ମଙ୍ଗଳଯାନ

ଉଇକିପିଡ଼ିଆ ରୁ
Jump to navigation Jump to search
ମଙ୍ଗଳ କକ୍ଷପଥ ଅଭିଯାନ
Mars Orbiter Mission - India - ArtistsConcept.jpg
ମଙ୍ଗଳ ଗ୍ରହର କକ୍ଷପଥରେ ମଙ୍ଗଳଯାନର କଳ୍ପନାଚିତ୍ର
ମିସନ ପ୍ରକାର ମଙ୍ଗଳ ପରିକ୍ରମଣ ଯାନ
ପରିଚାଳକ ଈସ୍ରୋ
ୱେବସାଇଟ ମାର୍ସ ଓର୍ବିଟୋର୍ ମିସନ୍
ମହାକାଶ ଯାନର ବିଶେଷତ୍ୱ
ଉତ୍ପାଦକ ଈସ୍ରୋ ଉପଗ୍ରହ କେନ୍ଦ୍ର
ଶକ୍ତି ସୌର ଶକ୍ତି
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ ୫ ନଭେମ୍ବର ୨୦୧୩
ରକେଟ୍ ପିଏସଏଲଭି-ସି୨୫
ଉତକ୍ଷେପଣ ସ୍ଥଳ ସତୀଶ ଧବନ ମହାକାଶ କେନ୍ଦ୍ର ଏଫ୍ଏଲପି
କଣ୍ଟ୍ରାକଟର ଈସ୍ରୋ
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ ମଙ୍ଗଳକେନ୍ଦ୍ରୀୟ
ମଙ୍ଗଳ orbiter
Orbital insertion ୨୪ ସେପ୍ଟେମ୍ବର ୨୦୧୪
(ଯୋଜନାବଦ୍ଧ)
ଉପକରଣମାନ
ମିଥେନ ସେନ୍ସର, ଥର୍ମାଲ ଇଁଫ୍ରାରେଡ ସ୍ପେକ୍ଟୋମିଟର,ମାର୍ସ କଲର କ୍ୟାମେରା,ଲମେନ ଆଲ୍ଫା ଫୋଟୋମିଟର, ଇତ୍ୟାଦି।

ମଙ୍ଗଳଯାନ ମଙ୍ଗଳ ଅଭିମୁଖେ ଭାରତର ପ୍ରଥମ ଅଭିଯାନ।୨୦୧୩ ମସିହା ନଭେମ୍ବର ୫ ତାରିଖ ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା। ପୃଥିବୀ କକ୍ଷପଥରେ ପାଖାପାଖି ଏକ ମାସ ସମୟ ଅତିବାହିତ କଲାପରେ ୩୦ ନଭେମ୍ବର ୨୦୧୩ରେ ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।ଦୀର୍ଘ ୨୯୮ ଦିନର ଯାତ୍ରା ପରେ ୨୪ ସେପ୍ଟେମ୍ବର ୨୦୧୪ରେ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷପଥରେ ଅନୁପ୍ରବେଶ କରି ମଙ୍ଗଳଯାନ ଆନ୍ତର୍ଗ୍ରହ ମହାକାଶ ଯାତ୍ରା ଇତିହାସରେ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଥିବା ପ୍ରଥମ ଅଭିଯାନର ଖ୍ୟାତି ଲାଭ କଲା।

ଈତିହାସ[ସମ୍ପାଦନା]

ମଙ୍ଗଳ ଗ୍ରହକୁ ଭାରତର ମହାକାଶ ଅଭିଯାନ ବିଷୟରେ ପ୍ରଥମେ ୨୩ ନଭେମ୍ବର ୨୦୦୮ରେ ତତ୍କାଳୀନ ଇସ୍ରୋ ଅଧ୍ୟକ୍ଷ ଜି. ମାଧବନ ନାୟାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ୨୦୦୮ରେ ଚନ୍ଦ୍ରଯାନ-୧ର ସଫଳ ଉତକ୍ଷେପଣ ପରେ ଇସ୍ରୋଦ୍ୱାରା ମଙ୍ଗଳଯାନ ସମ୍ବନ୍ଧରେ ବିଭିନ୍ନ ଅନୁଧ୍ୟାନ କରାଗଲା ଓ ପରେ ୩ ଅଗଷ୍ଟ ୨୦୧୨ରେ ଏହି ପ୍ରକଳ୍ପଟି ଭାରତ ସରକାରଙ୍କଦ୍ୱାରା ଗୃହୀତ ହୋଇଥିଲା। ୫ ଅଗଷ୍ଟ ୨୦୧୩ରେ ସି-୨୫ ନାମରେ ନାମିତ କରାଯାଇଥିବା ପିଏସଏଲଭି ଉତକ୍ଷେପଣ ଯାନର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ବାଙ୍ଗାଲୋରରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଉପଗ୍ରହ କେନ୍ଦ୍ରରେ ୫ଟି ବୈଜ୍ଞାନିକ ଉପକରଣ ଗୁଡିକୁ ମହାକାଶଯାନରେ ସଂଯୋଗ କରାଯାଇ ୨ ଅକ୍ଟୋବର ୨୦୧୩ରେ ଶ୍ରୀହରିକୋଟାକୁ ପଠାଗଲା। ପ୍ରଶାନ୍ତ ମହାସାଗରରେ ଖରାପ ପାଣିପାଗ ଯୋଗୁଁ ୨୮ ଅକ୍ଟୋବର ୨୦୧୩ ପରିବର୍ତ୍ତେ ୫ ନଭେମ୍ବର ୨୦୧୩ରେ ମଙ୍ଗଳଯାନର ଉତକ୍ଷେପଣ କରାଯାଇଥିଲା।

ଅଭିଯାନ କାଳକ୍ରମ[ସମ୍ପାଦନା]

  • ୫ ନଭେମ୍ବର ୨୦୧୩: ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ଦ୍ୱାରା ମଙ୍ଗଳଯାନର ପ୍ରକ୍ଷେପଣ କରାଯାଇଥିଲା। ଅପରାହ୍ନ ୩ଟା ୨୦ ବେଳକୁ ପିଏସଏଲଭି-ସି୨୫ର ୪ର୍ଥ ପର୍ଯ୍ୟାୟର ପୃଥକୀକରଣ ପରେ ଯାନଟି ପୃଥିବୀ କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇ ନିଜର କାମ ଆରମ୍ଭ କରିଥିଲା।
  • ୫ ନଭେମ୍ବରରୁ ୧ ଡିସେମ୍ବର ୨୦୧୩: ଏହି ୨୫ ଦିନରେ ମଙ୍ଗଳଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା।
  • ୧ ଡିସେମ୍ବର ୨୦୧୩: ମଧ୍ୟରାତ୍ରି ୦୦:୪୯ ସମୟରେ ମଙ୍ଗଳଯାନକୁ ପୃଥିବୀ କକ୍ଷପଥରୁ ବାହାର କରି ମଙ୍ଗଳ ଅଭିମୁଖୀ ଯାତ୍ରାପଥରେ (ମାର୍ସ ଟ୍ରାନ୍ସଫର ଟ୍ରାଜେକ୍ଟରି) ପ୍ରବେଶ କରାଗଲା, ଏହି ପ୍ରକ୍ରିୟାକୁ ଟ୍ରାନ୍ସ-ମାର୍ସ ଇଂଞ୍ଜେକ୍ସନ କୁହାଯାଏ।

ଅର୍ଥବ୍ୟୟ[ସମ୍ପାଦନା]

ସମ୍ପୂର୍ଣ୍ଣ ମଙ୍ଗଳଯାନ ମିସନରେ ପାଖାପାଖି ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବିଶ୍ୱରେ ଏଯାବତ୍ ହୋଇଥିବା ସମସ୍ତ ମଙ୍ଗଳ ଅଭିମୁଖୀ ଅଭିଯାନ ମଧ୍ୟରେ ଏହା ସବୁଠାରୁ କମ୍ ବ୍ୟୟବହୁଳ ଅଭିଯାନ ଭାବେ ପରିଚିତ।

ଅଭିଯାନର ଲକ୍ଷ୍ୟ[ସମ୍ପାଦନା]

  • ଆନ୍ତର୍ଗ୍ରହ ମହାକାଶ ଯାତ୍ରାର ଯୋଜନା ଓ ପରିଚାଳନା ପାଇଁ ସ୍ୱଦେଶୀ ବୈଷୟିକ ଜ୍ଞାନ-କୌଶଳର ବିକାଶ।
  • ମିଥେନ ଓ ଅଙ୍ଗାରକାମ୍ଳ ସମେତ ମଙ୍ଗଳ ଗ୍ରହର ବାୟୁମଣ୍ଡଳର ଅନୁଧ୍ୟାନ।