ଟାକୋଟସୁବୋ କାର୍ଡିଓମାୟୋପାଥି

ଉଇକିପିଡ଼ିଆ‌ରୁ
Takotsubo cardiomyopathy
Transient apical ballooning syndrome, apical ballooning cardiomyopathy, Gebrochenes-Herz syndrome,[୧] acute stress-induced cardiomyopathy, broken-heart syndrome, takotsubo syndrome[୨]
(A) Drawing of takotsubo cardiomyopathy (B) Compared to a normal heart
ବିଭାଗCardiology
ଲକ୍ଷଣChest pain, shortness of breath, brief loss of consciousness[୩][୧]
ଆକ୍ରାନ୍ତ ସମୟSudden[୩]
କାରଣSignificant stress (physical or emotional)[୩]
ରୋଗ ନିର୍ଣ୍ଣୟ ପଦ୍ଧତିCardiac catheterization[୩]
ସଠିକ ରୋଗ ନିର୍ଣ୍ଣୟHeart attack, coronary artery spasm, myocarditis, esophageal spasm[୩][୧]
ଚିକିତ୍ସାSupportive care[୩]
ପୁନଃପୌନିକ2 to 7% of heart attacks[୪][୩]
ମୃତ୍ୟୁ ସାନ୍ଦ୍ରତା4% risk of death[୩]

ଟାକୋଟସୁବୋ କାର୍ଡିଓମାୟୋପାଥି, ଯାହା ଷ୍ଟ୍ରେସ୍ କାର୍ଡିଓମାଇଓପାଥି ଭାବରେ ମଧ୍ୟ ଜଣାଶୁଣା, ଏକ ପ୍ରକାର କାର୍ଡ଼ିଓମାୟୋପାଥି ଯେଉଁଥିରେ କୌଣସି ଅବରୋଧ ନ ଥାଇ ହୃତ୍‌ପିଣ୍ଡର କିଛି ମାଂସପେଶୀ ଅଂଶ ହଠାତ୍ ଦୁର୍ବଳ ହୋଇଯାଏ ।[୧] [୩] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅନିଶ୍ୱାସ ଏବଂ କ୍ଷଣିକ ଚେତନାଶୂନ୍ୟତା ହୋଇପାରେ । [୩] [୧] ରୋଗ ଜଟିଳତା ହେଲେ ହୃଦ୍‌ପାତ, ଅନିୟମିତ ହୃତ୍ ସ୍ପନ୍ଦନ, ଷ୍ଟ୍ରୋକ୍ ଏବଂ ହଠାତ୍ ହୃଦ୍‌ରୋଧ ହୋଇପାରେ । [୧]

ଏହା ସାଧାରଣତଃ ଶାରୀରିକ କିମ୍ବା ଭାବନାତ୍ମକ କାରଣରୁ ଗୁରୁତ୍ୱପୂର୍ଣ୍ଣ ଚାପର ଫଳାଫଳ ଭାବରେ ଘଟିଥାଏ ।[୩] ଏଥିରେ ପ୍ରିୟଜନଙ୍କ ମୃତ୍ୟୁ, ଛାଡପତ୍ର, ସର୍ବସାଧାରଣରେ କହିବା, ଆକ୍ରମଣ, କେମୋଥେରାପି, ଫିଓକ୍ରୋମୋସାଇଟୋମା ଏବଂ ବାନ୍ତି ଅନ୍ତର୍ଭୁକ୍ତ ହୋଇପାରେ । [୩] [୪] ଏହି ପ୍ରଣାଳୀରେ ଆଡ୍ରେନାଲିନ୍ ଏବଂ ନରଏପିନେଫ୍ରିନ ସମେତ କ୍ୟାଟେକୋଲାମାଇନ୍ ସ୍ତର ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ, ଯାହା ହୃଦୟକୁ ରକ୍ତ ପ୍ରବାହକୁ ହ୍ରାସ କରିଥାଏ। [୫] ହୃତ୍‌ପିଣ୍ଡ କାଥେଟେରାଇଜେସନ କରି ଅନ୍ୟ କୌଣସି ଅସୁବିଧା ନ ଦେଖିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ମାୟୋକାର୍ଡିଆଲ୍ ଇନଫାର୍କସନ (MI) ସହିତ ଏହାର ଇସିଜି ଚିତ୍ର ସମାନ ହୋଇପାରେ ।[୩] ଟ୍ରପୋନିନ୍ ସ୍ତର ସାମାନ୍ୟ ଅଧିକ ହୋଇପାରେ ।[୧]

ପ୍ରାରମ୍ଭିକ ପରିଚାଳନାରେ ସହାୟକ ଯତ୍ନ ଆବଶ୍ୟକ ହୁଏ ।[୩] ଚିକିତ୍ସା କଲେ ମଧ୍ୟ ପୁନରାବୃତ୍ତି ରୋକାଯାଇପାରିବ ବୋଲି କୌଣସି ପ୍ରମାଣ ନାହିଁ । [୬] ହୃତ୍‌ପିଣ୍ଡ ସାଧାରଣତଃ କିଛି ଦିନ ବା ସପ୍ତାହ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ, କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ପ୍ରାୟ ୪% ଲୋକ ମୃତ୍ୟୁ ବରଣ କରନ୍ତି ଏବଂ ୧୨% କ୍ଷେତ୍ରରେ ପୁନରାବୃତ୍ତି ହେବାର ଆଶଙ୍କା ଥାଏ ।[୩] ଭାବନାତ୍ମକ ଚାପ ଅପେକ୍ଷା ଶାରୀରିକ ଅସୁସ୍ଥତା ହେତୁ ଫଳାଫଳ ଖରାପ ହେବା ସମ୍ଭାବନା ଅଧିକ ରହେ ।[୧]

ଟାକୋଟସୁବୋ କାର୍ଡିଓମାୟୋପାଥି ବିଶ୍ୱବ୍ୟାପୀ ଦେଖାଯାଏ |[୬] ଋତୁବନ୍ଦ ପରେ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।[୬] ପ୍ରାରମ୍ଭରୁ ହୃଦଘାତ ବୋଲି ଭାବନା ଯୋଗୁ ପ୍ରାୟ ୨ରୁ ୭% କ୍ଷେତ୍ରରେ ଏହା ଦାୟୀ ବୋଲି ଚିନ୍ତା କରାଯାଏ ।[୪] [୩] ଏହା ପ୍ରଥମେ ୧୯୯୦ ମସିହାରେ ଜାପାନର 'ସାଟୋ'ଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୩] ଏହି ନାମ ଜାପାନୀ ଶବ୍ଦ ଟାକୋଟସୁବୋରୁ ଆସିଛି ଯାହାର ଅର୍ଥ ହେଉଛି "ଅକ୍ଟୋପସ ଟ୍ରାପ୍", ଯେହେତୁ ଏହି ରୋଗ ହେଲେ ହୃତ୍‌ପିଣ୍ଡ ଏକ ଅକ୍ଟୋପସ ଜାଲ ଭଳି ଆକାର ଗ୍ରହଣ କରିଥାଏ ।[୭] ଏହାକୁ ସାଧାରଣ ଭାବରେ "ଭଙ୍ଗା ହୃତ୍‌ପିଣ୍ଡ ସିଣ୍ଡ୍ରୋମ" ("broken heart syndrome") କୁହାଯାଏ ।[୩] [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Ahmad, SA; Brito, D; Khalid, N; Ibrahim, MA (January 2022). "Takotsubo Cardiomyopathy". PMID 28613549. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Takotsubo Cardiomyopathy". Archived from the original on 16 June 2022. Retrieved 21 July 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ Dawson, DK (January 2018). "Acute stress-induced (takotsubo) cardiomyopathy". Heart (British Cardiac Society). 104 (2): 96–102. doi:10.1136/heartjnl-2017-311579. PMID 28824005.
  4. ୪.୦ ୪.୧ ୪.୨ Ghadri, Jelena-Rima; Wittstein, Ilan Shor; Prasad, Abhiram; Sharkey, Scott; Dote, Keigo; Akashi, Yoshihiro John; Cammann, Victoria Lucia; Crea, Filippo; Galiuto, Leonarda; Desmet, Walter; Yoshida, Tetsuro (2018-05-29). "International Expert Consensus Document on Takotsubo Syndrome (Part I): Clinical Characteristics, Diagnostic Criteria, and Pathophysiology". European Heart Journal. 39 (22): 2032–2046. doi:10.1093/eurheartj/ehy076. ISSN 0195-668X. PMC 5991216. PMID 29850871.
  5. Tavazzi, G.; Zanierato, M.; Via, G.; Iotti, G. A.; Procaccio, F. (December 2017). "Are Neurogenic Stress Cardiomyopathy and Takotsubo Different Syndromes With Common Pathways?: Etiopathological Insights on Dysfunctional Hearts". JACC Heart Failure. 5 (12): 940–42. doi:10.1016/j.jchf.2017.09.006. PMID 29191302.
  6. ୬.୦ ୬.୧ ୬.୨ Akashi, Y. J.; Nef, H. M.; Lyon, A. R. (July 2015). "Epidemiology and pathophysiology of Takotsubo syndrome" (PDF). Nature Reviews Cardiology. 12 (7): 387–397. doi:10.1038/nrcardio.2015.39. PMID 25855605. Archived from the original (PDF) on 28 February 2021. Retrieved 19 January 2022. {{cite journal}}: |hdl-access= requires |hdl= (help)
  7. Akashi YJ, Nef HM, Möllmann H, Ueyama T (2010). "Stress cardiomyopathy". Annual Review of Medicine. 61: 271–86. doi:10.1146/annurev.med.041908.191750. PMID 19686084.