ଆର୍ଯ୍ୟଭଟ୍ଟ (ଉପଗ୍ରହ)
Appearance
ଆର୍ଯ୍ୟଭଟ୍ଟ ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ।[୧] ଏହା ମହାନ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା।[୨] ସୋଭିଏତ ଋଷିଆର ସହାୟତାରେ ସଫଳତାର ସହ ଉତକ୍ଷେପଣ କରାଯାଇଥିବା ଏହି ମିଶନ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ଦକ୍ଷତା ଓ ନିଷ୍ଠାର ପରିଚୟ ଦେବା ସହ, ଭାରତରେ ମହାକାଶ ବିଜ୍ଞାନ ପାଇଁ ଏକ ନୂତନ ଆଗ୍ରହ ସୃଷ୍ଟି କରିଥିଲା। ୧୯୭୫ ଏପ୍ରିଲ ୧୯ରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଗଲା।[୩]
ମିସନ ପ୍ରକାର | ମହାକାଶୀୟ ପଦାର୍ଥ ବିଜ୍ଞାନ |
---|---|
ପରିଚାଳକ | ଈସ୍ରୋ |
COSPAR ID | 1975-033A |
SATCAT № | 7752 |
ମହାକାଶ ଯାନର ବିଶେଷତ୍ୱ | |
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ | ୩୬୦ କି:ଗ୍ରା: |
ଶକ୍ତି | ୪୬ ୱାଟ |
ମିସନ ପ୍ରାରମ୍ଭ | |
ଉତକ୍ଷେପଣ ତାରିଖ | ୧୯ ଅପ୍ରେଲ ୧୯୭୫ |
ରକେଟ୍ | କସମୋସ-୩ଏମ |
ଉତକ୍ଷେପଣ ସ୍ଥଳ | କାପୁସ୍ତିନ ୟାର |
ମିସନ ସମାପ୍ତି | |
ଅଂତିମ ସମ୍ପର୍କ | ୨୪ ଅପ୍ରେଲ ୧୯୭୫ |
Decay date | ୧୨ ଫେବରୁଆରି ୧୯୯୨ |
କକ୍ଷପଥ ମାପଦଣ୍ଡ | |
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | ପୃଥିବୀକେନ୍ଦ୍ରୀୟ |
Regime | Low Earth |
Perigee | 568 kilometres (353 mi) |
Apogee | 611 kilometres (380 mi) |
Inclination | 50.6 degrees |
କକ୍ଷୀୟ ଅବଧି | 96.46 minutes |
Epoch | ୧୯ ମଇ ୧୯୭୫ |
କାଳକ୍ରମ
[ସମ୍ପାଦନା]- ୧୯୭୨ ମସିହାରେ ୟୁ ଆର ରାଓଙ୍କ ତତ୍ତ୍ୱାବଧାନରେ ଆର୍ଯ୍ୟଭଟ୍ଟ ଉପଗ୍ରହ ଉତକ୍ଷେପଣ ପାଇଁ ସୋଭିଏତ ରୁଷ ସହ ଭାରତର ଚୁକ୍ତି ସ୍ୱାକ୍ଷରିତ ହେଇଥିଲା।
- ୧୯ ଅପ୍ରେଲ ୧୯୭୫ ମସିହାରେ ରୁଷିଆର କାପୁସ୍ତିନ ୟାର ଉତକ୍ଷେପଣ କେନ୍ଦ୍ରରୁ କସମୋସ-୩ଏମ ରକେଟ ଜରିଆରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଉତକ୍ଷେପଣ ହେଇଥିଲା।
- ଉପଗ୍ରହରେ ଏକ ବୈଦୁତିକ ବିଭ୍ରାଟ ଯୋଗୁଁ ଉତକ୍ଷେପଣର ୫ଦିନ ପରେ ଉପଗ୍ରହ ସହ ସମ୍ପର୍କ ଛିନ୍ନ ହେଇଥିଲା।
- ୧୧ ଫେବୃଆରୀ ୧୯୯୨ ମସିହାରେ ଉପଗ୍ରହଟି ପୃଥିବୀର ବାୟୁମଣ୍ଡଳକୁ ଲେଉଟିଆସିଥିଲା।
ଅଭିଯାନର ଲକ୍ଷ୍ୟ
[ସମ୍ପାଦନା]- କୃତ୍ରିମ ଉପଗ୍ରହର ବିକାଶ ଏବଂ ମହାକାଶରେ ଏହାର ପରିଚାଳନାରେ ଅଭିଜ୍ଞତା ହାସଲ ।
- ରଞ୍ଜନ ରଶ୍ମୀଦ୍ୱାରା ସୂର୍ଯ୍ୟର ଭୌତିକ ପରୀକ୍ଷଣ।
ଆଧାର
[ସମ୍ପାଦନା]- ↑ "Encyclopædia Britannica", Wikipedia (in ଇଂରାଜୀ), 2023-08-25, retrieved 2023-08-26
- ↑ http://www.isro.org/satellites/aryabhata.aspx
- ↑ http://www.isro.org/satellites/aryabhata.aspx