Jump to content

ପେରିକାର୍ଡ଼ାଇଟିସ

ଉଇକିପିଡ଼ିଆ‌ରୁ
ପେରିକାର୍ଡ଼ାଇଟିସ
ପେରିକାର୍ଡ଼ାଇଟିସ ରୋଗୀର ଇସିଜି ଚିତ୍ର । Note the ST elevation in multiple leads with slight reciprocal ST depression in aVR.
ବିଭାଗCardiology
ଆଇସିଡ଼ି-୧୦I01.0, I09.2, I30.I32.
ଆଇସିଡ଼ି-୯-ସିଏମ୍420.0, 420.90, 420.91, 420.99, 423.1, 423.2
ରୋଗ ଡାଟାବେସ9820
ମେଡ଼ିସିନ-ପ୍ଲସ000182
ଇ-ମେଡ଼ିସିନmed/1781 emerg/412
MeSHD010493

ପେରିକାର୍ଡ଼ାଇଟିସ (ଇଂରାଜୀ ଭାଷାରେ pericarditis) ଏକ ରୋଗର ନାମ ଯେଉଁଥିରେ ହୃତ୍‌ପିଣ୍ଡର ତନ୍ତୁମୟ ଖୋଳ ବା ପେରକାର୍ଡ଼ିଅମର (pericardium) ପ୍ରଦାହ (inflammation) ହୋଇଥାଏ ।[] ଏହି ରୋଗରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହଠାତ ଆରମ୍ଭ ହୁଏ । ପିଠି, ବେକ ଓ କାନ୍ଧରେ ମଧ୍ୟ ଏହି ଯନ୍ତ୍ରଣା ଅନୁଭବ ହୋଇପାରେ । ବିଛଣାରେ ଗଡ଼ିଲେ ବା ଲମ୍ବା ପ୍ରଶ୍ୱାସ ନେଲେ କଷ୍ଟ ବଢ଼ିଯାଏ କିନ୍ତୁ ବସିପଡ଼ିଲେ ଭଳ ଲାଗେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଦୁର୍ବଳତା (weakness), ଖର ସ୍ପନ୍ଦନ (palpitations) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[] ବେଳେବେଳେ ରୋଗ ହଠାତ ଆରମ୍ଭ ନ ହୋଇ ଧୀରେ ଧୀରେ ହୁଏ । []

ଅଧିକାଂଶ ସମୟରେ ଭୁତାଣୁ ସଂକ୍ରମଣକୁ (viral infection ) ପେରିକାର୍ଡ଼ାଇଟିସ ରୋଗର କାରଣରୂପେ ବିବେଚନ କରାଯାଏ ।[] ଅନ୍ୟାନ୍ୟ କାରଣ ମଧ୍ୟରେ ଯକ୍ଷ୍ମା, ହୃଦ୍‌ଘାତ ପରବର୍ତ୍ତୀ ୟୁରିମିକ ପେରିକାର୍ଡ଼ାଇଟିସ, କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଛାତି ଆଘାତ ଯୋଗୁ ଏହି ରୋଗ ହୋଇପାରେ ।[][] ଅଧିକାଂଶ ସମୟରେ ଏହର କାରଣ ଅଜ୍ଞାତ ହୋଇ ରହିଯାଏ ।[][] ଛାତି ଯନ୍ତ୍ରଣା, ପେରିକାର୍ଡ଼ିଆଲ ରବ୍ (pericardial rub), ନିର୍ଦ୍ଦିଷ୍ଟ ଇସିଜି ପରିବର୍ତ୍ତନ ଓ ହୃତ୍‌ପିଣ୍ଡକୁ ଘେରି ତରଳ ପଦାର୍ଥ (fluid around the heart) ଜମିବା ଇତ୍ୟାଦି ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[] ହୃଦ୍‌ଘାତ ରୋଗରେ ମଧ୍ୟ ସମାନ ଲକ୍ଷଣ ପ୍ରକାଶ ପାଏ ।[]

ଅଧିକାଂଶ ସ୍ଥଳରେ ଏନଏସଏଆଇଡି (NSAIDs) ଦେଇ ଚିକିତ୍ସା କରାଯାଏ ଓ ସମ୍ଭବତଃ କଲଚିସିନ (colchicine) ଦିଆଯାଏ । ଏହି ଔଷଧ ଯଥେଷ୍ଟ ନ ହେଲେ ସ୍ଟିରଏଡ (Steroids) ଦିଆଯାଇପାରେ ।[] କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ରୋଗର ଉନ୍ନତି ପରିଲକ୍ଷିତ ହୁଏ କିନ୍ତୁ ଏହା ମାସ ମାସ ଧରି ମଧ୍ୟ ରହିପାରେ ।[] ରୋଗ ଜଟିଳ ହେଲେ କାର୍ଡ଼ିଆକ ଟାମ୍ପୋନେଡ (cardiac tamponade), ମାୟୋକାର୍ଡ଼ାଇଟିସ (myocarditis) ବା କନସ୍ଟ୍ରିକ୍ଟିଭ ପେରିକାର୍ଡ଼ିଟିସ (constrictive pericarditis) ହୋଇପାରେ ।[][] ଛାତି ଯନ୍ତ୍ରଣାର ଏହି ଏକ ଅଳ୍ପ ସାଧାରଣ କାରଣ । [] ବାର୍ଷିକ ୧୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ଆକ୍ରମଣ କରେ ।[] ସାଧାରଣତଃ ପୁରୁଷମାନଙ୍କୁ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଅଧିକ ଆକ୍ରମଣ କରେ । ପ୍ରାୟ ୩୦% ରୋଗୀଙ୍କର ଏକାଧିକ ଥର ଏହି ରୋଗ ହୁଏ ।[]

  1. 1 2 3 "What Is Pericarditis?". NHLBI. September 26, 2012.
  2. 1 2 3 "What Are the Signs and Symptoms of Pericarditis?". NHLBI. September 26, 2012. Retrieved 28 September 2016.
  3. 1 2 3 Tingle, LE; Molina, D; Calvert, CW (15 November 2007). "Acute pericarditis". American family physician. 76 (10): 1509–14. PMID 18052017.
  4. "What Causes Pericarditis?". NHLBI. September 26, 2012. Retrieved 28 September 2016.
  5. 1 2 Imazio, M; Gaita, F; LeWinter, M (13 October 2015). "Evaluation and Treatment of Pericarditis: A Systematic Review". JAMA. 314 (14): 1498–506. doi:10.1001/jama.2015.12763. PMID 26461998.
  6. "How Is Pericarditis Treated?". NHLBI. September 26, 2012. Retrieved 28 September 2016.
  7. 1 2 Imazio, M; Gaita, F (July 2015). "Diagnosis and treatment of pericarditis". Heart (British Cardiac Society). 101 (14): 1159–68. PMID 25855795.
  8. McConaghy, JR; Oza, RS (1 February 2013). "Outpatient diagnosis of acute chest pain in adults". American family physician. 87 (3): 177–82. PMID 23418761.
  9. "Who Is at Risk for Pericarditis?". NHLBI. September 26, 2012. Retrieved 28 September 2016.