ବିଦ୍ୟୁତ୍ ସ୍ରୋତ

ଉଇକିପିଡ଼ିଆ‌ରୁ
A simple electric circuit, where current is represented by the letter i. The relationship between the voltage (V), resistance (R), and current (I) is V=IR; this is known as Ohm's Law.

ବୈଦ୍ୟୁତିକ ଚାର୍ଜର ପ୍ରବାହକୁ ବିଦ୍ୟୁତ୍ ସ୍ରୋତ (ଇଲେକ୍‌ଟ୍ରିକ୍ କରେଣ୍ଟ୍ ) କୁହାଯାଏ । ସାଧାରଣତଃ ଗୋଟିଏ ବୈଦ୍ୟୁତିକ ପରିପଥରେ ଥିବା ତାର ଗୁଡ଼ିକରେ ଚଳମାନ ଇଲେକ୍‌ଟ୍ରୋନ୍‌ଗୁଡ଼ିକ ଏହି ଚାର୍ଜ ବହନ କରିଥା'ନ୍ତି । ଇଲେକ୍‌ଟ୍ରୋଲାଇଟ୍ ଗୁଡ଼ିକରେ ଆୟନ୍ ଏବଂ ପ୍ଲାଜମାରେ ଉଭୟ ଆୟନ ଓ ଇଲେକ୍‌ଟ୍ରୋନ ଗୁଡ଼ିକ ଏହି ଚାର୍ଜ ବହନ କରନ୍ତି ।[୧]

'ବିଦ୍ୟୁତ୍ ସ୍ରୋତ' ମାପିବା ପାଇଁ ବ୍ୟବହୃତ SI ୟୁନିଟ ହେଉଛି ଆମ୍ପିୟର୍ - ଏହା ଏକ ନିର୍ଦ୍ଧିଷ୍ଟ ପୃଷ୍ଠରେ, ଗୋଟିଏ କୁଲମ୍ବ ପ୍ରତି ସେକେଣ୍ଡ ହାରରେ, ବୈଦ୍ୟୁତିକ ଚାର୍ଜର ପ୍ରବାହକୁ ବୁଝାଏ । ଇଲେକ୍‌ଟ୍ରିକ୍ କରେଣ୍ଟ୍‌କୁ ଏମିଟର୍ଦ୍ୱାରା ମପାଯାଏ ।[୨]

ବିଦ୍ୟୁତ୍ ସ୍ରୋତ, ଜୁଲ୍ ତାପନର ମୁଖ୍ୟ କାରଣ ଅଟେ, ଯାହାକି ଇନ୍‌କଣ୍ଡେସେଣ୍ଟ୍ ଲାଇଟ୍ ବଲ୍‌ବ୍‌ରେ ଆଲୋକ ସୃଷ୍ଟିକରେ । ଏହା ଚୁମ୍ବକୀୟ କ୍ଷେତ୍ର ମଧ୍ୟ ସୃଷ୍ଟି କରେ, ଯାହାକି ମୋଟର, ଜେନେରେଟର ଏବଂ ଇଣ୍ଡକ୍‌ଟର ଗୁଡ଼ିକରେ ବ୍ୟବହୃତ ହୁଏ । ବିଦ୍ୟୁତ ସ୍ରୋତ ସାଧାରଣତଃ ଦୁଇ ପ୍ରକାରର: Direct current (DC) ବା ସଳଖ ବିଦ୍ୟୁତ ସ୍ରୋତ ଏବଂ Alternate current (AC) ବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ।

ସଂକେତ[ସମ୍ପାଦନା]

ବିଦ୍ୟୁତ ସ୍ରୋତର ସଂକେତ ହେଉଛି : I ଉଦାହରଣ ସ୍ୱରୂପ :I = 5 ଆମ୍ପିୟର

ପ୍ରତ୍ୟାବର୍ତ୍ତୀ ଓ ଅପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ[ସମ୍ପାଦନା]

ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ[ସମ୍ପାଦନା]

ଏହି ବିଦ୍ୟୁତ ସ୍ରୋତରେ ଇଲେକ୍ଟ୍ରୋନଗୁଡିକ ଗୋଟିଏ ଦିଗରେ ଯାଆନ୍ତି, ତା' ପରେ ପୁଣି ଅନ୍ୟ ଏକ ଦିଗରେ ଯାଆନ୍ତି । ଉଦାହରଣ ସ୍ୱରୂପ

A---------------------B

ଗୋଟିଏ ପିଲା ପ୍ରଥମେ Aରୁ Bକୁ ଗଲା ତାପରେ ପୁଣି Bରୁ Aକୁ ଗଲା. ତା' ପରେ Aରୁ Bକୁ ପୁଣି Bରୁ Aକୁ ଗଲା. ଏହିପରି କ୍ରମାଗତ କରି ଚାଲିଲା ।

ଠିକ ଏହିପରି ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତରେ ଇଲେକ୍ଟ୍ରୋନଗୁଡିକ ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ଏବଂ ଅନ୍ୟ ମୁଣ୍ଡରୁ ଏମୁଣ୍ଡକୁ ବାରମ୍ବାର ଗତି କରିଥାନ୍ତି ।[୩][୪]

ସଳଖ ବିଦ୍ୟୁତ ସ୍ରୋତ[ସମ୍ପାଦନା]

ଏହି ବିଦ୍ୟୁତ ସ୍ରୋତରେ ଇଲେକ୍ଟ୍ରୋନଗୁଡିକ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । ଉଦାହରଣ ସ୍ୱରୂପ ବ୍ୟାଟେରୀରୁ ଯେଉଁ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ ତାହା ସଳଖ ବିଦ୍ୟୁତ ସ୍ରୋତ ।

କରେଣ୍ଟ ପରିମାପ[ସମ୍ପାଦନା]

ବିଦ୍ୟୁତ୍ - ଚୁମ୍ବକିୟତା[ସମ୍ପାଦନା]

ଓମ୍‌ଙ୍କ ନିୟମ[ସମ୍ପାଦନା]

ଓମ୍‌ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ । ଏହାକୁ ଗାଣିତିକ ଉପାୟରେ ଲେଖାଯାଇପାରିବ ଯେ:

ଏଠାରେ I ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), V ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍‌ଟ ଏକକରେ) ଓ R ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) ।

ଏହି ନିୟମଟି ଜର୍ମାନ ଗଣିତଜ୍ଞ ଜର୍ଜ୍ ଓମ୍‌ଙ୍କ ନାମ ଅନୁସାରେ ନାମିତ ହୋଇଛି ।

ଆଧାର[ସମ୍ପାଦନା]

  1. Anthony C. Fischer-Cripps (2004). The electronics companion. CRC Press. p. 13. ISBN 978-0-7503-1012-3.
  2. Lakatos, John; Oenoki, Keiji; Judez, Hector; Oenoki, Kazushi; Hyun Kyu Cho (March 1998). "Learn Physics Today!". Lima, Peru: Colegio Dr. Franklin D. Roosevelt. Retrieved 2009-03-10.{{cite web}}: CS1 maint: multiple names: authors list (link)
  3. "What is Alternating Current (AC)? | Basic AC Theory | Electronics Textbook". www.allaboutcircuits.com (in ଇଂରାଜୀ). Retrieved 2019-02-02.
  4. Elert, Glenn. "Alternating Current". The Physics Hypertextbook (in ଇଂରାଜୀ). Retrieved 2019-02-02.

ବାହାର ଲିଙ୍କ[ସମ୍ପାଦନା]