ନିମୋଥୋରାକ୍ସ

ଉଇକିପିଡ଼ିଆ ରୁ
Jump to navigation Jump to search
ନିମୋଥୋରାକ୍ସ
ଇଂରାଜୀ ପ୍ରତିଶବ୍ଦ - collapsed lung (ସଙ୍କୁଚିତ ଫୁସଫୁସ)[୧]
ଦକ୍ଷିଣ ପାର୍ଶ୍ୱର ନିମୋଥୋରାକ୍ସ
ଦକ୍ଷିଣ ପାର୍ଶ୍ୱର ସ୍ପୋଣ୍ଟାନିଅସ ନିମୋଥୋରାକ୍ସ (ଛବିରେ ବାମ ପାଖ) । ସଙ୍କୁଚିତ ଫୁସଫୁସର ଧାର ତୀର ଚିହ୍ନ ଦେଇ ଦର୍ଶାଯାଇଛି ।
ବିଭାଗpulmonology, thoracic surgery
ଲକ୍ଷଣchest pain, en:shortness of breath, tiredness[୨]
ଆକ୍ରାନ୍ତ ସମୟsudden[୩]
କାରଣunknown, trauma[୩]
ବିପଦ କାରକCOPD, tuberculosis, smoking[୪]
ରୋଗ ନିର୍ଣ୍ଣୟ ପଦ୍ଧତିchest X-ray, ultrasound, CT scan[୫]
ସଠିକ ରୋଗ ନିର୍ଣ୍ଣୟlung bullae,[୩] hemothorax[୨]
ପ୍ରତିକାରstopping smoking[୩]
ଚିକିତ୍ସାconservative, chest tube, needle aspiration[୩]
ପୌନଃପୁନିକ20 per 100,000 per year[୩][୫]

ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ ।[୩] ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ ।[୨] ଅଳ୍ପ କେତେକ କେଶ୍‌ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍‌ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ ।[୩] ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । [୬] ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) । [୧]

କୌଣସି ଜ୍ଞାତବ୍ୟ କାରଣ ନ ଥିଲେ ଓ ଉଲ୍ଲେଖନୀୟ ଫୁସଫୁସ ରୋଗ ନ ଥାଇ ନିମୋଥୋରାକ୍ସ ରୋଗ ହେଲେ ତାହାକୁ ପ୍ରାଇମେରୀ ବା ପ୍ରାଥମିକ ନିମୋଥୋରାକ୍ସ କୁହାଯାଏ; କୌଣସି ଫୁସଫୁସ ରୋଗ (lung disease) ଥାଇ ନିମୋଥୋରାକ୍ସ ହେଲେ ତାହାକୁ ସେକେଣ୍ଡାରୀ ନିମୋଥୋରାକ୍ସ କୁହାଯାଏ । [୩] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଧୂମ୍ରପାନ, ସିଓପିଡି, ଆଜ୍‌ମାଯକ୍ଷ୍ମା ମୂଖ୍ୟ ଭୂମିକା ନିଅନ୍ତି ।[୩][୪] ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ଛାତି ଆଘାତ ବିଶେଷତଃ ବିଷ୍ଫୋଟ ଆଘାତ (blast injury) ଓ ଚିକିତ୍ସା ଜନିତ ଜଟିଳତାରୁ (complication of a healthcare intervention) ହୋଇପାରେ; ଏଣୁ ଏହି ଦଳକୁ ଆଘାତ ନିମୋଥୋରାକ୍ସ ବା ଟ୍ରମାଟିକ ନିମୋଥୋରାକ୍ସ କୁହାଯାଏ ।[୭][୮]

ନିମୋଥୋରାକ୍ସ ଆକାରରେ ଛୋଟ ଥିଲେ ତାହାର ନିର୍ଣ୍ଣୟ କେବଳ ଶାରୀରିକ ପରୀକ୍ଷାଦ୍ୱାରା କଷ୍ଟସାଧ୍ୟ ହୋଇପାରେ ।[୯] ଛାତି ଏକ୍ସ‌-ରେ (chest X-ray), ସିଟି ସ୍କାନ computed tomography ବା ଅଲଟ୍ରାସାଉଣ୍ଡ ultrasound କରି ଏହାର ଉପସ୍ଥିତି ନିର୍ଣ୍ଣୟ କରାଯାଏ ।[୫] ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗମାନଙ୍କ ନାମ: ହେମୋଥୋରାକ୍ସ (hemothorax), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ହୃଦ୍‌ଘାତ[୨][୧୦] ଗୋଟିଏ ବଡ଼ ଫୋଟକା ମଧ୍ୟ ଏକ୍ସ-ରେ ଚିତ୍ରରେ ଏକାଭଳି ଦେଖାଯାଏ । [୩]

ସ୍ୱତଃ ତିଆରି ନିମୋଥୋରାକ୍ସ ବିନା ଚିକିତ୍ସାରେ ଆପେ ଆପେ ଉପଶମ ହୋଇଯାଏ, ତେଣୁ କେବଳ ତାହାକୁ ସମୟକ୍ରମେ ଅନୁଶୀଳନ ଓ ନିୟନ୍ତ୍ରଣ କରାଯାଏ । କୌଣସି ଫୁସଫୁସ ରୋଗ ନ ଥିବା ରୋଗୀଙ୍କ ନିମନ୍ତେ ଏହି ଚିକିତ୍ସା ଯଥେଷ୍ଟ ହୁଏ । ନିମୋଥୋରାକ୍ସ ଆକାର ବଡ଼ ହୋଇଥିଲେ ବା ରୋଗୀ ଅଣନିଶ୍ୱାସୀ ହୋଇଥିଲେ ଆଭ୍ୟନ୍ତରୀଣ ବାୟୁ କାଢ଼ିଦିଆଯାଏ ସିରିଞ୍ଜ ସାହାଯ୍ୟରେ ବା ଏକ ପଥ ଭଲ୍‌ଭ (one-way valve system) ଥିବା ଛାତି ନଳୀ ସାହାଯ୍ୟରେ । ଏହି ରୋଗ ବାରମ୍ବାର ହେଲେ ଅଥବା ନଳୀ ନିସ୍କାଷନ ଅସଫଳ ହେଲେ ଅପରେଶନ କରାଯାଏ । ଦୁଇ ପ୍ରକାର ଅପରେଶନ ଉପଲବ୍ଧ ଅଛି; ଗୋଟିକରେ ପ୍ଲୁରାର ଉଭୟ ସ୍ତର ଲାଖିଯିବା (pleurodesis) ବନ୍ଦବୋସ୍ତ କରାଯାଏ, ଯାହାକୁ ପ୍ଲୁରୋଡେସିସ ଅପରେଶନ କୁହାଯାଏ, ଅନ୍ୟ ପନ୍ଥାରେ ପ୍ଲୁରାକୁ କାଢ଼ିଦିଆଯାଏ । [୩] ବର୍ଷକୁ ଏକ ଲକ୍ଷ ଲୋକରେ ପ୍ରାୟ ୧୭ରୁ ୨୩ ଜଣକୁ ଏହି ରୋଗ ହୁଏ ।[୩][୫] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Orenstein, David M. (2004). Cystic Fibrosis: A Guide for Patient and Family (in ଇଂରାଜୀ). Lippincott Williams & Wilkins. p. 62. ISBN 9780781741521.
  2. ୨.୦ ୨.୧ ୨.୨ ୨.୩ "What Are the Signs and Symptoms of Pleurisy and Other Pleural Disorders". www.nhlbi.nih.gov. 21 September 2011. Retrieved 31 October 2016.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ Bintcliffe, O; Maskell, N (8 May 2014). "Spontaneous pneumothorax". BMJ (Clinical research ed.). 348: g2928. PMID 24812003.
  4. ୪.୦ ୪.୧ "What Causes Pleurisy and Other Pleural Disorders?". NHLBI. 21 September 2011. Retrieved 31 October 2016.
  5. ୫.୦ ୫.୧ ୫.୨ ୫.୩ Chen, L; Zhang, Z (August 2015). "Bedside ultrasonography for diagnosis of pneumothorax". Quantitative imaging in medicine and surgery. 5 (4): 618–23. PMID 26435925.
  6. Morjaria, JB; Lakshminarayana, UB; Liu-Shiu-Cheong, P; Kastelik, JA (November 2014). "Pneumothorax: a tale of pain or spontaneity". Therapeutic advances in chronic disease. 5 (6): 269–73. PMID 25364493.
  7. Slade, M (December 2014). "Management of pneumothorax and prolonged air leak". Seminars in respiratory and critical care medicine. 35 (6): 706–14. PMID 25463161.
  8. Wolf SJ, Bebarta VS, Bonnett CJ, Pons PT, Cantrill SV (August 2009). "Blast injuries". Lancet. 374 (9687): 405–15. doi:10.1016/S0140-6736(09)60257-9. PMID 19631372.
  9. Yarmus, L; Feller-Kopman, D (April 2012). "Pneumothorax in the critically ill patient". Chest. 141 (4): 1098–105. PMID 22474153.
  10. Peters, Jessica Radin; (MD.), Daniel Egan (2006). Blueprints Emergency Medicine (in ଇଂରାଜୀ). Lippincott Williams & Wilkins. p. 44. ISBN 9781405104616.