ମଣିଷ
| ମଣିଷ[୧] | |
|---|---|
| ପୁର୍ବସାଉଥ ଏସିଆର ମଣିଷମାନେ | |
| Scientific classification | |
| Kingdom: | Animalia |
| Phylum: | Chordata |
| Class: | Mammalia |
| Order: | Primates |
| Suborder: | Haplorhini |
| ଲଘୁବର୍ଗ: | Simiiformes |
| Family: | {{{1}}} |
| Genus: | {{{1}}} |
| Species: | H. sapiens
|
| Binomial name | |
| Homo sapiens Linnaeus, 1758
| |
| Subspecies | |
|
†Homo sapiens idaltu White et al., 2003 | |
| Range of Homo sapiens (green) | |
| Synonyms | |
|
Species synonymy[୧]
| |
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ପ୍ରଥମେ ଆଫ୍ରିକାରେ ପ୍ରାୟ ୨୮୦୦୦୦ ବର୍ଷ ଆଗରୁ ମଣିଷର ଆବିର୍ଭାବ ହୋଇଥିଲା । ସେ ଯୁଗରେ ପ୍ରଥମ ମଣିଷ ଓ ଆଜିର ଭିତରେ ଅନେକ ତଫାତ । ତାଙ୍କ ମୁଣ୍ଡ ତାଙ୍କ ଦେହ ତୁଳନାରେ ଖୁବ୍ ଛୋଟ ଥିଲା । ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢ଼ି ବଢ଼ି ଯିବ ।
ମଣିଷ ଶରୀର ରକ୍ତ, ମାଂସ ହାଡ଼, ମାଂସପେଶୀ ଓ ସ୍ନାୟୁମଣ୍ଡଳ ଆଦିକୁ ନେଇ ଗଠିତ ହୋଇଛି। ଏଥିରେ ମୁଖ୍ୟ ପାଞ୍ଚଟି ଅଙ୍ଗ ରହିଛି ଯଥା, ଆଖି, ନାକ, ପାଟି, କାନ ଓ ତ୍ୱଚା।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. OCLC 62265494. ISBN 0-801-88221-4.
{{cite book}}: Invalid|ref=harv(help)
ଅଧିକ ତଥ୍ୟ
[ସମ୍ପାଦନା]| Humans ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିକଥାରୁ ଢଗଢମାଳି ଓ କଥାମାନ | |
| ଉଇକିଜାତିରେ ଜାତି ସୂଚି Homo sapiens | |
- MNSU Archived 2009-07-09 at the Wayback Machine.
- Archaeology Info Archived 2011-05-28 at the Wayback Machine.
- Homo sapiens – The Smithsonian Institution's Human Origins Program
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |