର୍ଡ ଲାଭକାରିବାର ଗୌରବହାସଲ କରିଛି। ୫ ଜୁନ୍, ୨୦୧୭ରେ ଇସ୍ରୋ ୪ଟନ୍ ଓଜନ ବିଶିଷ୍ଟ GSAT-19 ସାଟେଲାଇଟ୍କୁ ଜିଏସଏଲଭି-ଏମକେ୩ (GSLV-Mk III)ଦ୍ୱାରା କକ୍ଷରେ ସ୍ଥାପନ କରିପାରିଲା।

ଅକ୍ଟୋବର ୨୨, ୨୦୦୮ରେ ଇସ୍ରୋ ଚନ୍ଦ୍ରକୁ ଏକ ମାନାବରହିତ ମହାକାଶଯାନ ପରେରଣ କରିଥିଲା. ଏହା ନଭେମ୍ବର ୮, ୨୦୦୮ରେ ଚନ୍ଦ୍ର କକ୍ଷରେ ଅବସ୍ଥାବିତ ହୋଇଥିଲା। ତତ୍ପରେ ନଭେମ୍ବର ୫, ୨୦୧୩ରେ ଭାରତର ପ୍ରଥମ ଆର୍ନ୍ତଗ୍ରହ ଅଭିଯାନ ମଙ୍ଗଳଯାନ ଆରମ୍ଭ କରିଥିଲା. ସେପ୍ଟେମ୍ବର ୧୪, ୨୦୧୪ରେ ଏହାକୁ ମଙ୍ଗଳ  କକ୍ଷରେ ଅବସ୍ଥାବିତ କରିପାରିଲା। ଅତଏବ ଏହିକ୍ଷେତ୍ରରେ ଭାରତ (ଇସ୍ରୋ) ଚୀନ୍ ଓ ଜାପାନ୍କୁ ପଛରେ ପକାଇ ଏସିଆରେ ପ୍ରଥମ ଏବଂ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କାରିପାରିଥିଲା। ବିଗତ କିଛି ବର୍ଷରେ ଇସ୍ରୋ ୧୯୦ଟି ବିଦେଶୀ କୃତ୍ରିମ ଉପଗ୍ରହ ସଫଳତାର ସହ ପ୍ରକ୍ଷେପଣ କରି ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ସମର୍ଥ ହୋଇଛି ଏବଂ ଅାଗାମୀ ଦିନରେ ଏହା ଅଧିକ ହେବ ବୋଲି ଆଶାକରା ଯାଉଛି। ଏହାକୁ ଦେଖାଶୁଣା କରିବା ପାଇଁ ଆଣ୍ଟ୍ରିକ୍ଷ୍ କର୍ପୋରେଶନ (Antrix Corporation) ନାମକ ଏକ ବ୍ୟବସାୟିକ ବିଭାଗର ଗଠନ କରାଯାଇଛି।

ଇସ୍ରୋ ଭବିଷ୍ୟତ ପାଇଁ ଅନେକ କାର୍ଯ୍ୟକ୍ରମର ଯୋଜନା କରୁଅଛି। ତନ୍ନମଧ୍ୟରୁ ୟୁଏଲଭି (ULV), ପୁନ୍ନଃ-ବ୍ୟବହାରଯ୍ୟୋଗ୍ୟ (RLV), ମହାକାଶଚାରୀ ପ୍ରେରଣ ଆଦି ଉଲ୍ଲେଖନୀୟ।

ଐତିହାସିକ ପୃଷ୍ଠଭୁମି[ସମ୍ପାଦନା]

ଭାରତରେ ନିଜସ୍ୱ ଆଧୁନିକ ମହାକାଶ ଗବେଷଣାର ଭତ୍ତିପ୍ରସ୍ତର ବୈଜ୍ଞାନିକ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କ ନେତୃତ୍ୱରେ ୧୯୬୨ରେ ଆରମ୍ବ ହୋଇଥିଲା। ଏହାକୁ ସଫଳ ରୂପାୟନ କରିବାଲାଗି ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅକୁଣ୍ଠ ସହଯୋଗ ରହିଥିଲା। ପରିଣାମସ୍ୱରୁପ, ଥିରୁଅନନ୍ତପୁରମ୍ (ଥୁମ୍ବା)ଠାରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନିଷ୍ଠାନ (Space Science and Technology)ର ପ୍ରତିଷ୍ଠା କରାଯାଇଥିଲା। ସେଠାରୁ ନାଇକ ଆପାଚେ ନାମକ ରକେଟ୍ର ପରୀକ୍ଷାମୂଳକ ଉତକ୍ଷେପଣ ମାଧ୍ୟମରେ ଆମ ଭାରତରେ ମହାକାଶ ଯୁଗର ଅୟମାରମ୍ବ ଘଟିଥିଲା। ଏହାର ପୂର୍ବରୁ ଆମ ଦେଶରେ ପ୍ରାରମ୍ଭିକ ସ୍ତରରେ ମହାକାଶ ଗବେଷଣାର ମୂଳଦୁଆ ୧୯୨୦ରୁ ଘଟିଥିଲା ବୋଲି କୁହାଯାଇପାରେ। ସେହିସମୟରେ କଲିକତାଠାରେ ବୈଜ୍ଞାନିକ ଏସ. କେ. ମିତ୍୍ର ରେଡିଓ ସଙ୍କେତ ଜରିଆରେ ବାୟୁମଣ୍ଡଳର ଆୟୋନୋସ୍ଫିୟର ଉପରେ ଅଧ୍ୟୟନ କରୁଥିଲେ। ତତ୍ପରେ ଅନ୍ୟ ଭାରତୀୟ ବୈଜ୍ଞାନିକ ଯେପରିକି ସି.ଭି. ରମଣ, ମେଘନାଦ ଶାହା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଅନେକ ବୈଜ୍ଞାନିକ ତତ୍ତ୍ୱର ଅବଲୋକନ କରିଥିଲେ। ତେବେ ଏହିପରି ସ୍ୱତନ୍ତ୍ର ରୂପେ କାର୍ଯକରୁ ଥିବା ବୈଜ୍ଞାନିକ ମାନଙ୍କୁ କରିବା ଏକତ୍ରିତ କରିବା ତଥା ବିଧିବଦ୍ଧ ଭାବେ ସୁସଙ୍ଗଠିତ କରେଇବାରେ ଦୁଇ ଜଣ ବୈଜ୍ଞାନିକ ବିକ୍ରମ ସରାଭାଇ‍ ଓ ଜାହାଙ୍ଗୀର ହୋମିଭାବାଙ୍କ ପ୍ରମୁଖ ଭୁମିକା ରହିଛି। ୧୯୪୫ ମସିହା ପରଠାରୁ ଡାଃ. ସାରାଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୈତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା। ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ଯକ୍ରମ ମହାଜାଗତିକ ରଶ୍ମିର ଅଧ୍ଯୟନ, ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି। ୧୯୫୦ରେ ଭାଭାଙ୍କ ନେତୃତ୍ୱରେ ପରମାଣୁଶକ୍ତି ବିଭାଗ ସ୍ଥାପିତହେଲା। ଏହା ପରମାଣୁ ଗବେଷଣା ସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା. ସେସମୟରେ ଜଳବାୟୁର ବିଭ୍ଭିନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା। ସେଥିପାଇଁ ୧୮୨୩ ମସିହାରେ କୋଲବାରଠାରେ ପ୍୍ରତିଷ୍ଠିତ ମାନମନ୍ଦିରକୁ ପୁର୍ନ ବିନ୍ୟାସ କରାଯିବା ସଙ୍ଗେ ସଙ୍ଗେ ୧୯୫୪ ମସିହାରେ ଉତ୍ତରପ୍ରଦେଶରେ ହିମାଳୟର ପାଦଦେଶରେ ଏବଂ ୧୯୫୭ ମସିହାରେ ଓସମାନିଆ ବିଶ୍ୱବିଦ୍ୟାଳୟ (ହାଇଦ୍ରାବାଦ)ଠାରେ ନୂତନ ମାନମନ୍ଦିରମାନ ସ୍ଥାପନ କରାଗଲା। ୧୯୫୭ ମସିହାରେ ତତକାଳିନ ସୋଭିଏତ୍ ୟୁନିୟନ୍ (ବର୍ତ୍ତମାନର ଋଷ୍)ଦ୍ୱାରା ସର୍ବପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ୍ର ଉତକ୍ଷେପଣ ବିଶ୍ୱରେ ଶିହରଣ ସୃଷ୍ଠିକଲା ତଥା ମହାକାଶ ଗବେଷଣା ପ୍ରାଧାନ୍ୟଲାଭ କରିବାକୁ ଲାଗିଲା। ତତକାଳିନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଉଦ୍ୟମରେ ୧୯୬୨ ମସିହାରେ ସ୍ଥାପନ କରାଗାଲା ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ କମିଟି (Indian National Committee for Space Research, INCOSPAR) ଏବଂ ୧୫ ଅଗଷ୍ଟ, ୧୯୬୯ରେ ଏହାର ସ୍ଥାନ ନେଲା ଭାରତୀୟ ମହାକାଶ ସଂସ୍ଥା (Indian Space Research Organisation) ବା ଇସ୍ରୋ (ISRO)।

ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ[ସମ୍ପାଦନା]

ଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ [୩] ଉଦ୍ଦେଶ୍ୟରେ କରାଯାଇଥିଲା।

ଏହି ସଂସ୍ଥାନର ମୁଖ୍ୟ ମିଶନ୍ ଗୁଡିକ ହେଲା[୩]:

  • ମହାକାଶରେ ପହଁଚିବା ପାଇଁ ବାହାନ ତଥା ସେ ସଂବଦ୍ଧିତ ପ୍ରଯୁକ୍ତିବିଦ୍ୟାର ପରିକଳ୍ପନା ଓ ବିକାଶ।
  • ପ୍ୃଥିବୀର ପର୍ଯବେକ୍ଷଣ, ଯୋଗାଯୋଗ, ନାଭିଗେଶନ, ଜଳବାୟୁ ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ପାଇଁ କୃତ୍ରିମ ଉପଗ୍ରହ ତଥା ସଂବଦ୍ଧିତ ପ୍ରଯୁକ୍ତିବିଦ୍ୟାର ପରିକଳ୍ପନା ଓ ବିକାଶ।
  • Indian National Satellite (INSAT) କାର୍ଯ୍ୟକ୍ରମ: ଦୂରସଂଚାର, ଟେଲିଭିଜନ୍ ପ୍ରସାରଣ ଏବଂ ସଂବଦ୍ଧିତ ପ୍ରଯୁକ୍ତିବିଦ୍ୟାର ବିକାଶ।
  • ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ (IRS) କାର୍ଯ୍ୟକ୍ରମ:ମହାକାଶରୁ ଚିତ୍ର ଉତ୍ତୋଳନ କରି ପ୍ରାକୃତିକ ସମ୍ବଳର ସୁପରିଚାଳନା ଏବଂ ଜଳବାୟୁ ତଥା ପରିବେଶର ପର୍ଯବେକ୍ଷଣ।
  • ସାମାଜିକ ବିକାଶରେ ମହାକାଶ ବିଜ୍ଞାନର ଉପଯୋଗ।
  • ମହାକାଶ ବିଜ୍ଞାନ ଓ ଗ୍ରହ ଅନୁସନ୍ଧାନ ସଂବନ୍ଧିତ ଗବେଷଣା।

ବିଭଗୀୟ ସଂରଚନା[ସମ୍ପାଦନା]

ଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ (DoS)ର ଅଧିନସ୍ଥ ଏକ ସଂସ୍ଥା। ମହାକାଶ ବିଭାଗ ସିଧାସଳଖ ପ୍ରଧାନମନ୍ତ୍ରୀ ତଥା ମହାକାଶ କମିଶନ୍ଙ୍କ ଅଧୀନରେ କାର୍ଯକରେ ଏବଂ ନିମ୍ନଲିଖୀତ ଅନୁଷ୍ଠାନ ଗୁଡିକୁ ସଂଚାଳିତ କରେ:

  • ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ )
    • Vikram Sarabhai Space Centre (VSSC), Thiruvananthapuram.
    • Liquid Propulsion Systems Centre (LPSC), Thiruvananthapuram.
    • Satish Dhawan Space Centre (SDSC-SHAR), Sriharikota.
    • ISRO Propulsion Complex (IPRC), Mahendragiri.
    • ISRO Satellite Centre (ISAC), Bangalore.
    • Space Applications Centre (SAC), Ahmedabad.
    • National Remote Sensing Centre (NRSC), Hyderabad.
    • ISRO Inertial Systems Unit (IISU), Thiruvananthapuram.
    • Development and Educational Communication Unit (DECU), Ahmedabad.
    • Master Control Facility (MCF), Hassan, Karnataka.
    • ISRO Telemetry, Tracking and Command Network (ISTRAC), Bangalore.
    • Laboratory for Electro-Optics Systems (LEOS), Bangalore.
    • Indian Institute of Remote Sensing (IIRS), Dehradun.
  • ଆଣ୍ଟ୍ରିକ୍ଷ୍ କର୍ପୋରେଶନ – ବ୍ୟବସାୟିକ ବିଭାଗ, Bangalore.
  • Physical Research Laboratory (PRL), Ahmedabad.
  • National Atmospheric Research Laboratory (NARL), Gadanki, Andhra pradesh.
  • North-Eastern Space Applications Centre (NE-SAC), Umiam.
  • Semi-Conductor Laboratory (SCL), Mohali.
  • Indian Institute of Space Science and Technology (IIST), Thiruvananthapuram – India's space university.

ଉତକ୍ଷେପଣଯାନ ସମୂହ[ସମ୍ପାଦନା]

କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏସଏଲଭି , SLV)

ଊନ୍ନତ କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏଏସଏଲଭି , ASLV)

ଧ୍ରଋବୀୟ ଉତକ୍ଷେପଣଯାନ (ପିଏସଏଲଭି PSLV)

ଭୂ-ସ୍ଥିର କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଜିଏସଏଲଭି, GSLV)

ଜିଏସଏଲଭି-ମକ୩ (GSLV-III)

କୃତ୍ରିମ ଉପଗ୍ରହ ଉତକ୍ଷେପଣ କାର୍ଯ୍ୟକ୍ରମ[ସମ୍ପାଦନା]

ଆର୍ଯ୍ୟଭଟ୍ଟ

ରୋହିଣୀ

ଇନସାଟ୍ (INSAT) ମାଳା

ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ () ମାଳା

ମହାକାଶଚାରୀ ପ୍ରେରଣ[ସମ୍ପାଦନା]

ମହାକାଶ ବିଜ୍ଞାନ[ସମ୍ପାଦନା]

ଆର୍ନ୍ତଗ୍ରହ ଅଭିଯାନ[ସମ୍ପାଦନା]

ଭବିଷ୍ୟତ କାର୍ଯ୍ୟକ୍ରମ[ସମ୍ପାଦନା]

ସଫଳତା ଏବଂ ଉପାଦେୟତା[ସମ୍ପାଦନା]

ଅାନ୍ତର୍ଜାତିୟ ସ୍ତରରେ ସହଯୋଗ[ସମ୍ପାଦନା]

ବିବାଦପୂର୍ଣ୍ଣ ଘଟଣାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ISRO Website". Retrieved ୧୬ ନଭେମ୍ବର ୨୦୧୯.  Check date values in: |access-date= (help)
  2. "Notes on Demands for Grants,୨୦୧୮-୨୦୧୯" (PDF). Retrieved ୧୬ ନଭେମ୍ବର ୨୦୧୮.  Check date values in: |access-date= (help)
  3. ୩.୦ ୩.୧ ୩.୨ https://www.isro.gov.in/about-isro/vision-and-mission-statements

ବାହାର ଆଧାର[ସମ୍ପାଦନା]