ମେଘନାଦ ସାହା

ଉଇକିପିଡ଼ିଆ ରୁ
Jump to navigation Jump to search
ମେଘନାଦ ସାହା
ମେଘନାଦ ସାହା ବର୍ଲିନ ରେ, ୧୯୨୧
ଜନ୍ମ ୬ ଅକ୍ଟୋବର ୧୮୯୩(1893-10-06)
ସଓରାଟୋଲି, ଢାକା (ବର୍ତ୍ତମାନ ବଙ୍ଗଳାଦେଶ)
ମୃତ୍ୟୁ ୧୬ ଫେବୃଆରୀ ୧୯୫୬ (୬୨ ବର୍ଷ)
ବାସସ୍ଥାନ ଭାରତ Flag of India.svg
ଜାତୀୟତା ଭାରତୀୟ Flag of India.svg
କ୍ଷେତ୍ର ଭୌତିକ
ସଂସ୍ଥାନ ଆଲାହାବାଦ ବିଶ୍ୱବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ
ମାତୃ ସଂସ୍ଥାନ ଢାକା କଲେଜ
ପ୍ରେସିଡେନ୍ସି କଲେଜ, କଲିକତା ବିଶ୍ୱବିଦ୍ୟାଳୟ
ଜଣାଶୁଣା तापीय आयनीकरण

ମେଘନାଦ ସାହା (୬ ଅକ୍ଟୋବର ୧୮୯୩ – ୧୬ ଫେବୃଆରୀ ୧୯୫୬) ଜଣେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ। ସେ ସାହା ସମିକରଣର ପ୍ରତିପାଦନ ପାଇଁ ପ୍ରସିଦ୍ଧ ଥିଲେ । ଏହା ସମୀକରଣ ତାରୋରେ ଭୌତିକ ଏବଂ ରାସାୟନିକ ସ୍ଥିତିର ବ୍ୟାଖ୍ୟା କରିଥାଏ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ଵାନଙ୍କ ଏକ ସମିତି "ଭାରତର ରାଷ୍ଟ୍ରୀୟ ପଞ୍ଚାଗ"ର ମଧ୍ୟ ସଂଶୋଧନ କଲେ , ଯାହା ୨୨ ମାର୍ଚ୍ଚ , ୧୯୫୭ରେ ଲାଗୁ କରାଗଲା । [୧] ସେ "ସାହା ନାଭିକୀୟ ଭୌତିକ ସଂସ୍ଥାନ" ତଥା "ଇଣ୍ଡିଆନ ଏସୋସିଏସନ ଫର୍ ଦି କଲଟିଭେସନ ଅଫ୍ ସାଇନ୍ସ" ନାମକ ଦୁଇ ମହତ୍ତ୍ୱପୂର୍ଣ୍ଣ ସଂସ୍ଥାର ସ୍ଥାପନ କରିଥିଲେ । ସେ ଜଣେ ବୈଜ୍ଞାନିକ ସ୍ଵାଧିନ ଭାବେ ଲଢ଼ି ଲୋକ ସଭାର ସଦସ୍ୟ ହୋଇ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଓ ଦେଶକୁ ପରମାଣୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବି କରାଇବା ନିମନ୍ତେ ପ୍ରୟାସ କରିଥିଲେ ।

ପ୍ରାଥମିକ ଜୀବନ[ସମ୍ପାଦନା]

ସେ ବଙ୍ଗଳାଦେଶର ଢାକା ନିକଟସ୍ଥ ଶିଖରତଳି ଗ୍ରାମରେ ଏକ ସାଧାରଣ ପରିବାରରେ ୧୮୯୩ ଅକ୍ଟୋବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଜଗନ୍ନାଥ ସାହା , ଯିଏ ଯଣେ ତେଜରାତିର ଦୋକାନୀ ଥିଲେ ଓ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ[୨] ମେଘନାଦଙ୍କ ଜନ୍ମ ସମୟରେ ପ୍ରବଳ ମେଘ ହେଉଥିଲା । ଘଡ଼ଘଡ଼ି ସହ ବିଜୁଳି ମାରୁଥିଲା । ସେଥିଲାଗି ତାଙ୍କ ନାମ ମେଘନାଦ ରଖାଯାଇଥିଲା । ପ୍ରାଥମିକ ଶିକ୍ଷା ପରେ ତାଙ୍କ ଗ୍ରାମଠାରୁ ଦଶ କିଲୋମିଟର ଦୂର ଏକ ମଧ୍ୟ-ଇଂରାଜୀ ବିଦ୍ୟାଳୟରେ ସେ ନାମ ଲେଖାଇଥିଲେ । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା । ସେ ଜଣେ ଡାକ୍ତରଙ୍କ ଘରେ କାମ କରି ସେଥିରୁ ଯେଉଁ ସ୍ଵଳ୍ପ ଅର୍ଥ ପାଉଥିଲେ ସେଥିରେ ତାଙ୍କର ଖାଇବା, ରହିବା ଖର୍ଚ୍ଚ ତୁଲାଉଥିଲେ । ପିଲାଟି ଦିନରୁ ସେ ବଡ ମେଧାବୀ ଥିଲେ । ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେତେବେଲେ ବ୍ରିଟିଶ ଶାସକ "ବଡ଼ଲାଟ୍-ଲର୍ଡ଼-କର୍ଜନ"ଙ୍କଦ୍ଵାରା ବଙ୍ଗଭଙ୍ଗ ଆଇନ ପ୍ରଣୟନ ହେଲା । ସେ କଲେଜରେ ପଢୁଥିବା ବେଳେ ଇଂରେଜଙ୍କ ଏହି ନିୟମକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ସେଥିରେ ସେ ନିରାଶ ନ ହୋଇ ଅନ୍ୟ ଏକ କଲେଜରେ ପଢି ସ୍ନାତକ ଡିଗ୍ରୀ ଓ ପରେ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସିଲ କରିଥିଲେ ।

ମେଘନାଦଙ୍କ ଲୋକପ୍ରିୟତା[ସମ୍ପାଦନା]

ସେ ପ୍ରଥମେ କଲିକତା ବିଶ୍ୱବିଦ୍ୟାଲୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଗବେଷଣାରେ ମନୋନିବେଶ କରିଥିଲେ ଓ ତାଙ୍କ ଗବେଷଣାତ୍ମକ ଅନେକ ନିବନ୍ଧ ବିଦେଶୀ ପତ୍ରିକାରେ ଛପା ହୋଇଥିଲା । ୧୯୨୦ ବେଳକୁ ସେ ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ପରିଚିତ ହୋଇଗଲେ । ଜଣାଯାଏ ଯେ, ପ୍ରିଜ୍ମ ଉପରେ ସୁର୍ଯ୍ୟାଲୋକ ପଡିଲେ ତାର ପଛପଟେ ଇନ୍ଦ୍ରଧନୁର ସାତ ରଙ୍ଗ ସୃଷ୍ଟି ହୋଇଥାଏ । ସେହି ପ୍ରକ୍ରିୟାକୁ ଆଲୋକର ବିଛୁରିତ ପ୍ରକ୍ରିୟା କୁହାଯାଏ । ସାତଟି ରଙ୍ଗକୁ ସଂକ୍ଷେପରେ ବା-ଘ-ନି-ସ-ହ-ନା-ଲା କୁହାଯାଏ । ସେହି ବର୍ନାଳିର ବିଭିନ୍ନ ରଙ୍ଗର ମଝିରେ କଳା, ଧଳା ଗାରମାନ ଦେଖିବାକୁ ମିଳେ ଏହି ବିଷୟ ସେତେବେଳର କୌଣସି ବୈଜ୍ଞାନିକଙ୍କ ମନ‌କୁ ଛୁଇଁ ନଥିଲା । କିନ୍ତୁ "ମେଘନାଦ ସାହା" ଏହାର ରହସ୍ୟ ବାହାର କରିବା ପାଇଁ ଗବେଷଣାରେ ଲାଗି ପଡିଥିଲେ । ମୌଳିକ ପଦାର୍ଥର ପରମାଣୁ କେନ୍ଦ୍ର ଭାଗରେ "ନ୍ୟୁକ୍ଲିୟସ୍" ଯାହା ଯୁକ୍ତ ଭାବେ ଚର୍ଚ୍ଚିତ , ସେଥିରେ "ପ୍ରୋଟୋନ" ଥାଏ । ନ୍ୟୁକ୍ଲିୟସର ବାହାରେ ବିଯୁକ୍ତ କଣିକାରେ ଇଲେକ୍ଟ୍ରୋନ୍ ଥାଏ । ଅତ୍ୟଧିକ ତାପମାତ୍ରା ଗ୍ୟାସୀୟ ପଦାର୍ଥ ଉପରେ ପଡିଲେ ଇଲେକ୍ଟ୍ରନ ଗୁଡ଼ିକ ବାହାରକୁ ଆସିଯାଏ, ତାକୁ ଆୟନିକରଣ ପ୍ରକ୍ରିୟାର ଏକ ନୂତନ ସମୀକରଣ ଉଦ୍ଭାବନ କରି ମତ ଦେଲେ ଯେ - ସୁର୍ଯ୍ୟାଲୋକ ଦେହରେ ଥିବା ଗ୍ୟାସିୟ ପଦାର୍ଥର ତାପମାତ୍ରା, ଚାପର ତାରତମ୍ୟ ଯୋଗୁ ବିଛୁରିଣ ପ୍ରକ୍ରିୟାର ସମୟରେ କଳା, ଧଳା ଗାରମାନ ସୃଷ୍ଟି ହୋଇଥାଏ । ଏହି ଆବିଷ୍କାର ତାଙ୍କୁ ବିଶ୍ଵ ଦରବାରରେ ଜଣେ ଶ୍ରେଷ୍ଠ ବୈଜ୍ଞାନିକର ମାନ୍ୟତା ଦେଇଥିଲା ।

ମେଘନାଦଙ୍କର ଅବଦାନ[ସମ୍ପାଦନା]

ସେ ଭାରତରେ ବିଜ୍ଞାନର ପ୍ରସାର ଓ ପ୍ରଚାର ପାଇଁ ଆଲାହାବାଦରେ ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା କରାଇଥିଲେ । ସେ ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ସମେତ ଫ୍ରାନ୍ସ ଜ୍ୟୋତିର୍ବିଜ୍ଞାନ ଏକାଡେମୀ , ଲଣ୍ଡନର ରୟାଲ ସୋସାଇଟି, ଆମେରିକା ବିଜ୍ଞାନ ଏକାଡେମୀର ସଦସ୍ୟ ମଧ୍ୟ ଥିଲେ । ତେବେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶକରି ଦେଶକୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗାମୀ କରାଇବା ଲକ୍ଷ୍ୟରେ ରଖି ସ୍ଵାଧୀନ ଭାବେ ୧୯୫୨ ମସିହା ସାଧାରଣ ନିର୍ବାଚନରେ ଲଢ଼ି ଲୋକ ସଭାର ସଦସ୍ୟ ହୋଇଥିଲେ । ଆଜିକାଲି ବୈଜ୍ଞାନିକ, ସିନେ ତାରକା, ସମାଜସେବୀ, ବିଶିଷ୍ଟ ଖେଳାଳିମାନଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । କିନ୍ତୁ ମେଘନାଦ ଶାହାଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁ ତାଙ୍କ ସପକ୍ଷରେ ଜନମତ ଯିବାରୁ ସେ ସ୍ଵାଧୀନ ଏମ.ପି ହୋଇପାରିଥିଲେ ଏବଂ ରିସର୍ଚ୍ଚ ଲାବ୍ରୋଟୋରି ଓ ଲାଇବ୍ରେରି ଗୁଡିକ ସମୃଦ୍ଧଶାଳୀ କରାଇବା ପାଇଁ ଲୋକ ସଭାରେ ବରାବର ଦାବି ଉପସ୍ଥାପନ କରିଆସୁଥିଲେ । ୬୩ ବର୍ଷ ବୟସରେ ଅର୍ଥାତ ୧୯୫୬ ଫେବୃଆରୀ ୧୬ରେ ସେ ଇହଧାମ ତ୍ୟାଗ କରିଥିଲେ ।

ଆଧାର[ସମ୍ପାଦନା]

  1. Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).
  2. Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]