ନଟୁ

ଉଇକିପିଡ଼ିଆ‌ରୁ
ନଟୁ ଓ ସେଥିରେ ବ୍ୟବହୃତ ସୁତୁଲି

ନଟୁ, ଭାରତପାକିସ୍ଥାନର ଏକ ପାରମ୍ପାରିକ ଖେଳ ।[୧]ଏହି ଖେଳ ବିଶେଷ କରି ଗ୍ରାମାଞ୍ଚଳରେ ଖେଳାଯାଏ । କନ୍ନଡତାମିଲ ଭାଷାରେ ଏହାକୁ 'ବମ୍ବରମ'[୨] ତଥା ହିନ୍ଦୀଉର୍ଦ୍ଦୁ ଭାଷାରେ 'ଲଟ୍ଟୁ' କୁହାଯାଏ । [୩]ନଟୁ କାଠରେ ତିଆରି ହୋଇଥାଏ । ଏହାର ଉପର ଅଂଶ ପେଟୁଆ ଓ ନିମ୍ନଭାଗ କ୍ରମଶ ଗୋଜିଆ ହୋଇଆସିଥାଏ । ଏହାର ଠିକ ମଝିରେ ଲମ୍ବ ପଟରେ ଏକ ଲୁହା କଣ୍ଟା ଭେଦକରାଯାଇଥାଏ । ଏହି କଣ୍ଟା ସାହାଯ୍ୟରେ ନଟୁ ଘୁରିଥାଏ । ନଟୁର ନିମ୍ନାର୍ଧକୁ ଏକ ସୂତାଦ୍ୱାରା ଗୁଡାଇ, ଭୂଇଁ ଉପରକୁ ଛାଟି ଦେଇ, ସୂତାଟିକୁ ନିଜ ଆଡକୁ ଟାଣିଆଣିଲେ ନଟୁଟି ବହୁ ସମୟ ପର୍ଯ୍ୟନ୍ତ ଭୂଇଁରେ ଘୁରିବୁଲେ । ଏହି ଘୁରି ବୁଲୁଥିବା ସମୟରେ, ସୂତା ସାହାଯ୍ୟରେ ନଟୁଟିକୁ ଉଠାଇ ଆଣି ହାତ ପାପୁଲି ଉପରେ ମଧ୍ୟ ଘୁରାଯାଇପାରେ । [୪]

ଖେଳ ବିଧି[ସମ୍ପାଦନା]

ଘୁରି ବୁଲୁଥିବା ସମୟରେ ନଟୁ

ନଟୁ ଖେଳରେ ଖେଳାଳି ସଂଖ୍ୟାରେ କୌଣସି କଟକଣା ନଥାଏ । ସବୁ ଖେଳାଳି ଏକାଠି ନଟୁ ଘୁରାନ୍ତି ଓ ସୂତା ସାହାଯ୍ୟରେ ନଟୁକୁ ହାତକୁ ଉଠାଇ ନିଅନ୍ତି । ହାତକୁ ଉଠାଇନେବା ପ୍ରକ୍ରିୟାକୁ 'ଆପୁ' କୁହନ୍ତି । ଯେଉଁ ଖେଳାଳି ସବୁଠୁ ଶେଷରେ ଆପୁ କରେ, ତାହାର ନଟୁକୁ ଭୂଇଁରେ ତିଆରି ଏକ ବୃତ୍ତ ମଧ୍ୟରେ ରଖାଯାଏ ଓ ଅନ୍ୟମାନେ ନିଜ ନଟୁ ସାହାଯ୍ୟରେ ଏହି ନଟୁକୁ ଆଘାତ କରି,ବୃତ୍ତ ମଧ୍ୟରୁ ହଟେଇବାକୁ ଚେଷ୍ଟାକରନ୍ତି ।[୫] ନଟୁଟି ବୃତ୍ତ ମଧ୍ୟରୁ ବାହାରିଗଲେ, ପୁଣି ଥରେ ସମସ୍ତଙ୍କୁ 'ଆପୁ' କରିବାକୁ ପଡେ ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2013-05-07. Retrieved 2012-10-17. {{cite web}}: Cite has empty unknown parameter: |1= (help)
  2. Ahmed Sayeed (10 August 2019). You Must Win: The winner can create History. Prowess Publishing. pp. 325–. ISBN 978-1-5457-4730-8.
  3. http://www.traditionalgames.in/home/property-games/bambaram-pamparam
  4. http://www.indiavilas.com/kidscorner/kidsindia.asp?K=Lattu&t=ff
  5. Suresh Subrahmanyan (13 November 2018). A brush with Mr. Naipaul: (and other pieces). Notion Press. pp. 215–. ISBN 978-1-64429-852-7.