ପ୍ଲୁରିସି

ଉଇକିପିଡ଼ିଆ‌ରୁ
ପ୍ଲୁରିସି
ଇଂରାଜୀ ପ୍ରତିଶବ୍ଦ - ପ୍ଲୁରାଇଟିସ/pleuritis, ପ୍ଲୁରାଇଟିକ ଚେସ୍ଟ ପେନ/ pleuritic chest pain[୧]
ଚିତ୍ର Aରେ ସାଧାରଣ ଅନାଟୋମି ଦେଖାଯାଉଛି । ଚିତ୍ରା Bରେ ଡାହାଣ ଫୁସଫୁସରେ ପ୍ଲୁରିସି ଓ ବାମ ଫୁସଫୁସରେ ନିମୋଥୋରାକ୍ସ ଥିବା ଦେଖାଯାଉଛି ।
ବିଭାଗpulmonology
କାରଣଭୁତାଣୁ ସଂକ୍ରମଣ viral infection, ନିମୋନିଆ pneumonia, ପଲମୋନାରି ଏମ୍ବୋଲିଜ୍ମ pulmonary embolism[୨]
ସଠିକ ରୋଗ ନିର୍ଣ୍ଣୟpericarditis, heart attack, cholecystitis[୩]
ଔଷଧparacetamol (acetaminophen), ibuprofen[୪]
ଚିକିତ୍ସାbased on the underlying cause[୩]
ପୁନଃପୌନିକone million cases per year (United States)[୫]

ପ୍ଲୁରିସି ଅନ୍ୟ ନାମ ପ୍ଲୁରାଇଟିସ (ଇଂରାଜୀ ଭାଷାରେ Pleurisy other name pleuritis) ରୋଗ କ‌ହିଲେ ପ୍ଲୁରାର (ଫୁସଫୁସର ଖୋଳ) (pleurae) ପ୍ରଦାହକୁ ବୁଝାଏ । ଏହି ରୋଗ ଥିଲେ ଶ୍ୱାସ କ୍ରିୟା ସମୟରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହୁଏ । [୧] ବେଳେବେଳେ ଅଳ୍ପ କିନ୍ତୁ ଲଗାଏତ ଯନ୍ତ୍ରଣା ହୁଏ । ଏହା ଅନ୍ତର୍ନିହିତ କାରଣ ଅନୁଯାୟୀ ଅଣନିଶ୍ୱାସୀ, କାଶ, ଜ୍ୱରଓଜନ ହ୍ରାସ (weight loss) ଭଳି ଲକ୍ଷଣ ଦେଖାଯାଇପାରେ । [୬]

ଭୁତାଣୁ ସଂକ୍ରମଣ (viral infection) ଯୋଗୁ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ନିମୋନିଆ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର (autoimmune disorders), ହୃତ୍‌ପିଣ୍ଡ ଅପରେଶନ ପରବର୍ତ୍ତୀ ଫୁସଫୁସ କର୍କଟ (lung cancer), ଅଗ୍ନାଶୟ ପ୍ରଦାହ, ଛାତି ଆଘାତ ଓ ଆସବେସ୍ଟୋସିସ (asbestosis) ଇତ୍ୟାଦି ଉଲ୍ଲେଖନୀୟ । ବେଳେବେଳେ ଏହାର କାରଣ ଅଜ୍ଞାତ ଥାଏ । [୨] ପ୍ଲୁରାର ଦୁଇ ସ୍ତର ସାଧାରଣତଃ ପରସ୍ପର ସଂସ୍ପର୍ଶରେ ଆସିବା ବଦଳରେ ଏହି ରୋଗରେ ଘଷି ହୁଅନ୍ତି ।[୧] ପେରିକାର୍ଡ଼ାଇଟିସ (pericarditis), ହୃଦ୍‌ଘାତ, ପିତ୍ତକୋଷ ପ୍ରଦାହ (cholecystitis) ଓ ନିମୋଥୋରାକ୍ସ ଭଳି ରୋଗମାନଙ୍କରେ ସମାନ ଧରଣର ଲକ୍ଷଣ ଦେଖାଯାଏ । ଛାତି ଏକ୍ସ-ରେ (chest X-ray), ଇସିଜି (electrocardiogram) (ECG), ଓ ରକ୍ତ ପରୀକ୍ଷା (blood test) କରି ରୋଗ ନିର୍ଣ୍ଣୟ କରାଯାଏ ।[୩][୭]

ରୋଗର ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୩] ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲଆଇବୁପ୍ରୋଫେନ୍ ଦିଆଯାଏ । [୪] ଶ୍ୱାସକ୍ରିୟାରେ ଉନ୍ନତି ଆଣିବା ନିମନ୍ତେ ଇନସେଣ୍ଟିଭ ସ୍ପାଇରୋମେଟ୍ରି (Incentive spirometry) ଦେବାକୁ ସୁପାରିସ କରାଯାଏ । ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ । [୫] ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "What Are Pleurisy and Other Pleural Disorders?". NHLBI. 21 September 2011. Retrieved 1 November 2016.
  2. ୨.୦ ୨.୧ "What Causes Pleurisy and Other Pleural Disorders?". NHLBI. 21 September 2011. Retrieved 1 November 2016.
  3. ୩.୦ ୩.୧ ୩.୨ ୩.୩ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 981. ISBN 9780323448383.
  4. ୪.୦ ୪.୧ "How Are Pleurisy and Other Pleural Disorders Treated?". NHLBI. 21 September 2011. Retrieved 1 November 2016.
  5. ୫.୦ ୫.୧ Disease & Drug Consult: Respiratory Disorders (in ଇଂରାଜୀ). Lippincott Williams & Wilkins. 2012. p. Pleurisy. ISBN 9781451151947.
  6. "What Are the Signs and Symptoms of Pleurisy and Other Pleural Disorders". NHLBI. 21 September 2011. Retrieved 1 November 2016.
  7. Kass, SM; Williams, PM; Reamy, BV (1 May 2007). "Pleurisy". American family physician. 75 (9): 1357–64. PMID 17508531.
  8. Light, Richard W.; Lee, Y. C. Gary (2008). Textbook of Pleural Diseases Second Edition (in ଇଂରାଜୀ) (2 ed.). CRC Press. p. 2. ISBN 9780340940174.