ମୀନ (ମାସ)
ସୌର ବର୍ଷର ଶେଷ ମାସ ହେଉଛି ମୀନ ମାସ । ଏହା ମୀନସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।
ଜ୍ୟୋତିଷୀୟ ପୃଷ୍ଠଭୂମି
[ସମ୍ପାଦନା]ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ମୀନ ରାଶିରେ ଅବସ୍ଥାନ କରେ ସେହି ସମୟ ମୀନ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ମାର୍ଚ୍ଚର ମଧ୍ୟ ଭାଗରୁ ଆରମ୍ଭ ହୋଇ ଏପ୍ରିଲ ମାସର ମଧ୍ୟ ଭାଗରେ ଶେଷ ହୁଏ । ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଫଗୁଣ ଓ ଚୈତ୍ର ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ବସନ୍ତ ଋତୁରେ ପଡୁଥିବା ଏହି ସୌର ମାସରେ ଚୈତ୍ରପର୍ବ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]
- ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ଦ୍ୱାଦଶ ସୌର ମାସ (ଚୈତ୍ର) ୧୫ ମାର୍ଚ୍ଚ- ୧୩ ଏପ୍ରିଲ ।[୫]
ଅଧିକ ତଥ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Indian Clendars" (PDF). Retrieved 24 September 2015.
- ↑ "Hindu Calendar". Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Important Festivals". Retrieved 13 June 2017.
- ↑ "Uniform All India Nirayana Solar Calendar" (PDF). Retrieved 30 May 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |