ଲମ୍ୱର ପଙ୍କଚର
Lumbar puncture | |
---|---|
ହସ୍ତକ୍ଷେପ | |
ଲମ୍ୱର ପଙ୍କଚର ( LP ) ବା କଟିବନ୍ଧ ଛିଦ୍ର, ଯାହା ମେରୁଦଣ୍ଡ ଟ୍ୟାପ୍ ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଚିକିତ୍ସା ପ୍ରଣାଳୀ ଯେଉଁଥିରେ ମେରୁଦଣ୍ଡ କେନାଲରେ ଏକ ଛୁଞ୍ଚି ଭର୍ତ୍ତି କରାଯାଇ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (CSF) ସଂଗ୍ରହ କରାଯାଏ ।[୧] ଏହା ମେନିଞ୍ଜାଇଟିସ୍, ସବଆରାକନଏଡ୍ ରକ୍ତସ୍ରାବ ଏବଂ କେନ୍ଦ୍ରିୟ ସ୍ନାୟୁ ମଣ୍ଡଳୀର ପ୍ରଦାହଜନକ ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ ।[୨] ଏହି ପ୍ରଦାହଜନକ ରୋଗରେ ମଲ୍ଟିପ୍ଲ ସ୍କ୍ଲେରୋସିସ୍, ଗୁଲେନ-ବାରେ ସିଣ୍ଡ୍ରୋମ, ଲ୍ୟୁକୋଏନସେଫାଲୋପାଥି ଏବଂ ପାରାନିଓପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇଥାଏ ।[୨] ଏହା ମଧ୍ୟ ଇଡିଓପାଥିକ୍ ଇଣ୍ଟ୍ରାକ୍ରାନିଆଲ୍ ଉଚ୍ଚ ରକ୍ତଚାପର ଚିକିତ୍ସା ଏବଂ କିଛି ଔଷଧ ଦେବାରେ ବ୍ୟବହୃତ ହୋଇପାରେ ।[୨]
କେତେକ ପ୍ରକାରର ବର୍ଦ୍ଧିତ ଇଣ୍ଟାକ୍ରାନିଆଲ୍ ଚାପ, ପଙ୍କଚର ସ୍ଥାନରେ ଚର୍ମ ସଂକ୍ରମଣ ଏବଂ ଏଲ (L) ପ୍ରତି ୫୦ x ୧୦୯ ତଳେ କମ୍ ପ୍ଲାଲେଟ୍ ଥିଲେ ଏହା ଲମ୍ବର ପଙ୍କଚର କରିବାକୁ ମନା କରାଯାଏ ।[୧] ଏହା ଏକ ଡିଓଏସି (DOAC) କିମ୍ବା ୱାର୍ଫାରିନରେ ୧.୫ରୁ ଅଧିକ ଆଇଏନଆର (INR) ଥିଲେ ଏହା କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ସାଧାରଣତ ଏହା ନିରାପଦ ଥିବାବେଳେ ପାର୍ଶ୍ୱ ପ୍ରତିକ୍ରିୟାରେ ପଙ୍କଚର ସାଇଟରେ ଯନ୍ତ୍ରଣା, ପୋଷ୍ଟ-ଡୁରାଲ୍-ପଙ୍କଚର ମୁଣ୍ଡବିନ୍ଧା, ସଂକ୍ରମଣ ଏବଂ ରକ୍ତସ୍ରାବ ହୋଇପାରେ ।[୩] [୨] ଏକ ଛୋଟ ଅଣକଟିଙ୍ଗ ଛୁଞ୍ଚି ବ୍ୟବହାର କଲେ ମୁଣ୍ଡବିନ୍ଧାର ଆଶଙ୍କା କମିଯାଇପାରେ ।[୪] ବହୁତ କ୍ୱଚିତ୍ ମେରୁଦଣ୍ଡରେ ହେମାଟୋମା କିମ୍ବା ସ୍ନାୟୁ ମୂଳରେ ଆଘାତ ହୋଇପାରେ ।[୩] [୨]
ଏହା ସାଧାରଣତଃ ସ୍ଥାନୀୟ ନିଶ୍ଚେତକ ଏବଂ ଯିବାଣୁ ବିହିନ କୌଶଳ (sterile technique) ବ୍ୟବହାର କରି କରାଯାଏ ।[୨] ଉଦ୍ବେଗ ଥିଲେ ମିଡାଜୋଲାମ କିମ୍ବା ଫେଣ୍ଟାନିଲ ସାହାଯ୍ୟ କରିପାରେ | [୫] ଏହି ପଦ୍ଧତିଟି ବସିଥିବା ବ୍ୟକ୍ତି କିମ୍ବା ତାଙ୍କ ପାର୍ଶ୍ୱରେ ଶୋଇଥିବା ସମୟରେ କରାଯାଇଥାଏ ।[୫] ଅଣ୍ଟା ମଝି ଧାଡ଼ିରେ ଏଲ୩/ 4 କିମ୍ବା ଏଲ୪/ ୫ ମେରୁଅସ୍ଥି ମଧ୍ୟରେ ଏକ ଛୁଞ୍ଚି ପ୍ରବେଶ କରାଇ ସବଆରାକନଏଡ ସ୍ଥାନରରୁ ତରଳ ପଦାର୍ଥ ସଂଗୃହିତ କରାଯାଏ ।[୨] [୬] ସ୍ପଟ୍ ଚିହ୍ନିବା ପାଇଁ ଏକ " ସିରିଞ୍ଜ୍ ହିକି" ("syringe hickie") ବ୍ୟବହାର କରାଯାଇପାରେ ।[୭] ଅଲଟ୍ରାସାଉଣ୍ଡ କରି ସଫଳତା ଅଧିକ କରାଯାଇପାରେ ।[୮]
ପ୍ରଣାଳୀ ଅନୁସରେଣ କରିବା ପରେ ଏକ ବ୍ୟାଣ୍ଡେଜ୍ ପ୍ରୟୋଗ କରାଯାଏ ଏବଂ ବ୍ୟକ୍ତି ବୁଲାବୁଲି କରିପାରନ୍ତି ।[୨] କୋଷ ଗଣନା, ମାଇକ୍ରୋବାୟଲ୍ ସଂସ୍କୃତି, ପ୍ରୋଟିନ୍ ଏବଂ ଗ୍ଲୁକୋଜ୍ ସ୍ତର, ରଙ୍ଗ ବିଶ୍ଳେଷଣ ଏବଂ ସାଇଟୋପାଥୋଲୋଜି ପାଇଁ ତରଳ ପଦାର୍ଥ ପଠାଯାଏ ।[୨] ଅନ୍ୟାନ୍ୟ ପରୀକ୍ଷଣରେ ପିସିଆର ପରୀକ୍ଷା ଏବଂ ଓଲିଗୋକ୍ଲୋନାଲ ବ୍ୟାଣ୍ଡ ଅନ୍ତର୍ଭୁକ୍ତ କରାଯାଇପାରେ ।[୨] ଲମ୍ବର ପଙ୍କଚର ସାଧାରଣ ଭାବରେ କରାଯାଏ ।[୧] ଏହା ପ୍ରଥମେ ୧୮୯୧ ମସିହାରେ ଜର୍ମାନୀ ଚିକିତ୍ସକ ହେନରିଚ କ୍ୱିଙ୍କେ ଦ୍ୱାରା କରାଯାଇଥିଲା ।[୨] [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Kim, KT (October 2022). "Lumbar puncture: considerations, procedure, and complications". Encephalitis (Seoul, Korea). 2 (4): 93–97. doi:10.47936/encephalitis.2022.00045. PMID 37469996.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Doherty, CM; Forbes, RB (May 2014). "Diagnostic Lumbar Puncture". The Ulster medical journal. 83 (2): 93–102. PMC 4113153. PMID 25075138.
- ↑ ୩.୦ ୩.୧ ୩.୨ Domingues, R; Bruniera, G; Brunale, F; Mangueira, C; Senne, C (August 2016). "Lumbar puncture in patients using anticoagulants and antiplatelet agents". Arquivos de neuro-psiquiatria. 74 (8): 679–86. doi:10.1590/0004-282X20160098. PMID 27556380.
- ↑ Maranhao, B.; Liu, M.; Palanisamy, A.; Monks, D. T.; Singh, P. M. (2020-12-17). "The association between post‐dural puncture headache and needle type during spinal anaesthesia: a systematic review and network meta‐analysis". Anaesthesia. Wiley. doi:10.1111/anae.15320. ISSN 0003-2409. PMID 33332606.
- ↑ ୫.୦ ୫.୧ "How To Do Lumbar Puncture - Neurologic Disorders". Merck Manuals Professional Edition. Archived from the original on 27 January 2024. Retrieved 11 March 2024.
- ↑ "Techniques for Performing Paramedian Approach to Lumbar Puncture". ACEP Now. Archived from the original on 9 February 2023. Retrieved 18 March 2024.
- ↑ Issa, EC; Ware, PJ; Bitange, P; Cooper, GJ; Galea, T; Bengiamin, DI; Young, TP (March 2023). "The "Syringe Hickey": An Alternative Skin Marking Method for Lumbar Puncture". The Journal of emergency medicine. 64 (3): 400–404. doi:10.1016/j.jemermed.2023.01.013. PMID 37019501.
- ↑ Gottlieb, M; Holladay, D; Peksa, GD (January 2019). "Ultrasound-assisted Lumbar Punctures: A Systematic Review and Meta-Analysis". Academic Emergency Medicine. 26 (1): 85–96. doi:10.1111/acem.13558. PMID 30129102.
- ↑ Pearce, JM (February 1994). "Walter Essex Wynter, Quincke, and lumbar puncture". Journal of neurology, neurosurgery, and psychiatry. 57 (2): 179. doi:10.1136/jnnp.57.2.179. PMID 8126500.