ସ୍କର୍ଭି
ସ୍କର୍ଭି | |
---|---|
ଇଂରାଜୀ ପ୍ରତିଶବ୍ଦ - Moeller's disease, Cheadle's disease, scorbutus,[୧] Barlow's disease, hypoascobemia[୧] | |
ବିଭାଗ | internal medicine[*] |
ଆଇସିଡ଼ି-୧୦ | E54. |
ଆଇସିଡ଼ି-୯-ସିଏମ୍ | 267 |
ଓଏମ୍ଆଇଏମ୍ | 240400 |
ରୋଗ ଡାଟାବେସ | 13930 |
ମେଡ଼ିସିନ-ପ୍ଲସ | 000355 |
ଇ-ମେଡ଼ିସିନ | med/2086 derm/521 ped/2073 radio/628 |
MeSH | D012614 |
ସ୍କର୍ଭି (ଇଂରାଜୀରେ scurvy) ରୋଗ ଜୀବସାର ଗ ବା ଭିଟାମିନ ସି (vitamin C) ଅଭାବ ଫଳରେ ଜାତ ହୁଏ ।[୧] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକ୍କା ଲାଗିବା, କୁଞ୍ଚୁକୁଞ୍ଚିଆ ବାଳ ହେବା ଓ ବାହୁ ତଥା ଗୋଡ଼ରେ ଘାଆ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧][୨] ଚିକିତ୍ସା ନ ପାଇଲେ ଲୋହିତ ରକ୍ତ କଣିକା ସଂଖ୍ୟା କମିଯାଏ, ମାଢ଼ି ରୋଗ ହୁଏ ଓ ଚର୍ମରେ ରକ୍ତସ୍ରାବ ହୁଏ ।[୧] ରୋଗ ଆଗେଇ ଗଲେ କ୍ଷତ ଶୁଖିପାରେନି, ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଏ ଓ ଶେଷରେ ସଂକ୍ରମଣ ବା ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୁଏ ।[୨]
ଖାଦ୍ୟରେ ଯଥେଷ୍ଟ ପରିମାଣର ଜୀବସାର ଗ ନ ଥିଲେ ବା ଅଭାବ ଥିଲେ ସ୍କର୍ଭି ରୋଗ ହୁଏ ।[୧] ପ୍ରାୟ ଏକ ମାସ ଧରି ଏହି ଭିଟାମିନ ଆଦୌ ନ ଖାଇଲେ ବା ବା ଅତ୍ୟଳ୍ପ ଖାଇଲେ ଲକ୍ଷଣ ପ୍ରକାଶ ପାଏ ।[୧][୨] ସାଧାରଣତଃ ମାନସିକ ରୋଗଗ୍ରସ୍ତ (mental disorder), ଅସାଧାରଣ ଖାଦ୍ୟାଭ୍ୟାସ, ଆଲକୋହୋଲିଜ୍ମ (alcoholism) ଓ ଏକାକୀ ରହୁଥିବା ବୟସ୍କ ଲୋକଙ୍କୁ ଏହି ରୋଗ ହୁଏ । ଇଣ୍ଟେସ୍ଟାଇନାଲ ମାଲଆବସର୍ପସନ (intestinal malabsorption) ରୋଗ ଥିଲେ ବା ଡାୟାଲିସିସ (dialysis) ହେଉଥିବା ଲୋକଙ୍କର ସ୍କର୍ଭି ରୋଗ ସଙ୍କଟ ରହେ । ମାନବ ଓ ଅନ୍ୟ କେତେକ ପଶୁଙ୍କ ଦେହରେ କୋଲାଜେନ (collagen) ତନ୍ତୁ ତିଆରି କରିବା ନିମନ୍ତେ ଭିଟାମିନ ସି ଆବଶ୍ୟକ ହୁଏ । ଶାରୀରିକ ଲକ୍ଷଣ, ଏକ୍ସ-ରେ (X-rays) ଓ ଚିକିତ୍ସାରେ ଉନ୍ନତି ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]
ଜୀବସାର ଗ ପରିପୂରକ ପାଟିରେ ଖାଇବାକୁ ଦେଇ ଏହି ରୋଗର ଚିକିତ୍ସା କରାଯାଏ ।[୧] ଅଳ୍ପ କିଛି ଦିନ ପରେ ଲକ୍ଷଣର ଉନ୍ନତି ଦେଖାଯାଏ ଓ କିଛି ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ଉପଶମ ହୋଇଯାଏ । ଜୀବସାରର ଗ ଉତ୍ସରେ vitamin C in the diet diet ମୂଖ୍ୟତଃ ଲେମ୍ବୁଜାତୀୟ ଖାଦ୍ୟ citrus fruit, ସଜ ଶାଗୁଆ ପନିପରିବା, ଟୋମାଟୋ ଓ ଆଳୁ ଆଦି ସହଜ ଉପଲବ୍ଧ ଖାଦ୍ୟରେ ଜୀବସାର ଗ ଥାଏ । ରନ୍ଧନ କଲେ ଏହି ଜୀବସାର ନଷ୍ଟ ହୋଇଯାଏ ।[୨]
ଅଧୁନା ସ୍କର୍ଭି ରୋଗ କ୍ୱଚିତ ଦେଖିବାକୁ ମିଳେ । ମୂଖ୍ୟତଃ ବିକାଶଶୀଳ ଦେଶମାନଙ୍କରେ ଅପପୁଷ୍ଟିର (malnutrition) ଶିକାର ହେଉଥିବା ଲୋକଙ୍କର ଏହି ରୋଗ ହୁଏ ।[୨] ରିଫ୍ୟୁଜି ଲୋକଙ୍କ ମଧ୍ୟରୁ ୫%ରୁ ୪୫% ଲୋକଙ୍କର ଏହି ରୋଗ ହେବା ରିପୋର୍ଟ ମିଳୁଛି ।[୩] ପୁରାତନ ମିଶର (ancient Egypt) ଯୁଗରୁ ଏହି ରୋଗର ବର୍ଣ୍ଣନା ଥିବାର ଜଣାଯାଏ ।[୨] ଦୀର୍ଘକାଳୀନ ସାମୁଦ୍ରିକ ଯାତ୍ରାରେ ଏହା ଏକ ବାଧାଜନକ କାରଣ ଥିଲା ଓ ଏହା ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଉଥିଲା ।[୪] ସନ ୧୭୫୩ରେ ରୟଲ ନାଭିର ଜଣେ ସର୍ଜନ ଜେମ୍ସ ଲିଣ୍ଡ (James Lind) ପ୍ରଥମେ ଏହି ରୋଗ ଲେମ୍ବୁଜାତୀୟ ଖାଦ୍ୟଦ୍ୱାରା ଚିକିତ୍ସାସାଧ୍ୟ ବୋଲି ପ୍ରମାଣ କରିଥିଲେ ।[୫][୨] ତାଙ୍କର ଏହି ପରୀକ୍ଷାକୁ ପ୍ରଥମ କ୍ଲିନିକାଲ ନିୟନ୍ତ୍ରିତ ପ୍ରଚେଷ୍ଟାର (controlled trial) ମାନ୍ୟତା ଦିଆଯାଏ । ଏହି ପରୀକ୍ଷାର ପ୍ରାୟ ୪୦ ବର୍ଷ ବିତିଗଲା ପରେ ବ୍ରିଟିଶ ନାଭି ରୁଟିନ ଭାବରେ ଲେମ୍ବୁ ଜୁଶ ଦେବାକୁ ଆରମ୍ଭ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Scurvy". GARD. 1 September 2016. Archived from the original on 26 January 2017. Retrieved 26 September 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Agarwal, A; Shaharyar, A; Kumar, A; Bhat, MS; Mishra, M (June 2015). "Scurvy in pediatric age group - A disease often forgotten?". Journal of clinical orthopaedics and trauma. 6 (2): 101–7. PMID 25983516.
- ↑ Renzaho, Andre M. N. (2016). Globalisation, Migration and Health: Challenges and Opportunities (in ଇଂରାଜୀ). World Scientific. p. 94. ISBN 9781783268894.
- ↑ Toler, Pamela D. (2012). Mankind: The Story of All of Us (in ଇଂରାଜୀ). Running Press. p. 296. ISBN 0762447176.
- ↑ Lind, James (1753). A Treatise on the Scurvy. London: A. Millar.
- ↑ Hemilä. "A Brief History of Vitamin C and its Deficiency, Scurvy". Retrieved 25 May 2014.