ବିଶ୍ୱନାଥ ପ୍ରତାପ ସିଂହ
ବିଶ୍ୱନାଥ ପ୍ରତାପ ସିଂହ | |
---|---|
୭ମ ଭାରତୀୟ ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦ | |
Deputy | ଚୌଧୁରୀ ଦେବୀଲାଲ (until 1 November 1990) |
ପୂର୍ବ ଅଧିକାରୀ | ରାଜୀବ ଗାନ୍ଧୀ |
ପର ଅଧିକାରୀ | ଚନ୍ଦ୍ର ଶେଖର |
ସନ୍ତକ |
ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ। ସିଂହ ରାଜୀବ ଗାନ୍ଧୀଙ୍କୁ ହରେଇ ଭାରତର ଅଷ୍ଟମ ପ୍ରଧାନମନ୍ତ୍ରୀ ହେଇଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୧]୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନ ସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକ ସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୨][୩]
ପାରିବାରିକ ଜୀବନ
[ସମ୍ପାଦନା]୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୪]
ପ୍ରଧାନମନ୍ତ୍ରୀ ପଦ
[ସମ୍ପାଦନା]୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।