ଗୁଗଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ


ଗୁଗଲ ଆଇ.ଏନ.ସି.
ପ୍ରକାର Subsidiary
ସଂସ୍ଥାର ପ୍ରକାର
ତିଆରି କରାଯାଇଥିଲା ସେପ୍ଟେମ୍ବର 4, 1998; 17 ବର୍ଷ ଆଗରୁ (1998-09-4)
Menlo Park, California[୧][୨]
ମୂଖ୍ୟାଳୟ Googleplex, Mountain View, California, U.S.[୩]
ସେବା ପରିସର Worldwide
ମୁଖ୍ୟ ଲୋକ ସୁନ୍ଦର ପିଚାଇ (CEO)
ପ୍ରଡକ୍ଟ List of Google products
ଲାଭ increase US$66.001 billion (2014)[୪]
Operating income increase US$୧୬ ଦଶମିକ ୪୯୬ billion (୨୦୧୪)[୪]
Net income increase US$୧୪ ଦଶମିକ ୪୪୪ billion (୨୦୧୪)[୪]
Total assets increase US$୧୩୧ ଦଶମିକ ୧୩୩ billion (୨୦୧୪)[୪]
Total equity increase US$୧୦୪ ଦଶମିକ ୫ billion (୨୦୧୪)[୪]
କର୍ମଚାରୀ ସଂଖ୍ୟା ୫୯,୯୭୬ (Q3 2015)[୫]
Parent ସ୍ବାଧିନ (୧୯୯୮–୨୦୧୫)
ଅଲଫବେଟ୍ଆଇ.ଏନ.ସି. (୨୦୧୫–ଆଜି ପର୍ଯନ୍ତ)
Subsidiaries List of subsidiaries
ୱେବସାଇଟ google.com
References: [୬]

ଗୁଗଲ /ɡɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।

ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍‌ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।

ଗୁଗଲ କରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍‌ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।

ଇତିହାସ[ସମ୍ପାଦନା]

୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍‌ସର୍ଜି ବ୍ରିନ୍‌ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍‌ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା ।

ସେପ୍ଟେମ୍ବର ୨୦୦୧ ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍‌

ଅଗଷ୍ଟ ୧୦, ୨୦୧୫ରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ ।

ବସ୍ତୁ ଓ ସେବା[ସମ୍ପାଦନା]

ବିଜ୍ଞାପନ[ସମ୍ପାଦନା]

Google on ad-tech London, 2010

ବିଜ୍ଞାପନ ଜଗତରେ ଗୁଗଲ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ୨୦୧୧ରେ ଗୁଗଲର ସମୁଦାୟ ଅମଦନିର ୯୬% କେବଳ ବିଜ୍ଞାପନରୁ ଆସିଥିଲା[୭] । ସନ୍ଧାନ ସେବା ସହିତ ଗୁଗଲ ନିଜର ବିଜ୍ଞାପନ ସେବା ମଧ୍ୟ ଆରମ୍ଭ କରିଛି । ଯେଉଁଥିରେକି କ୍ଲିକ୍ ହିସାବରେ ବ୍ୟକ୍ତିକୁ ପଇସା ଦେବାକୁ ପଡିଥାଏ । ଗୁଗୁଲର ଏହି ବିଜ୍ଞାପନ ସେବାଟି ସମୟ, କାଳ, ବୟଷ ଅନୁସାରେ ଲୋକମାନଙ୍କ ନିକଟରେ ପହନ୍ଚି ଥାଏ ।[୮][୯]

ଗୁଗୁଲ ଅନଲିଟିକସ୍ଗୁ ଅନଲିଟିକସ୍, Web Site ମାଲିକ ମାନଙ୍କୁ Web Site ଟ୍ରାଫିକ୍ ଜନିବରେ ସାହାଯ୍ୟ କରିଥାଏ[୧୦] । ସେହିପରି ଗୁଗୁଲ AdWords ବିଭନ୍ନ ସ୍ଥାନରେ ବିଜ୍ଞାପନ ଦେଖେଇବରେ ସାହାଯ୍ୟ କରିଥାଏ[୧୧]

ଗୁଗଲ ସନ୍ଧାନ[ସମ୍ପାଦନା]

Google Search homepage as of September 1, 2015

ଆଜି ସମୟରେ ଗୁଗୁଲର ସନ୍ଧାନୀ ଇଞ୍ଜିନ୍ କୋଟି କୋଟି ଲୋକଙ୍କୁ ସାହାଯ୍ୟ କରି ଚାଲିଛି । ୨୦୦୯ ମସିହାରେ CamScore ଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଗୁଗୁଲର ଏହି ସନ୍ଧାନୀ ଇଂଜିନ ବିଶ୍ୱର ସର୍ବ ବୃହତ ସନ୍ଧାନୀ ଇଂଜିନ[୧୨]

ଗୁଗୁଲ ଆଜି କଲି ବହିପତ୍ର ବିକିବାରେ ମଧ୍ୟ ଅଗ୍ର ଧାଡିରେ ରହି ଅଛି । ଗୁଗୁଲ ବୁକ ନାମକ ଏକ ସେବା ଦ୍ୱାରା ଗୁଗୁଲ ବହି ବ୍ୟବସାୟରେ ଆମାଜନ ଭଳି କମ୍ପାନୀ ମାନଙ୍କ ସହିତ ତଳ ଦେଇ, ନିଜ ବହି ବ୍ୟବସାୟରେ ଅଗ୍ରଗତି କରି ଚାଲିଛି[୧୩]

ବର୍ତ୍ତମାନ ଗୁଗୁଲ ସର୍ଚ୍ଚରେ ଭୟେସ୍ ଟାଇପିଂ ଭଳି ବିଚକ୍ଷଣ ସେବା ରହିଅଛି[୧୪]

କାର୍ଯକାରୀ ସଫ୍ଟୱେର[ସମ୍ପାଦନା]

ଗୁଗୁଲ ଆଜି ଦଶରୁ ଅଧିକ କାର୍ଯ୍ୟକାରୀ ସଫ୍ଟୱେର ସେବା ଦେଉଛି, ଯାହାକି ବର୍ତ୍ତମାନ ଦୈନନ୍ଦିନ ଜୀବନର ଅଂଶ ହୋଇଗଲାଣି । ଗୁଗୁଲର ଏହି ସବୁ ସେବା ଗୁଡିକ ମଧ୍ୟରୁ ଜିମେଲ୍ ସେବା ଅନ୍ୟତମ । ଏପ୍ରିଲ ୧, ୨୦୦୪ ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ପ୍ରତେକ ମଣିଷର ଏକ ଆବଶ୍ୟକତାରେ ପରିବର୍ତିତ ହୋଇଗଲାଣି.[୧୫]

ସେହିପରି ଗୁଗୁଲ ୨୦୦୪ରେ ଗୁଗୁଲ କୋଡ଼ ନାମକ ଏକ ସେବା ଆରମ୍ଭ କର ଥିଲା ଯେଉଁଥିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟର କାମ ବହୁତ ସୁବିଧାରେ ହୋଇ ପାରୁଥିଲା[୧୬] । ପରବର୍ତ୍ତୀ କାଳରେ ଏହି ସେବାଟି ଗୁଗୁଲ ଡେଭଲପର ନାମରେ ପରିଚିତ ହୋଇଥିଲା ।

ଠିକ ସେହି ପରି Google for Work ସେବା ଦ୍ୱାରା ଗୁଗୁଲ ନୂଆ ଗଢି ଉଠିଥିବା କମ୍ପାନୀ ମାନଙ୍କ ପାଇଁ ପରିବର୍ତନସିଲ ଗୁଗୁଲ ସେବାର ନିର୍ମାଣ କରି ଚାଲିଛି[୧୭]

ବ୍ୟବସାୟିକ ସଫ୍ଟୱେର[ସମ୍ପାଦନା]

ବ୍ୟବସିୟିକ ସଫ୍ଟୱେର ଗୁଡିକ ମଧ୍ୟରୁ Google apps ଅନ୍ୟତମ । ଯେଉଁଠିକି କମ୍ପାନୀ ମାନେ ନିଜସ୍ୱ ନାମରେ ମେଲ୍, Google Doc ଏବଂ ବାଣିଜ୍ୟ ଜନିତ ସଫ୍ଟୱେର ବ୍ୟବହାର କରି ପାରିବେ[୧୮] under the name Google Postini Services.[୧୯]

ଅନ୍ୟାନ୍ୟ ସଫ୍ଟୱେର[ସମ୍ପାଦନା]

ଗୁଗଲର ଅନ୍ୟ ସଫ୍ଟୱେର ମାନଙ୍କ ମଧ୍ୟରେ ଗୁଗଲ ଟ୍ରାନ୍ସଲେଟ ସବୁଠାରୁ ଗୁରୁତ୍ୱ ପୂର୍ଣ । ଏହା ଏକ ସର୍ବର ସାଇଡ ସେବା ସାହାଯ୍ୟରେ ମଣିଷ, ନିଜେ ନ ଜାଣିଥିବା ଭାଷା ମଧ୍ୟ ବ୍ୟବହାର କରି ପାରୁଛି ଏବଂ ସହଜରେ ବୁଝିପାରୁଛି । ଏହି ସେବା ବର୍ତ୍ତମାନ ୮୦ ଟି ଭାଷାରେ ଉପଲବ୍ଧ[୨୦] । ହସ୍ତଲିପି ଠାରୁ ଆରମ୍ଭ ଲର ସ୍ୱର ଅନୁଷରଣ ମଧ୍ୟ ଗୁଗୁଲ ଟ୍ରାନ୍ସଲେଟ ସେବା କରି ପାରୁଛି ।

୨୦୦୨ରେ ଗୁଗୁଲ, ଗୁଗୁଲ ନିଉସ୍[୨୧] ନାମକ ଏକ ସେବା ଆରମ୍ବ କରିଥିଲା ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି ।

ଗୁଗୁଲ ନିଜ ଜନ୍ମ ସ୍ଥାନରେ ବର୍ତ୍ତମାନ ମାଗଣା Wi-Fiର ସେବା ପ୍ରଦାନ କରି ଆସୁଛି[୨୨] । ୨୦୧୦ ମସିହାରେ ଗୁଗୁଲ, ଗୁଗୁଲ ଫାଇବର୍ ନାମକ ଏକ ନୂଆ ସେବା ଆରମ୍ଭ କରିବାର ଘୋଷଣା କରିଥିଲା[୨୩] । ଯେଉଁଥିରେ ୫୦୦୦୦ ରୁ ୫୦୦୦୦୦ ଗ୍ରାହକଙ୍କୁ High speed internet ସେବା ଦେବାର ପ୍ରତିଶୃତି ଗୁଗୁଲ କରିଥିଲା ।

୨୦୦୭ ମସିହାରେ ଗୁଗୁଲ ନିଜର ମୋବାଇଲ ଫୋନ୍ ତିଆରି କରିବା କଥା ଚିନ୍ତା କରି ଥିଲା, ଯାହାକି ଅପିଲ[୨୪][୨୫][୨୬] ମୋବାଇଲ ସହ ତାଳ ଦେଇ ଚାଲି ପାରିବ । ଏଥପାଇଁ ଗୁଗୁଲ Android କୁ ଅଧିକାର କରି ଥିଲା ଏବଂ ଏହାକୁ Open Source ପ୍ରୋଜେକ୍ଟ ଭାବେ ବିତରଣ କରିଥିଲା । ଯାହାକି ପରବର୍ତ୍ତୀ କାଳରେ ଏକ ଅପରେଟିଂ ସିଷ୍ଟମରେ ପରିଣତ ହୋଇଥିଲା ।

ସେହି ପରି ଗୁଗୁଲର ଆଉରି ଅନେକ ସଫ୍ଟୱେର ଯଥା, ଗୁଗୁଲ ୱାଲେଟ, ଗୁଗୁଲ କାମେରା, ପ୍ରୋଜେକ୍ଟ ଫାଇ ଅନ୍ୟତମ ।

ଏପିଆଇ[ସମ୍ପାଦନା]

ଗୁଗୁଲର ଏହି ଏପିଆଇ ସାହାଯ୍ୟରେ ଡେଭେଲପର ମାନେ ନିଜର ଆପ୍ଲିକେସନ ଗୁଡିକରେ ଗୁଗୁଲ ସେବା ଗୁଡିକ ସହିତ ସମ୍ପର୍କ ଯୋଡି ପାରୁଛନ୍ତି ।

ବ୍ୟବସାୟିକ ଘଟଣା ଓ ପରମ୍ପରା[ସମ୍ପାଦନା]

Larry Page speaking at the European Parliament on June 17, 2009

ଫରଚୂନ ମଗାଜିନ ଅନୁଶାରେ ଗୁଗୁଲ ୨୦୦୭, ୨୦୦୮ ଏବଂ ୨୦୧୨[୨୭][୨୮][୨୯] ରେ ବିଶ୍ୱର ସର୍ବ ପ୍ରଥମ କମ୍ପାନୀର ମର୍ଯ୍ୟାଦା ପାଇଁ ଥିଲା। ୨୦୦୯ ଏବଂ ୨୦୧୦[୩୦][୩୧] ରେ ଚତୁର୍ଥ ସ୍ଥାନରେ ରହିଥିଲା ।

କର୍ମଚାରୀ[ସମ୍ପାଦନା]

୨୦୧୩ ମସିହାର ଗଣନା ଅନୁସାରେ ଗୁଗଲରେ ୪୭,୭୫୬ ଜଣ କର୍ମଚାରୀ ଥିଲେ । ଯେଉଁଥିରୁ ୧୦,୦୦୦ ଜଣ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ୨୦୦୭ ଏବଂ ୨୦୦୮ରେ ବହୁତ ଉପରାଧିକାରୀ ମାନେ ଗୁଗୁଲ ଛାଡ଼ି ପଳାଇ ଥିଲେ । ୨୦୧୧ରେ ଲାରୀ ପେଜ୍ ଗୁଗୁଲର ସିଇଓ ହୋଇଥିଲେ ।

ଗୁଗୁଲର କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗୁଲ ସେମାନଙ୍କୁ ୨୦% ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ି ଥାଏ ।

ଗୁଗଲ କାର୍ଯ୍ୟାଳୟ[ସମ୍ପାଦନା]

ମାଉଣ୍ଟନ ଭିଉ[ସମ୍ପାଦନା]

ଗୁଗଲର ମୁଖ୍ୟ କାର୍ୟଳୟ ମାଉଣ୍ଟନ ଭିଉ ଠାରେ ଅବସ୍ଥିତ । ଏହାକୁ ଗୁଗଲପ୍ଲେକ୍ସ ବୋଲି ମଧ୍ୟ କୁହାଯାଏ । ଏହା ଏକ ବିରାଟ କାୟ କାର୍ୟଳୟ । ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ । ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସବୁ ବେଳେ ପ୍ରସ୍ତୁତ ହୋଇଥାଏ ।

ନିଉୟର୍କ ସିଟି[ସମ୍ପାଦନା]

ଗୁଗଲର ଏହି କାର୍ୟଳୟର ପ୍ରତିଷ୍ଠା ୨୦୦୬ରେ ହୋଇଥିଲା । ଏଠାରେ ଗୁଗଲର advertise ଏବଂ sales ର କର୍ମୀ ମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ । ଦେଖିବାରେ ଏବଂ କମାକାର୍ୟରେ ଏହା ଦେଖିବାକୁ ମାଉଣ୍ଟନ ଭିଉ ସହିତ ପ୍ରାୟ ସମାନ । ଏଠାରେ ରୋଷେଇ ଘର, ଖେଳ ଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଅଛି ।

ଅଣ ଆମେରିକୀୟ କାର୍ଯ୍ୟାଳୟ[ସମ୍ପାଦନା]

ବର୍ତ୍ତମାନ ଗୁଗଲର କାର୍ୟଳୟ ଦେଶ ବିଦେଶରେ ବ୍ୟାପି ରହିଛି ।

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "Company". Google. http://www.google.com/intl/en/about/company/. Retrieved January 16, 2015. 
  2. Claburn, Thomas. "Google Founded By Sergey Brin, Larry Page... And Hubert Chang?!?". InformationWeek. http://www.informationweek.com/news/internet/google/210603678. Retrieved August 31, 2011. 
  3. "Locations - Google Jobs". Google.com. http://www.google.com/about/jobs/locations/. Retrieved September 27, 2013. 
  4. ୪.୦ ୪.୧ ୪.୨ ୪.୩ ୪.୪ "Google Inc. 2013 Annual Report Form (10-K)" (XBRL). United States Securities and Exchange Commission. February 12, 2014. http://www.sec.gov/Archives/edgar/data/1288776/000128877614000020/0001288776-14-000020-index.htm. 
  5. "Google Inc. Announces Third Quarter and Fiscal Year 2015 Results". Google. http://investor.google.com/earnings/2015/Q3_google_earnings.html. 
  6. "Google Inc. Annual Reports". Google Inc.. July 28, 2014. http://investor.google.com/proxy.html. Retrieved August 29, 2014. 
  7. "Google Inc, Form 10-K, Annual Report, Filing Date Jan 26, 2012". secdatabase.com. http://pdf.secdatabase.com/44/0001193125-12-025336.pdf. Retrieved March 8, 2013. 
  8. Nakashima, Ellen (August 12, 2008). "Some Web Firms Say They Track Behavior Without Explicit Consent". The Washington Post. http://www.washingtonpost.com/wp-dyn/content/article/2008/08/11/AR2008081102270_pf.html. Retrieved July 5, 2010. 
  9. Helft, Miguel (March 11, 2009). "Google to Offer Ads Based on Interests". The New York Times. http://www.nytimes.com/2009/03/11/technology/internet/11google.html. Retrieved July 5, 2010. 
  10. Bright, Peter (August 27, 2008). "Surfing on the sly with IE8's new "InPrivate" Internet". Ars Technica. http://arstechnica.com/microsoft/news/2008/08/surfing-on-the-sly-ie8s-inprivate-internet.ars. Retrieved September 1, 2008. 
  11. "AdSense". https://www.google.com/adsense/login/en_US/?sourceid=aso&subid=uk-en-ha&utm_medium=ha&utm_term=adsense&gsessionid=O---pJlnnf2wFZF8qu81Lg. Retrieved October 11, 2009. 
  12. "comScore Releases November 2009 U.S. Search Engine Rankings". December 16, 2006. http://www.comscore.com/Press_Events/Press_Releases/2009/12/comScore_Releases_November_2009_U.S._Search_Engine_Rankings. Retrieved July 5, 2010. 
  13. Rich, Motoko (May 31, 2009). "Preparing to Sell E-Books, Google Takes on Amazon". The New York Times. http://www.nytimes.com/2009/06/01/technology/internet/01google.html. Retrieved December 18, 2009. 
  14. Samuel Gibbs (September 27, 2013). "Google introduces the biggest algorithm change in three years". Guardian. http://www.theguardian.com/technology/2013/sep/27/google-biggest-algorithm-change-hummingbird. Retrieved September 29, 2013. 
  15. Chitu, Ionut Alex. (February 7, 2007). "More People Can Sign up for a Gmail Account". Google Operating System Blog. http://googlesystem.blogspot.com/2007/02/anyone-can-signup-for-gmail-account.html. Retrieved April 3, 2010. 
  16. Mazzon, Jen (March 9, 2006). "Writely so". Google, Inc.. http://googleblog.blogspot.com/2006/03/writely-so.html. Retrieved April 3, 2010. 
  17. Metz, Cade (October 7, 2011). "Article in Wired". Wired. http://www.wired.com/wiredenterprise/2011/10/chromebook-raises-second-child/. Retrieved October 7, 2011. 
  18. "Google Adds Postini's Security and Compliance Capabilities to Google Apps" (Press release). Google, Inc. October 3, 2007. Retrieved June 15, 2010. 
  19. "Postini". Google, Inc.. http://www.google.com/a/help/intl/en/security/index.html. Retrieved June 16, 2010. 
  20. "Find out how our translations are created". Google. http://translate.google.com/about/intl/en_ALL/. Retrieved September 3, 2014. 
  21. Macht, Joshua (September 30, 2002). "Automatic for the People". Time. http://www.time.com/time/business/article/0,8599,356152,00.html. 
  22. "Google WiFi for Mountain View". Google, Inc.. http://wifi.google.com/. Retrieved June 16, 2010. 
  23. HELFT (March 21, 2010). "Hoping for Gift From Google? Go Jump in the Lake". The New York Times. http://www.nytimes.com/2010/03/22/technology/22stunts.html. 
  24. Smith, David (December 17, 2006). "The future for Orange could soon be Google in your pocket". The Guardian (London: Guardian News and Media Ltd.). http://www.guardian.co.uk/technology/2006/dec/17/news.mobilephones. Retrieved June 16, 2010. 
  25. Orlowski, Andrew (March 16, 2007). "Google Phone – it's for real". The Register. http://www.theregister.co.uk/2007/03/16/google_phone_confirmed/. Retrieved June 16, 2010. 
  26. Ricker, Thomas (January 18, 2007). "The Google Switch: an iPhone killer". Engadget. http://www.engadget.com/2007/01/18/the-google-switch-an-iphone-killer/. Retrieved June 16, 2010. 
  27. Levering, Robert; Moskowitz, Milton (January 22, 2007). Serwer, Andrew, ed. "In good company". Fortune Magazine (Cable News Network) 155 (1). Retrieved June 19, 2010. 
  28. Levering, Robert; Moskowitz, Milton (February 4, 2008). Serwer, Andrew, ed. "The 2008 list". Fortune Magazine (Cable News Network) 157 (2). Retrieved June 19, 2010. 
  29. "The 2012 list". Fortune Magazine. Retrieved February 26, 2012. 
  30. Levering, Robert; Moskowitz, Milton (February 2, 2009). Serwer, Andrew, ed. "The 2009 list". Fortune Magazine (Cable News Network) 159 (2). Retrieved June 19, 2010. 
  31. Levering, Robert; Moskowitz, Milton (February 8, 2010). Serwer, Andrew, ed. "The 2010 list". Fortune Magazine (Cable News Network) 161 (2). Retrieved June 19, 2010. 

ବାହାର ଲିଙ୍କ[ସମ୍ପାଦନା]