ଚାନ୍ଦ୍ରମାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷରେ ଚନ୍ଦ୍ରକଳାର ହ୍ରାସବୃଦ୍ଧି

ବୈଦିକ ଜ୍ୟୋତିଷରେ ଚନ୍ଦ୍ରର ପ୍ରଭାବକୁ ଅଧିକ ଗୁରୁତ୍ଵ ଦିଆଯାଇଛି ।[୧][୨][୩] ଏହି କ୍ରମରେ ସମୟର ଗଣନା ପାଇଁ ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ ।

ଚନ୍ଦ୍ରକଳାର ହ୍ରାସବୃଦ୍ଧି[ସମ୍ପାଦନା]

ଚନ୍ଦ୍ରର ଆବର୍ତ୍ତନ ଗତି ଓ ପରିକ୍ରମଣ ଗତି ପ୍ରାୟ ସମାନ । ଚନ୍ଦ୍ର ପୃଥିବୀ ଚାରିପଟେ ଘୁରିବା ସହିତ ନିଜ ଅକ୍ଷରେ ମଧ୍ୟ ଘୁରୁଥାଏ । ଅତଏବ ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ହିଁ ଦେଖିବାକୁ ପାଉ । ପୃଥିବୀ ଚାରିପଟେ ଚନ୍ଦ୍ରର ବାସ୍ତବିକ ପରିକ୍ରମଣ ସମୟ ହେଉଛି ୨୭ ଦିନ ୭ ଘଣ୍ଟା ୪୩ ମିନିଟ ଓ ୧୧.୬ ସେକେଣ୍ଡ । ସାଧାରଣ ଭାବେ ଏହି ସମୟ ମଧ୍ୟରେ ଚନ୍ଦ୍ରକଳାର ହ୍ରାସବୃଦ୍ଧି (ଅମାବାସ୍ୟାରୁ ପୂର୍ଣ୍ଣିମା ଯାଏଁ ଚନ୍ଦ୍ରର ଦୃଶ୍ୟମାନ ଆକାରରେ ପରିବର୍ତ୍ତନ) ଘଟିଥାଏ । ପୃଥିବୀର ପରିକ୍ରମଣ ଗତି ଯୋଗୁଁ ଚନ୍ଦ୍ରକଳାର ଏହି ହ୍ରାସବୃଦ୍ଧି ପୃଥିବୀବାସୀଙ୍କୁ ଦୃଶ୍ୟମାନ ହେବା ବେଳେ ଏହି ସମୟ ଅନ୍ତର ପ୍ରଭାବିତ ହୋଇଥାଏ । ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କାଳ୍ପନିକ ବିନ୍ଦୁରୁ ପୃଥିବୀର ପରିକ୍ରମଣ ଆରମ୍ଭ କରିବା ବେଳେ ଚନ୍ଦ୍ରକଳାର ଯେଉଁ ଅବସ୍ଥା (ପୂର୍ଣ୍ଣିମା କିମ୍ବା ଅମାବାସ୍ୟା) ଆମକୁ ଦୃଶ୍ୟମାନ ହୁଏ, ଠିକ ୨୭ ଦିନ ୦୭ ଘଣ୍ଟା ୪୩ ମିନିଟ ଓ ୧୧.୬ ସେକେଣ୍ଡ ପରେ ଚନ୍ଦ୍ର ପୂର୍ବ ନିର୍ଦ୍ଧାରିତ କାଳ୍ପନିକ ବିନ୍ଦୁକୁ ଫେରିଆସିଲେ ବି ଚନ୍ଦ୍ରକଳାର ସେହି ପୂର୍ବ ଅବସ୍ଥା (ପୂର୍ଣ୍ଣିମା କିମ୍ବା ଅମାବାସ୍ୟା) ଆମକୁ ଦୃଶ୍ୟମାନ ହୁଏନାହିଁ । କାରଣ ପୃଥିବୀ ଏହି ସମୟ ମଧ୍ୟରେ ତା'ର କକ୍ଷପଥରେ କିଛି ବାଟ ଆଗେଇ ଯାଇଥାଏ । ଅତଏବ ଚନ୍ଦ୍ର କଳାର ସେହି ପୂର୍ବ ଅବସ୍ଥା ଦୃଶ୍ୟମାନ ହେବା ପାଇଁ ପ୍ରାୟ ଦୁଇ ଦିନ ଅଧିକ ସମୟ ଲାଗେ । ଅର୍ଥାତ୍‌ ଗୋଟିଏ ପୂର୍ଣ୍ଣିମାରୁ (କିମ୍ବା ଅମାବାସ୍ୟାରୁ) ତାର ପରବର୍ତ୍ତୀ ପୂର୍ଣ୍ଣିମା (କିମ୍ବା ଅମାବାସ୍ୟା) ପୃଥିବୀରୁ ଦୃଶ୍ୟମାନ ହେବାପାଇଁ ୨୯.୫ ଦିନ ଲାଗେ । ଭାରତୀୟ ବୈଦିକ ଜ୍ୟୋତିଷରେ ଏହି ସମୟ ଅନ୍ତର ହେଉଛି ଏକ ଚାନ୍ଦ୍ରମାସ (Synodic Month) ।[୪]

ଚାନ୍ଦ୍ରମାନ ମାସ[ସମ୍ପାଦନା]

ବୈଦିକ ଜ୍ୟୋତିଷ ଗଣନାମତେ ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ପର୍ଯ୍ୟନ୍ତ ସମୟର ବ୍ୟବଧାନ ପ୍ରାୟ ୨୯.୫ ଦିନ । ଓଡ଼ିଆମାନେ ଏହି ହିସାବରେ ଚାନ୍ଦ୍ରମାସର ଗଣନା କରନ୍ତି । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ତେବେ ତେଲୁଗୁ ଭାଷାଭାଷି ଅଞ୍ଚଳରେ ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ) ଠାରୁ ଆରମ୍ଭ ହୋଇ ପରବର୍ତ୍ତି ଅମାବାସ୍ୟାରେ ଶେଷ ହୁଏ ।

ଜ୍ୟୋତିଷମତରେ ଚନ୍ଦ୍ରର ଏହି ବାସ୍ତବିକ ପରିକ୍ରମଣକୁ ଭିତ୍ତି କରି ୨୭ କିମ୍ବା ୨୮ ନକ୍ଷତ୍ରର କଳ୍ପନା କରାଯାଇଛି ଏବଂ ତଦନୁସାରେ ନାକ୍ଷତ୍ରିକ ମାସର (en:Sidereal month) ମଧ୍ୟ ଗଣନା କରାଯାଇଛି ।

୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍‌ଗୁନଚୈତ୍ର । ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯, ୩୦ ଓ ୩୧ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ମୋଟ ସମୟ ୩୫୪ ଦିନ । ୧୨ଟି ଚାନ୍ଦ୍ରମାସ (୧ବର୍ଷ) ସହିତ ଏକ ସୌରବର୍ଷର (୩୬୫ ଦିନ) ଗଣନାରେ ପ୍ରାୟ ୧୧ ଦିନର ପାର୍ଥକ୍ୟ ରହିଥାଏ । ପ୍ରାୟ ତିନି ବର୍ଷ ଅନ୍ତରରେ ଏହି ଅଧିକା ସମୟକୁ (ଏକ ମାସ) ଏକ ମଳମାସ ଭାବେ ଗଣନା କରାଯାଇ ଚାନ୍ଦ୍ରମାନ ସମୟ ଗଣନା ଏବଂ ସୌରବର୍ଷ ସମୟ ଗଣନା ମଧ୍ୟରେ ସମାନତା ରକ୍ଷା କରାଯାଇଥାଏ ।

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "THE VEDIC MOON". Retrieved 8 October 2015. 
  2. "Lunar months". Retrieved 8 October 2015. 
  3. "Role of moon in astrology". Retrieved 8 October 2015. 
  4. "Lunar Month". Retrieved 8 October 2015.