Jump to content

ନିଉରୋସିଫିଲିସ

ଉଇକିପିଡ଼ିଆ‌ରୁ
Section of human skull damaged by late stage neurosyphilis
ବିଭାଗNeurology, Infectious diseases
ଲକ୍ଷଣNone, headache, stiff neck, numbness, loss of bladder control, personality changes[୧][୨]
ଆକ୍ରାନ୍ତ ସମୟAnytime following infection[୧]
କାରଣTreponema pallidum[୧]
ବିପଦ କାରକHIV infection, unprotected sex[୧]
ରୋଗ ନିର୍ଣ୍ଣୟ ପଦ୍ଧତିCSF testing (VDRL, FTA-ABS)[୩][୪]
ଚିକିତ୍ସାAntibiotics (penicillin G, ceftriaxone)[୫]
ପୁନଃପୌନିକRare[୧]

ନିଉରୋସିଫିଲିସ ରୋଗରେ ସିଫିଲିସ ରୋଗର ଜୀବାଣୁଦ୍ୱାରା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ସଂକ୍ରମିତ ହୋଇଥାଏ ।[୧] ଏହା ସଂକ୍ରମଣ ପରେ ଯେକୌଣସି ସମୟରେ ରୋଗ ଆରମ୍ଭ ହୋଇପାରେ। [୧] ଏହା ଲକ୍ଷଣ ବିହୀନ ହୋଇପାରେ, କିମ୍ବା ମେନିଞ୍ଜାଇଟିସ୍, ଷ୍ଟ୍ରୋକ୍ ଲକ୍ଷଣ, ପାରେସିସ କିମ୍ବା ଟେବିସ ଡର୍ସାଲିସ ହୋଇପାରେ ।[୧] ମେନିଞ୍ଜାଇଟିସ ରୋଗରେ ମୁଣ୍ଡବିନ୍ଧା, କଠିନ ବେକ ଏବଂ ବାନ୍ତି ହୁଏ । [୧] ସାଧାରଣ ପାରେସିସ୍ ହୋଇଥିଲେ ବ୍ୟକ୍ତିତ୍ୱର ପରିବର୍ତ୍ତନ,ଭ୍ରାନ୍ତି ଏବଂ କମ୍ପନ ସୃଷ୍ଟି ହୋଇଥାଏ ।[୧] ଟେବିସ ଡର୍ସାଲିସ ରୋଗରେ ଖରାପ ସମନ୍ୱୟ, ଅସ୍ଥିରତା, ମୂତ୍ରାଶୟ ସମସ୍ୟା ଏବଂ ଆଖିର ଅସ୍ୱାଭାବିକ ଚଳନ ହୋଇପାରେ । [୧] [୬]

ଟ୍ରେପୋନେମା ପାଲିଡମ୍ ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।[୧] ଏଚ୍.ଆଇ.ଭି. ସଂକ୍ରମିତ ଲୋକର ଏହି ରୋଗ ସଂଭାବନା ଅଧିକ ଥାଏ । [୧] ଲମ୍ବର ପଙ୍କଚର କରି ସି.ଏସ୍.ଏଫ୍.ରେ ବିଶ୍ଳେଷଣ କରାଯାଏ ।[୭] ସିଏସଏଫ ନେଇ ଭିଡିଆରଏଲ ପରୀକ୍ଷା ଫଳ ଯୁକ୍ତାତ୍ମକ ହେଲେ ଏହି ରୋଗ ନିଶ୍ଚିତ କରାଯାଇଥାଏ, ତଥାପି ଏକ ନକାରାତ୍ମକ ପରୀକ୍ଷା ଡୋଜ୍ ଏହାକୁ ଏଡ଼ାଇ ଦିଏ ନାହିଁ | [୭] ବେଳେ ବେଳେ ଫ୍ଲୋରିସେଣ୍ଟ ଟ୍ରେପୋନେମାଲ ଆଣ୍ଟିବଡି ଆବସର୍ପସନ (FTA-ABS) ପରୀକ୍ଷା କରାଯାଏ । [୪]

ନ୍ୟୁରୋସାଇଫିଲିସର ଚିକିତ୍ସାରେ ସାଧାରଣତଃ ୩ରୁ ୪ନିୟୁତ ୟୁନିଟ ଶିରାଭ୍ୟନ୍ତର ପେନିସିଲିନ୍ ଜି ଦିଆଯାଏ ଓ ଏହା ପ୍ରତି ଚାରି ଘଣ୍ଟାରେ ଥରେ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ଦିଆଯାଏ | [୫] ଅନ୍ୟ ପକ୍ଷରେ ପ୍ରୋବେନେସିଡ ସ‌ହିତ ମାଂସପେଶୀରେ ପେନିସିଲିନ୍ ଇଞ୍ଜେକସନ ମଧ୍ୟ ପ୍ରତିଦିନ ଥରେ ଦିଆଯାଇପାରେ | [୬] ପେନିସିଲିନ୍ ପ୍ରତି ଆଲର୍ଜି ଥଲେ

ସେଫଟ୍ରାଇଆକ୍ସୋନ ବ୍ୟବହାର କରାଯାଇପାରେ | [୫] ଶିଘ୍ର ଚିକିତ୍ସା କଲେ ଫଳାଫଳ ସାଧାରଣତଃ ଭଲ ଅଟେ | [୬]

ନ୍ୟୁରୋସାଇଫିଲିସ୍ ଏକ ବିରଳ ରୋଗ ।[୧] [୪] ଯୁକ୍ତରାଷ୍ଟ୍ରରେ ପ୍ରାୟ ୨% ଲୋକଙ୍କର ପ୍ରାରମ୍ଭିକ ସିଫିଲିସ୍ ଅବସ୍ଥାରେ ନ୍ୟୁରୋସିଫିଲିସ୍ ହୋଇଥାଏ । [୪] ଆଫ୍ରିକାର କିଛି ଭାଗରେ ସାଧାରଣ ଜନସଂଖ୍ୟାର ପ୍ରାୟ ୨% ପ୍ରଭାବିତ ହୋଇଥାଆନ୍ତି । [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଆଣ୍ଟିବାୟୋଟିକ୍ ଉପଲବ୍ଧ ହେବା ପୂର୍ବରୁ ସିଫିଲିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦% ନ୍ୟୁରୋସିଫିଲିସ୍ ରୋଗୀ ଥିଲେ। [୧]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Ha, T; Tadi, P; Dubensky, L (January 2021). "Neurosyphilis". PMID 31082023. {{cite journal}}: Cite journal requires |journal= (help)
  2. "Neurosyphilis Information Page". www.ninds.nih.gov. National Institute of Neurological Disorders and Stroke. Retrieved 8 April 2021.
  3. Peermohamed, Shaqil; Kogilwaimath, Siddharth; Sanche, Stephen (20 July 2020). "Neurosyphilis". Canadian Medical Association Journal. 192 (29): E844–E844. doi:10.1503/cmaj.200189.
  4. ୪.୦ ୪.୧ ୪.୨ ୪.୩ Ropper, Allan H. (3 October 2019). "Neurosyphilis". New England Journal of Medicine. 381 (14): 1358–1363. doi:10.1056/NEJMra1906228.
  5. ୫.୦ ୫.୧ ୫.୨ "STD Facts - Syphilis (Detailed)". www.cdc.gov (in ଆମେରିକୀୟ ଇଂରାଜୀ). 23 September 2019. Retrieved 8 April 2021.
  6. ୬.୦ ୬.୧ ୬.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; NIDS2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ୭.୦ ୭.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; CMAJ2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।