ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/9

ଉଇକିପିଡ଼ିଆ‌ରୁ
ଟକ୍ସ ଏକ ପେଙ୍ଗୁଇନ , ଲିନକ୍ସର ମାସ୍କଟ
ଲିନକ୍ସ ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ ରେ , ଯେତେବେଳେ ଜଣେ ଫିନ୍ ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।

ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ଵାରା ଲିନକ୍ସର ଇତିହାସକୁ ସାରା ବିଶ୍ଵର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା । ପ୍ରାଥମିକ ଅବସ୍ଥାରେ ଲିନକ୍ସ ର ଗଠନ ମୁଖ୍ୟ ଅପରେଟିଂ ସିଷ୍ଟମକୁ କୁ କେନ୍ଦ୍ର କରି ହିଁ ଗଢାଯାଉଥିଲା । କିନ୍ତୁ ଏକ ସମ୍ପୂର୍ଣ ଅପରେଟିଂ ସିଷ୍ଟମ ଗଢିବାକୁ ହେଲେ କେବଳ ଏହି କର୍ନେଲ ବ୍ୟତୀତ ଆହୁରି ଅନେକ କାମ ବାକି ଥିଲା । ଆଉ ଲିନକ୍ସ କର୍ନେଲ ଓ ଲିନକ୍ସ ସିଷ୍ଟମ ମଧ୍ୟରେ ପ୍ରଭେଦ ବି ଆବଶ୍ୟକୀୟ ଥିଲା । ଲିନକ୍ସ କର୍ନେଲ ସମ୍ପୂର୍ଣ ଭାବେ ଏକ ଅରିଜିନାଲ ସଫ୍ଟୱେର ଅଟେ ଯାହାକି ଲିନକ୍ସ କମ୍ୟୁନିଟି ଦ୍ଵାରା ଗଢା ଯାଇଥିଲା । ଆଉ ଲିନକ୍ସ ସିଷ୍ଟମ ପାଇଁ କିଛି ଭାଗ ଅନ୍ୟାନ୍ୟ ସଫ୍ଟୱେରରୁ ଅଣାଯାଇଛି ଓ କିଛି ଭାଗ ଦଳଗତ ଭାବେ ଗଠନ କରାଯାଇଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...