ଅମ୍ଳଜାନ ଚିକିତ୍ସା

ଉଇକିପିଡ଼ିଆ‌ରୁ
(Oxygen therapyରୁ ଲେଉଟି ଆସିଛି)
ଅମ୍ଳଜାନ ଚିକିତ୍ସା
A person wearing a simple face mask
Clinical data
Synonymssupplemental oxygen, enriched air
AHFS/Drugs.comFDA Professional Drug Information
Routes of
administration
inhaled
Drug classmedical gas
ATC code
Identifiers
CAS Number
ChemSpider
  • none
Chemical and physical data
FormulaO2

ଅମ୍ଳଜାନ ଚିକିତ୍ସା (ଇଂରାଜୀ ଭାଷାରେ Oxygen therapy, ଅନ୍ୟ ନାମ ଅମ୍ଳଜାନ ପରିପୂରକ/ ସପ୍ଲିମେଣ୍ଟାଲ ଅକ୍ସିଜେନ) ଏକ ପ୍ରକାର ବ୍ୟବସ୍ଥା ଯେଉଁଥିରେ ଅମ୍ଳଜାନକୁ (oxygen) କେତେକ ରୋଗର ଡାକ୍ତରୀ ଚିକିତ୍ସାରେ (medical treatment) ବ୍ୟବ‌ହାର କରାଯାଏ ।[୧] ଏହି ରୋଗ‌ଗୁଡ଼ିକର ନାମ ହାଇପୋକ୍‌ସିଆ (low blood oxygen), କାର୍ବନ ମୋନୋକ୍‌ସାଇଡ ବିଷକ୍ରିୟା (carbon monoxide toxicity), କ୍ଲସ୍ଟର ମୁଣ୍ଡବଥା (cluster headaches) ଓ ନାସା-ନିଶ୍ଚେତକ ଦେବା ସମୟରେ ଯଥେଷ୍ଟ ଅମ୍ଲଜାନ ନିମନ୍ତେ ଏହା ଦିଆଯାଏ ।[୨] ସିଓପିଡିସିସ୍ଟିକ୍ ଫାଇବ୍ରୋସିସ୍ ରୋଗମାନଙ୍କରେ ଦୀର୍ଘକାଳ ନିମନ୍ତେ ଏହା ଦିଆଯାଏ । [୩][୧] ଅନେକ ଉପାୟରେ ଅମ୍ଳଜାନ ଦିଆଯାଏ ଯେପରିକି ନାଜାଲ କାନୁଲା (nasal cannula), ରେସ୍ପିରେଟର (face mask) ଓ ହାଇପରବାରିକ ଚାମ୍ବର (hyperbaric chamber)।[୪][୫]

ଶରୀରର ଜୀବକୋଷ ମେଟାବୋଲିଜ୍ମ (cell metabolism) ବା ଚୟାପଚୟ ନିମନ୍ତେ ଅମ୍ଳଜାନ ଆବଶ୍ୟକ ।[୬] ଅତ୍ୟଧିକ ସାନ୍ଦ୍ରତା ବିଶିଷ୍ଟ ଅମ୍ଳଜାନ ଫୁସଫୁସର କ୍ଷତି ସାଧନ କରେ ଅଥବା ସମ୍ବେଦନଶୀଳ କେଶ୍‌ରେ ଶ୍ୱାସକ୍ରିୟା ଫେଲ ହୁଏ ଯାହାକୁ ଅମ୍ଲଜାନ ବିଷକ୍ରିୟା (oxygen toxicity) ନାମ ଦିଆଯାଏ ।[୨][୭] ଅମ୍ଳଜାନ ପରିପୃକ୍ତି ଅଧିକ ହେଲେ ନିଆଁ ଧରିପକାଏ ବିଶେଷତଃ ଧୂମ୍ରପାନ କରୁଥିଲେ; ଉପ‌ଯୁକ୍ତ ହ୍ୟୁମିଡିଫିକେସନ ନଥିଲେ ନାକ ଶୁଖିଯାଏ ।[୧] ରୋଗ ଅନୁସାରେ ଅମ୍ଲଜାନ ପରିପୃକ୍ତିର (oxygen saturation) ଟାରଗେଟ ସୁପାରିସ କରାଯାଏ ।[୧] ଅଧିକାଂଶ କେଶ୍‌ରେ ୯୪ରୁ ୯୮% ପରିପୃକ୍ତି ବା ସାଚୁରେସନ ସୁପାରିସ କରାଯାଏ; ଅଙ୍ଗାରକାମ୍ଳ ଧାରଣ (carbon dioxide retention) ସଙ୍କଟ ଥିଲେ ୮୮ରୁ ୯୨% ସାଚୁରେସନ ପସନ୍ଦ କରାଯାଏ; ହୃଦ୍‌ରୋଧ ବା କାର୍ବନ ମୋନୋକ୍ସାଇଡ ବିଷକ୍ରିୟା ଥିଲେ ଯେତେ ସମ୍ଭବ ଅଧିକ ସାଚୁରେସନ କରାଯାଏ ।[୧] ବାୟୁମଣ୍ଡଳରେ ଅମ୍ଳଜାନ ୨୧% ଥାଏ କିନ୍ତୁ ଚିକିତ୍ସାରେ ଏହାକୁ ୧୦୦%କୁ ବୃଦ୍ଧି କରାଯାଇପାରେ ।[୭]

ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନ ସନ ୧୯୧୭ରୁ ସାଧାରଣ ଭାବରେ ଆରମ୍ଭ କରାଗଲା ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଘରୋଇ ଅମ୍ଳଜାନର (home oxygen) ମୂଲ୍ୟ ବ୍ରାଜିଲରେ ପ୍ରାୟ ୧୫୦ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୪୦୦ ଆମେରିକୀୟ ଡଲାର ।[୩] ଅମ୍ଳଜାନ ଟ୍ୟାଙ୍କ (oxygen tanks) ବା ଅମ୍ଳଜାନ କନସେଣ୍ଟ୍ରେଟର (oxygen concentrator) ସାହାଯ୍ୟରେ ଘରୋଇ ଅମ୍ଳଜାନ ସରବରାହ କରାଯାଏ ।[୧] ବିକଶିତ ପୃଥିବୀରେ (developed world) ଅମ୍ଳଜାନ ଅତି ସାଧାରଣ ଭାବରେ ଡାକ୍ତରଖାନାରେ ବ୍ୟବ‌ହାର କରାଯାଏ ।[୧୧][୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ British national formulary : BNF 69 (69 ed.). British Medical Association. 2015. pp. 217–218, 302. ISBN 9780857111562.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 20. ISBN 9789241547659. Retrieved 8 December 2016.
  3. ୩.୦ ୩.୧ Jamison, Dean T.; Breman, Joel G.; Measham, Anthony R.; Alleyne, George; Claeson, Mariam; Evans, David B.; Jha, Prabhat; Mills, Anne; Musgrove, Philip (2006). Disease Control Priorities in Developing Countries (in ଇଂରାଜୀ). World Bank Publications. p. 689. ISBN 9780821361801.
  4. Macintosh, Michael; Moore, Tracey (1999). Caring for the Seriously Ill Patient 2E (in ଇଂରାଜୀ) (2 ed.). CRC Press. p. 57. ISBN 9780340705827.
  5. Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. pp. 217–219. ISBN 9780781728454.
  6. Peate, Ian; Wild, Karen; Nair, Muralitharan (2014). Nursing Practice: Knowledge and Care (in ଇଂରାଜୀ). John Wiley & Sons. p. 572. ISBN 9781118481363.
  7. ୭.୦ ୭.୧ Martin, Lawrence (1997). Scuba Diving Explained: Questions and Answers on Physiology and Medical Aspects of Scuba Diving (in ଇଂରାଜୀ). Lawrence Martin. p. H-1. ISBN 9780941332569.
  8. Agasti, T. K. (2010). Textbook of Anesthesia for Postgraduates (in ଇଂରାଜୀ). JP Medical Ltd. p. 398. ISBN 9789380704944.
  9. Rushman, Geoffrey B.; Davies, N. J. H.; Atkinson, Richard Stuart (1996). A Short History of Anaesthesia: The First 150 Years (in ଇଂରାଜୀ). Butterworth-Heinemann. p. 39. ISBN 9780750630665.
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  11. Wyatt, Jonathan P.; Illingworth, Robin N.; Graham, Colin A.; Hogg, Kerstin; Robertson, Colin; Clancy, Michael (2012). Oxford Handbook of Emergency Medicine (in ଇଂରାଜୀ). OUP Oxford. p. 95. ISBN 9780191016059.