ଫୋଲିକ ଏସିଡ

ଉଇକିପିଡ଼ିଆ‌ରୁ
ଫୋଲିକ ଏସିଡ
Skeletal formula
Folic acid as a yellow-orange crystalline powder
Clinical data
Pronunciationfoe' lik
SynonymsN-(4-{[(2-amino-4-oxo-1,4-dihydropteridin-6-yl)methyl]amino}benzoyl)-L-glutamic acid, pteroyl-L-glutamic acid, vitamin B9,[୧] vitamin Bc,[୨] vitamin M,[୩] folacin, pteroyl-L-glutamate
AHFS/Drugs.commonograph
MedlinePlusa682591
Pregnancy
category
  • US: A (No risk in human studies)
Routes of
administration
By mouth, IM, IV, sub-Q
ATC code
Legal status
Legal status
Pharmacokinetic data
Bioavailability50–100%[୪]
MetabolismLiver[୪]
ExcretionUrine[୪]
Identifiers
  • (2S)-2-[[4-[(2-Amino-4-oxo-1H-pteridin-6-yl)methylamino]benzoyl]amino]pentanedioic acid[୫]
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.381 Edit this at Wikidata
Chemical and physical data
FormulaC19H19N7O6
Molar mass୪୪୧.୪0 g·mol−1
3D model (JSmol)
Melting point250 °C (482 °F) (decomposition)
Solubility in water1.6 mg/L (25 °C) mg/mL (20 °C)
  • O=C(N[C@H](C(O)=O)CCC(O)=O)C1=CC=C(NCC2=NC(C(NC(N)=N3)=O)=C3N=C2)C=C1
  • InChI=1S/C19H19N7O6/c20-19-25-15-14(17(30)26-19)23-11(8-22-15)7-21-10-3-1-9(2-4-10)16(29)24-12(18(31)32)5-6-13(27)28/h1-4,8,12,21H,5-7H2,(H,24,29)(H,27,28)(H,31,32)(H3,20,22,25,26,30)/t12-/m0/s1
  • Key:OVBPIULPVIDEAO-LBPRGKRZSA-N

ଫୋଲିକ ଏସିଡ (ଇଂରାଜୀ ଭାଷାରେ Folic acid, ବା ଫୋଲେଟ/folate ଏକ ପ୍ରକାର ଭିଟାମିନ ଯାହା ଜୀବସାର ଖ (ଭିଟାମିନ ବି) ଦଳର ସଦସ୍ୟ ।[୪] ଗର୍ଭାବସ୍ଥାରେ ନିଉରାଲ ଟ୍ୟୁବ ତୃଟି (neural tube defects ବା ଏନଟିଡି/NTDs) ପ୍ରତିରୋଧ ନିମନ୍ତେ ଏହାକୁ ଏକ ଖାଦ୍ୟ ପରିପୂରକ (supplement) ଭାବରେ ଦିଆଯାଏ । ଫୋଲିକ ଏସିଡ ଅଭାବ (folic acid deficiency) ଜନିତ ଆନିମିଆ ରୋଗର ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । [୪] ପଚାଶରୁ ଅଧିକ ଦେଶରେ ଜନସଂଖ୍ୟାରେ ଏନଟିଡି ହାର କମେଇବା ନିମନ୍ତେ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶେଇ ଖାଦ୍ୟ ଦୁର୍ଗୀକରଣ (fortification of certain foods) କରାଯାଏ ।[୬][୭] ହୃତ୍‌ପିଣ୍ଡ ରୋଗମାନଙ୍କର (heart disease) ଚିକିତ୍ସା ବା ପ୍ରତିଷେଧରେ ଏହା ବ୍ୟବ‌ହାର ଉପ‌ଯୋଗୀ ନ ଥିବା ଜଣାଯାଇଛି । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [୪]

ଏହାର କୌଣସି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଅଧିକ ମାତ୍ରାର ଫୋଲିକ ଏସିଡ ଅନେକ ଦିନ ଧରି ଖାଇଲେ ଚିନ୍ତାର ବିଷୟ କି ନୁହେଁ, ଜଣା ନାହିଁ ।[୪] ଏହାଦ୍ୱାରା ଖାଦ୍ୟସାର ବି୧୨ ଅଭାବ (vitamin B12 deficiency) ଲୁଚିଯାଇପାରେ, ଏହାହିଁ ଚିନ୍ତା କରାଯାଇଛି । ଫୋଲେଟ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଡିଏନଏ (DNA), ଆରଏନଏ (RNA) ତିଆରିରେ ସାହାଯ୍ୟ କରେ ଓ କୋଷ ବିଭାଜନରେ (cell division) ଆବଶ୍ୟକ ହେଉଥିବା ଆମିନୋ ଏସିଡକୁ (amino acids) ଚ‌ୟାପଚ‌ୟ ବା ମେଟାବୋଲାଇଜ କରେ ।[୮] ମଣିଷ ଦେହରେ ଫୋଲେଟ ତିଆରି ହୁଏ ନାହିଁ, ତେଣୁ ଖାଦ୍ୟରୁ ମିଳିବା ଆବଶ୍ୟକ ହୁଏ । [୯]

ଯଥେଷ୍ଟ ଫୋଲେଟ ନ ମିଳିଲେ ଫେଲେଟ ଅଭାବ (folate deficiency) ପରିଲକ୍ଷିତ ହୁଏ । ଏହା ଫଳରେ ଲୋହିତ ରକ୍ତ କଣିକା ଆକାର ବଡ଼ ହୁଏ କିନ୍ତୁ ସଂଖ୍ୟା କମିଯାଏ ଯାହାକୁ ମେଗାଲୋବ୍ଲାସ୍ଟିକ ଆନିମିଆ (low numbers of large red blood cells) କୁହାଯାଏ । ଏଥିରେ ଥକ୍କା (feeling tired) ଲାଗେ, ପାଲପିଟେସନ (heart palpitations) ହୁଏ, ଛୋଟ ଶ୍ୱାସକ୍ରିୟ (shortness of breath) ହୁଏ, ଜିଭରେ ଘାଆ ହୁଏ, ଚମ ଓ ଲୋମର ରଙ୍ଗ ବଦଳିଯାଏ । ଗର୍ଭାବସ୍ଥାର ପ୍ରଥମ ଭାଗରେ ଫୋଲେଟ ଅଭାବ ହେଲେ ଅଧାରୁ ଅଧିକ ଶିଶୁଙ୍କର ନିଉରାଲ ଟ୍ୟୁବ ତୃଟି ପରଲକ୍ଷିତ ହୁଏ ।[୮] ଖାଦ୍ୟ ଅଭାବରେ ଶିଶୁଙ୍କର ଏକ ମାସ ମଧ୍ୟରେ ଫୋଲେଟ ଅଭାବ ଲକ୍ଷଣ ଦେଖାଯାଏ ।[୧୦] ବୟଃପ୍ରାପ୍ତ ଲୋକଙ୍କ ଦେହରେ ସମୁଦାୟ ଫୋଲେଟ ୧୦,୦୦୦–୩୦,୦୦୦ ମାଇକ୍ରୋଗ୍ରାମ (µg) ରହେ ଓ ରକ୍ତରେ ୭ ଏନମୋଲ/ଲି (3ng/mL) ଥାଏ ।[୮]

ସନ ୧୯୩୧ରୁ ୧୯୪୩ ମଧ୍ୟରେ ଫୋଲିକ ଏସିଡ ଆବିଷ୍କୃତ ହୋଇଥିଲା ।[୧୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୨] ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ବିକାଶଶୀଳ ଦେଶମାନଙ୍କରେ ୦.୦୦୧ରୁ ୦.୦୦୫ ଆମେରିକୀୟ ଡଲାର ଥିଲା ।[୧୩] ଫୋଲିକ ଶବ୍ଦଟି ଲାଟିନ ଶବ୍ଦ ଫୋଲିଅମରୁ (folium) ନିଆଯାଇଛି ଯାହାର ଅର୍ଥ ପତ୍ର ।[୧୪] ଗାଢ଼ ସବୁଜ ପତ୍ର ଥିବା ପରିବା ଓ କଲିଜାରେ ପ୍ରାକୃତିକ ଭାବରେ ଫୋଲେଟ ଥାଏ ।[୮]

ଆଧାର[ସମ୍ପାଦନା]

  1. Fenech, Michael (May 2012). "Folate (vitamin B9) and vitamin B12 and their function in the maintenance of nuclear and mitochondrial genome integrity". Mutation Research/Fundamental and Molecular Mechanisms of Mutagenesis. 733 (1–2): 21–33. doi:10.1016/j.mrfmmm.2011.11.003. PMID 22093367.
  2. "Definition of vitamin Bc". Medical-dictionary.thefreedictionary.com. Retrieved 9 September 2012.
  3. Darby, William J.; Jones, Edgar (1 November 1945). "Treatment of Sprue with Synthetic L. casei Factor (Folic Acid, Vitamin M)". Experimental Biology and Medicine. 60 (2): 259–262. doi:10.3181/00379727-60-15154P. Retrieved 13 December 2014.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Folic Acid". Drugs.com. American Society of Health-System Pharmacists. January 1, 2010. Retrieved 1 September 2016.
  5. "Folic Acid". The PubChem Project.
  6. Bailey, Lynn B. (2009). Folate in Health and Disease, Second Edition (in ଇଂରାଜୀ). CRC Press. p. 198. ISBN 9781420071252.
  7. Obeid, R; Herrmann, W (October 2012). "The emerging role of unmetabolized folic acid in human diseases: myth or reality?". Current drug metabolism. 13 (8): 1184–95. PMID 22746304.
  8. ୮.୦ ୮.୧ ୮.୨ ୮.୩ "Dietary supplement fact sheet: Folate". Health Information. Office of Dietary Supplements, US National Institutes of Health. Retrieved 1 September 2016.
  9. Pommerville, Glendale Community College Jeffrey C. (2009). Alcamo's Fundamentals of Microbiology: Body Systems (in ଇଂରାଜୀ). Jones & Bartlett Publishers. p. 511. ISBN 9780763787127.
  10. Marino, Bradley S.; Fine, Katie Snead (2009). Blueprints Pediatrics (in ଇଂରାଜୀ). Lippincott Williams & Wilkins. p. 131. ISBN 9780781782517.
  11. Pond, Wilson G.; Nichols, Buford L.; Brown, Dan L. (2009). Adequate Food for All: Culture, Science, and Technology of Food in the 21st Century (in ଇଂରାଜୀ). CRC Press. p. 148. ISBN 9781420077544.
  12. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  13. "Folic Acid". International Drug Price Indicator Guide. Retrieved 1 September 2016.[permanent dead link]
  14. Chambers Concise Dictionary (in ଇଂରାଜୀ). Allied Publishers. 2004. p. 451. ISBN 979-8186-06236-3.