ଦୃଷ୍ଟିହାନି

ଉଇକିପିଡ଼ିଆ‌ରୁ
ଦୃଷ୍ଟିହାନି
ଆନ୍ତର୍ଜାତିୟ ଅନ୍ଧତ୍ୱର ଚିହ୍ନ ଏକ ଧଳା ବାଡ଼ି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H54.0, H54.1, H54.4
ଆଇସିଡ଼ି-୯-ସିଏମ୍369
ରୋଗ ଡାଟାବେସ28256
MeSHD001766

ଦୃଷ୍ଟିହାନି କୁହାଯାଏ ଯେତେବେଳେ ଦୃଷ୍ଟିଶକ୍ତି କମି ଏଭଳି ଅସୁବିଧା ହୁଏ ଯେ ଚଷମା ଭଳି ସାଧାରଣ ଯନ୍ତ୍ରଦ୍ୱାରା ମଧ୍ୟ ଏହାକୁ ଠିକ କରାଯାଇ ପାରେନାହିଁ । [୧][୨] ଚଷମା ବା କଣ୍ଟାକ୍ଟ ଲେନସ କିଣିବା ଶକ୍ତି ନ ଥିବା ଲୋକଙ୍କର ଦେଖିବା ଶକ୍ତି କମିବାକୁ ମଧ୍ୟ ଦୃଷ୍ଟିହାନି ଶ୍ରେଣୀରେ ନେବାକୁ ଦାବୀ ହେଉଛି ।[୧] ଅଧିକାଂଶ ସମୟରେ ଭିଜୁଆଲ ଆକୁଇଟି ୨୦/୪୦ କିମ୍ବା ୨୦/୬୦ରୁ ଆହୁରି କମ ଥିଲେ ଦୃଷ୍ଟିହାନି ସଂଜ୍ଞା ଦିଆଯାଏ । [୩] ସମ୍ପୁର୍ଣ୍ଣ ବା ପ୍ରାୟ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତିର ଅଭାବ ଥିଲେ ଅନ୍ଧତ୍ୱ ସଂଜ୍ଞା ଦିଆଯାଏ । [୩] ଦୈନନ୍ଦିନ କାର୍ଯ୍ୟ ଯେପରିକି ଡ୍ରାଇଭିଙ୍ଗ, ପଠନ, ସାମାଜିକତା ଓ ଚାଲିବାରେ ଦୃଷ୍ଟିହାନି ଥିବା ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । [୨]

ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା ରିଫ୍ରାକ୍ଟିଭ ଏରର (୪୩ %), ପରଳ (୩୩୩ %) ଓ ଗ୍ଲକୋମା (୨ %) ।[୪] ରିଫ୍ରାକ୍ଟିଭ ଏରର ମଧ୍ୟରେ ସମୀପ ଦୃଷ୍ଟି (near sighted), ଦୂର ଦୃଷ୍ଟି (far sighted), ଚାଳିଶା (prebyopia) ଓ ଆସ୍ଟିଗମାଟିଜମ (astigmatism) ଅନ୍ତର୍ଭୁକ୍ତ । [୪] ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । [୪] ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ ବୟସ ସମ୍ପର୍କୀୟ ମାକୁଲା କ୍ଷୟ, ଡାଏବେଟିକ ରେଟିନୋପାଥି, ମେଘୁଆ କର୍ନିଆ, ବାଲ୍ୟ ଅନ୍ଧତ୍ୱ, ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି ।[୫] ସ୍ଟ୍ରୋକ ଯୋଗୁ ମସ୍ତିଷ୍କରେ ଅସୁବିଧା, ଅପକ୍ୱ ଶିଶୁ ଜନ୍ମ ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ ।[୬] ଏଗୁଡ଼ିକ କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟର ଅନ୍ତର୍ଭୁକ୍ତ । [୬] ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । [୭] ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । [୨] ଚକ୍ଷୁ ପରୀକ୍ଷା କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । [୨]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଲନ ଅନୁସାରେ ୮୦ % ଦୃଷ୍ଟି ହାନୀ କେଶ ପ୍ରତିରୋଧ ସାପେକ୍ଷ ବା ଆରୋଗ୍ୟ ସମର୍ଥ । [୪] ଏହି ରୋଗମାନଙ୍କ ମଧ୍ୟରେ ପରଳ, ସଂକ୍ରମଣ, ଟ୍ରାକୋମା, ଗ୍ଲକୋମା, ନ‌ଦୀ ଅନ୍ଧତ୍ୱ, ଡାଏବେଟିକ ରେଟିନୋପାଥି, ଅଣଚିକିତ୍ସିତ ରିଫ୍ରାକ୍ଟିଭ ଏରର ଓ ବାଲ୍ୟ ଅନ୍ଧତ୍ୱ ।[୮] ଦୃଷ୍ଟି ଥଇଥାନ, ପରିବେଶ ପରିବର୍ତ୍ତନ ଓ ସାହାଯ୍ୟକାରୀ ଯନ୍ତ୍ର ମାଧ୍ୟମରେ ଦୃଷ୍ଟିହାନି ଥିବା ଲୋକ ଉପକାର ପାଇପାରିବେ । [୨]

ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । [୪] ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ରୁ ଉର୍ଦ୍ଧ୍ୱ । [୪] ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । [୪] ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Change the Definition of Blindness" (PDF). World Health Organization. Retrieved 23 May 2015.
  2. ୨.୦ ୨.୧ ୨.୨ ୨.୩ ୨.୪ "Blindness and Vision Impairment". February 8, 2011. Retrieved 23 May 2015.
  3. ୩.୦ ୩.୧ Maberley, DA; Hollands, H; Chuo, J; Tam, G; Konkal, J; Roesch, M; Veselinovic, A; Witzigmann, M; Bassett, K (March 2006). "The prevalence of low vision and blindness in Canada". Eye (London, England). 20 (3): 341–6. doi:10.1038/sj.eye.6701879. PMID 15905873.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Visual impairment and blindness Fact Sheet N°282". August 2014. Retrieved 23 May 2015.
  5. GLOBAL DATA ON VISUAL IMPAIRMENTS 2010 (PDF). WHO. 2012. p. 6.
  6. ୬.୦ ୬.୧ Lehman, SS (September 2012). "Cortical visual impairment in children: identification, evaluation and diagnosis". Current opinion in ophthalmology. 23 (5): 384–7. doi:10.1097/ICU.0b013e3283566b4b. PMID 22805225.
  7. Mathers, M; Keyes, M; Wright, M (November 2010). "A review of the evidence on the effectiveness of children's vision screening". Child: care, health and development. 36 (6): 756–80. doi:10.1111/j.1365-2214.2010.01109.x. PMID 20645997.
  8. "Causes of blindness and visual impairment". Retrieved 23 May 2015.
  9. Rein, DB (13 December 2013). "Vision problems are a leading source of modifiable health expenditures". Investigative Ophthalmology & Visual Science. 54 (14): ORSF18-22. doi:10.1167/iovs.13-12818. PMID 24335062.