ନୀରଦ ମହାପାତ୍ର

ଉଇକିପିଡ଼ିଆ‌ରୁ
ନୀରଦ ନାରାୟଣ ମହାପାତ୍ର
Born(1947-11-12)୧୨ ନଭେମ୍ବର ୧୯୪୭
Died୧୯ ଫେବୃଆରୀ ୨୦୧୫(2015-02-19) (ବୟସ ୬୭)
ମୁମ୍ବାଇ, ମହାରାଷ୍ଟ୍ର
Nationality ଭାରତୀୟ
Educationସ୍ନାତକ, ଡିପ୍ଲୋମା (ନିର୍ଦ୍ଦେଶନା)
Alma materଉତ୍କଳ ବିଶ୍ୱବିଦ୍ୟାଳୟ,
ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
Occupationନିର୍ଦ୍ଦେଶକ ଓ ଅଧ୍ୟାପକ
Known forଓଡ଼ିଆ କଥାଚିତ୍ର ନିର୍ଦ୍ଦେଶନା
Spouseସବିତା ମହାନ୍ତି
Parent(s)ଶୈଲେନ୍ ମହାପାତ୍ର
ସୁରମା ମହାପାତ୍ର
Websiteନୀରଦମହାପାତ୍ର.କମ

ନୀରଦ ନାରାୟଣ ମହାପାତ୍ର (୧୨ ନଭେମ୍ବର ୧୯୪୭ - ୧୯ ଫେବୃଆରୀ ୨୦୧୫)[୧] ଜଣେ ଓଡ଼ିଆ କଥାଚିତ୍ର ଓ ବୃତ୍ତଚିତ୍ର ନିର୍ଦ୍ଦେଶକ ଥିଲେ । [୨]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ନୀରଦ ନାରାୟଣ ଜଣେ ଭଲ ଛାତ୍ର ଥିଲେ ଓ ସାହିତ୍ୟ ଏବଂ ଇତିହାସ ତାଙ୍କର ପ୍ରିୟ ବିଷୟ ଥିଲା । ପିଲାଟି ଦିନୁ ସେ ସିନେମା ପ୍ରତି ଆକର୍ଷିତ ଥିଲେ ଏବଂ ଘର ପାଖେ ଥିବା ସିନେମା ଘର ଏ ଆକର୍ଷଣକୁ ଆହୁରି ଦୃଢ଼ କରିଥିଲା । ସେ ୧୯୬୭ ମସିହାରେ କୃତିତ୍ୱର ସହ ସ୍ନାତକ ଡିଗ୍ରି ହାସଲ କରିଥିଲେ ।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ[ସମ୍ପାଦନା]

ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠକୁ ଅଧାରୁ ଛାଡି, ୧୯୬୮ ମସିହାରେ ସେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେରେ ନିର୍ଦ୍ଦେଶନା ପାଠ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ୧୯୭୧ ମସିହାରେ ସେ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲେ ।[୩] ୧୯୭୨-୭୪ ପର୍ଯ୍ୟନ୍ତ ସେ, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେରେ ସିନେମା ନିର୍ଦ୍ଦେଶନା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । [୪] ଗିରିଷ କଷରାଭଲ୍ଲୀ , ଜାନ୍ହୁ ବରୁଆ, ସୟିଦ ମିର୍ଜା, କେତନ ମେହେଟା, ମନମୋହନ ମହାପାତ୍ର, ବିଧୁ ବିନୋଦ ଚୋପ୍ରା ଆଦି ବହୁ ପ୍ରଖ୍ୟାତ ନିର୍ଦ୍ଦେଶକ ଏହି ସମୟରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଛାତ୍ର ଥିଲେ । ନୀରଦ ମହାପାତ୍ର ପରବର୍ତ୍ତୀ ସମୟରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆରେ ପଢ଼ିବା ପାଇଁ ବହୁ ଓଡ଼ିଆଙ୍କ ପଥ ପ୍ରଦର୍ଶକ ସାଜିଥିଲେ ।

ପେଶାଦାର ଜୀବନ[ସମ୍ପାଦନା]

୧୯୭୪-୮୩ ସମୟ ମଧ୍ୟରେ ସେ, ଭୁବନେଶ୍ୱରଠାରେ 'ସିନେଏକଷ୍ଟାସି' ନାମରେ ଏକ ସିନେମା ସୋସାଇଟିର ଗଠନ କରି, ଏହାର ପରିଚାଳନା କରିଆସୁଥିଲେ । ଏହି ସୋସାଇଟି, ଭଲ ସିନେମାର ପ୍ରଚାର ଓ ପ୍ରସାର ଦିଗରେ କାମ କରୁଥିଲା । ଏହା ବିଶ୍ୱ ସିନେମାର ପ୍ରଦର୍ଶନ ତଥା ସମୀକ୍ଷା ପାଇଁ ଏକ ମାଧ୍ୟମ ମଧ୍ୟ ହୋଇପାରିଥିଲା । ଏହି ସମୟରେ ସେ 'ମନ ଫସଲ' ନାମରେ ଏକ ସିନେମା ଓ ସାହିତ୍ୟ ଧର୍ମୀ ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ଏଥି ସହ ସେ, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ସାମୟିକ ଭାବରେ ଅଧ୍ୟାପନା ମଧ୍ୟ କରୁଥିଲେ ।

୧୯୮୪ ମସିହାରେ ସେ ମାୟା ମିରିଗ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।[୫] ଏହି ଚଳଚ୍ଚିତ୍ର ତାଙ୍କୁ ଅପାର ସଫଳତା ତଥା ପ୍ରସିଦ୍ଧି ଆଣିଦେଇଥିଲା । କାନସ, ଲୋକାନ୍ନ, ହବାଇ, ହିଡିଲବର୍ଗ ପ୍ରଭୁତି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ମଧ୍ୟ ହୋଇଥିଲା । ୧୯୮୫ ମସିହାରେ ତାଙ୍କୁ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟ ତରଫରୁ ସିନେମା ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଥିଲା । ସେ ବହୁବାର ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି ।[୬] ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ କିଟ୍ ଚଳଚ୍ଚିତ୍ର ମହାବିଦ୍ୟାଳୟରେ ସାମୟିକ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ ।[୭]

ନିର୍ଦ୍ଦେଶିତ ବୃତ୍ତଚିତ୍ର ଓ କଥାଚିତ୍ର[ସମ୍ପାଦନା]

  • ମାୟା ମିରିଗ, ୧୯୮୪
  • ଧଉଳିଗିରି, ୧୯୭୪
  • ଦ ଷ୍ଟୋରି ଅଫ୍ ସିମେଣ୍ଟ, ୧୯୭୬
  • ଛଉ ଡାନ୍ସ ଅଫ ମୟୁରଭଞ୍ଜ, ୧୯୮୫
  • ପଟ୍ଟ ପେଣ୍ଟିଙ୍ଗ, ୧୯୮୬
  • ତମସା ତୀରେ
  • ଦ ଭ୍ୟାନିସିଂ ଫ୍ରଣ୍ଟିୟର, ୧୯୮୯
  • ଏ ନ୍ୟୁ ହରାଇଜନ୍[୮]
  • ଅପରାଜିତା
  • ଆମ ଗାଆଁ ହାଲଚାଲ
  • ମେଷ୍ଟ୍ରୋଜ୍ ଅଫ ଓଡ଼ିଶୀ, ୧୯୯୫
  • ଏରେ ଅଫ୍ ହୋପ୍
  • ଜଲିଫୁଲ୍ ଲର୍ଣ୍ଣିଙ୍ଗ୍
  • ଚିଲିକା ଏ ଫ୍ରାଜାଇଲ ଇକୋସିଷ୍ଟମ, ୨୦୦୨

ପାରିବାରିକ ଜୀବନ[ସମ୍ପାଦନା]

ନୀରଦଙ୍କ ପିତା ଶୈଲେନ୍ ମହାପାତ୍ର, ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମାତା, ସୁରମା ମହାପାତ୍ର ଜଣେ ଶିକ୍ଷୟତ୍ରୀ ଥିଲେ । ସ୍ୱାଧୀନତା ପରେ, ପିତା ସାମ୍ବାଦିକତା ଓ ରାଜନୀତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ପିତାମାତାଙ୍କର ୭ଟି ସନ୍ତାନ ମଧ୍ୟରୁ ନୀରଦ ନାରାୟଣ ଜ୍ୟେଷ୍ଠ ଥିଲେ । ୧୯୭୮ ମସିହାରେ ସବିତା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । ତାଙ୍କ ଭାଇ ସମ୍ପଦ ମହାପାତ୍ର ଜଣେ ସାମ୍ବାଦିକ ଅଟନ୍ତି ।[୯]

୨୦୧୫ ଫେବୃଆରୀ ୧୯ ତାରିଖରେ ମୁମ୍ବାଇଠାରେ ହୃଦ୍‌ଘାତ ଯୋଗୁ ନୀରଦ ନାରାୟଣଙ୍କ ଦେହାନ୍ତ ହୋଇଥିଲା । [୧୦]

ଆଧାର[ସମ୍ପାଦନା]

  1. http://movies.ndtv.com/regional/director-nirad-n-mohapatra-dies-of-cardiac-arrest-at-67-740718
  2. Simon Weightman (1996). Indian Subcontinent. Passport Books. ISBN 978-0-8442-8970-0.
  3. Third World Affairs. Third World Foundation for Social and Economic Studies. 1988.
  4. Aruna Vasudev (1986). The new Indian cinema. Macmillan India.
  5. Link. United India Periodicals. 1984.
  6. "ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ପରଲୋକ". ଧରିତ୍ରୀ. 20 February 2017. Retrieved 6 January 2017.
  7. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2012-07-23. {{cite web}}: Cite has empty unknown parameter: |1= (help)
  8. Pattanayak, Subhas Chandra. "Sad News: The Sun of Orissa's Cinematic Creativity set today on daybreak at Mumbai". orissamatters.com. Retrieved 6 January 2017.
  9. http://www.business-standard.com/article/news-ians/odia-filmmaker-nirad-mohapatra-dies-at-67-115021900239_1.html
  10. http://indianexpress.com/article/entertainment/regional/odia-filmmaker-nirad-mohapatra-dies-at-67/

ବାହାର ଆଧାର[ସମ୍ପାଦନା]