ଜୀବସାର

ଉଇକିପିଡ଼ିଆ‌ରୁ
A bottle of high potency B-complex vitamin supplement pills.

ପ୍ରତିଶବ୍ଦ- ଭିଟାମିନ, ଜୀବନିକା, ଖାଦ୍ୟପ୍ରାଣ ।
ଜୀବସାର ଗୋଟିଏ ଇରାଂଜୀ ଶବ୍ଦ ଯାହାକୁ ସମସ୍ତେ ବୁଝି ପାରନ୍ତି । ଭିଟା ଶବ୍ଦର ଅର୍ଥ ପ୍ରାଣ (Life) ଓ ଏହା ଏକ ଆମିନ ଧରଣର ଜୈବ (Organic) ପଦାର୍ଥ ବୋଲି ଧରାଯାଉ ଥିବାରୁ ଆମିନ ନାମ ଦେଇ ଭିଟାମିନ ନାମ କରଣ କରାଯାଇ ଥିଲା । ସୁତରାଂ ଭିଟାମିନ ଜୀବମାନଙ୍କ ନିମନ୍ତେ ସ୍ୱଳ୍ପ ପରିମାଣର ଏକ ଅତ୍ୟାବଶ୍ୟକ ଜୈବିକ ପଦାର୍ଥ ।[୧] ଯେତେବେଳେ ଜୈବିକ ରାସାୟନିକ ପଦାର୍ଥ ଜୀବ ଶରୀରରେ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ହୋଇ ପାରେ ନାହିଁ ଓ ତାହାକୁ ବାହାରୁ ସଂଗ୍ରହ କରିବାକୁ ପଡ଼େ ସେତେବେଳେ ତାହାକୁ ଭିଟାମିନ କୁହାଯାଏ । ତେଣୁ ଏହା ଏକ ସର୍ତ୍ତ ମୂଳକ ଶବ୍ଦ ।

ଭିଟାମିନ ଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ (ଖାଦ୍ୟ ଖଣିଜ ଲବଣ, ଫ୍ୟାଟି ଏସିଡ ବା ଆମିନୋ ଏସିଡ) ପୋଷକ ଅନ୍ତର୍ଭୁକ୍ତ ନୁହେଁ ଓ ଅନ୍ୟ ବହୁତ କଦବା ଆବଶ୍ୟକ ହେଉଥିବା ପୋଷକ ମଧ୍ୟ ଅନ୍ତର୍ଭୁକ୍ତ ନୁହେଁ ।[୨] ଅଧୂନା ତେରଟି ଭିଟାମିନ ଚିହ୍ନଟ ହୋଇଛି ।

ଗଠନ (Structure) ଅନୁସାରେ ନ ହୋଇ ଜୈବିକ(Biological) ଓ ରାସାୟନିକ କ୍ରିୟା (Chemical activity) ଅନୁସାରେ ଭିଟାମିନର ବର୍ଗୀକରଣ କରା ଯାଇଥାଏ । ପ୍ରତ୍ୟେକ ଭିଟାମିନ ଅଲଗା ପ୍ରକାର ଜୈବିକ ପ୍ରକ୍ରିୟା ପ୍ରଦର୍ଶନ କରନ୍ତି ଓ ଏମାନଙ୍କୁ ଅକ୍ଷର ଅନୁସାରେ ନାମ ଦିଆ ଯାଇଥାଏ । ଉଦାହରଣ ସ୍ୱରୁପ ଭିଟାମିନ 'ଏ' (ବା 'କ') ଦଳରେ ରେଟିନଲ, ରେଟିନାଲ ଓ ଚାରି ପ୍ରକାର କ୍ୟାରୋଟିନଏଡ ଅଛନ୍ତି । ଶରୀରରେ ଭିଟାମିନ ବ୍ୟବହାରିକ ରୁପକୁ ରୁପାନ୍ତରିତ ହୁଏ ଓ ନିଜ ମଧ୍ୟରେ ରୁପାନ୍ତର ହୁଏ ।
ଭିଟାମିନମାନଙ୍କର ବହୁଧା ଜୈବ ରାସାୟନିକ କ୍ରିୟା ଥାଏ । ଉଦାହରଣ ସ୍ୱରୁପ ଭିଟାମିନ ଡି ମିନେରାଲ ମେଟାବୋଲିଜ୍ମରେ ହରମୋନ ଭଳି କାମ କରେ ଓ ଭିଟାମିନ ଏ ତନ୍ତୁ ବୃଦ୍ଧି ଓ ବିଭେଦନ (Differntiation) କରେ । ଭିଟାମିନ ଇ ଓ ସି ଆଣ୍ଟିଅକ୍ସିଡାଣ୍ଟ କାମ କରେ[୩] । ସଂଖ୍ୟାଧିକ ଥିବା ବି କମ୍ପ୍ଲେକ୍ସ ଏଞ୍ଜାଇମ କୋ-ଫ୍ୟାକ୍ଟର ପୂର୍ବ ରୁପରେ ଥାଏ ଯାହା ଏଞ୍ଜାଇମ କାଟାଲିସ୍ଟ ଭାବରେ କାମ କରେ । ଫ୍ୟାଟି ଏସିଡ ତିଆରି କରିବା ନିମନ୍ତେ ଏନଜାଇମର ଅଂଶ ରୂପେ ବାୟୋଟିନ କାମ କରେ । ଏହା କୋଏନଜାଇମ ରୁପେ ମଧ୍ୟ କାମ କରେ, ଉଦାହରଣ: ଫୋଲିକ ଏସିଡ କୋଷ ମଧ୍ୟରେ ମେଥାଇଲ, ଫର୍ମିଲ ଓ ମେଥିଲିନ ବହନ କରେ । ଏଗୁଡ଼ିକା ଭିଟାମିନର ସୁପରିଚିତ କର୍ମ କିନ୍ତୁ ଏହା ବ୍ୟତିତା ଅନ୍ୟ ପ୍ରମୂଖ କାରଣ ଅଛି ।

୧୯୩୦ ଦଶନ୍ଧିରେ ସେମିସିନ୍ଥେଟିକ ଭିଟାମିନ ସି ଓ ଇଷ୍ଟରୁ ଭିଟାମିନ ବି କମ୍ପ୍ଲେକ୍ସ ଉତ୍ପାଦନ କରାଗଲା । ଅଧୁନା ରାସାୟନିକ ଦ୍ରବ୍ୟ ରୁପେ ଭିଟାମିନ ତିଆରି ଶସ୍ତାରେ ତିଆରି ହୋଇ ବିକ୍ରି କରାଯାଉଛି ।

ଭିଟାମିନ ତାଲିକା[ସମ୍ପାଦନା]

ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଭିଟାମିନ ବ୍ୟବହୃତ ହେଉଥିବାରୁ ଏହାର ବହୁତ ପ୍ରକାର କାମ ଥାଏ[୪]

ଭିଟାମିନ ଜେନେରିକ
ବର୍ଣ୍ଣନା ନାମ
ଭିଟାମର ରାସୟନିକ ନାମ (ଅସମ୍ପୂର୍ଣ୍ଣ) ମିଳେଇବା ସୁପାରିସ ଖାଦ୍ୟ ପରିମାଣ
(ପୁରୁଷ, ବୟସ, ୧୯–୭୦)[୫]
ଅଭାବ ଜନିତ ରୋଗ ସର୍ବାଧିକ ପରିମାଣ
(UL/day)[୫]
ଅତି ମାତ୍ରାର ରୋଗ ଖାଦ୍ୟ ଉତ୍ସ
ଭିଟାମିନ କ ରେଟିନାଲ, ରେଟିନାଲ, ଏବଂ
ବିଟା କ୍ୟାରୋଟିନ ସହ ଚାରିପ୍ରକାର
କ୍ୟାରୋଟିନଏଡ
ଚର୍ବି ୯୦୦ µଗ୍ରା ଅନ୍ଧାର କଣା, ହାଇପରକେରାଟୋସିସ, ଏବଂ କେରାଟୋମାଲାସିଆ[୬] ୩,୦୦୦ µg ହାଇପରଭିଟାମିନୋସିସ କ କମଳା, ପାଚିଲା ହଳଦିଆ ଫଳ, ପତ୍ରଯୁକ୍ତ ପରିବା, ଗାଜର, କଖାରୁ, ପାଳଙ୍ଗ, କଲିଜା, ସୋୟା କ୍ଷୀର, କ୍ଷୀର
ଭିଟାମିନ ଖ ଥାୟାମିନ ଜଳ ୧.୨ ମି.ଗ୍ରା ବେରିବେରି, ବେର୍ଣିକ–କୋର୍ସାକୋଫ ସିଣ୍ଡ୍ରୋମ N/D[୭] ଘୁମେଇବା ବା ଅତ୍ୟଧିକ ମାତ୍ରାରେ ପେଶୀ କୋହଳ[୮] ଘୁଷୁରି ମାଂସ, ଅଟମିଲ, ଉଷୁନା ଭାତ, ପାରିବା, ଆଳୁ, କଲିଜା ଓ ଅଣ୍ଡା ।
ଭିଟାମିନ ଖ ରାଇବୋଫ୍ଲାଭିନ ଜଳ ୧.୩ ମିଗ୍ରା ଆରାଇବୋଫ୍ଲାଭିନୋସିସ N/D ଦୁଗ୍ଧ ଜାତ ଦ୍ରବ୍ୟ, କଦଳୀ, ପପକର୍ନ, ଶାଗୁଆ ବିନ, ହେଙ୍ଗୁ
ଭିଟାମିନ ଖ ନିଆସିନ, ନିଆସିନାମାଇଡ ଜଳ ୧୬  ମିଗ୍ରା ପେଲାଗ୍ରା ୩୫.୦ ମିଗ୍ରା ଯକୃତ କ୍ଷତି (ଡୋଜ> ୨ଗ୍ରା/ଦିନ)[୯]ଅନ୍ୟାନ୍ୟ ସଙ୍କଟ ମାଂସ, ମାଛ, ଅଣ୍ଡା, ପନିପରିବା, ଛତୁ
ଭିଟାମିନ ଖ ପାଣ୍ଟୋଥେନିକ ଏସିଡ ଜଳ ୫.୦ ମିଗ୍ରା[୧୦] ପାରେସ୍ଥେସିଆ N/D ତରଳ ଝାଡା, ବାନ୍ତି ଲାଗିବା ଓ ଛାତି ଜଳିଲା ଭଳି ଲାଗିବା[୧୧] ମାଂସ, ବ୍ରୋକୋଳି
ଭିଟାମିନ ଖ ପାଇରିଡକ୍ସିନ, ପାଇରିଡକ୍ସାମିନ, ପାଇରିଡକ୍ସାଲ ଜଳ ୧.୩–୧.୭ ମିଗ୍ରା ଆନିମିଆ[୧୨] ପେରିଫେରାଲ ନିଉରୋପାଥି. ୧00 ମିଗ୍ରା ସ୍ନାୟୁ କ୍ଷତି(doses > ୧୦୦ ମିଗ୍ରା/ଦୈନିକ) ମାଂସ, ପରିବା, କଦଳୀ
ଭିଟାମିନ ଖ ବାୟୋଟିନ ଜଳ ୩୦.୦ µଗ୍ରା ଚର୍ମ ପ୍ରଦାହ, ଏଣ୍ଟେରାଇଟିସ N/D କଞ୍ଚା ଅଣ୍ଡା, ହଳଦିଆ ଅଂଶ, ଚିନାବାଦାମ, କଲିଜା, କେତେକ ପାରିବା ।
ଭିଟାମିନ ଖ ଫୋଲିକ ଏସିଡ, ଫୋଲିନିକ ଏସିଡ ଜଳ ୪୦୦ µଗ୍ରା ମେଗାଲୋବ୍ଲାଷ୍ଟିକ ଆନିମିଆ ଏବଂ ଗର୍ଭାବସ୍ଥାରେ ଅଭାବ ହେଲେ ଜନ୍ମଗତ ତ୍ରୁଟି ଯଥା ନିଉରାଲ ଟ୍ୟୁବ ତ୍ରୁଟି । ୧,୦୦୦ µଗ୍ରା ଭିଟାମିନ ଖ୧୨ ଅଭାବ କମ ଦେଖାଇପାରେ; ଅନ୍ୟାନ୍ୟ ତୃଟି. ପତ୍ର ପରିବା, ପାସ୍ତା, ପାଉଁରୁଟି, କଲିଜା ଓ ଚାଉଳ ଗହମ ଆଦି ଶସ୍ୟ ।
ଭିଟାମିନ ଖ୧୨ ସ୍ୟନୋକୋବାଲାମିନ, ହାଇଡ୍ରୋକ୍ସିକୋବାଲାମିନ, ମିଥାଇଲକୋବାଲାମିନ ଜଳ ୨.୪ µଗ୍ରା ମେଗାଲୋବ୍ଲାଷ୍ଟିକ ଆନିମିଆ[୧୩] N/D ବ୍ରଣ ଭଳି ବିସ୍ଫୋଟ ମାଂସ ଓ ପଶୁଜାତ ଖାଦ୍ୟଦ୍ରବ୍ୟ
ଭିଟାମିନ ସି ଆସ୍କର୍ବିକ ଏସିଡ ଜଳ ୯୦. ମିଗ୍ରା ସ୍କର୍ଭି ୨,୦୦୦ ମିଗ୍ରା ଭିଟାମିନ ସି ଅଧିକ ଡୋଜ ଅନେକ ପ୍ରକାର ଫଳ, କଲିଜା
ଭିଟାମିନ ଡି କଲିକ୍ୟାଲ୍ସୀଫେରଲ ଚର୍ବି ୧୦ µଗ୍ରା[୧୪] ରିକେଟଓଷ୍ଟିଓମାଲାସିଆ ୫0 µଗ୍ରା ଅତ୍ୟଧିକ ଭିଟାମିନ ଡି’ ମାଛ, ଅଣ୍ଡା, କଲିଜା, ଛତୁ ।
ଭିଟାମିନ ଇ ଟୋକୋଫେରଲs, ଟୋକୋଟ୍ରିଏନେଲ ଚର୍ବି ୧୫.0 ମିଗ୍ରା କ୍ୱକିତ ଅଭାବ ହୁଏ, ନବଜାତ ଶିଶୁର ହେମୋଲାଇଟିକ ସ୍ୱଳ୍ପ ଆନିମିଆ[୧୫] ୧,000 ମିଗ୍ରା ଗୋଟିଏ ବୃହତ ଅନୁଶୀଳନରେ କଞ୍ଜେଷ୍ଟିଭ କାର୍ଡିଆକ ଫେଲ୍ୟୁଅର (congestive heart failure) ହେବା ଦେଖାଯାଇଛି

[୧୬]

ଅନେକ ପ୍ରକାରର ଫଳ, ପାରିବା, ମଞ୍ଜି ଓ ନଟ
ଫାଇଲୋକୁଇନୋନ, ମେନାକୁଇନୋନ ଚର୍ବି ୧୨0 µଗ୍ରା ରକ୍ତସ୍ରାବ ଡାୟାଥେସିସ (Bleeding diathesis) N/D ୱାରଫାରିନ (warfarin) ସେବନ କଲେ ଅଧିକ ରକ୍ତ ଜମାଟ ବାନ୍ଧେ ।[୧୭] ପତ୍ରଯୁକ୍ତ ଶାଗୁଆ ପନିପରିବା ଯଥା ପାଳଙ୍ଗ ଅଣ୍ଡା ହଳଦିଆ ଅଂଶ, କଲିଜା ।

ଭିଟାମିନ ଶବ୍ଦ ବିନ୍ୟାସ[ସମ୍ପାଦନା]

ଆମେ ଓଡ଼ିଆରେ ଜାଣିଥିବା ଜୀବସାରର ଇଂରାଜୀ ନାମ ଭିଟାମିନ (Vitamin) । ଏହି ଭିଟାମିନ ଶବ୍ଦ ଇଂରାଜୀରେ ପ୍ରଥମେ ପୋଲାଣ୍ଡ ଦେଶର ଜୈବ ରସାୟନବିତ କନିମିଏର୍ଜ୍ ଫଙ୍କ ( biochemist Kazimierz Funk) ୧୯୧୨ ମସିହାରେ ପ୍ରଥମେ ପ୍ରଚଳନ କରିଥିଲେ[୧୮] । Vitamine ଶବ୍ଦଟି VitalAmine ଶବ୍ଦ ଦୁଇଟି ମିଶି ଏକ ଯୌଗିକ ଶବ୍ଦ ଗଠିତ ହୋଇଛି । Vital ଶବ୍ଦର ଅର୍ଥ ଶକ୍ତି ଦାୟକ ଓ Amine ଶବ୍ଦ କେତେକ ଜୈବ ଯୌଗିକ ପଦାର୍ଥକୁ କୁହାଯାଏ ଯାହାଦ୍ୱାରା ପ୍ରୋଟିନ ଗଠିତ ହୁଏ ଅର୍ଥାତ ଏହା ଜୀବନର ଆମିନ । ପରେ ଜଣାଗଲା ବେରିବେରି ଭଳି ରୋଗ ନିମନ୍ତେ ଆବଶ୍ୟକ ହେଉଥିବା ଜୈବ ଅତି କ୍ଷୁଦ୍ର ପୋଷକ (organic micronutrient ) ଜୈବ ନ ହୋଇ ରାସାୟନିକ ଆମିନ ହୋଇପାରେ । ଏହି କାରଣ ଯୋଗୁ ଇଂରାଜୀ ଭିଟାମିନ ଶବ୍ଦରୁ ଇ କାଟି ଦେଇ କେବଳ ଭିଟାମିନ ରଖାଗଲା (Vitamin) ।

ମନୁଷ୍ୟ ଶରୀରରେ[ସମ୍ପାଦନା]

ଭିଟାମିନ ଦୁଇ ପ୍ରକାର ଦ୍ରବିଭୁତ ହୁଏ: ଚର୍ବି ଦ୍ରବଣୀୟ ବା ଜଳ ଦ୍ରବଣୀୟ । ମନୁଷ୍ୟ ଶରୀରରେ ୧୩ ପ୍ରକାର ଭିଟାମିନ ଥାଏ: ୪ ପ୍ରକାର ଚର୍ବି ଦ୍ରବଣୀୟ (ଏ.ଡି.ଇ.କେ ବା A.D.E.K.) ଓ ନଅ ପ୍ରକାର (୮ ପ୍ରକାର ବି ଭିଟାମିନ ଓ ସି ଭିଟାମିନ) ଜଳ ଦ୍ରବଣୀୟ । ଜଳ ଦ୍ରବଣୀୟ ଭିଟାମିନ ସହଜରେ ମିଳେଇ ଯାଏ ଓ ଶୀଘ୍ର ଦେହରୁ ପରିସ୍ରାରେ ବାହାରି ଯାଏ । ପରିସ୍ରା ପରୀକ୍ଷାଦ୍ୱାରା ଦେହରେ ଥିବା ଭିଟାମିନ ମାତ୍ରା ଜାଣି ହୁଏ[୧୯] । ଏହି ଜାତୀୟ ଭିଟାମିନ ଦେହରେ ସଂଗ୍ରୁହିତ ହୋଇ ରହି ପାରେ ନାହିଁ, ଏଣୁ ସର୍ବଦା ଖାଦ୍ୟ ମାଧ୍ୟମରେ ଦରକାର ହୁଏ[୨୦] । ବ୍ୟାକ୍ଟେରିଆଦ୍ୱାରା କେତେକ ପ୍ରକାରର ଜଳ ଦ୍ରବୀଭୁତ ଭିଟାମିନ ପ୍ରସ୍ତୁତ ହୁଏ[୨୧] । ଅନ୍ତନାଳୀରୁ ଚର୍ବି ସାହାଯ୍ୟରେ ଚର୍ବି ଦ୍ରବିଭୁତ ଭିଟାମିନ ଶୋଷିତ ହୋଇ ଦେହ ଅଭ୍ୟନ୍ତରକୁ ଯାଏ । ଏହି ସମସ୍ତ ଭିଟାମିନ ଦେହରେ ଜମା ହୋଇ ରହୁ ଥିବାରୁ ଅତିଭିଟାମିନ ସମସ୍ୟା ଉପୁଜି ପାରେ । ସିସ୍ଟିକ ଫାଇବ୍ରୋସିସ ରୋଗରେ ଚର୍ବି ଦ୍ରବଣୀୟ ଭିଟାମିନର ନିୟନ୍ତ୍ରଣ ଆବଶ୍ୟକ ହୁଏ[୨୨]

ରୋଗରେ ଓ ପୋଷକରେ[ସମ୍ପାଦନା]

ଶରୀରର ବିକାଶ ଓ ବୃଦ୍ଧି ନିମନ୍ତେ ଭିଟାମିନ ଅତ୍ୟାବଶ୍ୟକ । ଭୃଣ ସଞ୍ଚାର ହେବା ମାତ୍ରେ ଜେନେଟିକ ବ୍ଲୁପ୍ରିଣ୍ଟ ଅନୁସାରେ ଦେହ ବଢିବାକୁ ଲାଗେ ଓ ଏଥି ନିମନ୍ତେ ପୋଷକ ଆବଶ୍ୟକ ହୁଏ । ଲବଣ ଓ ଭିଟାମିନ ଦରକାର ହୁଏ । ଏହି ସମସ୍ତ ପୋଷକ, ଶରୀରର ଅସ୍ଥି, ଚର୍ମମାଂସ ପେଶୀ ନିର୍ମାଣର ରାସାୟନିକ ପ୍ରକ୍ରିୟାରେ ବ୍ୟବହୃତ ହୁଏ । କୌଣସି ପୋଷକ ସାମାନ୍ୟ ଅଭାବ ହେଲେ ଅଭାବ ଜନିତ ରୋଗ ହୁଏ ଓ ସ୍ଥାୟୀ ନଷ୍ଟ ମଧ୍ୟ ହୋଇ ପାରେ[୨୩]
ଅଧିକାଂଶ ଭିଟାମିନ ଖାଦ୍ୟରେ ଥାଏ । ଭିଟାମିନ କେ (K) ଓ ବାୟୋଟିନ ଅଣୁ ଜୀବଙ୍କଦ୍ୱାରା ଅନ୍ତନାଳୀରେ ତିଆରି ହୁଏ । ସୂର୍ଯ୍ୟ କିରଣରେ ଥିବା ଅଲ୍ଟ୍ରାଭାୟୋଲେଟ ରଶ୍ମୀ ଚର୍ମରେ ଭିଟାମିନ ଡି ପ୍ରସ୍ତୁତ କରେ । ଖାଦ୍ୟରେ ଥିବା ବିଟା କ୍ୟାରୋଟିନରୁ ଭିଟାମିନ ଏ ଓ ଆମିନୋ ଏସିଡ ଟ୍ରିପ୍ଟୋଫେନରୁ ନିଆସିନ ତିଆରି ହୁଏ ।
ଶରୀର ଗଠନ ସମାପ୍ତି ପରେ ସୁସ୍ଥ ଜୀବ କୋଷ, ତନ୍ତୁ ଓ ଅଙ୍ଗ ପ୍ରତ୍ୟଙ୍ଗ ରଖିବା ନିମନ୍ତେ ଭିଟାମିନ ଆବଶ୍ୟକ । ଖାଦ୍ୟକୁ ରାସାୟନିକ ଶକ୍ତିରେ ପରିଣତ କରିବା ଓ ଶ୍ୱାସ କ୍ରିଯାରେ ସାହାଯ୍ୟ କରିବା ନିମନ୍ତେ ଭିଟାମିନ ଅତ୍ୟାବଶ୍ୟକ ।

ରାନ୍ଧଣା ପ୍ରଭାବ[ସମ୍ପାଦନା]

ନିମ୍ନରେ ସାଧାରଣ ଖାଦ୍ୟ ଯଥା ପରିବା, ମାଛ କିମ୍ବା ମାଂସ ରାନ୍ଧିବାଦ୍ୱାରା ହାରା ହାରି ପ୍ରତିଶତ କ୍ଷତି ।

ଭିଟାମିନ ଗ(C) ଫୋଲେଟ (Folate) ୧୨ କ (A) ଇ(E)
ହାରାହାରି%କ୍ଷତି ୧୬ ୨୬ −୩ ୧୮ ୧୭ ୨୦ ? ୧୧ ୧୧

ଏଠାରେ ଉଲ୍ଲେଖଯୋଗ୍ୟ, ରନ୍ଧା ପରେ କେତେକ ଭିଟାମିନ ଅଧିକ ଉପଯୋଗୀ ହୁଅନ୍ତି । [୨୪] ନିମ୍ନରେ ଗରମ ବାଷ୍ପ ଦ୍ୱାରା, ଫୁଟେଇବାଦ୍ୱାରା ଓ ରାନ୍ଧିବାଦ୍ୱାରା ଭିଟାମିନ ଉପରେ କି ପ୍ରଭାବ ପଡେ ଦର୍ଶାଯାଇଛି । କଟା ପରିବା ଉପରେ ବାୟୁ ତଥା ଆଲୋକର ପ୍ରଭାବ ଦେଖାଯାଇପାରେ । ପରିବା ପାଣିରେ ଫୁଟେଇଲେ ସେଥିରେ ଥିବା ଜଳ ଦ୍ରବଣୀୟ ଭିଟାମିନ ଜଳ ମଧ୍ୟକୁ ଚାଲିଯାଏ । [୨୫]

ଭିଟାମିନ ଜଳ ଦ୍ରବଣୀୟ ବାୟୁ ଉନ୍ମୁକ୍ତ ଆଲୋକ ଉନ୍ମୁକ୍ତ ଉତ୍ତାପ ଉନ୍ମୁକ୍ତ
ଜୀବସାର କ (Vitamin A) ନାହିଁ କିଛି ପରିମାଣ କିଛି ପରିମାଣ କିଛି ପରିମାଣରେ ଟିକାଉ (stable) ।
ଜୀବସାର ଗ en:vitamin C ଅତ୍ୟଧିକ ଅସ୍ଥିର ହଁ ହଁ ହଁ
ଜୀବସାର ଘ (en:vitamin D) ନାହିଁ ନାହିଁ ନାହିଁ ନାହିଁ
ଜୀବସାର ଇ (en:vitamin E) ନାହିଁ ହଁ ହଁ ନାହିଁ
ଜୀବସାର କେ (en:vitamin K) ନାହିଁ ନାହିଁ ହଁ ନାହିଁ
ଥାୟାମିନ ବା ଜୀବସାର ଖ ([[:en:vitamin B1]]) ଉଚ୍ଚ ନାହିଁ ? > ୧00°C
ଜୀବସାର (ଖ) ସାମାନ୍ୟ ନାହିଁ ଦ୍ରବଣ ମଧ୍ୟରେ ନାହିଁ
ନିଆସିନ (ଭିଟାମିନ ଖ) ହଁ ନାହିଁ ନାହିଁ ନାହିଁ
ପାଣ୍ଟୋଥେନିକ ଏସିଡ (ଭିଟାମିନ ଖ) ସ୍ଥିର ? ? ହଁ
ଜୀବସାର ଖ ହଁ ? ହଁ ?
ବାୟୋଟିନ (ଭିଟାମିନ ଖ) କିଛିମାତ୍ରା ? ? ନାହିଁ
ଫଲିକ ଏସିଡ (ଭିଟାମିନ ଖ) ହଁ ? ଶୁଖିଥିବା ବେଳେ ଉଚ୍ଚ ଉତ୍ତାପରେ
ଭିଟାମିନ ଖ୧୨ ହଁ ? ହଁ ନାହିଁ

ଭିଟାମିନ ଅଭାବ[ସମ୍ପାଦନା]

ମନୁଷ୍ୟ କିଛି ଭିଟାମିନ ଖାଇବା ଆବଶ୍ୟକ, ଅନ୍ତତଃ ଏହାର ଅଭାବ ଜନିତ ଅସୁବିଧାରୁ ରକ୍ଷା ପାଇବା ପାଇଁ । କିଛି ସମୟ ଧରି ଶରୀର ଭିଟାମିନ ଅଭାବ ସମ୍ଭାଳି ନିଏ । ଭିଟାମିନ ଏ, ଡି ଓ ବି୧୨ ଶରୀରରେ ତଥା ଯକୃତରେ ବହୁ ପରିମାଣରେ ଗଚ୍ଛିତ ଥାଏ । ଯୁବକମାନଙ୍କର ଖାଦ୍ୟରେ ଏ ଓ ଡି ଭିଟାମିନ କିଛି ମାସ ଓ ବି୧୨ କିଛି ବର୍ଷ ଧରି ଅଭାବ ରହିବା ପରେ ଅଭାବ ଜନିତ ସମସ୍ୟା ଦେଖାଯାଏ । ବି ଦେହରେ ସ୍ୱଳ୍ପ ପରିମାଣରେ ଥାଏ, ଏଣୁ ଦୁଇ ସପ୍ତାହ ପରେ ଏହାର ଅଭାବ ଅନୁଭୁତ ହୁଏ । ଭିଟାମିନ ସି ଅଭାବରେ ହେଉଥିବା ସ୍କର୍ଭି ରୋଗ ପୂର୍ବ ଖାଦ୍ୟାଭ୍ୟସ ଅନୁସାରେ ଏକ ମାସରୁ ଛଅ ମାସ ପରେ ଦେଖାଯାଏ[୨୬]
ଭିଟାମିନ ଅଭାବ ପ୍ରାଥମିକ ବା ଗୌଣ ହୋଇପାରେ । ଖାଦ୍ୟରେ ଯଥେଷ୍ଟ ପରିମାଣରେ ଭିଟାମିନ ନ ଥିଲେ ପ୍ରାଥମିକ ଅଭାବ ହୁଏ । କିଛି ରୋଗଦ୍ୱାରା ବା କୌଣସି ଜୀବନ ଶୈଳୀଦ୍ୱାରା ଖାଉଥିବା ଖାଦ୍ୟ ଶୋଷିତ ହୋଇ ପାରେ ନାହିଁ, ଏଣୁ ଏହା ବ୍ୟବହୃତ ହୋଇ ପାରେ ନାହିଁ । ଏହି ଭଳି ଅଭାବକୁ ଗୌଣ ଅଭାବ କହନ୍ତି । ଧୂମ୍ର ପାନ, ଅତ୍ୟଧିକ ମଦ୍ୟ ପାନ ଓ କେତେକ ଔଷଧ ଯୋଗୁ ଭିଟାମିନ ଖାଦ୍ୟ ନଳୀରୁ ଶୋଷିତ ହୋଇ ପାରେ ନାହିଁ । ବିଭିନା ପ୍ରକାର ଖାଦ୍ୟ ଖାଉଥିବା ଲୋକଙ୍କର ପ୍ରାଥମିକ ଅଭାବ ସମ୍ଭାବନା ବହୁତ କମ ଥାଏ । ସୀମିତ ଖାଦ୍ୟ ଖାଉଥିବା ଲୋକଙ୍କର ଏହି ସମ୍ଭାବନା ଅଧିକ ରହେ ଓ ଯନ୍ତ୍ରଣାଦାୟକ ତଥା ସାଂଘାତିକ ରୋଗ ହୁଏ ।
ଥିଆମିନ ଅଭାବ ଯୋଗୁ ବେରିବେରି, ନିଆସିନ ଯୋଗୁ ପେଲାଗ୍ରା, ଭିଟାମିନ ସି ଯୋଗୁ ସ୍କର୍ଭି ଓ ଭିଟାମିନ ଡି ଅଭାବ ଯୋଗୁ ରିକେଟ ରୋଗ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଉତ୍ତମ ଖାଦ୍ୟ ଖାଇବା ଯୋଗୁ ଓ ଖାଦ୍ୟରେ ଭିଟାମିନ ମିଶ୍ରଣ(Fortificarion) ଯୋଗୁ ଭିଟାମିନ ଅଭାବ ଜନିତ ରୋଗ ହୁଏ ନାହିଁ । ଏହି ଜଣାଶୁଣା ରୋଗ ବ୍ୟତୀତ ଅନ୍ୟ କେତେକ ରୋଗଙ୍କର ଭିଟାମିନ ଅଭାବ ସହ ସମ୍ପର୍କ ଥିବା ପ୍ରମାଣ ମିଳୁଛି[୨୭][୨୮]

ଆନୁସଙ୍ଗିକ ପ୍ରଭାବ[ସମ୍ପାଦନା]

ଅଧିକ ମାତ୍ରାରେ ଭିଟାମିନ ଖାଇଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼େ । ଖାଦ୍ୟରେ ଅଧିକ ଭିଟାମିନ ଖାଇବା ସମ୍ଭବପର ନୁହେଁ, କିନ୍ତୁ ଅଧିକ ଭିଟାମିନ ଥିବା ଖାଦ୍ୟ ଖାଇଲେ ଏହା ସମ୍ଭବ ହୁଏ । ଏହାକୁ ଭିଟାମିନ ବିଷ ମଧ୍ୟ କହନ୍ତି । ଅଧିକ ଭିଟାମିନ ଖାଇଲେ ବାନ୍ତି ଲାଗେ, ବାନ୍ତି ହୁଏ ଓ ଝାଡ଼ା ହୁଏ[୨୯] । ଖରାପ ପ୍ରଭାବ ଦେଖିଲେ ଭିଟାମିନ ମାତ୍ରା କମେଇ ଦିଆଯାଏ । ମଣିଷର ସ୍ୱାସ୍ଥ୍ୟ, ବୟସ ଓ ନିଜସ୍ୱ ପ୍ରତିରୋଧ ଶକ୍ତି ଉପରେ ବିଷାକ୍ତ ପ୍ରଭାବ ନିର୍ଭର କରେ[୩୦]
ଆମେରିକାରେ ୨୦୦୮ ମସିହାରେ ଏହି ବିଷାକ୍ତ ପ୍ରଭାବ ଭୋଗି ଥିବା ବାସିନ୍ଦାମାନେ ସେ ଦେଶର ଆସୋସିଏସନ ଅଫ ପଏଜନ କଣ୍ଟ୍ରୋଲ ସେଣ୍ଟରକୁ ଜଣେଇ ଥିଲେ । ଏମାନଙ୍କ ମଧ୍ୟରୁ ୮୦% ପିଲାଙ୍କ ବୟସ ୬ବର୍ଷରୁ କମ ଥିଲା ଓ ମୃତ୍ୟୁ ନ ହେଲେ ମଧ୍ୟ ମରଣାନ୍ତକ ଅବସ୍ଥା ହୋଇଥିଲା[୩୧]
ଭିଟାମିନ ଅପେକ୍ଷା ଧାତୁସାର ମାତ୍ରା ଅଧିକ ହେଲେ ଅଧିକ ବିପଦ ଜନକ ହୁଏ ।

ଆଧାର[ସମ୍ପାଦନା]

  1. Lieberman, S and Bruning, N (1990). The Real Vitamin & Mineral Book. NY: Avery Group, 3, {{ISBN|0-89529-769-8
  2. Maton, Anthea; Jean Hopkins, Charles William McLaughlin, Susan Johnson, Maryanna Quon Warner, David LaHart, Jill D. Wright (1993). Human Biology and Health. Englewood Cliffs, New Jersey, USA: Prentice Hall. ISBN 0-13-981176-1. OCLC 32308337.{{cite book}}: CS1 maint: multiple names: authors list (link)
  3. Bender, David A. (2003). Nutritional biochemistry of the vitamins. Cambridge, U.K.: Cambridge University Press. ISBN 978-0-521-80388-5.
  4. Kutsky, R.J. (1973). Handbook of Vitamins and Hormones. New York: Van Nostrand Reinhold, ISBN 0-442-24549-1
  5. ୫.୦ ୫.୧ Dietary Reference Intakes: Vitamins Archived 2011-10-02 at the Wayback Machine.. The National Academies, 2001.
  6. Vitamin and Mineral Supplement Fact Sheets Vitamin A Archived 2009-09-23 at the Wayback Machine.. Dietary-supplements.info.nih.gov (2013-06-05). Retrieved on 2013-08-03.
  7. N/D= "Amount not determinable due to lack of data of adverse effects. Source of intake should be from food only to prevent high levels of intake" (see Dietary Reference Intakes: Vitamins Archived 2011-10-02 at the Wayback Machine.. The National Academies, 2001).
  8. "Thiamin, vitamin B1: MedlinePlus Supplements". U.S. Department of Health and Human Services, National Institutes of Health.
  9. Hardman, J.G., ed. (2001). Goodman and Gilman's Pharmacological Basis of Therapeutics (10th ed.). p. 992. ISBN 0071354697.
  10. Plain type indicates Adequate Intakes (A/I). "The AI is believed to cover the needs of all individuals, but a lack of data prevent being able to specify with confidence the percentage of individuals covered by this intake" (see Dietary Reference Intakes: Vitamins Archived 2011-10-02 at the Wayback Machine.. The National Academies, 2001).
  11. "Pantothenic acid, dexpanthenol: MedlinePlus Supplements". MedlinePlus. Retrieved 5 October 2009.
  12. Vitamin and Mineral Supplement Fact Sheets Vitamin B6 Archived 2009-09-23 at the Wayback Machine.. Dietary-supplements.info.nih.gov (2011-09-15). Retrieved on 2013-08-03.
  13. Vitamin and Mineral Supplement Fact Sheets Vitamin B12 Archived 2009-09-23 at the Wayback Machine.. Dietary-supplements.info.nih.gov (2011-06-24). Retrieved on 2013-08-03.
  14. Value represents suggested intake without adequate sunlight exposure (see Dietary Reference Intakes: Vitamins Archived 2011-10-02 at the Wayback Machine.. The National Academies, 2001).
  15. The Merck Manual: Nutritional Disorders: Vitamin Introduction Please select specific vitamins from the list at the top of the page.
  16. Gaby, Alan R. (2005). "Does vitamin E cause congestive heart failure?". Townsend Letter for Doctors and Patients. Archived from the original on 2012-07-19.
  17. Rohde LE, de Assis MC, Rabelo ER (2007). "Dietary vitamin K intake and anticoagulation in elderly patients". Curr Opin Clin Nutr Metab Care. 10 (1): 1–5. doi:10.1097/MCO.0b013e328011c46c. PMID 17143047.{{cite journal}}: CS1 maint: multiple names: authors list (link)
  18. Iłowiecki, Maciej (1981). Dzieje nauki polskiej. Warszawa: Wydawnictwo Interpress. p. 177. ISBN 83-223-1876-6.
  19. Fukuwatari T, Shibata K (2008). "Urinary water-soluble vitamins and their metabolite contents as nutritional markers for evaluating vitamin intakes in young Japanese women". J. Nutr. Sci. Vitaminol. 54 (3): 223–9. doi:10.3177/jnsv.54.223. PMID 18635909.
  20. Bellows, L. and Moore, R. "Water-Soluble Vitamins". Colorado State University. Retrieved 2008-12-07.{{cite web}}: CS1 maint: multiple names: authors list (link)
  21. Said HM, Mohammed ZM (2006). "Intestinal absorption of water-soluble vitamins: an update". Curr. Opin. Gastroenterol. 22 (2): 140–6. doi:10.1097/01.mog.0000203870.22706.52. PMID 16462170.
  22. Maqbool A, Stallings VA (2008). "Update on fat-soluble vitamins in cystic fibrosis". Curr Opin Pulm Med. 14 (6): 574–81. doi:10.1097/MCP.0b013e3283136787. PMID 18812835.
  23. Gavrilov, Leonid A. (10 February 2003) Pieces of the Puzzle: Aging Research Today and Tomorrow. fightaging.org
  24. Comparison of Vitamin Levels in Raw Foods vs. Cooked Foods. Beyondveg.com. Retrieved on 2013-08-03.
  25. Effects of Cooking on Vitamins (Table). Beyondveg.com. Retrieved on 2013-08-03.
  26. Pemberton, J. (2006). "Medical experiments carried out in Sheffield on conscientious objectors to military service during the 1939–45 war". International Journal of Epidemiology. 35 (3): 556–8. doi:10.1093/ije/dyl020. PMID 16510534.
  27. Lakhan, SE; Vieira, KF (2008). "Nutritional therapies for mental disorders". Nutrition journal. 7: 2. doi:10.1186/1475-2891-7-2. PMC 2248201. PMID 18208598.{{cite journal}}: CS1 maint: unflagged free DOI (link)
  28. Boy, E.; Mannar, V.; Pandav, C.; de Benoist, B.; Viteri, F.; Fontaine, O.; Hotz, C. (2009). "Achievements, challenges, and promising new approaches in vitamin and mineral deficiency control". Nutr Rev. 67 (Suppl 1): S24–30. doi:10.1111/j.1753-4887.2009.00155.x. PMID 19453674.
  29. Institute of Medicine. Food and Nutrition Board. Dietary Reference Intakes for Vitamin A, Vitamin K, Arsenic, Boron, Chromium, Copper, Iodine, Iron, Manganese, Molybdenum, Nickel, Silicon, Vanadium, and Zinc. National Academy Press, Washington, DC, 2001.
  30. Healthier Kids Archived 2016-10-28 at the Wayback Machine. Section: What to take and how to take it.
  31. Bronstein, AC; et al. (2009). "2008 Annual Report of the American Association of Poison Control Centers' National Poison Data System (NPDS): 26th Annual Report" (PDF). Clinical Toxicology. 47 (10): 911–1084. doi:10.3109/15563650903438566. PMID 20028214. Archived from the original (PDF) on 2010-12-04. Retrieved 2013-11-20.