ଚନ୍ଦ୍ରଯାନ-୨

ଉଇକିପିଡ଼ିଆ ରୁ
Jump to navigation Jump to search
ଚନ୍ଦ୍ରଯାନ-୨
Chandrayaan-2 lander and orbiter integrated stack.jpg
ଚନ୍ଦ୍ରଯାନ-୨ର ନମୁନାଚିତ୍ର
ମିସନ ପ୍ରକାରLunar orbiter, lander, rover
ପରିଚାଳକଭାରତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା
SATCAT №2019-042A
ୱେବସାଇଟisro.gov.in/chandrayaan2-home
ମିସନ ଅବଧିOrbiter: 1 year
ୱିକ୍ରମ ଲ୍ୟାଣ୍ଡର: <୧୫ ଦିନ [୧]
ପ୍ରଜ୍ଞାନ ରୋୱର: <୧୫ ଦିନ[୧]
ମହାକାଶ ଯାନର ବିଶେଷତ୍ୱ
ଉତ୍ପାଦକଇସ୍ରୋ
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ୩,୮୫୦ kg (୮,୪୯୦ lb)
Dry mass୧,୩୦୮ kg (୨,୮୮୪ lb)
ଶକ୍ତିଅରବିଟର୍ ୧୦୦୦ ୱାଟ୍.
ଲ୍ୟାଣ୍ଡର୍ ୬୫୦ ୱାଟ୍
ରୋଭର୍ ୫୦ୱାଟ୍ [୨]
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୨୨ ଜୁଲାଇ, ୨୦୧୯ [୩]
ରକେଟ୍ଜିଏସଏଲଭି ମାକ-୩
ଉତକ୍ଷେପଣ ସ୍ଥଳସତୀଶ ଧୱନ ମହାକାଶ କେନ୍ଦ୍ର ଦ୍ୱିତୀୟ ପ୍ରକ୍ଷେପଣ ପ୍ୟାଡ
କଣ୍ଟ୍ରାକଟରଈସ୍ରୋ
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀଚନ୍ଦ୍ର କକ୍ଷପଥ
Periselene୧୦୦ କି.ମି. (୬୨ mi)
Aposelene୧୦୦ କି.ମି. (୬୨ mi)
Lunar orbiter
Orbits3,400 at EOM
----
ଚନ୍ଦ୍ରଯାନ ଅଭିଯାନ
← ଚନ୍ଦ୍ରଯାନ-୧ ଚନ୍ଦ୍ରଯାନ-୩

ଚନ୍ଦ୍ରଯାନ-୨ ଇସ୍ରୋଦ୍ୱାରା ଘୋଷଣା କରାଯାଇଥିବା ଦ୍ୱିତୀୟ ଚନ୍ଦ୍ର ଅଭିଯାନ ।[୪] ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ଵାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ୩୮୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ମହାକାଶ ଯାନକୁ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଉତକ୍ଷେପଣ କରାଯାଇଥିଲା । ଏହି ଚନ୍ଦ୍ର ଅଭିଯାନରେ ମୁଖ୍ୟତଃ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏକ ଚନ୍ଦ୍ର କକ୍ଷଯାନ (ଅର୍ବିଟର), ଏକ ରୋଭର ଏବଂ ଏକ ଲ୍ୟାଣ୍ଡରର ବ୍ୟବହାର କରାଯାଇଛି । ୧୫ ଜୁଲାଇ ୨୦୧୯ ତାରିଖ ସକାଳ ୨ଟା ୫୧ ମିନିଟରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରିବା ପାଇଁ ଏହି ଯୋଜନା କରାଯାଇଥିଲା ।[୫] ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା ।[୬] ପରେ ଏହାକୁ ୨୨ ଜୁଲାଇ ସୋମବାର ଦିନ ୨ଟା ୪୩ ବେଳେ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା ।[୭][୮]

ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍‌ ପେଲୋଡ୍‌ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବ । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ରୋଭର କୁନେଇ ଲ୍ୟାଣ୍ଡରର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବ । ୬ଟି ଚକଯୁକ୍ତ ରୋଭର ଚନ୍ଦ୍ର ପୃଷ୍ଠରେ ଚଳପ୍ରଚଳ ହୋଇ ଚନ୍ଦ୍ର ପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବା । ଏହି ସମୟରେ ସେହି ଯାନ ଚନ୍ଦ୍ରପୃଷ୍ଠର ମାଟି କିମ୍ବା ଚଟାଣର ନମୁନା ମଧ୍ୟ ସଂଗ୍ରହ କରିବ । ଏହି ବିଶ୍ଳେଷଣର ଫଳାଫଳ ସଂପର୍କିତ ତଥ୍ୟ କକ୍ଷଯାନ ମାଧ୍ୟମରେ ପୃଥିବି ସ୍ଥିତ ଇସ୍ରୋର ଗବେଷଣାଗାରରେ ଉପଲବ୍ଧ ହେବ ।

ଇତିହାସ[ସମ୍ପାଦନା]

୧୨ ନଭେମ୍ବର ୨୦୦୭ରେ ଇସ୍ରୋ ସହ ଋଷୀୟ ଫେଡେରାଲ ସ୍ପେସ୍ ଏଜେନ୍ସି (ରୋସ୍କୋସମୋସ)ର ପ୍ରତିନିଧି ଦଳ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିଯାନରେ ମିଳିତ ଭାବେ କାମ କରିବା ନେଇ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା ।[୯] ଚୁକ୍ତିନାମା ଅନୁସାରେ ଚନ୍ଦ୍ରଯାନ-୨ର ଦୁଇ ମୁଖ୍ୟ ଅଂଶ ଯଥା ଅର୍ବିଟର ତଥା ରୋଭର ଡିଜାଇନ କରିବା ଦାୟିତ୍ୱ ଇସ୍ରୋ ଉପରେ ଥିଲାବେଳେ ଏବଂ ଋଷୀୟ ଏନ୍ତରୀକ୍ଷ ଏଜେନ୍ସି ଉପରେ ଲ୍ୟାଣ୍ଡର ନିର୍ମାଣର ଦାୟିତ୍ୱ ଥିଲା । ୧୮ ସେପ୍ଟେମ୍ବର ୨୦୦୮ ଦିନ ତତ୍କାଳୀନ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପରୀକ୍ଷଣ ନିମିତ୍ତ ସ୍ଵୀକୃତି ଦେଇଥିଲେ । ଅନ୍ତରୀକ୍ଷ ଯାନର ପରିକଳ୍ପନା ଉଭୟ ଦେଶର ବୈଜ୍ଞାନିକଙ୍କ ମିଳିତ ଜ୍ଞାନକୌଶଳରେ ଅଗଷ୍ଟ ୨୦୦୯ ମସିହାରେ ସଂପୂର୍ଣ୍ଣ ହୋଇସାରିଥିଲା । ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ପରୀକ୍ଷଣର ସମସ୍ତ ପ୍ରସ୍ତୁତି ଅନ୍ତିମ ସ୍ତରରେ ପହଞ୍ଚିବା ପରେ ୨୦୧୩ ମସିହାରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ୨୦୧୬ ମସିହା ନିମିତ୍ତ ପୁନର୍ନିର୍ଦ୍ଧାରଣ କରାଯାଇଥିଲା । ଋଷୀୟ ବୈଜ୍ଞାନିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଲ୍ୟାଣ୍ଡର ନିର୍ମାଣ ନକରିପାରିବାରୁ ଏହି ପଦକ୍ଷେପ ନିଆଯାଇଥିଲା । ଏହାପରେ ଋଷୀୟ ଅନ୍ତରୀକ୍ଷ ଏଜେନ୍ସିକୁ ଏହି କାର୍ଯ୍ୟକ୍ରମରୁ ଅଲଗା କରି ଚନ୍ଦ୍ରଯାନର ସମସ୍ତ ପ୍ରସ୍ତୁତି ଇସ୍ରୋଦ୍ଵାରା ସ୍ଵତନ୍ତ୍ର ଭାବେ କରାଯାଇଥିଲା ।[୧୦]

ଅଭିଯାନ କାଳକ୍ରମ[ସମ୍ପାଦନା]

ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୨୦୧୮ ମାର୍ଚ୍ଚରେ ହେବାକୁ ଇସ୍ରୋ ପ୍ରଥମେ ସ୍ଥିରକାରିଥିଲା । ପରେ ସେହିବର୍ଷ ଏପ୍ରିଲ ଓ ପରେ ଅକ୍ଟୋବରକୁ ଘୁଞ୍ଚିଥିଲା ।[୧୧][୧୨][୧୩] ୨୦୧୮ ଜୁନ ୧୯ରେ ଏକ ବୈଷୟିକ ସମୀକ୍ଷା ପରେ ୨୦୧୯ ମଧ୍ୟଭାଗରେ ଚନ୍ଦ୍ର ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୁଣି ୨୦୧୯ ଫେବୃଆରୀରେ ପରୀକ୍ଷଣ ବେଳେ ଲ୍ୟାଣ୍ଡରର ଦୁଇଟି ଗୋଡରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଶେଷରେ ୨୦୧୯ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଉତକ୍ଷେପଣ କରାଯିବାକୁ ସ୍ଥିର କରାଯାଇଥିଲା । ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବାର କାର୍ଯ୍ୟକ୍ରମ ରହିଥିଲା।[୧୪] ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା । [୧୫][୧୬] ପରେ ଏହାକୁ ୨୨ ଜୁଲାଇ ସୋମବାର ଦିନ ୨ଟା ୪୩ ବେଳେ ପ୍ରକ୍ଷେପଣ କରାଯାଇଥିଲା ।[୭][୮]

ଅଭିଯାନର ଲକ୍ଷ୍ୟ[ସମ୍ପାଦନା]

  • ବାୟୁଶୂନ୍ୟ ପରିବେଶ, ସୂକ୍ଷ୍ମ ମାଧ୍ୟାକର୍ଷଣ ବଳ ଏବଂ ପାଉଁଶ ପରି ଭୂମିପୃଷ୍ଠରେ ମୁନ୍-ଲ୍ୟାଣ୍ଡର୍‌କୁ ଅବତରଣ କରିବା ଅତୀବ ଜଟିଳ ପ୍ରକ୍ରିୟା । ଏହାକୁ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କୁହାଯାଏ । ଏପର୍ଯ୍ୟନ୍ତ ଆମେରିକା, ଋଷିଆ ଏବ୍ଂ ପରେ ଚୀନ୍ ଚନ୍ଦ୍ରପୄଷ୍ଠରେ ଅବତରଣ କରିବାରେ ସଫଳ ହୋଇଛନ୍ତି । ଇସ୍ରାଇଲଦ୍ୱାରା ଚନ୍ଦ୍ର ଅଭିଯାନ କରାଯାଇଥିଲେ ମଧ୍ଧ୍ୟ ଚନ୍ଦ୍ରପୄଷ୍ଠରେ ଅବତରଣ କରିବାରେ ବିଫଳ ହୋଇଥିଲା ।[୧୭] ତେଣୁ ସଫ୍ଟ ଲ୍ୟାଣ୍ଡିଙ୍ଗର ବୈଷୟିକ ଜ୍ଞାନ କୌଶଳ ବିକାଶ କରିବା ଏବଂ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଯାନକୁ ଚନ୍ଦ୍ରରେ ପହଞ୍ଚାଇ ଚନ୍ଦ୍ରଯାନ ପରୀକ୍ଷଣକୁ ସଫଳ କରିବା ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ।
  • ଚନ୍ଦ୍ରପୃଷଠରେ ଜଳର ସନ୍ଧାନ ନେଇ ଅଧିକ ପରୀକ୍ଷଣ ତଥା ଗବେଷଣା ନିମିତ୍ତ ତଥ୍ୟ ସଂଗ୍ରହ କରିବା ।
  • ଚନ୍ଦ୍ରପୃଷ୍ଠର ବିଶ୍ଳେଷଣ, ବିଶେଷ କରି ସେଠାରେ ଥିବା ବିଭିନ୍ନ ରସାୟନ ପଦାର୍ଥ ତଥା ଖଣିଜ ସମ୍ପଦର ଅନୁସନ୍ଧାନ ନିମିତ୍ତ ତଥ୍ୟ ସଂଗ୍ରହ କରିବା ।
  • ଚନ୍ଦ୍ରର ଉତ୍ପତ୍ତିର ସମ୍ବଦ୍ଧିତ ତଥ୍ୟ ସଂଗ୍ରହ କରିବା ।

ଅର୍ଥବ୍ୟୟ[ସମ୍ପାଦନା]

ଏହି ମିଶନରେ ଜୁନ ୨୦୧୯ ପର୍ଯ୍ୟନ୍ତ ସମୂଦାୟ ୯୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।[୧୮] ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍‌ଭି ଏମ୍‌କେ-୩’ ରକେଟ୍‌ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସଂରଚନା[ସମ୍ପାଦନା]

୩୮୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ମହାକାଶ ଯାନକୁ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ପଠାଯିବାର କାର୍ଯ୍ୟକ୍ରମ କରାଯାଇଛି । ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ ପୃଥିବୀ ପୃଷ୍ଠରୁ ୧୮୨ କିଲୋମିଟର ଉର୍ଦ୍ଧ୍ୱରେ (୧୭୦ x ୩୯୧୨୦ କିଲୋମିଟର ଅଣ୍ଡାକୃତି ପଥ) ୨୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିବ ।[୧୯][୨୦][୨୧] ଏହି ସମୟରେ ଚନ୍ଦ୍ରଯାନର ସର୍ବାଧିକ ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ଘଣ୍ଟା ପ୍ରତି ୩ କିମି ରହିବ । ଏହି ସମୟରେ ଧୀରେ ଧୀରେ ଚନ୍ଦ୍ରଯାନର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ କରାଯାଇ ୧.୦୫ ଲକ୍ଷ୍ୟ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ।  ୨୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରି ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବରେ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବ । ୭ ଦିନ ପରେ (ଉତକ୍ଷେପଣର ୩୦ ଦିନ ପରେ) ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବ ଏବଂ ୧୦୦X୧୦୦ କିଲୋମିଟରର ବୃତ୍ତାକାର ପଥରେ ଚନ୍ଦ୍ରର ପରିକ୍ରମା କରିବ ।[୨୧] କ୍ରମଶଃ ୪୩ ଦିନ କରି ଚନ୍ଦ୍ରଯାନ ଲ୍ୟାଣ୍ଡର୍‌, ଅର୍ବିଟର୍‌ରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠର ନିକଟତର ହେବ । ଏହି ସମୟରେ ଏହାର ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ସେକେଣ୍ଡ ପ୍ରତି ଏକ କିଲୋମିଟର ରହିବ।

ଚନ୍ଦ୍ରଯାନ-୧ରେ ୨ଟି ଯନ୍ତ୍ରାଶଂ ବା ମଡ୍ୟୁଲ (ମୁନ୍-ଅର୍ବିଟର୍‌ ଓ ଇମ୍ପାକ୍ଟର୍) ଥିବା ବେଳେ ଚନ୍ଦ୍ରଯାନ-୨ରେ ସମୂଦାୟ ୩ଟି ଅଂଶ ବା ମଡ୍ୟୁଲ ରହିଛି । ସେଗୁଡିକ ହେଉଛି ମୁନ୍-ଅର୍ବିଟର୍‌, ମୁନ୍-ଲ୍ୟାଣ୍ଡର୍‌-ବିକ୍ରମ ଓ ମୁନ୍-ରୋବର୍‌-ପ୍ରଜ୍ଞାନ । ଅବତରଣ କରିବା ପରେ ମୁନ୍-ଲ୍ୟାଣ୍ଡରର ଅନ୍ତଃଗର୍ଭରେ ଥିବା ସ୍ୱଃଚାଳିତ ରୋବଟ୍ ମୁନ୍-ରୋବର୍‌ (ପ୍ରଜ୍ଞାନ) ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିବ ।

ମୁନ୍-ଅର୍ବିଟର୍‌

ଅର୍ବିଟର୍‌[ସମ୍ପାଦନା]

ଚନ୍ଦ୍ରଯାନ-୨ର ଅର୍ବିଟର୍ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚରେ ରହି ଚନ୍ଦ୍ରର ପରିକ୍ରମା କରିବ । ଏହାର ଓଜନ ପାଖାପାଖି ୨,୩୭୯ କେଜି । ଏଥିରେ ଲାଗିଥିବା ଉଚ୍ଚ କ୍ଷମତାସମ୍ପର୍ଣ୍ଣ କ୍ୟାମେରାଦ୍ୱାରା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଙ୍ଗ୍ ସ୍ଥଳର ଫୋଟ ଉତ୍ତୋଳନ କରିବ । ଏହାକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ଦ୍ୱାରା ନିର୍ମାଣ କରାଯାଇଛି । ଅର୍ବିଟର ମହାକାଶରୁ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ୍, କ୍ୟାଲସିୟମ୍ ଓ ଲୌହ ଭଳି ଶିଳା ସୃଷ୍ଟିକାରୀ ତତ୍ତ୍ୱ ସହ ଜଳ, ଖଣିଜ ପଦାର୍ଥ ଓ ହିଲିୟମ୍-୩ର ସନ୍ଧାନ କରିବ । ଏଥିସହ ଚନ୍ଦ୍ରର ବାହ୍ୟମଣ୍ଡଳ ବା ଏକ୍ସୋସ୍ଫିୟରର ମଧ୍ୟ ଅନୁଧ୍ୟାନ କରିବ । ଅର୍ବିଟର୍ , ଲ୍ୟାଣ୍ଡର୍ ଓ ରୋଭର୍ ସଂଗ୍ରହ କରିଥିବା ଫଟୋ ଓ ତଥ୍ୟ ରେଡିଓ ତରଙ୍ଗ ସାହାଯ୍ୟରେ ପୃଥିବୀକୁ ପଠାଇବେ ।[୨୨]

ଲ୍ୟାଣ୍ଡର୍‌-ବିକ୍ରମ[ସମ୍ପାଦନା]

ଭାରତର ମହାକାଶ ବିଜ୍ଞାନର ଜନକ ବିକ୍ରମ ସରାଭାଇଙ୍କ ସମ୍ମାନରେ ମୁନ୍-ଲ୍ୟାଣ୍ଡର୍‌କୁ ନାମିତ କରାଯାଇଛି । ଅର୍ବିଟର୍‌ ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବା ବେଳେ ମୁନ୍-ଲ୍ୟାଣ୍ଡର୍‌ (ବିକ୍ରମ) ଅର୍ବିଟରରୁ ଅଲାଗା ହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଅବତରଣ କରିବା ପୁର୍ବରୁ ଲ୍ୟାଣ୍ଡର୍‌ ସମସ୍ତ ଉପକରଣର ସ୍ୱତଃପରୀକ୍ଷଣ କରିବ । ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ (୭୦.୯  ଡିଗ୍ରୀ ଦକ୍ଷିଣ ଓ ୨୨.୭ ଡିଗ୍ରୀ ପୂର୍ବ) ଗ୍ରହାଣୁ ମାଡ଼ ଯୋଗୁଁ ସୃଷ୍ଟି ହୋଇଥିବା ଦୁଇଟି ଗର୍ତ୍ତ ମାଞ୍ଜିନସ୍-ସି ଓ ସିମ୍ପଲିୟସ୍-ଏନ୍‌ରେ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବତରଣ କରିବ । ଅକ୍ଟୋବର ୨୦୧୬ରେ କର୍ଣାଟକର ଛାଲାକେରେ ସ୍ଥାନରେ ଲ୍ୟାଣ୍ଡରର ସମାନାନ୍ତର ମଡେଲକୁ ପରୀକ୍ଷଣ କରାଯାଇଥିଲା । ପାଖାପାଖି ୧୦ଟି ବିରାଟ ଗର୍ତ୍ତରେ ଏହି ମଡେଲର ଲ୍ୟାଣ୍ଡ କରିବାର ଦକ୍ଷତାକୁ ଅନୁଧ୍ୟାନ କରାଯାଇଥିଲା । ଲ୍ୟାଣ୍ଡର୍‌ ଏବଂ ଅନ୍ତଃଗର୍ଭରେ ଥିବା ସ୍ୱଃଚାଳିତ ରୋବଟ୍ (ରୋଭର)ର ଓଜନ ପାଖାପାଖି ୧୪୭୧ କିଗ୍ରା ହେବ । ଚନ୍ଦ୍ରପୃଷ୍ଠରେ ଅବତୀର୍ଣ୍ଣ ହେବାପରେ ଲ୍ୟାଣ୍ଡର ବିକ୍ରମର କାମ ଚନ୍ଦ୍ରକମ୍ପ ଚିହ୍ନଟ କରିବା ଓ ଚନ୍ଦ୍ରପୃଷ୍ଠର ୧୦ ସେଣ୍ଟିମିଟର ଯାଏଁ ତାପମାତ୍ରା ଓ ତାପ ପରିବହନ କ୍ଷମତା ପରୀକ୍ଷା କରିବା ।  ଏହି ତଥ୍ୟର ଅନୁଶୀଳନ ଚନ୍ଦ୍ରର ଉତ୍ପତ୍ତିର ରହସ୍ୟ ଉନ୍ନମୋଚନ କରିବାରେ ସାହାଯ୍ୟ କରିବ ।[୨୩]

ରୋଭର୍‌-ପ୍ରଜ୍ଞାନ ଲ୍ୟାଣ୍ଡର୍‌-ବିକ୍ରମରେ ଚଢ଼ିବାର ଦୃଶ୍ୟ

ରୋବର୍‌-ପ୍ରଜ୍ଞାନ[ସମ୍ପାଦନା]

ଏହି ମିଶନରେ ରୋବଟିକ ରୋଭରଟିର ନାମ ପ୍ରଜ୍ଞାନ ରଖାଯାଇଛି ।  ଏହା ସୌର ଶକ୍ତିଦ୍ୱାରା ପରିଚାଳିତ ଏବଂ ଏହାର ଓଜନ ପାଖାପାଖି ୨୭ କିଗ୍ରା । ୬ଟି ଚକ ବିଶିଷ୍ଟ ଏହି ରୋଭରଟି ୧ ସେଣ୍ଟିମିଟର ପ୍ରତି ସେକେଣ୍ଡ ବେଗରେ ପ୍ରାୟ ୫୦୦ ମିଟର ଯାତ୍ରା କରିବ । ଏହି ସମୟରେ ଅନେକ ବୈଜ୍ଞାନିକ ପରୀକ୍ଷଣ କରି ଏହାର ତଥ୍ୟକୁ ଲ୍ୟାଣ୍ଡର୍‌-ବିକ୍ରମକୁ ପ୍ରେରଣ କରିବ ।  ଲ୍ୟାଣ୍ଡର୍‌-ବିକ୍ରମ ପୁଣି ସେହି ତଥ୍ୟକୁ ଅର୍ବିଟର୍‌ ପୃଥିବୀକୁ ପ୍ରେରଣ କରିବ । ଚନ୍ଦ୍ରପୃଷ୍ଠରୁ ପୃଥିବୀ ପୃଷ୍ଠକୁ ତଥ୍ୟ ପହଞ୍ଚିବାକି ପାଖାପାଖି ୨ ସେକେଣ୍ଡ ସମୟ ଲାଗିବ ।[୨୪]

କାର୍ଯ୍ୟକାଳ ଅବଧି[ସମ୍ପାଦନା]

ଧାର୍ଯ୍ୟ ଅବଧି ଅନୁସାରେ ଅର୍ବିଟର୍‌ର ଆୟୁ ୧ ବର୍ଷ, ଲ୍ୟାଣ୍ଡର୍‌ ବିକ୍ରମର ଆୟୁ ୧୪-୧୫ ଦିନ ଏବଂ ରୋବର୍‌ ପ୍ରଜ୍ଞାନର ଆୟୁ ୧୪-୧୫ ଦିନ ରଖାଯାଇଛି । ସୌର ଶକ୍ତି ସଂପନ୍ନ ରୋବରଟି ଧାର୍ଯ୍ୟ ସମୟରୁ ଅଧିକା ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Nair, Avinash (31 May 2015). "ISRO to deliver "eyes and ears" of Chandrayaan-2 by 2015-end". The Indian Express. Retrieved 7 August 2016.
  2. Nair, Avinash (24 July 2019). "Chandrayaan 2". The Indian Express. Retrieved 24 July 2019.
  3. "CHANDRAYAAN -2 LAUNCH RESCHEDULED ON 22ND JULY, 2019, AT 14:43 HRS". Indian Space Research Organisation. July 18, 2019. Retrieved July 18, 2019.
  4. "BHUBANESWAR Page: 2 - Pragativadi Epaper: Odia Epaper|Today Odia News Paper Online". Pragativadi Epaper: Odia Epaper|Today Odia News Paper Online. Retrieved 2019-07-15.
  5. Jun 10, Chethan Kumar. "ISRO: Chandrayaan-2 nearly ready for July launch | India News - Times of India". The Times of India (in ଇଂରାଜୀ). Retrieved 14 July 2019. Text " TNN " ignored (help); Text " Updated: " ignored (help)
  6. "ଚନ୍ଦ୍ରଯାନ-୨ରେ ଯାନ୍ତ୍ରିକ ତ୍ରୁଟି : ସ୍ଥଗିତ ରହିଲା ଉତ୍‌କ୍ଷେପଣ". Sambad (in ଇଂରାଜୀ). 2019-07-14. Retrieved 2019-07-15.
  7. ୭.୦ ୭.୧ ISRO (2019-07-18). "Chandrayaan 2 is ready to take a billion dreams to the Moon — now stronger than ever before! Join us for the launch on Monday — 22 July, 2019 — at 2:43 PM IST. #Chandrayaan2 #GSLVMkIII #ISROpic.twitter.com/4ybFcHNkq6". @isro (in ଇଂରାଜୀ). Retrieved 2019-07-20. line feed character in |title= at position 160 (help)
  8. ୮.୦ ୮.୧ Reel, HomeVideosNews. "India successfully launches moon mission Chandrayaan 2 : News Reel: Business Today". www.businesstoday.in. Retrieved 2019-07-23.
  9. "India, Russia to expand n-cooperation, defer Kudankulam deal : International". web.archive.org. 13 January 2014. Retrieved 14 July 2019.
  10. "India's Chandrayaan-2 Moon Mission Likely Delayed After Russian Probe Failure". Asian Scientist Magazine | Science, technology and medical news updates from Asia. 6 February 2012. Retrieved 14 July 2019.
  11. "ଏପ୍ରିଲରେ ଚନ୍ଦ୍ରଯାନ-୨ ପ୍ରେରଣ". Odisha Update (in od). Retrieved 2019-07-15.CS1 maint: Unrecognized language (link)
  12. "ବନ୍ଦ ରହିଲା ଚନ୍ଦ୍ରଯାନ- ୨ ପ୍ରେରଣ". THE KALINGA SAMAJA (in ଇଂରାଜୀ). 2018-03-25. Retrieved 2019-07-15.
  13. jhbtvnews. "ଚଳିତ ବର୍ଷ ପୂରଣ ହୋଇପାରିବ ନାହିଁ ଚନ୍ଦ୍ରଯାନ-୨ ମିସନ – JHB TV" (in ଇଂରାଜୀ). Retrieved 2019-07-15.
  14. "Khabar Odisha: National odisha chandrayaan 2 mission countdown starts know all about it". m.khabarodisha.com. Retrieved 2019-07-15.
  15. "ଚନ୍ଦ୍ରଯାନ-୨ରେ ଯାନ୍ତ୍ରିକ ତ୍ରୁଟି : ସ୍ଥଗିତ ରହିଲା ଉତ୍‌କ୍ଷେପଣ". Sambad (in ଇଂରାଜୀ). 2019-07-14. Retrieved 2019-07-15.
  16. "PRESS RELEASE ON CHANDRAYAAN-2 - ISRO". www.isro.gov.in. Retrieved 15 July 2019.
  17. "ନିଜର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଚନ୍ଦ୍ର ଅଭିଯାନର ସଫଳତା କାମନା କଲା ଇସ୍ରାଏଲ". Sambad (in ଇଂରାଜୀ). 2019-04-14. Retrieved 2019-07-15.
  18. "'ଚନ୍ଦ୍ରଯାନ-୨' ପ୍ରକ୍ଷେପଣ ପାଇଁ ଭାରତ ପ୍ରସ୍ତୁତ, ସୋମବାର ଭୋର୍‌ ୨ଟା ୫୧ରେ ପ୍ରକ୍ଷେପଣ". Sambad (in ଇଂରାଜୀ). 2019-07-13. Retrieved 2019-07-15.
  19. "BHUBANESWAR - Pragativadi Epaper: Odia Epaper|Today Odia News Paper Online". Pragativadi Epaper: Odia Epaper|Today Odia News Paper Online. Retrieved 2019-07-23.
  20. "India Successfully Launches Chandrayaan-2, Aims to Become First to Probe Lunar South Pole". News18. Retrieved 2019-07-23.
  21. ୨୧.୦ ୨୧.୧ Desk, The Hindu Net (2019-07-22). "Chandrayaan-2 launch live: spacecraft successfully placed in orbit". The Hindu (in ଇଂରାଜୀ). ISSN 0971-751X. Retrieved 2019-07-23.
  22. "Chandrayaan2 Spacecraft - ISRO". www.isro.gov.in. Retrieved 2019-07-15.
  23. "Chandrayaan2 Spacecraft - ISRO". www.isro.gov.in. Retrieved 2019-07-15.
  24. "Chandrayaan2 Spacecraft - ISRO". www.isro.gov.in. Retrieved 2019-07-15.