ଖାଦ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ
ଉଦ୍ଭିଜ୍ଜ ଖାଦ୍ୟ

ଖାଦ୍ୟ ଏକ ପଦାର୍ଥ [୧] ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାରଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।

ଇତିହାସ ଅନୁସାରେ ମାନବ ଦୁଇ ପ୍ରକାର ଉପାୟରେ ଖାଦ୍ୟ ସଂଗ୍ରହ କରୁଥିଲା: ଶିକାରଚାଷ । ଅଧୁନା ସତ‌ତ ଜନ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁ କାରଖାନାରୁ ଅଧିକାଂଶ ଖାଦ୍ୟ ଯୋଗାଣ ହେଉଛି ।

ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ଦ୍ୱୟକୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଫୁଡ ପ୍ରୋଟେକସନ, ୱାର୍ଲଡ ରିସୋର୍ସେସ ଇନସ୍ଟିଚ୍ୟୁଟ, ୱାର୍ଲଡ ଫୁଡ ପ୍ରୋଗ୍ରାମ, ଫୁଡ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ ଓ ଇଣ୍ଟରନ୍ୟାସନାଲ ଫୁଡ ଇନଫର୍ମେସନ କାଉନସିଲ ସଂସ୍ଥାମାନ ନିୟନ୍ତ୍ରଣ କରନ୍ତି । ଏମାନେ ଜଳ ଯୋଗାଣ, ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ସ୍ଥିରତା ବିଷୟମାନ ନିୟନ୍ତ୍ରଣ କରନ୍ତି ।

ଇଣ୍ଟରନ୍ୟାସନାଲ କୋଭେନାଣ୍ଟ ଅନ ଇକୋନୋମିକ, ସୋସିଆଲ ଓ କଲଚରାଲ ରାଇଟ International Covenant on Economic ବା ICESCR) ସଂସ୍ଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ମାନ‌କ ଜୀବନର ଅଧିକାରରେ ଯଥେଷ୍ଟ ଖାଦ୍ୟ ଓ ଭୋକରୁ ମୁକ୍ତି ଏକ ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇଛି ଖାଦ୍ୟ ଅଧିକାର (right to food) ଏକ ମାନବ ଅଧିକାର (human right) ଭାବରେ ସ୍ୱୀକୃତ ହୋଇଛି ।

ଖାଦ୍ୟ ଉତ୍ସ[ସମ୍ପାଦନା]

ଅଧିକାଂଶ ଖାଦ୍ୟ ଉଦ୍ଭିଦରୁ ଆସିଥାଏ । କେତେକ ସିଧା ସଳଖ ଉଦ୍ଭିଦରୁ ଆସିଥାଏ ଓ ଆଉ କେତେକ ପ୍ରାଣୀମାନଙ୍କୁ ବୃକ୍ଷ ଜାତ ଖାଦ୍ୟ ଖୁଏଇ ସଂଗ୍ରହ କରାଯାଏ । ଶସ୍ୟ ଜାତ ଖାଦ୍ୟ ଏକ ପ୍ରମୁଖ ଖାଦ୍ୟ ଯାହା ଅନ୍ୟ ଖାଦ୍ୟ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରିଥାଏ । [୨] ପୃଥିବୀରେ ୮୭% ଶସ୍ୟ ମକା, ଗ‌ହମଚାଉଳରୁ ମିଳେ । [୩][୪][୫] ଅଧିକାଂଶ ଶସ୍ୟ ପାଳିତ ପଶୁମାନଙ୍କୁ ଦିଆଯାଏ ।

କବକ ଓ ଛତୁ ଜାତୀୟ ଖାଦ୍ୟ ମଧ୍ୟ ଗ୍ରହଣ କରାଯାଏ । ପ୍ରାଣୀ ଓ ଉଦ୍ଭିଦ ଉତ୍ସରୁ ନ ଆଣି କେତେକ କବକ ଓ ଛତୁ ମଧ୍ୟ ଖାଦ୍ୟ ଆକାରରେ ବ୍ୟବ‌ହାର କରାଯାଏ । ବେକର ଇସ୍ଟ ବ୍ରେଡ, ଆଲକୋହୋଲ ଜାତୀୟ ପାନୀୟ, ଛେନା, ଆଚାର ଓ ଦ‌ହି ଇତ୍ୟାଦିର ଫରମେଣ୍ଟେସନ ଓ ଆଚାର କରିବା ନିମନ୍ତେ କେତେକ କବକ ଓ ଅଣୁଜୀବ ବ୍ୟବ‌ହାର କରାଯାଏ । ନୀଳ-ସବୁଜ ଶୈବାଳ (en:blue-green algae), ସ୍ପାରୁଲିନା ଏକ ଖାଦ୍ୟ ପରିପୂରକ ଭାବରେ ଦିଆଯାଏ ।[୬] ଖାଦ୍ୟ ସାଉତି ରଖିବା ନିମନ୍ତେ ବା ରାସାୟନିକ ପରିବର୍ତ୍ତନ ନିମନ୍ତେ ଲୁଣ, ବେକିଙ୍ଗ ସୋଡ଼ା (baking soda), ପୋଟାସିଅମ ହାଇଡ୍ରୋଜେନ ଟାର୍ଟ୍ରେଟ (cream of tartar) ବା କ୍ରିମ ଅଫ ଟାର୍ଟାର ଇତ୍ୟାଦି ବ୍ୟବ‌ହାର କରାଯାଏ ।

ଉଦ୍ଭିଦ[ସମ୍ପାଦନା]

ଅନେକ ପ୍ରକାରର ଉଦ୍ଭିଦ ଓ ସେମାନଙ୍କର ଅଂଶକୁ ଖାଦ୍ୟ ଭାବରେ ଗ୍ରହଣ କରାଯାଏ ଓ ଖାଦ୍ୟ ପାଇଁ ପ୍ରାୟ ୨୦୦୦ ଉଦ୍ଭିଦ ଚାଷ କରାଯାଏ । ଏହି ଉଦ୍ଭିଦମାନଙ୍କ ମଧ୍ୟରୁ ଅଧିକାଂଶ ଉଦ୍ଭିଦଙ୍କର ପୃଥକ କଲ୍ଟିଭାର (cultivars) ଅଛି ।[୭]

ପ୍ରାଣୀ ମାନଙ୍କ ପାଇଁ ଉଦ୍ଭିଦର ମଞ୍ଜି ଏକ ଉତ୍ତମ ଖାଦ୍ୟ ଉତ୍ସ ବିବେଚିତ ହୋଇଥାଏ କାରଣ ଉଦ୍ଭିଦର ପ୍ରାଥମିକ ବୃଦ୍ଧି ନିମନ୍ତେ ଏଥିରେ ପ୍ରଚୁର ପରିମାଣର ଆବଶ୍ୟକୀୟ ଓମେଗା-୩ ଭଳି ସ୍ୱାସ୍ଥ୍ୟପ୍ରଦ ଚର୍ବି ଥାଏ । ପ୍ରକୃତ ପକ୍ଷେ ଅଧିକାଂଶ ମାନବ ଖାଦ୍ୟ ମଞ୍ଜିରୁ ମିଳିଥାଏ ଯେପରିକି ମକା, ଗ‌ହମ, ଚାଉଳ ଆଦି ଶସ୍ୟ, ଛୁଇଁ ଜାତୀୟ ଖାଦ୍ୟ ମଧ୍ୟରେ ବିନ, ମଟର, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ ଓ କଠିନ ଆବରଣ ଯୁକ୍ତ ପଦାର୍ଥ । ସୂର୍ଯ୍ୟମୁଖୀ ମଞ୍ଜି, ରାପସିଡ, ଫ୍ଲାକ୍ସସିଁଡ, ସିସେମ ଇତ୍ୟାଦି ଉଦ୍ଭିଦର ମଞ୍ଜିରୁ ତୈଳ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଏ ।[୮]

ମଞ୍ଜିରେ ଅଧିକ ଅନସାଚୁରେଟେଡ ଚର୍ବି ଥାଏ ଓ ଏହି ଖାଦ୍ୟ ସଂଯମ ଯୁକ୍ତ ଭାବରେ ଖାଇଲେ ସ୍ୱାସ୍ଥ୍ୟପ୍ରଦ ହୁଏ । ସବୁ ମଞ୍ଜି ଖାଦ୍ୟ ଉପ‌ଯୋଗୀ ନୁହେଁ । ଲେମ୍ବୁ ମଞ୍ଜି ଖାଇଲେ ତଣ୍ଟିରେ ଲାଗିଯିବା ସମ୍ଭାବନା ଥାଏ; ଚେରି ଓ ଆପଲ ମଞ୍ଜିରେ ସ୍ୟାନାଇଡ ଥାଏ ଯାହା ଅତ୍ୟଧିକ ପରିମାଣରେ ଖାଇଲେ ବିଷାକ୍ତ ଗୁଣ ଦେଖାଏ ।[୯]

ଫଳକୁ (Fruit) ବୃକ୍ଷର ପରିପକ୍ୱ ଜରାୟୁ ଭାବରେ ବିବେଚନା କରାଯାଏ । କେତେକ ବୃକ୍ଷ ଓ ପ୍ରାଣୀମାନଙ୍କର ସମ‌ବିକାଶ ଯୋଗୁ ପ୍ରାଣି ଫଳ ଖାଇବା ପରେ ଅନ୍ୟ ସ୍ଥାନରେ ମଳ ସ‌ହିତ ମଞ୍ଜି ତ୍ୟାଗ କରିବା ଫଳରେ ବୃକ୍ଷ ସୃଷ୍ଟି ହୁଏ । ଟମାଟୋ, କ‌ଖାରୁ ବାଇଗଣ ଇତ୍ୟାଦି ପରିବା ଆକାରରେ ବ୍ୟବ‌ହୃତ ହୁଏ । [୧୦] ଅଧିକ ଜାଣିବା ପାଇଁ ଦେଖନ୍ତୁ ଫଳ ଲିସ୍ଟ (list of fruits)

ଅନ୍ୟ ପକ୍ଷରେ ଗଛର ମୂଳ ପରିବା (root vegetables) ମଧ୍ୟରେ ଆଳୁ, ମୁଳା, ପିଆଜ, ଗାଜର; ପତ୍ର ପରିବାରେ (leaf vegetables) ଶାଗ ଓ ପୋଇ ଆଦି ମିଳେ । ବିଭିନ୍ନ ପ୍ରକାର କୋବି, ବ୍ରକୋଲି ଇତ୍ୟାଦି ମଧ୍ୟ ଖାଦ୍ୟ ଆକାrରେ ବ୍ୟବ‌ହାର କରାଯାଏ । [୧୧]

ପ୍ରାଣୀ[ସମ୍ପାଦନା]

ବିଭିନ୍ନ କଞ୍ଚା ମାଂସ

ପ୍ରାଣୀମାନଙ୍କୁ ଖାଦ୍ୟ ଭାବରେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ବ୍ୟବ‌ହାର କରାଯାଏ । ଏମାନଙ୍କର ମାଂସପେଶୀ ବା ଅଙ୍ଗମାନଙ୍କର (organs) ମାଂସକୁ Meat ଖାଦ୍ୟ ଭାବରେ ଗ୍ରହଣ କରାଯାଏ ।

ପ୍ରାଣୀମାନଙ୍କର ସ୍ତନ୍ୟ ଗ୍ରନ୍ଥିରୁ ଉତ୍ପନ୍ନ କ୍ଷୀର ପିଅନ୍ତି ଓ ସେଥିରୁ ପ୍ରସ୍ତୁତ ହେଉଥିବା ଛେନା, ଲହୁଣୀ ଆଦି ଦୁଗ୍ଧଜାତ ପଦାର୍ଥ ମଧ୍ୟ ଖାଆନ୍ତି । ପକ୍ଷୀ ମାଂସ ଓ ତାଙ୍କର ଅଣ୍ଡା, ମହୁମାଛିମାନେ ଫୁଲରୁ ପ୍ରସ୍ତୁତ କରୁଥିବା ମହୁ ଅନେକ ସଂସ୍କୃତିରେ ଗ୍ରହଣ କରନ୍ତି । ସସ୍‌କୁ ବ‌ହଳିଆ କରିବାକୁ, ବାୟୁମୁକ୍ତ କରି ସାଉତି ରଖିବାକୁ, ଲବଣ‌ଯୁକ୍ତ କରି ଖାଦ୍ୟାଭାବ ସମୟରେ ଖାଇବାକୁ ଓ ସ୍ଟିଉ (jugged hare) କରିବା ନିମନ୍ତେ ରକ୍ତ ବ୍ୟବ‌ହାର କରାଯାଏ । [୧୨]

କେତେକ ଲୋକ ସମ୍ପୁର୍ଣ୍ଣ ନିରାମିଶାଷୀ ହୋଇ କୌଣସି ପ୍ରାଣୀଜ ଖାଦ୍ୟ ବା ସେମାନଙ୍କ ଉତ୍ସରୁ ଜାତ ପଦାର୍ଥ ଖାଆନ୍ତି ନାହିଁ ।

ଖାଦ୍ୟର ପ୍ରକାର ଓ ବର୍ଗୀକରଣ[ସମ୍ପାଦନା]

ଅପମିଶ୍ରିତ ଖାଦ୍ୟ[ସମ୍ପାଦନା]

ଅପମିଶ୍ରିତ ଏକ ନ୍ୟାୟିକ ଶବ୍ଦ ଯାହା ଖାଦ୍ୟ ପଦାର୍ଥର କାନୁନି ମାନ‌କ ସଠିକ ନଥିଲେ ପ୍ରୟୋଗ କରାଯାଏ । ଏହାଦ୍ୱାରା ଖାଦ୍ୟର ପରିମାଣ ଓ ଗୁଣ ବିପର୍ଯ୍ୟସ୍ତ ହୋଇଥାଏ । ମାଂସରେ ପାଣି ବା ବରଫ ମିଶେଇ ଅପମିଶ୍ରଣ କରାଯାଏ । ଖାଦ୍ୟ ପରିମାଣ ବୃଦ୍ଧି କରିବା ପାଇଁ ଅନ୍ୟ ପଦାର୍ଥ ମିଶ୍ରିତ କରାଯାଏ । ସେହିଭଳି ଗୋଟିଏ ମାଂସରେ ଅନ୍ୟ ପ୍ରାଣୀର ମାଂଶ ମଧ୍ୟ ମିଶାଯାଏ ।[୧୩]

କ୍ୟାମ୍ପ ଖାଦ୍ୟ[ସମ୍ପାଦନା]

ଫ୍ରିଜ ଶୁଷ୍କ ବ୍ୟାକନ ବାର
ପ୍ରସ୍ତୁତ ଖାଦ୍ୟ (MRE ପ୍ୟାକେଟ

ବିଦେଶରେ ଆମ ଦେଶ ଭଳି ବଣଭୋଜୀରେ କ୍ୟାମ୍ପ ଖାଦ୍ୟ ନେଇଥାଆନ୍ତି । ସେଥିରେ ମୂଖ୍ୟତଃ ଡିହାଇଡ୍ରେଟେଡ ବା ନିର୍ଜଳିତ ଖାଦ୍ୟ, ତୁରନ୍ତ ଖାଇବା ଯୋଗ୍ୟ ଖାଦ୍ୟ ଓ ଫ୍ରିଜ ଶୁଷ୍କ ଖାଦ୍ୟ ନିଅନ୍ତି ।

ଜଳ ଦୂରୀକରଣ (Dehydration|) ଯୋଗୁ ନିର୍ଜଳିତ ଖାଦ୍ୟର ଓଜନ ପ୍ରାୟ ୬୦%- ୯୦% କମିଯାଏ । ପିଆଜ, ଲଙ୍କା ଓ ଟମାଟି ଆଦି ଉତ୍ତମ ନିର୍ଜଳିତ ହୁଏ ।[୧୪][୧୫] ଫ୍ରିଜ ଶୁଷ୍କ ଅପେକ୍ଷା ନିର୍ଜଳିତ ଖାଦ୍ୟର ଓଜନ ସାମାନ୍ୟ ଅଧିକ ହୁଏ ।

ମିଲିଟାରି ବଳକା ରନ୍ଧା ଖାଦ୍ୟ (Meals, Ready-to-Eat ବା MREs) ବେଳେବେଳେ କ୍ୟାମ୍ପ କରୁଥିବା ଲୋକ ନିଅନ୍ତି । କେତେକ ପାଉଚରେ ଏହି ଖାଦ୍ୟ ଥାଏ ।

ଆଧାର[ସମ୍ପାଦନା]

  1. "food". Encyclopedia Britannica (in ଇଂରାଜୀ). Archived from the original on 2017-07-27. Retrieved 2017-05-25.
  2. Society, National Geographic (2011-03-01). "food". National Geographic Society (in ଇଂରାଜୀ). Archived from the original on 2017-03-22. Retrieved 2017-05-25.
  3. "ProdSTAT". FAOSTAT. Archived from the original on 2012-02-10.
  4. Favour, Eboh. "Design and Fabrication of a Mill Pulverizer" (in ଇଂରାଜୀ). Archived from the original on 2017-12-26.
  5. Engineers, NIIR Board of Consultants & (2006). The Complete Book on Spices & Condiments (with Cultivation, Processing & Uses) 2nd Revised Edition: With Cultivation, Processing & Uses (in ଇଂରାଜୀ). Asia Pacific Business Press Inc. ISBN 978-81-7833-038-9. Archived from the original on 2017-12-26.
  6. McGee, 333–34.
  7. McGee, 253.
  8. McGee, Chapter 9.
  9. "Are apple cores poisonous?". The Naked Scientists, University of Cambridge. 26 Sep 2010. Archived from the original on 6 May 2014. Retrieved 12 May 2014.
  10. McGee, Chapter 7.
  11. McGee, Chapter 6.
  12. Davidson, 81–82.
  13. "Requirements For Temporary Food Service Establishments". Farmers Branch. Retrieved 27 November 2015.
  14. "Camping Food FAQs". Archived from the original on 2018-04-02. Retrieved 2009-05-17.
  15. "Camping Food Tips: Backpacking, Hiking & Camping Meals Get Easy". Archived from the original on 2009-04-22. Retrieved 2009-05-17.