ପିଟୁଇଟାରୀ ଆପୋପ୍ଲେକ୍ସି
Pituitary apoplexy | |
---|---|
Pituitary tumor apoplexy | |
ଫାଇଲ:Pituitary-macroadenoma-with-intratumoral-haemorrhage.jpg | |
ବିଭାଗ | Endocrinology, neurology |
ଲକ୍ଷଣ | Headache, vomiting, vision problems[୨] |
ବିପଦ କାରକ | Pituitary tumors, high blood pressure, following surgery, pregnancy, anticoagulants, head trauma, dengue fever[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, confirmed by MRI[୨] |
ପୁନଃପୌନିକ | 0.4%[୩] |
ପିଟୁଇଟାରୀ ଆପୋଲେକ୍ସି ହେଉଛି ପିଟୁଇଟାରୀ ଗ୍ରନ୍ଥିର ସମସ୍ୟା ଯୋଗୁ ଲକ୍ଷଣ ଦେଖାଯାଏ । [୪] ସବୁଠାରୁ ସାଧାରଣ ପ୍ରାରମ୍ଭିକ ଲକ୍ଷଣ ହେଉଛି ମୁଣ୍ଡବିନ୍ଧା, ବାନ୍ତି ଏବଂ ଦୃଷ୍ଟି ଶକ୍ତି ସମସ୍ୟା । [୨] ଦୃଷ୍ଟି ସମସ୍ୟାରେ ଦୈତ ଦୃଷ୍ଟି, ଦୃଷ୍ଟି ସ୍ଥାନ କମିବା କିମ୍ବା ଦୃଷ୍ଟିହାନୀହୋଇପାରେ | [୨] ଆରମ୍ଭ ସାଧାରଣତଃ ହଠାତ୍ ହୋଇଥାଏ ।[୨] ରୋଗ ଜଟି ହେଲେ ହାଇପୋପିଟୁଇଟାରିଜିମ, ଆଡ୍ରେନାଲ୍ ଅଭାବ କିମ୍ବା କୋମା ହୋଇପାରେ ।[୨] [୫]
ସାଧାରଣତ ପିଟୁଇଟାରୀର ଏକ ଅର୍ବୁଦ ଥିଲେ ଏହା ଘଟିଥାଏ,[୩] ଯଦିଓ ଅଧିକାଂଶ ଲୋକ ସେମାନଙ୍କର ଏହି ଅବସ୍ଥା ପୂର୍ବରୁ ଅଛି ବୋଲି ଅନୁଭବ ନ ଥାଏ ।[୨] ଅସ୍ତ୍ରୋପଚାର, ଗର୍ଭାବସ୍ଥା, ଆଣ୍ଟିକୋଏଗୁଲାଣ୍ଟ, ମୁଣ୍ଡ ଆଘାତ ଏବଂ ଡେଙ୍ଗୁ ଜ୍ୱର ପରେ ଉଚ୍ଚ ରକ୍ତଚାପ ଥିଲେ ଏହି ରୋଗ ସଙ୍କଟ ରହେ ।[୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ରକ୍ତସ୍ରାବ ଯୋଗୁ ହୁଏ କିମ୍ବା ପିଟୁଇଟାରୀକୁ ପର୍ଯ୍ୟାପ୍ତ ରକ୍ତ ଯୋଗାଣ ହୋଇ ନଥାଏ ।[୨] ଲକ୍ଷଣ ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଏମଆରଆଇ ଦ୍ୱାରା ନିଶ୍ଚିତ କରାଯାଇଥାଏ ।[୨] ଲମ୍ୱର ପଙ୍କଚର୍ କଲେ ରକ୍ତ ମିଶ୍ରିତ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ମିଳିପାରେ ।[୫]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ୧୦୦ ମିଗ୍ରା ହାଇଡ୍ରୋକୋର୍ଟିସୋନ ସହିତ ଶିରାଭ୍ୟନ୍ତର ସାଧାରଣ ସାଲାଇନ୍ ଦିଆଯାଏ ।[୨] ଦୃଷ୍ଟି ଶକ୍ତି କିମ୍ବା ଚେତନା ସ୍ତର ହ୍ରାସ ପାଇଥିବା ଲୋକମାନଙ୍କର ୭ ଦିନ ମଧ୍ୟରେ ସର୍ଜିକାଲ୍ ଡିକମ୍ପ୍ରେସନ କରିବାକୁ ସୁପାରିଶ କରାଯାଏ ।[୨] ପ୍ରାୟ ୮୦% ଲୋକଙ୍କର ଦୀର୍ଘକାଳୀନ ହାଇପୋପିଟ୍ୟୁଟାରିଜିମ୍ ଥାଏ ଏବଂ ତାଙ୍କର ହରମୋନ ପ୍ରତିସ୍ଥାପନ ଚିକିତ୍ସା ଆବଶ୍ୟକ ହୁଏ ।[୨]
ପିଟୁଇଟାରୀ ଆପୋଲେକ୍ସି ଏକ ଅସାଧାରଣ ରୋଗ ଯାହା ମାତ୍ର ୦.୪% ଲୋକଙ୍କୁ ପ୍ରଭାବିତ କରିଥାଏ ।[୩] ପିଟୁଇଟାରୀ ଅର୍ବୁଦ ଥିବା ଲୋକମାନଙ୍କ ମଧ୍ୟରୁ ୧୦% ଲୋକ ଏହି ରୋଗର ପ୍ରଭାବିତ ହୁଅନ୍ତି ।[୨] ପ୍ରଥମ ମାମଲା ୧୮୯୮ ମସିହାରେ ପର୍ସ ବେଲିଙ୍କ ଦ୍ୱାରା ଲିଖିତ ହୋଇଥିଲା ।[୬] ବର୍ତ୍ତମାନର ନାମକରଣ ୧୯୫୦ ମସିହାରେ ଆରମ୍ଭ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ Hsu, Charlie Chia-Tsong. "Pituitary macroadenoma with intratumoral hemorrhage | Radiology Case | Radiopaedia.org". Radiopaedia. Archived from the original on 30 July 2023. Retrieved 28 July 2023.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Feingold, KR; Anawalt, B; Blackman, MR; Boyce, A; Chrousos, G; Corpas, E; de Herder, WW; Dhatariya, K; Dungan, K (2000). "Pituitary Apoplexy". PMID 25905348.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ Barkhoudarian, G; Kelly, DF (October 2019). "Pituitary Apoplexy". Neurosurgery clinics of North America. 30 (4): 457–463. doi:10.1016/j.nec.2019.06.001. PMID 31471052.
- ↑ Gaillard, Frank. "Pituitary apoplexy | Radiology Reference Article | Radiopaedia.org". Radiopaedia. Archived from the original on 24 June 2023. Retrieved 28 July 2023.
- ↑ ୫.୦ ୫.୧ "Generalized Hypopituitarism - Endocrine and Metabolic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 1 April 2023. Retrieved 29 July 2023.
- ↑ ୬.୦ ୬.୧ Rajasekaran S, Vanderpump M, Baldeweg S, et al. (Jan 2011). "UK guidelines for the management of pituitary apoplexy". Clin Endocrinol. 74 (1): 9–20. doi:10.1111/j.1365-2265.2010.03913.x. PMID 21044119.