Jump to content

ସିଂହ (ମାସ)

ଉଇକିପିଡ଼ିଆ‌ରୁ

ସୌର ବର୍ଷର ପଞ୍ଚମ ମାସ ହେଉଛି ସିଂହ ମାସ । ଏହା ସିଂହ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

[ସମ୍ପାଦନା]

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ସିଂହ ରାଶିରେ ଅବସ୍ଥାନ କରେ ସେହି ସମୟ ସିଂହ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଅଗଷ୍ଟର ମଧ୍ୟ ଭାଗରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଶ୍ରାବଣ ଓ ଭାଦ୍ରବ ସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଗହ୍ମାପୂର୍ଣିମା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ପଞ୍ଚମ ସୌର ମାସ (ଭାଦ୍ରବ) ୧୬ ଅଗଷ୍ଟ- ୧୫ ସେପ୍ଟେମ୍ବର ।[୫]

ଅଧିକ ତଥ୍ୟ

[ସମ୍ପାଦନା]
  1. ↑ "Indian Clendars" (PDF). Archived from the original (PDF) on 23 November 2015. Retrieved 24 September 2015.
  2. ↑ "Hindu Calendar". Retrieved 24 September 2015.
  3. ↑ "Months named after rasis". Retrieved 24 September 2015.
  4. ↑ "Important Festivals". Retrieved 13 June 2017.
  5. ↑ "Uniform All India Nirayana Solar Calendar" (PDF). Retrieved 30 May 2017.