Jump to content

ଫୁରୋସେମାଇଡ

ଉଇକିପିଡ଼ିଆ‌ରୁ
(Furosemideରୁ ଲେଉଟି ଆସିଛି)
ଫୁରୋସେମାଇଡ (INN, BAN)
Clinical data
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral, IV, IM
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability43-69%
    Metabolismhepatic and renal glucuronidation
    Onset of action30 to 60 min (PO), 5 min (IV)[୧]
    Elimination half-lifeup to 100 minutes
    Excretionrenal 66%, biliary 33%
    Identifiers
    • 4-chloro-2-[(furan-2-ylmethyl)amino]- 5-sulfamoylbenzoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.185 Edit this at Wikidata
    Chemical and physical data
    FormulaC12H11ClN2O5S
    Molar mass330.745 g/mol
    3D model (JSmol)
    • O=S(=O)(N)c1c(Cl)cc(c(C(=O)O)c1)NCc2occc2
    • InChI=1S/C12H11ClN2O5S/c13-9-5-10(15-6-7-2-1-3-20-7)8(12(16)17)4-11(9)21(14,18)19/h1-5,15H,6H2,(H,16,17)(H2,14,18,19) checkY
    • Key:ZZUFCTLCJUWOSV-UHFFFAOYSA-N checkY
      (verify)

    , ଫୁରୋସେମାଇଡ,ବିକ୍ରୟ ନାମ ଲାସିକ୍ସ, ଏକ ଔଷଧ ଯାହା ହୃଦ୍‌ରୋଧ, ସିରୋସିସ, ବୃକ୍‌କ ରୋଗମାନଙ୍କରେ ହେଉଥିବା ଶୋଫ (ଜମିଥିବା ତରଳ ପଦାର୍ଥ)ର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୧] ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ । ଔଷଧର ପରିମାଣ ରୋଗୀ ଉପରେ ନିର୍ଭର କରେ । ଏହା ଶିରାଭ୍ୟନ୍ତରରେ ବା ପାଟିରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ଏହା ୫ ମିନିଟ ମଧ୍ୟରେ ଓ ପାଟିରେ ଦେଲେ ଏକ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହୁଏ । [୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସ ଓ ସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍‌କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।[୧]

    ସନ ୧୯୬୨ରେ ଫୁରୋସେମାଇଡ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ପୃଥିବୀରେ ଏହା ହୋଲସେଲ ମୂଲ୍ୟ ଦୈନିକ ୦.୦୦୪ରୁ ୦.୦୨ ଆମେରକୀୟ ଡଲାର ।[୪] ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଯାହାର ମୂଲ୍ୟ ଦିନ‌କୁ ପ୍ରାୟ ୦.୧୫ ଡଲାର ।[୧] ବିଶ୍ୱ ଆଣ୍ଟ-ଡୋପିଙ୍ଗ ଏଜେନ୍ସିର ନିଷିଦ୍ଧ ଔଷଧ ମଧ୍ୟରେ ଏହାର ନାମ ଅଛି ଯେହେତୁ ଏହାଦ୍ୱାରା ଅନ୍ୟ ଔଷଧର କାମ ଲୁଚିଯାଏ (mask) ।[୫] ଘୋଡ଼ାମାନଙ୍କର ବ୍ୟାୟାମ ଜନିତ ଫୁସଫୁସ ରକ୍ତସ୍ରାବର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହି ଔଷଧ ବ୍ୟବ‌ହାର ହୁଏ ।[୬][୭]

    1. 1 2 3 4 5 "Furosemide". The American Society of Health-System Pharmacists. Retrieved Oct 23, 2015.
    2. ↑ Rang, Humphrey (2013). Drug discovery and development [electronic resource] (2nd ed.). Edinburgh: Churchill Livingstone. p. Chapter 1. ISBN 9780702053160.
    3. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. ↑ "Furosemide". International Drug Price Indicator Guide. Archived from the original on 10 May 2017. Retrieved 24 October 2015.
    5. ↑ "THE 2014 PROHIBITED LIST INTERNATIONAL STANDARD" (pdf). 2014. p. 5. Retrieved 24 October 2015.
    6. ↑ Sullivan, S; Hinchcliff, K (April 2015). "Update on exercise-induced pulmonary hemorrhage". The Veterinary clinics of North America. Equine practice. 31 (1): 187–98. doi:10.1016/j.cveq.2014.11.011. PMID 25770069.
    7. ↑ Hinchcliff, KW; Couetil, LL; Knight, PK; Morley, PS; Robinson, NE; Sweeney, CR; van Erck, E (2015). "Exercise induced pulmonary hemorrhage in horses: American College of Veterinary Internal Medicine consensus statement". Journal of veterinary internal medicine / American College of Veterinary Internal Medicine. 29 (3): 743–58. doi:10.1111/jvim.12593. PMID 25996660.