ମାଉସ
ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ଦିଆଯାଇନାହିଁ । (ଜୁନ ୨୦୧୨) (Learn how and when to remove this template message) |
ମାଉସ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳରେ ଦୁଇ ଦିଗରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନଦ୍ୱାରା କମ୍ପ୍ୟୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।
ନାମକରଣ[ସମ୍ପାଦନା]
ମାଉସକୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସର ୧୯୬୫ତମ ସଂସ୍କରଣରେ "କମ୍ପ୍ୟୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ "ରେ ବାହାରିଥିଲା।[୧][୨][୩] ଅନଲାଇନ ଅକ୍ସଫର୍ଡ ଅଭିଧାନରେ ମାଉସର ବହୁବଚନ ଭାବେ ମାଇସ[୪] ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷାକୁ ବୁଝାଏ କିନ୍ତୁ କମ୍ପ୍ୟୁଟରର ମାଉସର ବହୁବଚନରେ ଇଂରାଜୀରେ ମାଉସେସ ଲେଖାଯାଏ।[୫]
୧୯୬୮ରେ ଜେ.ସି.ଆର ଲିକଲିଡର "ଦି କମ୍ପ୍ୟୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ"ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନର ଚତୁର୍ଥ ସଂସ୍କରଣରେ କମ୍ପ୍ୟୁଟର ମାଉସର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସକୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖାରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀରେ ମାଉସେସ କମ୍ପ୍ୟୁଟର ମାଉସକୁ "ହେଡଲେସ ନାଉନ" ଭାବେ ।
ପୂର୍ବର ମାଉସ ଗୁଡିକ[ସମ୍ପାଦନା]
ଟ୍ରାକବଲ ଏକ ପଏଣ୍ଟିଙ୍ଗ ଡିଭାଇସ ଯାହା ୧୯୫୨ରେ ଟମ କ୍ରାନ୍ସଟନ,ଫ୍ରେଡ ଲଙ୍ଗଷ୍ଟାଫ ଓ କେନୟୋନ ଟେଲରଙ୍କଦ୍ୱାରା ରୟାଲ କାନାଡିୟ ନୌ ବାହିନୀର ଡ଼ି.ଏ.ଟି.ଏ.ଆର ପ୍ରକଳ୍ପରେ ଉଦ୍ଭାବିତ ହେଇଥିଲା ।ଏହା କାନାଡିୟ ମାନକ ୫ ପିନ ବିଶିଷ୍ଟ ବୋଲିଂ ବଲ ବ୍ୟବହାର କରୁଥିଲା।ଏହାକୁ ବଜାରକୁ ଛଡ଼ାଯାଇନଥିଲା କାରଣ ଏହା ଏକ ଗୁପ୍ତ ସାମରିକ ପ୍ରକଳ୍ପ ଥିଲା।
ମାଉସର ପ୍ରକାରଭେଦ[ସମ୍ପାଦନା]
ମେକାନିକାଲ ମାଉସ[ସମ୍ପାଦନା]
ଅପଟିକାଲ ଓ ଲେଜର ମାଉସ[ସମ୍ପାଦନା]
ଅପଟିକାଲ ମାଉସ ଗୁଡିକ ଏଲ.ଇ.ଡି ବା ଲାଇଟ ଏମିଟିଂ ଡାଇଓଡ ଓ ଏକ ଫୋଟୋ ଡାଇଓଡର ଇମେଜିଙ୍ଗ ଆରେ ବ୍ୟବହାର କରେ ,ତଳେ ଥିବା ସମତଳର ଅବସ୍ଥା ଜାଣିବା ପାଇଁ।ମେକନିକାଲ ମାଉସ ଏକ ଗତିଶୀଳ ଅଂଶ ବ୍ୟବହାର କରିଲା ବେଳେ ଲେଜର ମାଉସ ଜଉଟା ମଧ୍ୟ ଅପଟିକାଲ ମାଉସ ଲେଜର ଆଲୋକକୁ ବ୍ୟବହାର କରେ।
ଇନରସିଆଲ ଓ ଯାଇରୋସ୍କୋପିକ ମାଉସ[ସମ୍ପାଦନା]
୩ଡ଼ି ମାଉସ[ସମ୍ପାଦନା]
ଟାକଟାଇଲ ମାଉସ[ସମ୍ପାଦନା]
୨୦୦୦ରେ ଲଗିଟେକ "ଟାକଟାଇଲ ମାଉସ" ବାହାର କରିଥିଲା, ଯେଉଁଥିରେ ଏକ ଛୋଟ ଆକଟୁଏଟୋର ଲାଗିଥିଲା ଯାହା ମାଉସକୁ ଥରାଉଥିଲା।ଏହା ବାରମ୍ବାର ଇଉଜରକୁ ଜଣାଉଥିଲେ ଯତେବେଳେ ମାଉସ ପରଦାର ସୀମାରେଖାକୁ ଛୁଇଁ ଯାଉଥିଲା। ମାଉସକୁ ଛୁଇଁ କରି ବ୍ୟବହାର କରିବା ପାଇଁ ଏକ ଇଲେକଟ୍ରହିଓଲଜିକାଲ ଟାକଟାଇଲ ମାଉସ ବାହାରିଥିଲା କିନ୍ତୁ ଏକ ବଜାରକୁ ଆସିପାରିନଥିଲା।
ଏର୍ଗୋନୋମିକ ମାଉସ[ସମ୍ପାଦନା]
ଯାହା ନାମରୁ ଜଣାପଡୁଛି , ଏହି ମାଉସ ହାତକୁ ଅଧିକରୁ ଅଧିକ ସୁବିଧା ଦେଇଥାଏ ଓ କାରପାଲ ଟନେଲ ଶିଣ୍ଡ୍ରୋମ ଭଳି ଆହତ ସମସ୍ଯାକୁ ଦୂରେଇ ରଖିଥାଏ।ଏହା ପ୍ରକୃତିକ ହାତର ଅବସ୍ଥିତି ଅନୁଯାୟୀ ତିଆରି ହେଇଛି ଅସୁବିଧା ଥୁ ଦୂରେଇ ରଖିବା ପାଇଁ।
ସଂଯୋଗୀକରଣ ଓ ସମ୍ପର୍କ ରକ୍ଷାର ନିୟମ (କନେକ୍ଟିଭିଟି ଓ କମ୍ୟୁନିକେଶନ ପ୍ରୋଟୋକଲ)[ସମ୍ପାଦନା]
ସିରିଏଲ ଇଣ୍ଟରଫେସ ଓ ନିୟମ[ସମ୍ପାଦନା]
ମାନକ ପି.ସି ମାଉସ ଗୁଡିକ ଆର.ଏସ-୨୩୨ସି ସିରିଏଲ ପୋର୍ଟ , ଡି-ସବମିନୀଏଚର କାନେକ୍ଟର ଭୟାରେ ବ୍ୟବହୃତ ହଉଥିଲେ ,ଯାହା ମାଉସର ସର୍କିଟକୁ ଚାଲୁ ରଖିବାରେ ଓ ମାଉସକୁ ଗତି କରେଇବାଦ୍ୱାରା ତଥ୍ୟ ବଦଳରେ ସାହାଯ୍ୟ କରୁଥିଲା। ମାଉସ ଶିଷ୍ଟମ୍ସ କର୍ପୋରେସନ ଭର୍ଶନ ଏକ ୫ ବାଇଟ ନିୟମ ଓ ୩ ଟା ବଟନକୁ ସାହା ଦେଉଥିଲା ବେଳେ ମାଇକ୍ରୋସଫ୍ଟ ଭର୍ଶନ ୩ ବାଇଟ ନିୟମ ଓ ୨ ଟା ବଟନ ବ୍ୟବହାର କରୁଥିଲା।ଏହି ଦୁଇଟି ନିୟମ ମଧ୍ୟରେ ଅମେଳ ଯୋଗୁଁ ମାଉସ ତିଆରି କରୁଥିବା କମ୍ପାନୀ ୨ ପ୍ରକାର ସୁଇଚ ମାଉସ ବିକିଲେ: "ପି.ସି" ଏମ.ଏସ.ସି ପାଇଁ ଓ "ଏମ.ଏସ" ମାଇକ୍ରୋସଫ୍ଟ ପାଇଁ।
PS/୨ ଇଣ୍ଟରଫେସ ଓ ନିୟମ[ସମ୍ପାଦନା]
ଆପଲ ଡେସ୍କଟପ ବସ(Bus)[ସମ୍ପାଦନା]
୧୯୮୬ରେ ଏପଲ କମ୍ପାନୀ ୧୬ଟି ଯନ୍ତ୍ରକୁ ଡେଜି ଚେନିଙ୍ଗରେ ଲଗେଇ ପ୍ରଥମେ ଏପଲ ଡେସ୍କଟପ ବସକୁ କାମରେ ଲଗେଇଥିଲା।ସେହି ଗୋଟିଏ ବସରେ ଅନେକ ଗୁଡିଏ ମାଉସକୁ ଲଗାଯାଇଥିଲା ଯାହାର କୌଣସି କାରିଗରୀ ନଥିଲା।ଏକ ମାତ୍ର ଡେଟା ପିନକୁ ବ୍ୟବହାର କରି ଏଥିରେ ଅନେକ ମାଉସ ବ୍ୟବହାର କରିହଉଥିଲା ଯାହା କି ମାଉସର ମଡେଲମାନଙ୍କ ମୁଖ୍ୟସ୍ରୋତରେ ନିଜକୁ ମିଶେଇବାରେ ସାହାଯ୍ୟ କଲା, ଏପରିକି ଏହା ଅଣ-ଏପଲ କମ୍ପାନୀରେ ମଧ୍ୟ ବ୍ୟବହୃତ ହେଲା ଏହା ୧୯୯୮ ଯାଏଁ ଚାଲୁ ରହିଲା।ଯେତେବେଳେ ଆଇ-ମାକ ଶିଳ୍ପର ଆରମ୍ଭ ହେଲା ୟୁ.ଏସ.ବିର ସମୟ ଆରମ୍ଭ ହେଲା।୧୯୯୯ ମେରେ "କାଂସ୍ୟ କିବୋର୍ଡ"ର ଆରମ୍ଭରୁ ପାୱାର ବୁକ ଜି୩ ଯାହା ଏପଲର ଏକ ସୃଷ୍ଟି ଡେସ୍କଟପ ବସର ବ୍ୟବହାରକୁ ପ୍ରତ୍ୟାହାର କଲା ୟୁ.ଏସ.ବିର ପ୍ରଚାଳନ ପାଇଁ।କିନ୍ତୁ ଏହାର ସ୍ଥାନ୨୦୦୫ରେ ପାୱାରବୁକ ଜି୪ ଯାଏଁ ରହିଲା ।
ୟୁ.ଏସ.ବି[ସମ୍ପାଦନା]
ଶିଳ୍ପ-ମାନକ ୟୁ.ଏସ.ବି (ୟୁନିଭର୍ସାଲ ସିରିଆଲ ବସ ) ନିୟମ ଓ ଏହାର ସଂଯୋଗ ଏବେ ବହୁଳ ଭାବରେ ମାଉସ ପାଇଁ ବ୍ୟବହାର ହଉଛି।ଏହା ଏବେ ବିଖ୍ୟାତ ମାଉସମାନଙ୍କ ମଧ୍ୟରେ ଅନ୍ୟତମ।
ବେତାର ମାଧ୍ୟମ[ସମ୍ପାଦନା]
ବେତାର ମାଉସ ଗୁଡିକ ଲୋହିତ ରଶ୍ମୀ ବା ରେଡିଓ ରଶ୍ମୀଦ୍ୱାରା ସଂଯୁକ୍ତ ହୁଅନ୍ତି।ଏହାର ଏକ ରିସିଭର ଥାଏ ଯାହା କମ୍ପ୍ୟୁଟରରେ ସିରିଏଲ ବା ୟୁ.ଏସ.ବି ପୋର୍ଟରେ ଲାଗିଥାଏ ଯାହା ରଶ୍ମୀକୁ ଗ୍ରହଣ କରିଥାଏ।ଏବେ ନୂଆ ନୂଆ ଅତି ଛୋଟ ନାନୋ ରିସିଭର ବାହାରିଛି ଯାହା ଲାପଟପ ନୋଟବୁକରେ ବ୍ୟବହାର କରିବା ପାଇଁ ସହଜସାଧ୍ୟ।
ଅଟାରି ମାନକ ଜଏଷ୍ଟିକ ସଂଯୋଗ[ସମ୍ପାଦନା]
ଏମିଗା ଓ ଅଟାରି , ଅଟାରି ଏସ.ଟି ମାନକ ଡି.ଇ ସଂଯୋଗ ମାଉସ ଗୁଡିକ ପାଇଁ ବ୍ୟବହାର କରନ୍ତି।ସେହି ସଂଯୋଗ ସମାନ କମ୍ପ୍ୟୁଟର ଓ ହାତ ଗଣତି ୮ ବିଟ ସିଷ୍ଟମରେ ଯଏଷ୍ଟିକରେ ସଂଯୋଗ ହେଇଥାଏ ଯଥା କମୋଡୋର ୬୪ ଓ ଅଟାରି ୨୬୦୦।ମାଉସ ପାଇଁ ଯାଉ ସଂକେତ ବ୍ୟବହାର କରାଯାଏ ଯଏଷ୍ଟିକ ପାଇଁ ଅଲଗା ସଂକେତ ବ୍ୟବହାର କରାଯାଏ।ତେଣୁ ଯଏଷ୍ଟିକର ସଂଯୋଗ କରିବା ଜାଗାରେ ଯଦି ମାଉସ ଲଗା ଯାଏ ତାହା କରସର ଗତିକୁ ଗୋଟିଏ ଦିଗକୁ ବଢାଇ ଥାଏ ,ଯଦିଓ ମାଉସ ସ୍ଥିର ଥାଏ।କିନ୍ତୁ ଯଏଷ୍ଟିକକୁ ମାଉସ ଜାଗାରେ ଲଗେଇଲେ ଏହା କରସରକୁ କିଛି ବାଟ ଗତି କରାଇଥାଏ।
କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]
ଏକାଧିକ ମାଉସ ବ୍ୟବସ୍ଥା[ସମ୍ପାଦନା]
ବଟନ[ସମ୍ପାଦନା]
ମାଉସର ବଟନ ଗୁଡିକ ଏକ ଛୋଟ ଛୋଟ ସୁଇଚ ଭଳିଆ ଯାହାକୁ କମ୍ପ୍ୟୁଟର ପରଦାରେ ଥିବା ଏକ ଜିନିଷକୁ ଧରିବା ପାଇଁ ଟିପା ଯାଇଥାଏ ବା କ୍ଲିକ କରାଯାଇଥାଏ ଏହାକୁ ଗ୍ରାଫିକାଲ ଇଉଜର ଇଣ୍ଟର୍ଫେସ ସାହା ଦେଇଥାଏ। ୩ ବଟନ ବିଶିଷ୍ଟ ସ୍କ୍ରଲ ମାଉସ ଯାହା ଆଜି ବଜାରରେ ସାଧାରଣ ଦାମରେ ମିଳେ ।୧୯୯୦ର ଶେଷ ଭାଗରୁ ୨୦୦୭ ଯଏଁ ବ୍ୟବହାରକାରୀ ମାନେ ଏହି ମାଉସ ବ୍ୟବହାର କରୁଥିଲେ।ସାଧାରଣତଃ ଦ୍ୱିତୀୟ ବଟନଟି ବହୁଳ ଭାବେ ବ୍ୟବହୃତ ହେଲା ଯଉଟାଟି ସୂଚୀ ଦେଖିବାରେ ସାହାଯ୍ୟ କରୁଥିଲା।ବାମ ହାତୀ ଓ ଡାହାଣ ହାତୀମାନଙ୍କ ସୁବିଧା ପାଇଁ ସଫ୍ଟୱେରରେ ବଦଳ କରାଯାଉଥିଲା ଯାହା ଫଳରେ କି ଏହାର ଦୁର୍ବଳତା ପଦାକୁ ଆସୁନଥିଲା।
ମାଉସର ବେଗ[ସମ୍ପାଦନା]
ମାଉସ ରଖିବା ଜାଗା (ମାଉସପ୍ୟାଡ)[ସମ୍ପାଦନା]
ଏଙ୍ଗେଲବାର୍ଟ ଙ୍କର ମୂଳ ମାଉସ ପାଇଁ ମାଉସପ୍ୟାଡ ଦରକାର ହଉନଥିଲା ;ମାଉସର ଦୁଇଟି ବଡ ଚକ ଥିଲା ଯାହାକି ଯେକୌଣସି ଜାଗାରେ ବୁଲିପାରୁଥିଲା।ମାଉସପ୍ୟାଡ ସେତେବେଳେ ଦରକାର ପଡ଼ିଲା ଯେତେବେଳେ ଷ୍ଟିଲ ଚକା ବାଲା ଓ ଅପ୍ଟିକାଲ ମାଉସ ବାହାରିଲା।
ମାଉସପ୍ୟାଡ ସବୁଠୁ ସାଧାରଣ ମାଉସ ବ୍ଯବହୃତ ଜିନିଷ ଯାହାକି ମେକାନିକାଲ ମାଉସ ତଳେ ରହେ ଯାହାକି ମାଉସକୁ ସହଜରେ ଗଦେଇବାରେ ସାହାଜ୍ଯ କରେ।ଲେଜର ମାଉସ ପାଇଁ କଠିନ ମାଉସପ୍ୟାଡ ତିଆରି କରାଗଲା କାରଣ ବିକିରଣ ହେଲେ ଲେଜର ମାଉସ କାମ କରିବା କଷ୍ଟକର ହାଉଥିଲା।
ବଜାରରେ ସ୍ଥାନ[ସମ୍ପାଦନା]
ଖେଳ(ଗେମ )ରେ ବ୍ୟବହାର[ସମ୍ପାଦନା]
ପ୍ରଥମ ବ୍ୟକ୍ତି ଶୂଟର[ସମ୍ପାଦନା]
ଘରୋଇ ଉପଯୋଗ[ସମ୍ପାଦନା]
୧୯୮୮ରେ ଭି.ଟେକ ସକ୍ରେଟିସ ,ଏକ ଶିକ୍ଷଣୀୟ ଭିଡିଓ ଗେମ ବ୍ୟବସ୍ଥା ଯାହା ବେତର ମାଉସକୁ ପ୍ରଥମେ ବଜାରକୁ ଆଣିଥିଲା ଓ ତା ସହିତ ଏକ ମାଉସପ୍ୟାଡ ମଧ୍ୟ ଆସିଥିଲା ,ଏହି ମାଉସ ଗେମ ଗୁଡିକର ଅତିରିକ୍ତ ପରିଚାଳକ ଥିଲା।୧୯୯୦ର ପ୍ରାରମ୍ଭରେ ସୁପର ନିଣ୍ଟେଣ୍ଡୋ ଏଣ୍ଟରଟେନମେଣ୍ଟ ସିଷ୍ଟମ ,ଏକ ଭିଡିଓ ଗେମ କମ୍ପାନୀ ମାଉସକୁ ଗେମର ଅନ୍ୟତମ ମୁଖ୍ୟ ପରିଚାଳକ ଭାବେ ଆଣିଲା।ନିଣ୍ଟେଣ୍ଡୋ ୬୪ ପରେ ମାରିଓ ପେଣ୍ଟ ଗେମ ମାଉସର କ୍ଷମତାକୁ ଭଲଭାବେ ବ୍ୟବହାର କରିଥିଲା।ସେଗା କମ୍ପାନୀ ତାର ନିଜର ମାଉସ ବଜାରକୁ ଛାଡିଥିଲା ଜେନେସିସ/ମେଗା ଡ୍ରାଇଭ ,ସାଟର୍ଣ୍ଣ ଓ ଡ୍ରିମକଷ୍ଟ କନସୋଲ ପାଇଁ।ଏନ.ଇ.ସି ତାର ନିଜର ପି.ସି ଇଞ୍ଜିନ ଓ ପି.ସି - ଏଫ.ଏକ୍ସ କନସୋଲ ପାଇଁ ସ୍ୱତନ୍ତ୍ର ମାଉସ ଛାଡିଥିଲା।ପ୍ଲେ-ଷ୍ଟେସନ ପାଇଁ ସୋନି କମ୍ପ୍ୟୁଟର ଏଣ୍ଟରଟେନମେଣ୍ଟ ଏକ ମାଉସ ବାହାର କରିଥିଲା ଏବଂ ସେଥିରେ ଲିନକ୍ସ ଓ ପ୍ଲେ-ଷ୍ଟେସନ ୨ର ସରଞ୍ଜାମ ରହିଥିଲା।ବ୍ୟବହାରକାରୀ ଯେକୌଣସି ଭାବେ ୟୁ.ଏସ.ବି ମାଉସକୁ ପ୍ଲେ-ଷ୍ଟେସନ ୨ରେ ସଂଯୋଗ କରିପାରୁଥିଲେ।ପ୍ଲେ -ଷ୍ଟେସନ ୩ ସଂପୂର୍ଣ୍ଣ ଭାବେ ୟୁ.ଏସ.ବି ମାଉସର ଅଧିନକୁ ଆସିଗଲା ।
ଆହୁରି ଦେଖନ୍ତୁ[ସମ୍ପାଦନା]
ତଥ୍ୟ[ସମ୍ପାଦନା]
ଆଧାର[ସମ୍ପାଦନା]
ଅଧିକ ପଢନ୍ତୁ[ସମ୍ପାଦନା]
- Pang, Alex Soojung-Kim, "Mighty Mouse: In 1980, Apple Computer asked a group of guys fresh from Stanford's product design program to take a $400 device and make it mass-producible, reliable and cheap. Their work transformed personal computing", Stanford University Alumni Magazine, March/April 2002.
- Stanford University MouseSite with stories and annotated archives from Doug Engelbart's work
- Doug Engelbart Institute mouse resources page includes stories and links
ବାହାର ଲିଙ୍କ[ସମ୍ପାଦନା]
![]() |
Wikiversity has learning materials about Mouse (computing) |
Computer mouse ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନ୍ସରେ ଥିବା ମିଡ଼ିଆ
- The video segment of The Mother of All Demos with Doug Engelbart showing the device from 1968
- ↑ Oxford English Dictionary, "mouse", sense 13
- ↑ Bardini, Thierry (2000). Bootstrapping: Douglas Engelbart, Coevolution, and the Origins of Personal Computing. Stanford: Stanford University Press. p. 98. ISBN 9780804738712.
- ↑ English, William K.; Engelbart, Douglas C.; Huddart, Bonnie (July 1965). Computer-Aided Display Control (Final Report). Menlo Park: Stanford Research Institute. p. 6. Retrieved 3 January 2017.
- ↑ "Definition for Mouse". 2011. Retrieved 2011-07-06.
- ↑ "mouse". Houghton Mifflin Harcourt. Retrieved 25 August 2013.