ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article

ଉଇକିପିଡ଼ିଆ ରୁ
Jump to navigation Jump to search

Selected article 1

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/1

ଏକ ଗଇରୋସ୍କୋପ
ଗାଇରୋସ୍କୋପ (ଇଂରାଜୀ: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor) ଦ୍ଵାରା ତିଆରି ହୋଇଥାଏ । ଏହା ଚକ୍ରି (rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଘୂରୁଥିବା ନଟୁ ଏହାର ଏକ ଉଦାହରଣ ଅଟେ । ଆଧୁନିକ ସମାଜ ରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍‌ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି ।
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 2

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/2

ଛୋଟିଆ ଟ୍ରାନ୍ସଫର୍ମର ଟିଏ
ଟ୍ରାନ୍ସଫର୍ମର ହେଉଛି ଏକ ଯନ୍ତ୍ର , ଯାହାକି ଚୁମ୍ବକୀୟ କ୍ଷେତ୍ରର ସାହାୟତାରେ ଗୋଟିଏ ଭୋଲଟେଜ୍ ଲେବଲ୍ (Voltage level) ରେ ଥିବା ବୈଦୁତିକ ଶକ୍ତି (AC)କୁ ଅନ୍ୟ ଏକ ଭୋଲଟେଜ୍ ଲେବଲ୍ ରେ ଥିବା ବୈଦୁତିକ ଶକ୍ତି (AC)କୁ ପରିବର୍ତ୍ତନ କରିଥାଏ । ଏହାର ଦୁଇ କିମ୍ବା ତତୋଽଧିକ କଏଲ୍(Coil) ଥାଏ ଯାହାକି ଏକ ସାଧାରଣ ଫେରୋ-ମ୍ୟାଗ୍ନେଟିକ୍ କୋର୍ (Ferromagnetic Core) ଚାରିପଟେ ଗୁଡା ହୋଇ ରହିଥାଏ । ଏହି କଏଲ୍ ଗୁଡିକ (ସାଧାରଣତଃ) ସିଧାସଳଖ ଯୋଡା ଯାଇ ନଥାଏ । କଏଲ ଗୁଡିକ ଭିତରେ ଏକ ମାତ୍ର ଯୋଡେଇ ହେଲା କୋର୍ ଭିତରେ ଥିବା ସାଧାରଣ ଚୁମ୍ବକୀୟ ଫ୍ଲକ୍ସ୍ (common magnetic flux) ।

ଟ୍ରାନ୍ସଫର୍ମର ର ଗୋଟିଏ ୱାଇଣ୍ଡିଂ ବୈଦୁତିକ ଶକ୍ତି ଉତ୍ସ (ac power source) ସହ ଯୋଡା ଯାଇଥାଏ ଏବଂ ଦ୍ଵିତୀୟଟି (ବେଳେବେଳେ ତୃତୀୟଟି) ଲୋଡ୍(Load)କୁ ବୈଦୁତିକ ଶକ୍ତି ଯୋଗାଇଦିଏ । ଟ୍ରାନ୍ସଫର୍ମର ର ଯେଉଁ ୱାଇଣ୍ଡିଂ ଟି ଶକ୍ତି ଉତ୍ସ ସହ ଯୋଡା ଯାଇଥାଏ ତାକୁ ପ୍ରାଥମିକ ୱାଇଣ୍ଡିଂ ଓ ଯେଉଁ ୱାଇଣ୍ଡିଂ ଟି ଲୋଡ ସହ ଯୋଡା ଯାଇଥାଏ ତାକୁ ଦ୍ଵିତୀୟକ ୱାଇଣ୍ଡିଂ କୁହାଯାଏ । ଯଦି ଟ୍ରାନ୍ସଫର୍ମରରେ ତୃତୀୟ ୱାଇଣ୍ଡିଂ ଥାଏ ତେବେ ତାକୁ ତୃତୀୟକ ୱାଇଣ୍ଡିଂ (Tertiary Winding) କୁହାଯାଏ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 3

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/3

ଏକ ଅତ୍ୟାଧୁନିକ ବାଷ୍ପ ଚାଳିତ ଟରବାଇନ
ବୈଦୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତି କୁ ବୈଦୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପ ଦ୍ଵାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।

ବୈଦୁତିକ ମୋଟର, ବୈଦୁତିକ ଶକ୍ତି କୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 4

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/4

ଇଣ୍ଟରନେଟ‎
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 5

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/5

ଲୋଗୋ
ରୁବୀ ଏକ କମ୍ପ୍ୟୁଟର ପ୍ରଗ୍ରାମିଂ ଭାଷା ଅଟେ । ଏହାକୁ ୧୯୯୦ ର ମଧ୍ୟ ଭାଗରେ ଯୁକିହୀରୋ "ମାଜ୍" ମାସୁମୋଟୋ ଜାପାନରେ ତିଆରି କରିଥିଲେ । ରୁବୀ ପ୍ରୋଗ୍ରାମିଂ ଭାଷାର ସିଣ୍ଟାକ୍‌ସ୍ ଗୁଡ଼ିକ ପର୍ଲ୍ ଦ୍ଵାରା ପ୍ରେରିତ ଅଟେ । ଏଥିରେ ଏଇଫିଲ୍ଲିପ୍‌ସ୍‌ର ପ୍ରଭାବ ରହିଅଛି ।
puts "Hello World!"

-199.abs                        # => 199
"ice is nice".length            # => 11
"ruby is cool.".index("u")      # => 1
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 6

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/6

ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପରେ ପାୱାର ଗ୍ରିଡ଼
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP) ଓଡ଼ିଶାର ସମ୍ବଲପୁରର ଚିପିଲିମା ଠାରେ ଥିବା ଏକ ଜଳବିଦ୍ୟୁତ କେନ୍ଦ୍ର ।

ଓଡ଼ିଶା ସରକାର ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୫ମ ଓ ୬ଷ୍ଠ ଭାଗ ଓ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP)ର ୩ୟ ଭାଗର ନବୀକରଣ ନିମନ୍ତେ ୧୧ତମ ଭାରତର ପଞ୍ଚବାର୍ଷିକ ଯୋଜନା କାଳରେ ଲକ୍ଷ ରଖିଥିଲେ ଯାହାର ଫଳ ରୂପେ ଚିପିଲିମା ପ୍ରକଳ୍ପର ୧ମ ଓ ୩ୟ ଭାଗର କାର୍ଯ୍ୟକାଳ ବଢ଼ାଇବା ସହ ନବୀକରଣ ଶେଷ ହୋଇଛି । ଏଥିରୁ ଓ ଓଡ଼ିଶାର ବାକି ଜଳବିଦ୍ୟୁତ କେନ୍ଦ୍ରରୁ ମିଳିତ ଭାବରେ ୨୦୦୫-୦୬ ବର୍ଷରେ ୫୨୩୪ ମିଲିଅନ ଏକକ, ୨୦୦୭-୦୮ରେ ୭୩୫୪ ମିଲିଅନ ଏକକ ଓ ୨୦୦୯ରେ ୭୮୮୩ ମିଲିଅନ ଏକକ ଉତ୍ପାଦନ ହୋଇଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 7

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/7

ଆଣ୍ଡ୍ରଏଡ଼
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।
  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ ,
  • ୩.୨ ହନିକମ୍ବ ,
  • ୪.୦ ଆଇସ କ୍ରିମ-ସାଣ୍ଡଵିଚ
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 8

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/8

ଓମ'ଙ୍କ ନିୟମ
ଓମ୍‌ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତିପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ ।

ଏଠାରେ I ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), V ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍‌ଟ ଏକକରେ) ଓ R ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) ।

ଏହି ନିୟମଟି ଜର୍ମାନ ଗଣିତଜ୍ଞ ଜର୍ଜ୍ ଓମ୍‌ଙ୍କ ନାମ ଅନୁସାରେ ନାମିତ ହୋଇଅଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 9

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/9

ଟକ୍ସ ଏକ ପେଙ୍ଗୁଇନ , ଲିନକ୍ସର ମାସ୍କଟ
ଲିନକ୍ସ ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ ରେ , ଯେତେବେଳେ ଜଣେ ଫିନ୍ ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।

ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ଵାରା ଲିନକ୍ସର ଇତିହାସକୁ ସାରା ବିଶ୍ଵର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା । ପ୍ରାଥମିକ ଅବସ୍ଥାରେ ଲିନକ୍ସ ର ଗଠନ ମୁଖ୍ୟ ଅପରେଟିଂ ସିଷ୍ଟମକୁ କୁ କେନ୍ଦ୍ର କରି ହିଁ ଗଢାଯାଉଥିଲା । କିନ୍ତୁ ଏକ ସମ୍ପୂର୍ଣ ଅପରେଟିଂ ସିଷ୍ଟମ ଗଢିବାକୁ ହେଲେ କେବଳ ଏହି କର୍ନେଲ ବ୍ୟତୀତ ଆହୁରି ଅନେକ କାମ ବାକି ଥିଲା । ଆଉ ଲିନକ୍ସ କର୍ନେଲ ଓ ଲିନକ୍ସ ସିଷ୍ଟମ ମଧ୍ୟରେ ପ୍ରଭେଦ ବି ଆବଶ୍ୟକୀୟ ଥିଲା । ଲିନକ୍ସ କର୍ନେଲ ସମ୍ପୂର୍ଣ ଭାବେ ଏକ ଅରିଜିନାଲ ସଫ୍ଟୱେର ଅଟେ ଯାହାକି ଲିନକ୍ସ କମ୍ୟୁନିଟି ଦ୍ଵାରା ଗଢା ଯାଇଥିଲା । ଆଉ ଲିନକ୍ସ ସିଷ୍ଟମ ପାଇଁ କିଛି ଭାଗ ଅନ୍ୟାନ୍ୟ ସଫ୍ଟୱେରରୁ ଅଣାଯାଇଛି ଓ କିଛି ଭାଗ ଦଳଗତ ଭାବେ ଗଠନ କରାଯାଇଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 10

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/10

ମାଉସ
ମାଉସ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳ ରେ ଦୁଇ ଦିଗ ରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନ ଦ୍ଵାରା କମ୍ପୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।

ମାଉସ କୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସ ର ୧୯୬୫ତମ ସଂସ୍କରଣ ରେ "କମ୍ପୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ " ରେ ବାହାରିଥିଲା। ଅନଲାଇନ ଅକ୍ସଫର୍ଡ ଅଭିଧାନ ରେ ମାଉସ ର ବହୁବଚନ ଭାବେ ମାଇସ ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷା କୁ ବୁଝାଏ କିନ୍ତୁ କମ୍ପୁଟର ର ମାଉସ ର ବହୁବଚନ ରେ ଇଂରାଜୀ ରେ ମାଉସେସ ଲେଖାଯାଏ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 11

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/11

ଭାଇଓ ଇ ସିରିଜର ଏକ ଲାପଟପର ମଦରବୋର୍ଡ଼
ମାଇକ୍ରୋପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂ ର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ, ମାଇଲେକ୍ସ, ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼, ଅର୍ଚିଡ଼ ଟେକ୍ନୋଲୋଜି, ଇଲାଇଟ ଗ୍ରୁପ, ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା ।
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 12

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/12

କମ୍ପ୍ୟୁଟର
କମ୍ପ୍ୟୁଟର ଏମିତି ଏକ ଯନ୍ତ୍ର ଯାହା ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ ।

ଆଧୁନିକ କମ୍ପ୍ୟୁଟର ସବୁ ଖୁବ କମ ଜାଗାରେ ରହି ପାରେ, ଅଳ୍ପ ସମୟରେ ଖୁବ ଅଧିକ ତଥ୍ୟ ଖୋଜିପାରେ ଆଉ କଠିନ ଗଣିତସବୁ ସହଜରେ ସମାଧାନ କରିପାରେ ।

ଯେମିତି କୁହାଯାଏ ଯେ ମଣିଷ ହେଉଛି ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି, ସେମିତି କୁହାଯାଇପାରେ ଯେ କମ୍ପ୍ୟୁଟର ମଣିଷର ଶ୍ରେଷ୍ଟ ସୃଷ୍ଟି।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

Selected article 13

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/13 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/13

Selected article 14

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/14 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/14

Selected article 15

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/15 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/15

Selected article 16

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/16 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/16

Selected article 17

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/17 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/17

Selected article 18

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/18 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/18

Selected article 19

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/19 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/19

Selected article 20

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/20 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/20

Selected article 21

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/21 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/21

Selected article 22

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/22 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/22

Selected article 23

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/23 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/23

Selected article 24

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/24 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/24

Selected article 25

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/25 ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/25