ହାଇପୋପିଟୁଇଟାରୀଜିମ

ଉଇକିପିଡ଼ିଆ‌ରୁ

 

Hypopituitarism
Gray1180.png
The pituitary gland on a plate from Gray's Anatomy (1918). The anterior lobe is on the left, and the posterior lobe on the right, both in red.
ବିଭାଗEndocrinology
ଲକ୍ଷଣAdrenal insufficiency, hypothyroidism, hypogonadism, GH deficiency, ADH deficiency, vision loss, headaches[୧]
ଆକ୍ରାନ୍ତ ସମୟGradual or sudden[୨]
କାରଣPituitary tumors, tumors near the pituitary, pituitary apoplexy, traumatic brain injury, pituitary surgery or radiation therapy, hypophysitis[୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, medical imaging[୧]
ଔଷଧThyroxine, hydrocortisone, sex steroids, growth hormone, desmopressin[୨]
ଚିକିତ୍ସାDepends on the underlying cause and missing hormones[୧]
PrognosisUsually good with treatment[୨][୧]
ପୁନଃପୌନିକ1 in 2,000 (Spain)[୧]

ହାଇପୋପିଟୁଇଟାରୀଜିମ ବା ସ୍ୱଳ୍ପ ପିଟୁଇଟାରିତ୍ୱରେ ମାନବ ମସ୍ତିଷ୍କର ନିମ୍ନ ଭାଗରେ ଥିବା ପିଟୁଇଟାରି ଗ୍ରନ୍ଥିରୁ ଏକ ବା ଏକାଧିକ ହରମୋନ କ୍ଷରଣ କମିଯାଏ ।[୨] ହରମୋନର ପ୍ରକାର ଏବଂ ଏହାର ଅନ୍ତର୍ନିହିତ କାରଣ ଉପରେ ଲକ୍ଷଣଗୁଡ଼ିକ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ। [୧] ଏଥିରେ ଆଡ୍ରେନାଲ୍ ଅଭାବ, ହାଇପୋଥାଇରଏଡିଜିମ୍, ହାଇପୋଗାନାଡିଜ୍ମ, ଗ୍ରୋଥ ହରମୋନ ଅଭାବ, ଏଡିଏଚ ଅଭାବ, ଦୃଷ୍ଟିଶକ୍ତି ହ୍ରାସ ଏବଂ ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ | [୧] ଲକ୍ଷଣମାନ ଧୀରେ ଧୀରେ କିମ୍ବା ହଠାତ୍ ଆରମ୍ଭ ହୋଇପାରେ | [୨]

କାରଣଗୁଡିକ ମଧ୍ୟରେ ପିଟୁଇଟାରୀ ଅର୍ବୁଦ, (୬୦%), ପିଟୁଇଟାରୀ ନିକଟରେ ଥିବା ଅର୍ବୁଦ, ପିଟୁଇଟାରୀ ଆପୋପ୍ଲେକ୍ସି, ଆଘାତ ଜନିତ ମସ୍ତିଷ୍କ କ୍ଷତି, ପିଟୁଇଟାରୀ ଅସ୍ତ୍ରୋପଚାର, ବିକିରଣ ଥେରାପି ଏବଂ ହାଇପୋଫିସାଇଟିସ ଥାଇପାରେ । [୧] ପ୍ରାୟ ୧୦% କ୍ଷେତ୍ରରେ ଏହାର କାରଣ ଜଣା ପଡିନାହିଁ। [୩] ରକ୍ତରେ ହର୍ମୋନ୍ ସ୍ତର ଏବଂ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ | [୧] ଗୋଟିଏ ହରମୋନର ଅଭାବକୁ ସିଲେକ୍ଟିଭ୍ ହାଇପୋପିଟୁଇଟାରିଜିମ୍ କୁହାଯାଏ; ଯଦି ଅଧିକାଂଶ କିମ୍ବା ସମସ୍ତ ହରମୋନ ସ୍ତର ହ୍ରାସ ପାଏ, ତେବେ ପାନହାଇପୋପିଟୁଇଟାରିଜିମ୍ ଶବ୍ଦ ବ୍ୟବହୃତ ହୁଏ | [୪]

ଏହାର ମୂଳ କାରଣ ଉପରେ ଆଂଶିକ ଚିକିତ୍ସା ନିର୍ଭର କରେ | [୧] ଅଧିକାଂଶ ହରମୋନ୍ ଅଭାବକୁ ଟାବଲେଟ୍ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥାଇରକ୍ସିନ,ହାଇଡ୍ରୋକୋର୍ଟିଜୋନ, ଯୌନ ସ୍ଟିରଏଡ, ଗ୍ରୋଥ ହରମୋନ କିମ୍ବା ଡେସମୋପ୍ରେସିନ୍ ଦେଇ ଚିକିତ୍ସା କରାଯାଇପାରେ । [୨] ହଠାତ୍ ଆରମ୍ଭ ହେଲେ ଦ୍ରୁତ କର୍ଟିସୋଲ ପ୍ରତିସ୍ଥାପନ କରାଯାଏ | [୨] ଏଥିରେ ମୃତ୍ୟୁର ଆଶଙ୍କା ଅଧିକ ଥିଲେ ମଧ୍ୟ ଉପ‌ଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୋଇଥାଏ | [୨] [୧]

ସ୍ପେନ ଦେଶରେ ହାଇପୋପିଟ୍ୟୁରିଜିମ ୨,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି | [୧] ପୂର୍ବରୁ ମସ୍ତିଷ୍କ ଆଘାତପ୍ରାପ୍ତ ଲୋକଙ୍କଠାରେ ଏହାର ରୋଗ ନିର୍ଣ୍ଣୟ କମ୍ ହୋଇପାରେ। [୫] ଏହି ଅବସ୍ଥା ପ୍ରଥମେ ୧୯୧୪ ମସିହାରେ ଜର୍ମାନ ଚିକିତ୍ସକ ମୋରିସ ସିମଣ୍ଡସ ପ୍ରଥମେ ବର୍ଣ୍ଣନା କରିଥିଲେ । [୬] [୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Gounden, V; Jialal, I (January 2021). "Hypopituitarism". PMID 29262053. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Higham, CE; Johannsson, G; Shalet, SM (12 November 2016). "Hypopituitarism". Lancet (London, England). 388 (10058): 2403–2415. doi:10.1016/S0140-6736(16)30053-8. PMID 27041067.
  3. Schneider HJ, Aimaretti G, Kreitschmann-Andermahr I, Stalla GK, Ghigo E (April 2007). "Hypopituitarism". Lancet. 369 (9571): 1461–70. doi:10.1016/S0140-6736(07)60673-4. PMID 17467517.
  4. Lewis, Sharon L.; Bucher, Linda; Heitkemper, Margaret M.; Harding, Mariann M.; Kwong, Jeffrey; Roberts, Dottie (2016). Medical-Surgical Nursing - E-Book: Assessment and Management of Clinical Problems, Single Volume (in ଇଂରାଜୀ). Elsevier Health Sciences. p. 1158. ISBN 978-0-323-37143-8.
  5. Schneider HJ, Aimaretti G, Kreitschmann-Andermahr I, Stalla GK, Ghigo E (April 2007). "Hypopituitarism". Lancet. 369 (9571): 1461–70. doi:10.1016/S0140-6736(07)60673-4. PMID 17467517. S2CID 208789791.
  6. Simmonds (1914). "Über hypophysisschwund mit todlichem ausgang". Dtsch Med WSCHR. 40 (7): 322–323. doi:10.1055/s-0029-1190185.
  7. Bynum, W. F.; Porter, Roy (2013). Companion Encyclopedia of the History of Medicine (in ଇଂରାଜୀ). Routledge. p. 501. ISBN 978-1-136-11036-8.