କାଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାଶ
Pertussis.jpg
ଗୋଟିଏ ବାଳକ ହୁପିଙ୍ଗ କାଶ ରୋଗଯୋଗୁ କାଶୁଛି ।A young boy coughing due to pertussis (Whooping Cough).
ICD-10 R05.
ICD-9 786.2
DiseasesDB 17149
MedlinePlus 003072
eMedicine ENT/1048560

କାଶ: (ଶବଦ ବିଷୟରେ ଉଚ୍ଚାରଣ ଲାଟିନ ଭାଷାରେ ଟସିସ୍: tussis) ଏହା ଏକ ପୁନଃ ପୁନଃ ହେଉଥିବା ରିଫ୍ଲେକ୍ସ (Reflex) ଯାହା ଶ୍ଵାସ ନଳୀରେ ଥିବା ସ୍ରାବ, ବହିସ୍ଥ କଣିକା, ଉତ୍ତେଜକ ପଦାର୍ଥ ଓ [[]]ଜୀବାଣୁ ଇତ୍ୟାଦିଙ୍କୁ ବାହାର କରିବାରେ ସହାଯ୍ୟ କରେ । ଏହା ଏକ ତିନି ଥାକିଆ ପ୍ରଣାଳୀ: ପ୍ରଥମେ ପ୍ରଶ୍ଵାସ ନିଆଯାଏ (Inhalation), ତା ପରେ ଗ୍ଲଟିସ (Glottis) ବନ୍ଦଥାଇ ଚାପଯୁକ୍ତ ନିଶ୍ଵାସ ଛଡ଼ାଯାଏ ଓ ଗ୍ଲଟିସ ଖୋଲିବା ସହ ପ୍ରବଳ ବେଗରେ ସ୍ଵତନ୍ତ୍ର ଶବ୍ଦ[୧] ସହ ବାୟୁ ନିର୍ଗତ କରାଯାଏ । କାଶ ଇଚ୍ଛାକୃତ ବା ଅନିଚ୍ଛାକୃତ ହୋଇପାରେ ।
ବାରମ୍ଵାର କାଶିବାକୁ ଏକ ରୋଗର ଲକ୍ଷଣ ରୁପେ ବିବେଚନା କରାଯାଏ । ଅନେକ ଜୀବାଣୁ ଓ ଭୁତାଣୁ କାଶଦ୍ଵାରା ରୋଗ ବ୍ୟାପିବାରେ ସାହାଯ୍ୟ କରନ୍ତି ଓ ଅନ୍ୟ ସୁସ୍ଥ ଲୋକ ସଂକ୍ରମିତ ହୁଅନ୍ତି । ଅଧିକାଂଶ ସମୟରେ ଶ୍ଵାସନଳୀ ସଂକ୍ରମଣଦ୍ଵାରା କାଶ ହୁଏ କିନ୍ତୁ ଧୁଆଁ, ବାୟୁ ଅପମିଶ୍ରଣ[୧], ଆଜ୍‌ମା, କ୍ରନିକ ବ୍ରୋଙ୍କାଇଟିସ୍, ଫୁସ୍‌ଫୁସ୍ ଅର୍ବୁଦ (Tumour), ହୃଦ୍‌ଘାତ, ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ରୋଗ ( gastroesophageal reflux disease) ଓ ଏ.ସି.ଇ. ଇନ୍‌ହିବିଟର ଭଳି ଔଷଧ ଓ ହୁପିଙ୍ଗ କାଶଇତ୍ୟାଦିଙ୍କଦ୍ଵାରା ମଧ୍ୟ କାଶ ହୁଏ ।
କାରଣ ଅନୁସାରେ କାଶର ଚିକିତ୍ସା କରାଯାଏ: ଉଦାହରଣ ସ୍ଵରୁପ, ଧୁଆଁଦ୍ଵାରା ହେଉଥିଲେ ଧୁଆଁ ନିବାରଣ ପଦ୍ଧତି ଅବଲମ୍ଵନ କରାଯାଏ, ଔଷଧଦ୍ଵାରା ହେଉଥିଲେ ଔଷଧ ବନ୍ଦ କରିଦିଆଯାଏ । କୋଡ଼ିନ ଓ ଡେକ୍ସୋମେଥୋଫେନ୍ ଭଳି ଔଷଧ କାଶ କମେଇବା ନିମନ୍ତେ ଦିଆଯାଏ କିନ୍ତୁ ଏହାର ବିଶେଷ ପ୍ରଭାବ ଦେଖାଯାଇ ନାହିଁ । କାଶ ଗୋଟିଏ ଉପକାରୀ ରିଫ୍ଲେକ୍ସ ହୋଇଥିବାରୁ କଫ ଥିଲେ[୨] ଏହାକୁ ଔଷଧ ଦେଇ କମେଇବା ହିତକର ନୁହେଁ ।

ବର୍ଗୀକରଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Chung KF, Pavord ID (April 2008). "Prevalence, pathogenesis, and causes of chronic cough". Lancet 371 (9621): 1364–74. PMID 18424325. doi:10.1016/S0140-6736(08)60595-4. 
  2. Pavord ID, Chung KF (April 2008). "Management of chronic cough". Lancet 371 (9621): 1375–84. PMID 18424326. doi:10.1016/S0140-6736(08)60596-6.