Jump to content

ନିମୋଥୋରାକ୍ସ

ଉଇକିପିଡ଼ିଆ‌ରୁ
ନିମୋଥୋରାକ୍ସ
ଇଂରାଜୀ ପ୍ରତିଶବ୍ଦ - collapsed lung (ସଙ୍କୁଚିତ ଫୁସଫୁସ)[]
ଦକ୍ଷିଣ ପାର୍ଶ୍ୱର ନିମୋଥୋରାକ୍ସ
ଦକ୍ଷିଣ ପାର୍ଶ୍ୱର ସ୍ପୋଣ୍ଟାନିଅସ ନିମୋଥୋରାକ୍ସ (ଛବିରେ ବାମ ପାଖ) । ସଙ୍କୁଚିତ ଫୁସଫୁସର ଧାର ତୀର ଚିହ୍ନ ଦେଇ ଦର୍ଶାଯାଇଛି ।
ବିଭାଗpulmonology, thoracic surgery
ଲକ୍ଷଣchest pain, en:shortness of breath, tiredness[]
ଆକ୍ରାନ୍ତ ସମୟsudden[]
କାରଣunknown, trauma[]
ବିପଦ କାରକCOPD, tuberculosis, smoking[]
ରୋଗ ନିର୍ଣ୍ଣୟ ପଦ୍ଧତିchest X-ray, ultrasound, CT scan[]
ସଠିକ ରୋଗ ନିର୍ଣ୍ଣୟlung bullae,[] hemothorax[]
ପ୍ରତିକାରstopping smoking[]
ଚିକିତ୍ସାconservative, chest tube, needle aspiration[]
ପୁନଃପୌନିକ20 per 100,000 per year[][]
Patient UKନିମୋଥୋରାକ୍ସ

ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ ।[] ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ ।[] ଅଳ୍ପ କେତେକ କେଶ୍‌ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍‌ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ ।[] ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । [] ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) । []

କୌଣସି ଜ୍ଞାତବ୍ୟ କାରଣ ନ ଥିଲେ ଓ ଉଲ୍ଲେଖନୀୟ ଫୁସଫୁସ ରୋଗ ନ ଥାଇ ନିମୋଥୋରାକ୍ସ ରୋଗ ହେଲେ ତାହାକୁ ପ୍ରାଇମେରୀ ବା ପ୍ରାଥମିକ ନିମୋଥୋରାକ୍ସ କୁହାଯାଏ; କୌଣସି ଫୁସଫୁସ ରୋଗ (lung disease) ଥାଇ ନିମୋଥୋରାକ୍ସ ହେଲେ ତାହାକୁ ସେକେଣ୍ଡାରୀ ନିମୋଥୋରାକ୍ସ କୁହାଯାଏ । [] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଧୂମ୍ରପାନ, ସିଓପିଡି, ଆଜ୍‌ମାଯକ୍ଷ୍ମା ମୂଖ୍ୟ ଭୂମିକା ନିଅନ୍ତି ।[][] ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ଛାତି ଆଘାତ ବିଶେଷତଃ ବିଷ୍ଫୋଟ ଆଘାତ (blast injury) ଓ ଚିକିତ୍ସା ଜନିତ ଜଟିଳତାରୁ (complication of a healthcare intervention) ହୋଇପାରେ; ଏଣୁ ଏହି ଦଳକୁ ଆଘାତ ନିମୋଥୋରାକ୍ସ ବା ଟ୍ରମାଟିକ ନିମୋଥୋରାକ୍ସ କୁହାଯାଏ ।[][]

ନିମୋଥୋରାକ୍ସ ଆକାରରେ ଛୋଟ ଥିଲେ ତାହାର ନିର୍ଣ୍ଣୟ କେବଳ ଶାରୀରିକ ପରୀକ୍ଷାଦ୍ୱାରା କଷ୍ଟସାଧ୍ୟ ହୋଇପାରେ ।[] ଛାତି ଏକ୍ସ‌-ରେ (chest X-ray), ସିଟି ସ୍କାନ computed tomography ବା ଅଲଟ୍ରାସାଉଣ୍ଡ ultrasound କରି ଏହାର ଉପସ୍ଥିତି ନିର୍ଣ୍ଣୟ କରାଯାଏ ।[] ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗମାନଙ୍କ ନାମ: ହେମୋଥୋରାକ୍ସ (hemothorax), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ହୃଦ୍‌ଘାତ[][୧୦] ଗୋଟିଏ ବଡ଼ ଫୋଟକା ମଧ୍ୟ ଏକ୍ସ-ରେ ଚିତ୍ରରେ ଏକାଭଳି ଦେଖାଯାଏ । []

ସ୍ୱତଃ ତିଆରି ନିମୋଥୋରାକ୍ସ ବିନା ଚିକିତ୍ସାରେ ଆପେ ଆପେ ଉପଶମ ହୋଇଯାଏ, ତେଣୁ କେବଳ ତାହାକୁ ସମୟକ୍ରମେ ଅନୁଶୀଳନ ଓ ନିୟନ୍ତ୍ରଣ କରାଯାଏ । କୌଣସି ଫୁସଫୁସ ରୋଗ ନ ଥିବା ରୋଗୀଙ୍କ ନିମନ୍ତେ ଏହି ଚିକିତ୍ସା ଯଥେଷ୍ଟ ହୁଏ । ନିମୋଥୋରାକ୍ସ ଆକାର ବଡ଼ ହୋଇଥିଲେ ବା ରୋଗୀ ଅଣନିଶ୍ୱାସୀ ହୋଇଥିଲେ ଆଭ୍ୟନ୍ତରୀଣ ବାୟୁ କାଢ଼ିଦିଆଯାଏ ସିରିଞ୍ଜ ସାହାଯ୍ୟରେ ବା ଏକ ପଥ ଭଲ୍‌ଭ (one-way valve system) ଥିବା ଛାତି ନଳୀ ସାହାଯ୍ୟରେ । ଏହି ରୋଗ ବାରମ୍ବାର ହେଲେ ଅଥବା ନଳୀ ନିସ୍କାଷନ ଅସଫଳ ହେଲେ ଅପରେଶନ କରାଯାଏ । ଦୁଇ ପ୍ରକାର ଅପରେଶନ ଉପଲବ୍ଧ ଅଛି; ଗୋଟିକରେ ପ୍ଲୁରାର ଉଭୟ ସ୍ତର ଲାଖିଯିବା (pleurodesis) ବନ୍ଦବୋସ୍ତ କରାଯାଏ, ଯାହାକୁ ପ୍ଲୁରୋଡେସିସ ଅପରେଶନ କୁହାଯାଏ, ଅନ୍ୟ ପନ୍ଥାରେ ପ୍ଲୁରାକୁ କାଢ଼ିଦିଆଯାଏ । [] ବର୍ଷକୁ ଏକ ଲକ୍ଷ ଲୋକରେ ପ୍ରାୟ ୧୭ରୁ ୨୩ ଜଣକୁ ଏହି ରୋଗ ହୁଏ ।[][] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ । []

  1. 1 2 Orenstein, David M. (2004). Cystic Fibrosis: A Guide for Patient and Family (in ଇଂରାଜୀ). Lippincott Williams & Wilkins. p. 62. ISBN 9780781741521.
  2. 1 2 3 4 "What Are the Signs and Symptoms of Pleurisy and Other Pleural Disorders". www.nhlbi.nih.gov. 21 September 2011. Retrieved 31 October 2016.
  3. 1 2 3 4 5 6 7 8 9 10 11 12 13 14 Bintcliffe, O; Maskell, N (8 May 2014). "Spontaneous pneumothorax". BMJ (Clinical research ed.). 348: g2928. PMID 24812003.
  4. 1 2 "What Causes Pleurisy and Other Pleural Disorders?". NHLBI. 21 September 2011. Retrieved 31 October 2016.
  5. 1 2 3 4 Chen, L; Zhang, Z (August 2015). "Bedside ultrasonography for diagnosis of pneumothorax". Quantitative imaging in medicine and surgery. 5 (4): 618–23. PMID 26435925.
  6. Morjaria, JB; Lakshminarayana, UB; Liu-Shiu-Cheong, P; Kastelik, JA (November 2014). "Pneumothorax: a tale of pain or spontaneity". Therapeutic advances in chronic disease. 5 (6): 269–73. PMID 25364493.
  7. Slade, M (December 2014). "Management of pneumothorax and prolonged air leak". Seminars in respiratory and critical care medicine. 35 (6): 706–14. PMID 25463161.
  8. Wolf SJ, Bebarta VS, Bonnett CJ, Pons PT, Cantrill SV (August 2009). "Blast injuries". Lancet. 374 (9687): 405–15. doi:10.1016/S0140-6736(09)60257-9. PMID 19631372.
  9. Yarmus, L; Feller-Kopman, D (April 2012). "Pneumothorax in the critically ill patient". Chest. 141 (4): 1098–105. PMID 22474153.
  10. Peters, Jessica Radin; (MD.), Daniel Egan (2006). Blueprints Emergency Medicine (in ଇଂରାଜୀ). Lippincott Williams & Wilkins. p. 44. ISBN 9781405104616.