ମାୟୋକାର୍ଡ଼ାଇଟିସ

ଉଇକିପିଡ଼ିଆ‌ରୁ
ମାୟୋକାର୍ଡ଼ାଇଟିସ
inflammatory cardiomyopathy
ଅଣୁବୀକ୍ଷଣ ଯନ୍ତ୍ରରେ ମାୟୋକାର୍ଡ଼ାଇଟିସ ହୋଇଥିବା ହୃତ୍‌ପିଣ୍ଡର ଛବି (ଅଟୋପ୍ସି)।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦I09.0, I51.4
ଆଇସିଡ଼ି-୯-ସିଏମ୍391.2, 422, 429.0
ରୋଗ ଡାଟାବେସ8716
ମେଡ଼ିସିନ-ପ୍ଲସ000149
ଇ-ମେଡ଼ିସିନarticle/156330 article/890740 article/1612533
Patient UKମାୟୋକାର୍ଡ଼ାଇଟିସ
MeSHD009205

ମାୟୋକାର୍ଡ଼ାଇଟିସ ବା ଇନଫ୍ଲାମେଟରି କାର୍ଡ଼ିଓମାୟୋପାଥି (ଇଂରାଜୀ ଭାଷାରେ Myocarditis ବା inflammatory cardiomyopathy) ରୋଗ କୁହାଯାଏ ଯେତେବେଳେ ହୃତ୍‌ପିଣ୍ଡ ମାଂସପେଶୀର heart muscle ପ୍ରଦାହ (inflammation) ହୁଏ । ଏହାର ଲକ୍ଷଣ: ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି । ଏହି ସମସ୍ୟା କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy) ହୋଇ ହୃଦ୍‌ପାତ ହୁଏ ବା ହୃଦ୍‌ରୋଧ ହୁଏ ।[୧]

ଅଧିକାଂଶ ସମୟରେ ଭୁତାଣୁ ସଂକ୍ରମଣ (viral infection) ଯୋଗୁ ମାୟୋକାର୍ଡ଼ାଇଟିସ ରୋଗ ହୁଏ । [୧] ଅନ୍ୟାନ୍ୟ କାରଣ ମଧ୍ୟରେ ଜୀବାଣୁ ସଂକ୍ରମଣ (bacterial infections), କେତେକ ଔଷଧ, ଟକ୍ସିନ ଓ ଅଟୋଇମ୍ମ୍ୟୁନ ରୋଗ (autoimmune disorders) ଅଧିକ ଦେଖାଯାଏ । ଇସିଜି, ଅଧିକ ଟ୍ରୋପୋନିନ (troponin), ହୃତ୍‌ପିଣ୍ଡ ଏମଆରଆଇ (heart MRI) ଓ ବେଳେବେଳେ ହୃତ୍‌ପିଣ୍ଡ ବାୟୋପ୍ସି କରି ରୋଗ ନିଧାର୍ଯ୍ୟ କରାଯାଏ ।[୧][୨] ହୃତ୍‌ପିଣ୍ଡ ଭଲ୍‌ଭ ରୋଗର (heart valve problems)ସଂପୃକ୍ତିକୁ ଇକୋକାର୍ଡ଼ିଓଗ୍ରାମ (ultrasound of the heart|) ସାହାଯ୍ୟରେ ବିଦାୟ କରାଯାଏ । [୨]

ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ଅଧିକାଂଶ ସମୟରେ ଏସିଇ ଇନହିବିଟର (ACE inhibitors), ବିଟା ବ୍ଲକର (beta blockers) ଓ ଡାଇୟୁରେଟକ (diuretics) ଔଷଧ ଦିଆଯାଏ । କିଛି କାଳ ଧରି କୌଣସି କାମ ବା ବ୍ୟାୟାମ ନ କରିବାକୁ ଉପଦେଶ ଦିଆଯାଏ । କେତେକ କ୍ଷେତ୍ରରେ କର୍ଟିକୋସ୍ଟିରଏଡ (Corticosteroids) ବା ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin) (IVIG) ଦରକାର ହୁଏ । ସାଂଘାତିକ କେଶ୍‌ରେ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ବା ହୃତ୍‌ପିଣ୍ଡ ପ୍ରତିରୋପଣ (heart transplant) ଆବଶ୍ୟକ ହୁଏ ।[୧][୨]

ସନ ୨୦୧୩ରେ ପ୍ରାୟ ୧.୫ ନିୟୁତ ମାୟୋକାର୍ଡ଼ାଇଟିସ ରୋଗ ହୋଇଥିଲା ।[୩] ସବୁ ବୟସର ଲୋକଙ୍କୁ ଏ ରୋଗ ହେବା ସମ୍ଭାବନା ଥିଲେ ମଧ୍ୟ ଯୁବକମାନଙ୍କୁ ଅଧିକ ଆକ୍ରମଣ କରେ ।[୪] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ସାମାନ୍ୟ ଅଧିକ ହୁଏ । [୧] ଅଧିକାଂଶ ସାମାନ୍ୟ ଧରଣର ରୋଗ ହୋଇଥାଏ । [୨] ସନ ୧୯୯୦ରେ କାର୍ଡ଼ିଓମାୟୋପାଥି (cardiomyopathy) (ମାୟୋକାର୍ଡ଼ାଇଟିସ ସ‌ହିତ) ଯୋଗୁ ୨,୯୪,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୫ରେ ଏହା ବୃଦ୍ଧି ପାଇ ୩,୫୪,୦୦୦ ମୃତ୍ୟୁ ହୋଇଥିଲା । [୫][୬] ଏହି ରୋଗର ପ୍ରାରମ୍ଭିକ ବର୍ଣ୍ଣନା ୧୮୦୦ ଶତାବ୍ଦୀର ମଧ୍ୟ ଭାଗରେ କରାଯାଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Cooper LT, Jr (9 April 2009). "Myocarditis". The New England journal of medicine. 360 (15): 1526–38. PMID 19357408.
  2. ୨.୦ ୨.୧ ୨.୨ ୨.୩ Kindermann, I; Barth, C; Mahfoud, F; Ukena, C; Lenski, M; Yilmaz, A; Klingel, K; Kandolf, R; Sechtem, U; Cooper, LT; Böhm, M (28 February 2012). "Update on myocarditis". Journal of the American College of Cardiology. 59 (9): 779–92. PMID 22361396.
  3. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/s0140-6736(15)60692-4. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Willis, Monte; Homeister, Jonathon W.; Stone, James R. (2013). Cellular and Molecular Pathobiology of Cardiovascular Disease (in ଇଂରାଜୀ). Academic Press. p. 135. ISBN 9780124055254.
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  6. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet (London, England). 388 (10053): 1459–1544. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. Cunha, Burke A. (2009). Infectious Diseases in Critical Care Medicine (in ଇଂରାଜୀ). CRC Press. p. 263. ISBN 9781420019605.

Lua error in package.lua at line 80: module 'Module:Authority control/config' not found.