ପେରିକାର୍ଡ଼ାଇଟିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପେରିକାର୍ଡ଼ାଇଟିସ
Pericarditis10.JPG
ପେରିକାର୍ଡ଼ାଇଟିସ ରୋଗୀର ଇସିଜି ଚିତ୍ର । Note the ST elevation in multiple leads with slight reciprocal ST depression in aVR.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Cardiology
ଆଇସିଡ଼ି-୧୦ I01.0, I09.2, I30.I32.
ଆଇସିଡ଼ି-୯-ସିଏମ୍ 420.0, 420.90, 420.91, 420.99, 423.1, 423.2
ରୋଗ ଡାଟାବେସ 9820
ମେଡ଼ିସିନ-ପ୍ଲସ 000182
ଇ-ମେଡ଼ିସିନ med/1781 emerg/412
MeSH D010493

ପେରିକାର୍ଡ଼ାଇଟିସ (ଇଂରାଜୀ ଭାଷାରେ Pericarditis) ଏକ ରୋଗର ନାମ ଯେଉଁଥିରେ ହୃତ୍‌ପିଣ୍ଡର ତନ୍ତୁମୟ ଖୋଳ ବା ପେରକାର୍ଡ଼ିଅମର (pericardium) ପ୍ରଦାହ (inflammation) ହୋଇଥାଏ ।[୧] ଏହି ରୋଗରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହଠାତ ଆରମ୍ଭ ହୁଏ । ପିଠି, ବେକ ଓ କାନ୍ଧରେ ମଧ୍ୟ ଏହି ଯନ୍ତ୍ରଣା ଅନୁଭବ ହୋଇପାରେ । ବିଛଣାରେ ଗଡ଼ିଲେ ବା ଲମ୍ବା ପ୍ରଶ୍ୱାସ ନେଲେ କଷ୍ଟ ବଢ଼ିଯାଏ କିନ୍ତୁ ବସିପଡ଼ିଲେ ଭଳ ଲାଗେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଦୁର୍ବଳତା (weakness), ଖର ସ୍ପନ୍ଦନ (palpitations) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[୨] ବେଳେବେଳେ ରୋଗ ହଠାତ ଆରମ୍ଭ ନ ହୋଇ ଧୀରେ ଧୀରେ ହୁଏ । [୧]

ଅଧିକାଂଶ ସମୟରେ ଭୁତାଣୁ ସଂକ୍ରମଣକୁ (viral infection ) ପେରିକାର୍ଡ଼ାଇଟିସ ରୋଗର କାରଣରୂପେ ବିବେଚନ କରାଯାଏ ।[୩] ଅନ୍ୟାନ୍ୟ କାରଣ ମଧ୍ୟରେ ଯକ୍ଷ୍ମା, ହୃଦ୍‌ଘାତ ପରବର୍ତ୍ତି ୟୁରିମିକ ପେରିକାର୍ଡ଼ାଇଟିସ, କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଛାତି ଆଘାତ ଯୋଗୁ ଏହି ରୋଗ ହୋଇପାରେ ।[୩][୪] ଅଧିକାଂଶ ସମୟରେ ଏହର କାରଣ ଅଜ୍ଞାତ ହୋଇ ରହିଯାଏ ।[୩][୧] ଛାତି ଯନ୍ତ୍ରଣା, ପେରିକାର୍ଡ଼ିଆଲ ରବ୍ (pericardial rub), ନିର୍ଦ୍ଦିଷ୍ଟ ଇସିଜି ପରିବର୍ତ୍ତନ ଓ ହୃତ୍‌ପିଣ୍ଡକୁ ଘେରି ତରଳ ପଦାର୍ଥ (fluid around the heart) ଜମିବା ଇତ୍ୟାଦି ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୫] ହୃଦ୍‌ଘାତ ରୋଗରେ ମଧ୍ୟ ସମାନ ଲକ୍ଷଣ ପ୍ରକାଶ ପାଏ ।[୨]

ଅଧିକାଂଶ ସ୍ଥଳରେ ଏନଏସଏଆଇଡି (NSAIDs) ଦେଇ ଚିକିତ୍ସା କରାଯାଏ ଓ ସମ୍ଭବତଃ କଲଚିସିନ (colchicine) ଦିଆଯାଏ । ଏହି ଔଷଧ ଯଥେଷ୍ଟ ନ ହେଲେ ସ୍ଟିରଏଡ (Steroids) ଦିଆଯାଇପାରେ ।[୫] କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ରୋଗର ଉନ୍ନତି ପରିଲକ୍ଷିତ ହୁଏ କିନ୍ତୁ ଏହା ମାସ ମାସ ଧରି ମଧ୍ୟ ରହିପାରେ ।[୬] ରୋଗ ଜଟିଳ ହେଲେ କାର୍ଡ଼ିଆକ ଟାମ୍ପୋନେଡ (cardiac tamponade), ମାୟୋକାର୍ଡ଼ାଇଟିସ (myocarditis) ବା କନସ୍ଟ୍ରିକ୍ଟିଭ ପେରିକାର୍ଡ଼ିଟିସ (constrictive pericarditis) ହୋଇପାରେ ।[୨][୭] ଛାତି ଯନ୍ତ୍ରଣାର ଏହି ଏକ ଅଳ୍ପ ସାଧାରଣ କାରଣ । [୮] ବାର୍ଷିକ ୧୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ଆକ୍ରମଣ କରେ ।[୭] ସାଧାରଣତଃ ପୁରୁଷମାନଙ୍କୁ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଅଧିକ ଆକ୍ରମଣ କରେ । ପ୍ରାୟ ୩୦% ରୋଗୀଙ୍କର ଏକାଧିକ ଥର ଏହି ରୋଗ ହୁଏ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "What Is Pericarditis?". NHLBI. September 26, 2012. 
  2. ୨.୦ ୨.୧ ୨.୨ "What Are the Signs and Symptoms of Pericarditis?". NHLBI. September 26, 2012. Retrieved 28 September 2016. 
  3. ୩.୦ ୩.୧ ୩.୨ Tingle, LE; Molina, D; Calvert, CW (15 November 2007). "Acute pericarditis.". American family physician 76 (10): 1509–14. PMID 18052017. 
  4. "What Causes Pericarditis?". NHLBI. September 26, 2012. Retrieved 28 September 2016. 
  5. ୫.୦ ୫.୧ Imazio, M; Gaita, F; LeWinter, M (13 October 2015). "Evaluation and Treatment of Pericarditis: A Systematic Review.". JAMA 314 (14): 1498–506. PMID 26461998. doi:10.1001/jama.2015.12763. 
  6. "How Is Pericarditis Treated?". NHLBI. September 26, 2012. Retrieved 28 September 2016. 
  7. ୭.୦ ୭.୧ Imazio, M; Gaita, F (July 2015). "Diagnosis and treatment of pericarditis.". Heart (British Cardiac Society) 101 (14): 1159–68. PMID 25855795. 
  8. McConaghy, JR; Oza, RS (1 February 2013). "Outpatient diagnosis of acute chest pain in adults.". American family physician 87 (3): 177–82. PMID 23418761. 
  9. "Who Is at Risk for Pericarditis?". NHLBI. September 26, 2012. Retrieved 28 September 2016.