Jump to content

ଟାକୋଟସୁବୋ କାର୍ଡିଓମାୟୋପାଥି

ଉଇକିପିଡ଼ିଆ‌ରୁ
Takotsubo cardiomyopathy
Transient apical ballooning syndrome, apical ballooning cardiomyopathy, Gebrochenes-Herz syndrome,[] acute stress-induced cardiomyopathy, broken-heart syndrome, takotsubo syndrome[]
(A) Drawing of takotsubo cardiomyopathy (B) Compared to a normal heart
ବିଭାଗCardiology
ଲକ୍ଷଣChest pain, shortness of breath, brief loss of consciousness[][]
ଆକ୍ରାନ୍ତ ସମୟSudden[]
କାରଣSignificant stress (physical or emotional)[]
ରୋଗ ନିର୍ଣ୍ଣୟ ପଦ୍ଧତିCardiac catheterization[]
ସଠିକ ରୋଗ ନିର୍ଣ୍ଣୟHeart attack, coronary artery spasm, myocarditis, esophageal spasm[][]
ଚିକିତ୍ସାSupportive care[]
ପୁନଃପୌନିକ2 to 7% of heart attacks[][]
ମୃତ୍ୟୁ ସାନ୍ଦ୍ରତା4% risk of death[]

ଟାକୋଟସୁବୋ କାର୍ଡିଓମାୟୋପାଥି, ଯାହା ଷ୍ଟ୍ରେସ୍ କାର୍ଡିଓମାଇଓପାଥି ଭାବରେ ମଧ୍ୟ ଜଣାଶୁଣା, ଏକ ପ୍ରକାର କାର୍ଡ଼ିଓମାୟୋପାଥି ଯେଉଁଥିରେ କୌଣସି ଅବରୋଧ ନ ଥାଇ ହୃତ୍‌ପିଣ୍ଡର କିଛି ମାଂସପେଶୀ ଅଂଶ ହଠାତ୍ ଦୁର୍ବଳ ହୋଇଯାଏ ।[] [] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅନିଶ୍ୱାସ ଏବଂ କ୍ଷଣିକ ଚେତନାଶୂନ୍ୟତା ହୋଇପାରେ । [] [] ରୋଗ ଜଟିଳତା ହେଲେ ହୃଦ୍‌ପାତ, ଅନିୟମିତ ହୃତ୍ ସ୍ପନ୍ଦନ, ଷ୍ଟ୍ରୋକ୍ ଏବଂ ହଠାତ୍ ହୃଦ୍‌ରୋଧ ହୋଇପାରେ । []

ଏହା ସାଧାରଣତଃ ଶାରୀରିକ କିମ୍ବା ଭାବନାତ୍ମକ କାରଣରୁ ଗୁରୁତ୍ୱପୂର୍ଣ୍ଣ ଚାପର ଫଳାଫଳ ଭାବରେ ଘଟିଥାଏ ।[] ଏଥିରେ ପ୍ରିୟଜନଙ୍କ ମୃତ୍ୟୁ, ଛାଡପତ୍ର, ସର୍ବସାଧାରଣରେ କହିବା, ଆକ୍ରମଣ, କେମୋଥେରାପି, ଫିଓକ୍ରୋମୋସାଇଟୋମା ଏବଂ ବାନ୍ତି ଅନ୍ତର୍ଭୁକ୍ତ ହୋଇପାରେ । [] [] ଏହି ପ୍ରଣାଳୀରେ ଆଡ୍ରେନାଲିନ୍ ଏବଂ ନରଏପିନେଫ୍ରିନ ସମେତ କ୍ୟାଟେକୋଲାମାଇନ୍ ସ୍ତର ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ, ଯାହା ହୃଦୟକୁ ରକ୍ତ ପ୍ରବାହକୁ ହ୍ରାସ କରିଥାଏ। [] ହୃତ୍‌ପିଣ୍ଡ କାଥେଟେରାଇଜେସନ କରି ଅନ୍ୟ କୌଣସି ଅସୁବିଧା ନ ଦେଖିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ମାୟୋକାର୍ଡିଆଲ୍ ଇନଫାର୍କସନ (MI) ସହିତ ଏହାର ଇସିଜି ଚିତ୍ର ସମାନ ହୋଇପାରେ ।[] ଟ୍ରପୋନିନ୍ ସ୍ତର ସାମାନ୍ୟ ଅଧିକ ହୋଇପାରେ ।[]

ପ୍ରାରମ୍ଭିକ ପରିଚାଳନାରେ ସହାୟକ ଯତ୍ନ ଆବଶ୍ୟକ ହୁଏ ।[] ଚିକିତ୍ସା କଲେ ମଧ୍ୟ ପୁନରାବୃତ୍ତି ରୋକାଯାଇପାରିବ ବୋଲି କୌଣସି ପ୍ରମାଣ ନାହିଁ । [] ହୃତ୍‌ପିଣ୍ଡ ସାଧାରଣତଃ କିଛି ଦିନ ବା ସପ୍ତାହ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ, କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ପ୍ରାୟ ୪% ଲୋକ ମୃତ୍ୟୁ ବରଣ କରନ୍ତି ଏବଂ ୧୨% କ୍ଷେତ୍ରରେ ପୁନରାବୃତ୍ତି ହେବାର ଆଶଙ୍କା ଥାଏ ।[] ଭାବନାତ୍ମକ ଚାପ ଅପେକ୍ଷା ଶାରୀରିକ ଅସୁସ୍ଥତା ହେତୁ ଫଳାଫଳ ଖରାପ ହେବା ସମ୍ଭାବନା ଅଧିକ ରହେ ।[]

ଟାକୋଟସୁବୋ କାର୍ଡିଓମାୟୋପାଥି ବିଶ୍ୱବ୍ୟାପୀ ଦେଖାଯାଏ |[] ଋତୁବନ୍ଦ ପରେ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।[] ପ୍ରାରମ୍ଭରୁ ହୃଦଘାତ ବୋଲି ଭାବନା ଯୋଗୁ ପ୍ରାୟ ୨ରୁ ୭% କ୍ଷେତ୍ରରେ ଏହା ଦାୟୀ ବୋଲି ଚିନ୍ତା କରାଯାଏ ।[] [] ଏହା ପ୍ରଥମେ ୧୯୯୦ ମସିହାରେ ଜାପାନର 'ସାଟୋ'ଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[] ଏହି ନାମ ଜାପାନୀ ଶବ୍ଦ ଟାକୋଟସୁବୋରୁ ଆସିଛି ଯାହାର ଅର୍ଥ ହେଉଛି "ଅକ୍ଟୋପସ ଟ୍ରାପ୍", ଯେହେତୁ ଏହି ରୋଗ ହେଲେ ହୃତ୍‌ପିଣ୍ଡ ଏକ ଅକ୍ଟୋପସ ଜାଲ ଭଳି ଆକାର ଗ୍ରହଣ କରିଥାଏ ।[] ଏହାକୁ ସାଧାରଣ ଭାବରେ "ଭଙ୍ଗା ହୃତ୍‌ପିଣ୍ଡ ସିଣ୍ଡ୍ରୋମ" ("broken heart syndrome") କୁହାଯାଏ ।[] []

  1. 1 2 3 4 5 6 7 8 Ahmad, SA; Brito, D; Khalid, N; Ibrahim, MA (January 2022). "Takotsubo Cardiomyopathy". PMID 28613549. {{cite journal}}: Cite journal requires |journal= (help)
  2. 1 2 "Takotsubo Cardiomyopathy". Archived from the original on 16 June 2022. Retrieved 21 July 2022.
  3. 1 2 3 4 5 6 7 8 9 10 11 12 13 14 15 16 17 18 19 Dawson, DK (January 2018). "Acute stress-induced (takotsubo) cardiomyopathy". Heart (British Cardiac Society). 104 (2): 96–102. doi:10.1136/heartjnl-2017-311579. PMID 28824005.
  4. 1 2 3 Ghadri, Jelena-Rima; Wittstein, Ilan Shor; Prasad, Abhiram; Sharkey, Scott; Dote, Keigo; Akashi, Yoshihiro John; Cammann, Victoria Lucia; Crea, Filippo; Galiuto, Leonarda; Desmet, Walter; Yoshida, Tetsuro (2018-05-29). "International Expert Consensus Document on Takotsubo Syndrome (Part I): Clinical Characteristics, Diagnostic Criteria, and Pathophysiology". European Heart Journal. 39 (22): 2032–2046. doi:10.1093/eurheartj/ehy076. ISSN 0195-668X. PMC 5991216. PMID 29850871.
  5. Tavazzi, G.; Zanierato, M.; Via, G.; Iotti, G. A.; Procaccio, F. (December 2017). "Are Neurogenic Stress Cardiomyopathy and Takotsubo Different Syndromes With Common Pathways?: Etiopathological Insights on Dysfunctional Hearts". JACC Heart Failure. 5 (12): 940–42. doi:10.1016/j.jchf.2017.09.006. PMID 29191302.
  6. 1 2 3 Akashi, Y. J.; Nef, H. M.; Lyon, A. R. (July 2015). "Epidemiology and pathophysiology of Takotsubo syndrome" (PDF). Nature Reviews Cardiology. 12 (7): 387–397. doi:10.1038/nrcardio.2015.39. PMID 25855605. Archived from the original (PDF) on 28 February 2021. Retrieved 19 January 2022. {{cite journal}}: |hdl-access= requires |hdl= (help)
  7. Akashi YJ, Nef HM, Möllmann H, Ueyama T (2010). "Stress cardiomyopathy". Annual Review of Medicine. 61: 271–86. doi:10.1146/annurev.med.041908.191750. PMID 19686084.