ସେଫଟ୍ରାଇଆକ୍ସୋନ
Clinical data | |
---|---|
Pronunciation | /ˌsɛftraɪˈæksoʊn/ |
Trade names | ବ୍ୟବସାୟୀକ ଇଂରାଜୀ ନାମ - Rocephin, Epicephin, others |
AHFS/Drugs.com | monograph |
Pregnancy category | |
Routes of administration | Intravenous, intramuscular |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | n/a |
Metabolism | Negligible |
Elimination half-life | 5.8–8.7 hours |
Excretion | ୩୩–୬୭% ବୃକ୍କ, ୩୫–୪୫% ପିତ୍ତ |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.070.347 |
Chemical and physical data | |
Formula | C18H18N8O7S3 |
Molar mass | 554.58 g/mol |
3D model (JSmol) | |
| |
| |
(verify) |
ସେଫଟ୍ରାଇଆକ୍ସୋନ (ଇଂରାଜୀ ଭାଷାରେ Ceftriaxone, ବିକ୍ରୟ ନାମ ରୋସେଫିନ) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ସଂକ୍ରମଣରେ ବ୍ୟବହାର ହୁଏ ।[୧] ମଧ୍ୟକର୍ଣ୍ଣ ପ୍ରଦାହ , ଏଣ୍ଡୋକାର୍ଡ଼ାଇଟିସ (endocarditis), ମେନିଞ୍ଜାଇଟିସ୍, ନିମୋନିଆ, ହାଡ଼ ଓ ଗଣ୍ଠି ସଂକ୍ରମଣ, ଉଦର ଅଭ୍ୟନ୍ତର ସଂକ୍ରମଣ, ଚର୍ମ ସଂକ୍ରମଣ, ମୂତ୍ରନଳୀଶୈଳୀ ସଂକ୍ରମଣ, ଗନେରିଆ (gonorrhea) ଓ ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ଇତ୍ୟାଦି ସଂକ୍ରମଣରେ ଏହି ଔଷଧ ପ୍ରଭାବଶାଳୀ ହୁଏ । ଅପରେଶନ କରିବା ପୂର୍ବରୁ ଓ କାମୁଡ଼ା କ୍ଷତ ହେବା ପରେ ଏହା ସଂକ୍ରମଣ ପ୍ରତିଷଧ ଭାବରେ ଦିଆଯାଏ । ଶୀରାଭ୍ୟନ୍ତର ଇଞ୍ଜେକସନ ବା ମାଂସପେଶୀରେ ସେଫଟ୍ରାଇଆକ୍ସୋନ ଇଞ୍ଜେକସନ ଦିଆଯାଏ ।[୧]
ଆଲର୍ଜି (allergic reaction) ଓ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା । ଡିଫିସିନ ତରଳ ଝାଡ଼ା (C. difficile associated diarrhea), ହେମୋଲାଇଟିକ ଆନିମିଆ (hemolytic anemia), ପିତ୍ତକୋଷ ରୋଗ (gall bladder disease) ଓ ଅପସ୍ମାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍ସିସ (anaphylaxis) ଥିଲେ ଏହି ଔଷଧ ଦିଆଯାଏ ନାହିଁ କିନ୍ତୁ ସାମାନ୍ୟ ପ୍ରତିକ୍ରିୟା ଥିଲେ ଦିଆଯାଏ । ଶିରାଭ୍ୟନ୍ତର କ୍ୟାଲସିଅମ (calcium) ସାଥିରେ ଏହି ଔଷଧ ଶିରାଭ୍ୟନ୍ତରରେ ଦିଆଯାଏ ନାହିଁ [୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୨] ସେଫାଲୋସ୍ପୋରିନ (cephalosporin) ଦଳର ଏହା ତୃତୀୟ ପିଢ଼ି ଔଷଧ ଯାହା ଜୀବାଣୁକୁ କୋଷ କାନ୍ଥ (cell wall) ତିଆରି କରିବାକୁ ପ୍ରତିରୋଧ କରେ ।[୧]
୧୯୮୦ ଦଶକର ଆରମ୍ଭରେ ହଫମାନ-ଲା ରୋସ (Hoffmann-La Roche) ଏହି ଔଷଧ ଆବିଷ୍କାର କରିଥିଲେ ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ସନ ୨୦୧୪ରେ ବିକଶିତ ଦେଶମାନଙ୍କରେ ଏହାର ଡୋଜ ପିଛା ଦାମ ୦.୨୦ରୁ ୨.୩୨ ଆମେରିକୀୟ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଔଷଧର ମୂଲ୍ୟ ପ୍ରାୟ ୨୫ ଡଲାର ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Ceftriaxone Sodium Monograph for Professionals - Drugs.com". www.drugs.com. Retrieved 2016-08-27.
- ↑ "Ceftriaxone Pregnancy and Breastfeeding Warnings". www.drugs.com. Retrieved 27 August 2016.
- ↑ Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 169. ISBN 9780941901215.
- ↑ "WHO Model List of Essential Medicines". World Health Organization. April 2015. Retrieved November 2, 2015.
- ↑ "Ceftriaxone". International Drug Price Indicator Guide. Retrieved 29 August 2016.[permanent dead link]
- ↑ Facep, Hamilton MD Faaem Facmt (2013). Tarascon Pocket Pharmacopoeia 2014 Deluxe Lab-Coat Edition (in ଇଂରାଜୀ). Jones & Bartlett Publishers. p. 75. ISBN 9781284053999.