ଚନ୍ଦ୍ରଯାନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଚନ୍ଦ୍ରଯାନ-୧
Chandrayaan-1.jpg
ଚନ୍ଦ୍ରଯାନ-୧ର ନମୁନାଚିତ୍ର
ପରିଚାଳକ ଭାରତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା
COSPAR ID 2008-052A
SATCAT № 33405
ୱେବସାଇଟ isro.gov.in/Chandrayaan/htmls/home.htm
ମିସନ ଅବଧି Planned: 2 years
Achieved: 312 days
ମହାକାଶ ଯାନର ବିଶେଷତ୍ୱ
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ ୧,୩୮୦ kg (୩,୦୪୦ lb)
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ ୨୨ ଅକ୍ଟୋବର ୨୦୦୮
ରକେଟ୍ ପିଏସଏଲଭି-ସି୧୧
ଉତକ୍ଷେପଣ ସ୍ଥଳ

[ସତୀଶ ଧବନ ମହାକାଶ କେନ୍ଦ୍ର]

Launch pad = SHAR (Sriharikota high altitude range)
କଣ୍ଟ୍ରାକଟର ଈସ୍ରୋ
ମିସନ ସମାପ୍ତି
ଅଂତିମ ସମ୍ପର୍କ ୨୮ ଅଗଷ୍ଟ ୨୦୦୯
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ ଚନ୍ଦ୍ର କକ୍ଷପଥ
Periselene ୨୦୦ କି.ମି. (୧୨୦ mi)
Aposelene ୨୦୦ କି.ମି. (୧୨୦ mi)
Lunar orbiter
Orbital insertion 8 November 2008
Orbits 3,400 at EOM

Chandrayaan Program
Chandrayaan-2

ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ।୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା। ନଭେମ୍ବର ୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଏବଂ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିଲା।

ଇତିହାସ[ସମ୍ପାଦନା]

୨୦୦୩ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅଭିଭାଷଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରଯାନ ଅଭିଯାନ ସମ୍ବନ୍ଧରେ ଘୋଷଣା କରିଥିଲେ। ଚନ୍ଦ୍ରପୃଷ୍ଠକୁ ଭାରତର ଏକ ବୈଜ୍ଞାନିକ ଅଭିଯାନର ପରିକଳ୍ପନା ୧୯୯୯ ମସିହାରେ ପ୍ରଥମେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଭାରେ ହୋଇଥିଲା। ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଚନ୍ଦ୍ର ଅଭିଯାନ ପାଇଁ ବିଶଦ ବିଶ୍ଳେଷଣ ଏବଂ ଅଧ୍ୟୟନରୁ ଜଣାପଡିଥିଲା ଯେ ଇସ୍ରୋର ବୈଷୟିକ ଜ୍ଞାନ ଏଭଳି ଅଭିଯାନ ପାଇଁ ସମର୍ଥ ଅଟେ। ୨୦୦୩ ମସିହାରେ ପଦାର୍ଥ,ରସାୟନ,ମହାକାଶ ଭଳି ବିଭିନ୍ନ ବିଭାଗର ପାଖାପାଖି ୧୦୦ ଜଣ ବୈଜ୍ଞାନିକ ଚନ୍ଦ୍ର ଅଭିଯାନ ପାଇଁ ସହମତି ପ୍ରକାଶ କରିଥିଲେ। ଏବଂ ସେଇ ବର୍ଷ ନଭେମ୍ବରରେ ଭାରତ ସରକାର ଏହି ଅଭିଯାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ।

ଅଭିଯାନ କାଳକ୍ରମ[ସମ୍ପାଦନା]

  • ୨୨ ଅକ୍ଟୋବର ୨୦୦୮: ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଚନ୍ଦ୍ରଯାନର ପ୍ରକ୍ଷେପଣ କରାଯାଇଥିଲା।
  • ୨୩ ଅକ୍ଟୋବରରୁ ୪ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା।
  • ୮ ନଭେମ୍ବର ୨୦୦୮: ଅପରାହ୍ନ ୪ଟା ୫୧ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା।
  • ୯ ନଭେମ୍ବରରୁ ୧୨ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା।
  • ୧୪ ନଭେମ୍ବର ୨୦୦୮: ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହେଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା "ମୁନ୍ ଇମ୍ପାକ୍ଟ ପ୍ରୋବ"( ଚନ୍ଦ୍ରର ପୃଷ୍ଠଭୂମି ଏବଂ ବାୟୁମଣ୍ଡଳର ତଥ୍ୟ ସଂଗ୍ରହ ପାଇଁ ଇସ୍ରୋଦ୍ୱାରା ନିର୍ମିତ ସ୍ୱୟଂଚାଳିତ ଉପକରଣ)।
  • ୨୯ ଅଗଷ୍ଟ ୨୦୦୯: କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ହେଇପାରିଲା ନାହିଁ, ତେଣୁ ଆନୁଷ୍ଠାନିକ ଭାବେ ଏହି ଅଭିଯାନର ସମାପ୍ତି ଘୋଷଣା କରାଯାଇଥିଲା।

ଅଭିଯାନର ଲକ୍ଷ୍ୟ[ସମ୍ପାଦନା]

  • ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଯାନକୁ ଚନ୍ଦ୍ର କକ୍ଷପଥରେ ପହଞ୍ଚାଇ ପରିକ୍ରମଣ କରାଇବା।
  • ଚନ୍ଦ୍ରରେ ଜଳର ସନ୍ଧାନ।
  • ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ, ବିଶେଷ କରି ରସାୟନ ପଦାର୍ଥର ଅଧ୍ୟୟନ।

ଅର୍ଥବ୍ୟୟ[ସମ୍ପାଦନା]

ସମ୍ପୂର୍ଣ୍ଣ ଚନ୍ଦ୍ରଯାନ ମିସନରେ ପାଖାପାଖି ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା