ଖାଦ୍ୟ

ଉଇକିପିଡ଼ିଆ ରୁ
(Food ରୁ ଲେଉଟି ଆସିଛି)
Jump to navigation Jump to search
ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ
ଉଦ୍ଭିଜ୍ଜ ଖାଦ୍ୟ

ଖାଦ୍ୟ ଏକ ପଦାର୍ଥ [୧] ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାରଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।

ଇତିହାସ ଅନୁସାରେ ମାନବ ଦୁଇ ପ୍ରକାର ଉପାୟରେ ଖାଦ୍ୟ ସଂଗ୍ରହ କରୁଥିଲା: ଶିକାରଚାଷ । ଅଧୁନା ସତ‌ତ ଜନ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁ କାରଖାନାରୁ ଅଧିକାଂଶ ଖାଦ୍ୟ ଯୋଗାଣ ହେଉଛି ।

ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ଦ୍ୱୟକୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଫୁଡ ପ୍ରୋଟେକସନ, ୱାର୍ଲଡ ରିସୋର୍ସେସ ଇନସ୍ଟିଚ୍ୟୁଟ, ୱାର୍ଲଡ ଫୁଡ ପ୍ରୋଗ୍ରାମ, ଫୁଡ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ ଓ ଇଣ୍ଟରନ୍ୟାସନାଲ ଫୁଡ ଇନଫର୍ମେସନ କାଉନସିଲ ସଂସ୍ଥାମାନ ନିୟନ୍ତ୍ରଣ କରନ୍ତି । ଏମାନେ ଜଳ ଯୋଗାଣ, ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ସ୍ଥିରତା ବିଷୟମାନ ନିୟନ୍ତ୍ରଣ କରନ୍ତି ।

ଇଣ୍ଟରନ୍ୟାସନାଲ କୋଭେନାଣ୍ଟ ଅନ ଇକୋନୋମିକ, ସୋସିଆଲ ଓ କଲଚରାଲ ରାଇଟ (International Covenant on Economic ବା ICESCR) ସଂସ୍ଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ମାନ‌କ ଜୀବନର ଅଧିକାରରେ ଯଥେଷ୍ଟ ଖାଦ୍ୟ ଓ ଭୋକରୁ ମୁକ୍ତି ଏକ ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇଛି ଖାଦ୍ୟ ଅଧିକାର (right to food) ଏକ ମାନବ ଅଧିକାର (human right) ଭାବରେ ସ୍ୱୀକୃତ ହୋଇଛି ।

ଖାଦ୍ୟ ଉତ୍ସ[ସମ୍ପାଦନା]

ଅଧିକାଂଶ ଖାଦ୍ୟ ଉଦ୍ଭିଦରୁ ଆସିଥାଏ । କେତେକ ସିଧା ସଳଖ ଉଦ୍ଭିଦରୁ ଆସିଥାଏ ଓ ଆଉ କେତେକ ପ୍ରାଣୀମାନଙ୍କୁ ବୃକ୍ଷ ଜାତ ଖାଦ୍ୟ ଖୁଏଇ ସଂଗ୍ରହ କରାଯାଏ । ଶସ୍ୟ ଜାତ ଖାଦ୍ୟ ଏକ ପ୍ରମୁଖ ଖାଦ୍ୟ ଯାହା ଅନ୍ୟ ଖାଦ୍ୟ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରିଥାଏ । [୨] ପୃଥିବୀରେ ୮୭% ଶସ୍ୟ ମକା, ଗ‌ହମଚାଉଳରୁ ମିଳେ । [୩][୪][୫] ଅଧିକାଂଶ ଶସ୍ୟ ପାଳିତ ପଶୁମାନଙ୍କୁ ଦିଆଯାଏ ।

କବକ ଓ ଛତୁ ଜାତୀୟ ଖାଦ୍ୟ ମଧ୍ୟ ଗ୍ରହଣ କରାଯାଏ । ପ୍ରାଣୀ ଓ ଉଦ୍ଭିଦ ଉତ୍ସରୁ ନ ଆଣି କେତେକ କବକ ଓ ଛତୁ ମଧ୍ୟ ଖାଦ୍ୟ ଆକାରରେ ବ୍ୟବ‌ହାର କରାଯାଏ । ବେକର ଇସ୍ଟ ବ୍ରେଡ, ଆଲକୋହୋଲ ଜାତୀୟ ପାନୀୟ, ଛେନା, ଆଚାର ଓ ଦ‌ହି ଇତ୍ୟାଦିର ଫରମେଣ୍ଟେସନ ଓ ଆଚାର କରିବା ନିମନ୍ତେ କେତେକ କବକ ଓ ଅଣୁଜୀବ ବ୍ୟବ‌ହାର କରାଯାଏ । ନୀଳ-ସବୁଜ ଶୈବାଳ (blue-green algae), ସ୍ପାରୁଲିନା ଏକ ଖାଦ୍ୟ ପରିପୂରକ ଭାବରେ ଦିଆଯାଏ ।[୬] ଖାଦ୍ୟ ସାଉତି ରଖିବା ନିମନ୍ତେ ବା ରାସାୟନିକ ପରିବର୍ତ୍ତନ ନିମନ୍ତେ ଲୁଣ, ବେକିଙ୍ଗ ସୋଡ଼ା (baking soda), ପୋଟାସିଅମ ହାଇଡ୍ରୋଜେନ ଟାର୍ଟ୍ରେଟ (cream of tartar) ବା କ୍ରିମ ଅଫ ଟାର୍ଟାର ଇତ୍ୟାଦି ବ୍ୟବ‌ହାର କରାଯାଏ ।

ଉଦ୍ଭିଦ[ସମ୍ପାଦନା]

ଅନେକ ପ୍ରକାରର ଉଦ୍ଭିଦ ଓ ସେମାନଙ୍କର ଅଂଶକୁ ଖାଦ୍ୟ ଭାବରେ ଗ୍ରହଣ କରାଯାଏ ଓ ଖାଦ୍ୟ ପାଇଁ ପ୍ରାୟ ୨୦୦୦ ଉଦ୍ଭିଦ ଚାଷ କରାଯାଏ । ଏହି ଉଦ୍ଭିଦମାନଙ୍କ ମଧ୍ୟରୁ ଅଧିକାଂଶ ଉଦ୍ଭିଦଙ୍କର ପୃଥକ କଲ୍ଟିଭାର (cultivars) ଅଛି ।[୭]

ପ୍ରାଣୀ ମାନଙ୍କ ପାଇଁ ଉଦ୍ଭିଦର ମଞ୍ଜି ଏକ ଉତ୍ତମ ଖାଦ୍ୟ ଉତ୍ସ ବିବେଚିତ ହୋଇଥାଏ କାରଣ ଉଦ୍ଭିଦର ପ୍ରାଥମିକ ବୃଦ୍ଧି ନିମନ୍ତେ ଏଥିରେ ପ୍ରଚୁର ପରିମାଣର ଆବଶ୍ୟକୀୟ ଓମେଗା-୩ ଭଳି ସ୍ୱାସ୍ଥ୍ୟପ୍ରଦ ଚର୍ବି ଥାଏ । ପ୍ରକୃତ ପକ୍ଷେ ଅଧିକାଂଶ ମାନବ ଖାଦ୍ୟ ମଞ୍ଜିରୁ ମିଳିଥାଏ ଯେପରିକି ମକା, ଗ‌ହମ, ଚାଉଳ ଆଦି ଶସ୍ୟ, ଛୁଇଁ ଜାତୀୟ ଖାଦ୍ୟ ମଧ୍ୟରେ ବିନ, ମଟର, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟ ଓ କଠିନ ଆବରଣ ଯୁକ୍ତ ପଦାର୍ଥ । ସୂର୍ଯ୍ୟମୁଖୀ ମଞ୍ଜି, ରାପସିଡ, ଫ୍ଲାକ୍ସସିଁଡ, ସିସେମ ଇତ୍ୟାଦି ଉଦ୍ଭିଦର ମଞ୍ଜିରୁ ତୈଳ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଏ ।[୮]

ମଞ୍ଜିରେ ଅଧିକ ଅନସାଚୁରେଟେଡ ଚର୍ବି ଥାଏ ଓ ଏହି ଖାଦ୍ୟ ସଂଯମ ଯୁକ୍ତ ଭାବରେ ଖାଇଲେ ସ୍ୱାସ୍ଥ୍ୟପ୍ରଦ ହୁଏ । ସବୁ ମଞ୍ଜି ଖାଦ୍ୟ ଉପ‌ଯୋଗୀ ନୁହେଁ । ଲେମ୍ବୁ ମଞ୍ଜି ଖାଇଲେ ତଣ୍ଟିରେ ଲାଗିଯିବା ସମ୍ଭାବନା ଥାଏ; ଚେରି ଓ ଆପଲ ମଞ୍ଜିରେ ସ୍ୟାନାଇଡ ଥାଏ ଯାହା ଅତ୍ୟଧିକ ପରିମାଣରେ ଖାଇଲେ ବିଷାକ୍ତ ଗୁଣ ଦେଖାଏ ।[୯]

ଫଳକୁ (Fruit) ବୃକ୍ଷର ପରିପକ୍ୱ ଜରାୟୁ ଭାବରେ ବିବେଚନା କରାଯାଏ । କେତେକ ବୃକ୍ଷ ଓ ପ୍ରାଣୀମାନଙ୍କର ସମ‌ବିକାଶ ଯୋଗୁ ପ୍ରାଣି ଫଳ ଖାଇବା ପରେ ଅନ୍ୟ ସ୍ଥାନରେ ମଳ ସ‌ହିତ ମଞ୍ଜି ତ୍ୟାଗ କରିବା ଫଳରେ ବୃକ୍ଷ ସୃଷ୍ଟି ହୁଏ । ଟମାଟୋ, କ‌ଖାରୁ ବାଇଗଣ ଇତ୍ୟାଦି ପରିବା ଆକାରରେ ବ୍ୟବ‌ହୃତ ହୁଏ । [୧୦] ଅଧିକ ଜାଣିବା ପାଇଁ ଦେଖନ୍ତୁ ଫଳ ଲିସ୍ଟ (list of fruits)

ଅନ୍ୟ ପକ୍ଷରେ ଗଛର ମୂଳ ପରିବା (root vegetables) ମଧ୍ୟରେ ଆଳୁ, ମୁଳା, ପିଆଜ, ଗାଜର; ପତ୍ର ପରିବାରେ (leaf vegetables) ଶାଗ ଓ ପୋଇ ଆଦି ମିଳେ । ବିଭିନ୍ନ ପ୍ରକାର କୋବି, ବ୍ରକୋଲି ଇତ୍ୟାଦି ମଧ୍ୟ ଖାଦ୍ୟ ଆକାrରେ ବ୍ୟବ‌ହାର କରାଯାଏ । [୧୧]

ପ୍ରାଣୀ[ସମ୍ପାଦନା]

ବିଭିନ୍ନ କଞ୍ଚା ମାଂସ

ପ୍ରାଣୀମାନଙ୍କୁ ଖାଦ୍ୟ ଭାବରେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ବ୍ୟବ‌ହାର କରାଯାଏ । ଏମାନଙ୍କର ମାଂସପେଶୀ ବା ଅଙ୍ଗମାନଙ୍କର (organs) ମାଂସକୁ Meat ଖାଦ୍ୟ ଭାବରେ ଗ୍ରହଣ କରାଯାଏ ।

ପ୍ରାଣୀମାନଙ୍କର ସ୍ତନ୍ୟ ଗ୍ରନ୍ଥିରୁ ଉତ୍ପନ୍ନ କ୍ଷୀର ପିଅନ୍ତି ଓ ସେଥିରୁ ପ୍ରସ୍ତୁତ ହେଉଥିବା ଛେନା, ଲହୁଣୀ ଆଦି ଦୁଗ୍ଧଜାତ ପଦାର୍ଥ ମଧ୍ୟ ଖାଆନ୍ତି । ପକ୍ଷୀ ମାଂସ ଓ ତାଙ୍କର ଅଣ୍ଡା, ମହୁମାଛିମାନେ ଫୁଲରୁ ପ୍ରସ୍ତୁତ କରୁଥିବା ମହୁ ଅନେକ ସଂସ୍କୃତିରେ ଗ୍ରହଣ କରନ୍ତି । ସସ୍‌କୁ ବ‌ହଳିଆ କରିବାକୁ, ବାୟୁମୁକ୍ତ କରି ସାଉତି ରଖିବାକୁ, ଲବଣ‌ଯୁକ୍ତ କରି ଖାଦ୍ୟାଭାବ ସମୟରେ ଖାଇବାକୁ ଓ ସ୍ଟିଉ (jugged hare) କରିବା ନିମନ୍ତେ ରକ୍ତ ବ୍ୟବ‌ହାର କରାଯାଏ । [୧୨]

କେତେକ ଲୋକ ସମ୍ପୁର୍ଣ୍ଣ ନିରାମିଶାଷୀ ହୋଇ କୌଣସି ପ୍ରାଣୀଜ ଖାଦ୍ୟ ବା ସେମାନଙ୍କ ଉତ୍ସରୁ ଜାତ ପଦାର୍ଥ ଖାଆନ୍ତି ନାହିଁ ।

ଖାଦ୍ୟର ପ୍ରକାର ଓ ବର୍ଗୀକରଣ[ସମ୍ପାଦନା]

ଅପମିଶ୍ରିତ ଖାଦ୍ୟ[ସମ୍ପାଦନା]

ଅପମିଶ୍ରିତ ଏକ ନ୍ୟାୟିକ ଶବ୍ଦ ଯାହା ଖାଦ୍ୟ ପଦାର୍ଥର କାନୁନି ମାନ‌କ ସଠିକ ନଥିଲେ ପ୍ରୟୋଗ କରାଯାଏ । ଏହାଦ୍ୱାରା ଖାଦ୍ୟର ପରିମାଣ ଓ ଗୁଣ ବିପର୍ଯ୍ୟସ୍ତ ହୋଇଥାଏ । ମାଂସରେ ପାଣି ବା ବରଫ ମିଶେଇ ଅପମିଶ୍ରଣ କରାଯାଏ । ଖାଦ୍ୟ ପରିମାଣ ବୃଦ୍ଧି କରିବା ପାଇଁ ଅନ୍ୟ ପଦାର୍ଥ ମିଶ୍ରିତ କରାଯାଏ । ସେହିଭଳି ଗୋଟିଏ ମାଂସରେ ଅନ୍ୟ ପ୍ରାଣୀର ମାଂଶ ମଧ୍ୟ ମିଶାଯାଏ ।[୧୩]

କ୍ୟାମ୍ପ ଖାଦ୍ୟ[ସମ୍ପାଦନା]

ଫ୍ରିଜ ଶୁଷ୍କ ବ୍ୟାକନ ବାର
ପ୍ରସ୍ତୁତ ଖାଦ୍ୟ (MRE ପ୍ୟାକେଟ


ବିଦେଶରେ ଆମ ଦେଶ ଭଳି ବଣଭୋଜୀରେ କ୍ୟାମ୍ପ ଖାଦ୍ୟ ନେଇଥାଆନ୍ତି । ସେଥିରେ ମୂଖ୍ୟତଃ ଡିହାଇଡ୍ରେଟେଡ ବା ନିର୍ଜଳିତ ଖାଦ୍ୟ, ତୁରନ୍ତ ଖାଇବା ଯୋଗ୍ୟ ଖାଦ୍ୟ ଓ ଫ୍ରିଜ ଶୁଷ୍କ ଖାଦ୍ୟ ନିଅନ୍ତି ।

ଜଳ ଦୂରୀକରଣ (Dehydration|) ଯୋଗୁ ନିର୍ଜଳିତ ଖାଦ୍ୟର ଓଜନ ପ୍ରାୟ ୬୦%- ୯୦% କମିଯାଏ । ପିଆଜ, ଲଙ୍କା ଓ ଟମାଟି ଆଦି ଉତ୍ତମ ନିର୍ଜଳିତ ହୁଏ ।[୧୪][୧୫] ଫ୍ରିଜ ଶୁଷ୍କ ଅପେକ୍ଷା ନିର୍ଜଳିତ ଖାଦ୍ୟର ଓଜନ ସାମାନ୍ୟ ଅଧିକ ହୁଏ ।

ମିଲିଟାରି ବଳକା ରନ୍ଧା ଖାଦ୍ୟ (Meals, Ready-to-Eat ବା MREs) ବେଳେବେଳେ କ୍ୟାମ୍ପ କରୁଥିବା ଲୋକ ନିଅନ୍ତି । କେତେକ ପାଉଚରେ ଏହି ଖାଦ୍ୟ ଥାଏ ।

ଆହାର ଖାଦ୍ୟ[ସମ୍ପାଦନା]

ସ୍ୱଳ୍ପ ଚର୍ବି ବିଶିଷ୍ଟ ଶିଶୁ ଖାଦ୍ୟ ବର୍ଗର କିଙ୍କ ‌(Burger King)

ଆହାର ଖାଦ୍ୟରେ (Diet food) ଚର୍ବି, ଶ୍ୱେତସାର ଓ ଚିନି କମ ପରିମାଣରେ ଥାଏ ଯାହା ଓଜନ ହ୍ରାସ କରାଏ । ଏହା ସ‌ହିତ ସ୍ୱାସ୍ଥ୍ୟ ପରିପୂରକ ଖାଦ୍ୟ ଆବଶ୍ୟକ ସ୍ଥଳେ ଦିଆଯାଏ ।

କୌଣସି ଖାଦ୍ୟକୁ ଆହାର ଉପ‌ଯୋଗୀ କରିବା ନିମନ୍ତେ କେତେକ ଉଚ୍ଚ-ଖାଦ୍ୟ-ଶକ୍ତି ସମ୍ପନ୍ନ ଉପାଦାନ‌କୁ ସ୍ୱଳ୍ପ-ଖାଦ୍ୟ-ଶକ୍ତି ସମ୍ପନ୍ନ ଉପାଦାନ କରିବାକୁ ପଡ଼େ ।[୧୬] ଏଥି ନିମନ୍ତେ ଖାଦ୍ୟର ଚିନି ବା ଅନ୍ୟାନ୍ୟ ଶର୍କରାର ବଦଳରେ ଚିନି ବିକଳ୍ପ (sugar substitute) ଦିଆଯାଏ ଯେପରି କୋକାକୋଲାରେ ବ୍ୟବ‌ହାର ହୋଇଥାଏ । କେତେକ ଜଳଖିଆକୁ ଭାଜିବା ଅପେକ୍ଷା ବେକିଙ୍ଗ କରି ଖାଦ୍ୟ ଶକ୍ତି କମ୍ କରାଯାଏ । ସ୍ୱଳ୍ପ ଚର୍ବି ଥିବା ଖାଦ୍ୟ ବଦଳ ମଧ୍ୟ କରାଯାଏ ।

କେତେକ ଶସ୍ୟରେ ଫାଇବର ଭାଗ ଅଧିକ ଥିବାରୁ ସ୍ଟାର୍ଚ୍ଚ ଅଂଶ କମ୍ ଥାଏ । ଫାଇବରର ଖାଦ୍ୟଶକ୍ତି ନଥାଏ । ଅଟାରେ ଥିବା ଫାଇବରକୁ କମେଇବା ପାଇଁ କେତେକ ଅବରୋଧକାରୀ ସ୍ଟାର୍ଚ୍ଚ ମିଶେଇବା ଫଳରେ ଖାଦ୍ୟଶକ୍ତି କମିଯାଏ ।

ଅଙ୍ଗୁଳି ଖାଦ୍ୟ[ସମ୍ପାଦନା]

ଉପରବେଳାର ଚାଆ ଅଙ୍ଗୁଳି ଖାଦ୍ୟ

ଖାଦ୍ୟ ଖାଇବା ନିମନ୍ତେ ଛୁରୀ, ଫର୍କ, ଚାମୁଚ, ଚପସ୍ଟିକ ଇତ୍ୟାଦି ବ୍ୟବ‌ହାର ନ‌କରି ଅଙ୍ଗୁଳି ସାହାଯ୍ୟରେ ଖାଉଥିବେ ଖାଦ୍ୟକୁ ଅଙ୍ଗୁଳି ଖାଦ୍ୟ କୁହାଯାଏ । [୧୭] ଅନେକ ସଂସ୍କୃତିରେ ହାତ ସାହାଯ୍ୟରେ ଖିଆଯାଏ । ଇଥିଓପିଆରେ ଇଞ୍ଜେରା (injera) ବ୍ରେଡ (bread) ଏହିଭଳି ଏକ ଖାଦ୍ୟ । [୧୮] ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ପ୍ରାୟ ଏହି ଧରଣର ହୋଇଥାଏ ।

ପଶ୍ଚିମ ଗୋଲାର୍ଦ୍ଧରେ ଅଙ୍ଗୁଳି ଖାଦ୍ୟ ମୂଖ୍ୟ ଆହାର ବା କ୍ଷୁଧା ବର୍ଦ୍ଧକ (ଆପେଟାଇଜର) (appetizers) ହୋଇପାରେ । ମିଟ ପାଇ, ସସେଜ ଅନ ସ୍ଟିକ, ଚିଜ ଆଣ୍ଡ ଓଲିଭ ଅନ ସ୍ଟିକସ, ଚିକେନ ଡ୍ରମସ୍ଟିକ ବା ବଫାଲୋ ୱିଙ୍ଗସ, ସ୍ୟାଣ୍ଡୁଇଚେସ ଇତ୍ୟାଦି ଏହି ଧରଣର ଖାଦ୍ୟ । ସୁପରିଚିତ ପିଜା, ହାମ‌ବର୍ଗର, ହଟ ଡଗ, ଫଳ ଓ ପାଉଁରୁଟି ମଧ୍ୟ ଏହିଭଳି ଖିଆଯାଏ ।

ପୂର୍ବ ଏସିଆରେ ପତଳା ପିଠା ବିଙ୍ଗ ଓ ଚୁଆନ (chuan (串, ଉଚ୍ଚାରଣ chuan) ମଧ୍ୟ ହାତରେ ଖିଆଯାଏ ।

ସଜ ଖାଦ୍ୟ[ସମ୍ପାଦନା]

ସଜ ଫଳ

ପଚି (spoiled) ନଥିବା ଓ ସାଉତା (preserved) ହୋଇନଥିବା ଖାଦ୍ୟକୁ ସଜ ଖାଦ୍ୟ Fresh food କୁହାଯାଏ । ସଦ୍ୟ ତୋଳାହୋଇଥିବା ଫଳ, ସଦ୍ୟ କଟା ହୋଇଥିବା ମାଂସ ଓ ସଦ୍ୟ ଧରା ହୋଇଥିବା ମାଛ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

ଦୁଗ୍ଧଜାତ (Dairy products) ପଦାର୍ଥ ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଲବଣ‌ଯୁକ୍ତ ଓ ଶୁଖା ହୋଇନଥିବା ଛେନାକୁ ସଦ୍ୟ ଛେନା କୁହାଯାଏ । ଆମ୍ବିଳା ସର (Soured cream) ବା କ୍ରିମକୁ ସଦ୍ୟ ଧରାଯାଏ ।

ସଂରକ୍ଷିତ ହୋଇ ନଥିବା, ଧୁମାୟିତ, ଲବଣ‌ଯୁକ୍ତ ଓ ଆଚାର କରାହୋଇନଥିବା, ଥଣ୍ଡା ସଂରକ୍ଷିତ, ଡବାରେ ନଥିବା ଖାଦ୍ୟକୁ ସଜ ଖାଦ୍ୟ କୁହାଯାଏ । [୧୯]

ଶୀତଳୀକୃତ ଖାଦ୍ୟ[ସମ୍ପାଦନା]

ସନ ୨୦୦୨ରେ ଜାପାନର ଟୋକିଓରେ ଟୁନା ମାଛ କଟାଯାଉଥିବା ଦୃଶ୍ୟ ।

ଖାଦ୍ୟ ପ୍ରସ୍ତୁତ ହେବା ପରଠାରୁ ଆହାର କରିବା ପର୍ଯ୍ୟନ୍ତ ଶୀତଳୀକରଣ (Freezing) କରି ରଖାଯାଏ । ପୂର୍ବରୁ ଚାଷୀ ଓ କେଉଟମାନେ ଶୀତ ଋତୁରେ ଶସ୍ୟ ଓ ଅନ୍ୟାନ୍ୟ ଜିନିଷ ସାଉତି ରଖୁଥିଲେ । [୨୦] ଶୀତଳୀକରଣ ଯୋଗୁ ଅଧିକାଂଶ ଅଣୁଜୀବମାନଙ୍କର ବୃଦ୍ଧି ବନ୍ଦ ହେବା ଯୋଗୁ ଖାଦ୍ୟ ପଚି ଯାଏନି । ଖାଦ୍ୟ କାରଖାନାମାନଙ୍କରେ ଦୁଇ ପ୍ରକାର ଉପାୟରେ ଶୀତଳୀକରଣ କରାଯାଏ, ମେକାନିକାଲ ଓ କ୍ରାୟୋଜେନିକ । ଏହି ଉପାୟଦ୍ୱାରା କ୍ଷୁଦ୍ର ବରଫ କଣିକା ତିଆରି ହୋଇ ଖାଦ୍ୟର ମାନ ବଜାୟ ରଖନ୍ତି । ଅତ୍ୟଧିକ କମ୍ ତରଳୀକୃତ ଜବକ୍ଷାରଜାନ ଉତ୍ତାପରେ (−୧୯୬ °C (−୩୨୦ °F)) ଅତି କମ୍ ସମୟରେ ଥଣ୍ଡା ହୋଇଯାଏ ଯାହାକୁ କ୍ରାୟୋଜେନିକ (Cryogenic freezing) ବା ଫ୍ଲାସ ଫ୍ରିଜିଙ୍ଗ (flash freezing) କୁହାଯାଏ । [୨୧]

ଆଧୁନିକ ଯୁଗର ରୋଷେଇ ଘରେ ଫ୍ରିଜ ମାଧ୍ୟମରେ ଖାଦ୍ୟ ଶୀତଳୀକରଣ କରାଯାଉଛି । ଖାଦ୍ୟ କିଣିଆଣିବା ସଙ୍ଗେ ସଙ୍ଗେ ଫ୍ରିଜରେ ରଖିବାକୁ ଉପଦେଶ ଦିଆଯାଏ । ସଠିକ ଭାବରେ ଫ୍ରିଜ ହୋଇଥିବା ଖାଦ୍ୟ ପଦାର୍ଥକୁ ଖାଦ୍ୟ ମାନ‌କ ଏଜେନ୍ସି ସମର୍ଥନ କରେ । [୨୨]

ପ୍ରୟୋଜନମୂଳକ ଖାଦ୍ୟ[ସମ୍ପାଦନା]

ସ୍ୱାସ୍ଥ୍ୟ ସ‌ହାୟକ ଓ ରୋଗ ପ୍ରତିରୋଧକ ନିମନ୍ତେ କିଛି ଅଧିକ ପ୍ରୟୋଜନମୂଳକ ଉପାଦାନ ବା ଅଧିକ ଉପାଦାନ ଖାଦ୍ୟରେ ଯୋଗ କରାଯାଏ । [୨୩] କିଛି ଉଦ୍ଭିଦମାନଙ୍କୁ ପରିବର୍ତ୍ତନ କରାଯାଏ ଯେପରିକି ଅଧିକ ଉପାଦାନ ମିଳିବ; ଉଦାହରଣ ସ୍ୱରୂପ ଏପରି ପରିବର୍ତ୍ତନ କରିବା ଫଳରେ ପରପ୍ଲ ବା ସ୍ୱର୍ଣ୍ଣାଭ ଆଳୁରେ ଆନ୍ଥୋସ୍ୟାନିନ (anthocyanin) ବା କ୍ୟାରୋଟିନଏଡ (carotenoid) ଉପାଦାନ ଅଧିକ ରହୁଛି ।[୨୪] ଏହିପରି ଯୋଜନାଦ୍ୱାରା ନିୟମିତ ଖାଦ୍ୟ ସ‌ହ ଏକାପରି ଦେଖାଯାଉଥିବା ଏହି ଖାଦ୍ୟରେ ଶରୀରତାତ୍ୱିକ ଉପକାର ମିଳେ ଓ/ବା କ୍ରନିକ ରୋଗ ସଙ୍କଟ ଦୂରୀଭୂତ ହୁଏ । [୨୫]

ଏହି ନାମଟି ପ୍ରଥମେ ଜାପାନରେ ୧୯୮୦ ବ୍ୟବ‌ହାର କରାଯାଇଥିଲା ଓ ଏହାକୁ ଫୁଡ ଫର ସ୍ପେସିଫାଏଡ ହେଲ୍‌ଥ ଯୁଜ ବା ଫୋସୁ (Foods for Specified Health Use ବା (FOSHU) ନାମ ଦିଆଗଲା । [୨୬]

ସ୍ୱାସ୍ଥ୍ୟକାରୀ ଖାଦ୍ୟ[ସମ୍ପାଦନା]

ସାଧାରଣ ସ୍ୱାସ୍ଥ୍ୟ ଅପେକ୍ଷା ଅଧିକ ସ୍ୱାସ୍ଥ୍ୟପ୍ରଦ ପ୍ରଭାବ ପାଇଁ ସ୍ୱାସ୍ଥ୍ୟକାରୀ ମାନବ ପୋଷକ ଖାଦ୍ୟ (human nutrition) ମାର୍କେଟରେ ଉପଲବ୍‌ଧ କରାଯାଏ । ମାର୍କେଟରେ ଏହା ପ୍ରାକୃତିକ ଖାଦ୍ୟ (natural foods), ଅର୍ଗାନିକ ଖାଦ୍ୟ (organic food), ସମ୍ପୁର୍ଣ୍ଣ ଖାଦ୍ୟ (whole food), ଶାକାହାରୀ ଖାଦ୍ୟ (vegetarian food) ବା ପରିପୂରକ ଖାଦ୍ୟ (dietary supplement) ନାମରେ ବିକ୍ରୟ ହୁଏ । ଏଗୁଡ଼ିକ ଗ୍ରୋସେରି ସ୍ଟୋର ବା ସୁସ୍ଥ ଖାଦ୍ୟ ସ୍ଟୋରରେ ମିଳେ ।

ସୁସ୍ଥ ଖାଦ୍ୟ[ସମ୍ପାଦନା]

ସ୍ୱାସ୍ଥପ୍ରଦ ଖାଦ୍ୟରେ ସବୁଜ ପରିବା ଓ ଅନ୍ୟାନ୍ୟ ପରିବା ରହେ ।

ଶରୀରର ମୋଟାମୋଟି ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଆବଶ୍ୟକୀୟ ଖାଦ୍ୟକୁ ସୁସ୍ଥ ଖାଦ୍ୟ କୁହାଯାଏ । ଏଥି ନିମନ୍ତେ ଅତ୍ୟାବଶ୍ୟକୀୟ ପୋଷକ ଦରକାର ହୁଏ; ମାକ୍ରୋପୋଷକ, ମାଇକ୍ରୋପୋଷକ, ତରଳ ପଦାର୍ଥ ଓ ଯଥେଷ୍ଟ କାଲୋରି ଦେଇ ଉତ୍ତମ ସ୍ୱାସ୍ଥ୍ୟକୁ କାଏମ ରଖାଯାଏ । [୨୭][୨୮]

ସୁସ୍ଥ ଲୋକର ଖାଦ୍ୟରେ ଯଥେଷ୍ଟ ଫଳ, ପରିବା, ଶସ୍ୟ ଥାଏ ଓ ସେଥିରେ ବଜାରର ପ୍ୟାକେଟ ଖାଦ୍ୟ ଓ କୋକାକୋଲା ଭଳି ମିଠା ପାନୀୟ ନଥାଏ । ସୁସ୍ଥ ଖାଦ୍ୟ ସାଧାରଣ ଉଦ୍ଭିଦ ଓ ପ୍ରାଣିଜ ଖାଦ୍ୟରୁ ମିଳିଯାଏ, କେବଲ ଶାକାହାରୀ ନିମନ୍ତେ ଜୀବସାର ଖ୧୨ ଆବଶ୍ୟକ ହୁଏ । [୨୯] ସରକାରୀ ଓ ଡାକ୍ତରୀ ସ୍ତରରେ ପୋଷକ ତାଲିକା ଛପାଯାଇ ବଣ୍ଟାଯାଇଥାଏ । କେତେକ ଦେଶମାନଙ୍କରେ ପୋଷକରେ ଲେବୁଲ ଦେବା ପାଇଁ ବାଧ୍ୟତାମୂଳକ ଥାଏ ଓ ଏହାକୁ ଦେଖି ଗ୍ରାହକମାନେ ଖାଦ୍ୟ ଦ୍ରବ୍ୟ କ୍ରୟ କରନ୍ତି । [୩୦]

ସୁସ୍ଥ ଜୀବନ‌ଚର୍ଯ୍ୟାରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସ‌ହିତ ପ୍ରତ୍ୟହ ବ୍ୟାୟାମ କରିବା ଆବଶ୍ୟକ । ଏହାଦ୍ୱାରା ମୋଟାପଣ, ହୃଦ୍‌ରୋଗ, ମଧୁମେହ ଟାଇପ ୨, ଉଚ୍ଚ ରକ୍ତଚାପକର୍କଟ ରୋଗ ସଙ୍କଟ କମିଯାଏ । [୨୭][୩୧]

ମେଡିକାଲ ନ୍ୟୁଟ୍ରିସନ ଥେରାପି (medical nutrition therapy) ନାମରେ କେତେକ ବିଶେଷ ଖାଦ୍ୟ ବିଭିନ୍ନ ରୋଗ ନିମନ୍ତେ ପ୍ରସ୍ତୁତ ହୋଇଅଛି । ଚାଇନିଜ ଫୁଡ ଥେରାପି (dietary therapy in traditional Chinese medicine) ଏହିଭଳି ଏକ ଉପାୟ ଯେଉଁଥିରେ କିଛି ପ୍ରାକ୍‌-ବୈଜ୍ଞାନିକ ତ‌ଥ୍ୟ ଥିବା ଦାବୀ କରାଯାଏ ।

ଉଭୟ ଜନତା ଓ ବ୍ୟକ୍ତି ବିଶେଷଙ୍କ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୫ଟି ସୁପାରିସ କରିଛନ୍ତି । [୩୨]

  1. ଆବଶ୍ୟକତା ଅନୁଯାୟୀ ସମ ପରିମାଣର କାଲୋରି ଗ୍ରହଣ କରି ନିଜ ଶରୀରର ଓଜନ ସ୍ଥିର ରଖନ୍ତୁ ।
  2. ଚର୍ବି ଜାତୀୟ ଖାଦ୍ୟ ଗ୍ରହଣର ସୀମା ରଖନ୍ତୁ । ମୋଟ କାଲୋରିର ୩୦%ରୁ ଅଧିକ ଚର୍ବିରୁ ଆଣିବା ଉଚିତ ନୁହେଁ । ସାଚୁରେଟେଡ ଚର୍ବି ଅପେକ୍ଷା ଅନସାଚୁରେଟେଡ ଚର୍ବି ଅଧିକ ପସନ୍ଦ କରନ୍ତୁ । ଟ୍ରାନ୍ସ ଚର୍ବିଠାରୁ (trans fats) ଦୂରରେ ରହନ୍ତୁ ।
  3. ଦୈନିକ ଫଳ ଓ ପରିବା ମିଶେଇ ଅତି କମ୍‌ରେ ୪୦୦ଗ୍ରାମ ଗ୍ରହଣ କରନ୍ତୁ ଓ ଏଥିରୁ ଆଳୁ, କନ୍ଦମୂଳ ଭଳି ସ୍ଟାର୍ଚ୍ଚ ଖାଦ୍ୟ ବାଦ ଦିଅନ୍ତୁ । ବିନ, ଛୁଇଁ ଭଳି ଖାଦ୍ୟ, ସମ୍ପୁର୍ଣ୍ଣ ଶସ୍ୟ ଓ କଠିନ ଆବରଣ‌ଯୁକ୍ତ ଫଳ ନିଅନ୍ତୁ ।
  4. ଚିନି ଜାତୀୟ ଖାଦ୍ୟ ୫% କାଲୋରି ବା ୨୫ ଗ୍ରାନରୁ କମ୍ ହେଲେ ଉତ୍ତମ । [୩୩]
  5. ଲୁଣ ଓ ଆୟୋଡାଇଜ୍‌ଡ ଲୁଣ ସୀମିତ ରଖନ୍ତୁ । ଦୈନିକ ୫ଗ୍ରାମରୁ କମ୍ ଖାଇଲେ ହୃଦରକ୍ତନାଳୀ ରୋଗ ସଙ୍କଟ କମିଯାଏ ।.[୩୪]

କୋସର ଖାଦ୍ୟ[ସମ୍ପାଦନା]

ଜୋହାନେସବର୍ଗର Johannesburg ବେଥ ଡିନ (Beth din) ସ୍ୱିକୃତ ଖାଦ୍ୟ କୋସର ମିଲ ।

ଜିଉ ଜାତିର କସ୍ରୁତ ଖାଦ୍ୟ ନିୟନ୍ତ୍ରଣ ନିୟମ (kashrut) (dietary law) ଅନୁସୃତ ଖାଦ୍ୟକୁ କୋସର ଖାଦ୍ୟ (Kosher foods) କୁହାଯାଏ । ଜିଉ ଖାଦ୍ୟ ଅଧିନିୟମନ ହାଲାଖା (halakha) ନିୟମକୁ ଇଂରାଜୀ ଭାଷାରେ କୋସର (kosher/ /ˈkʃər/) କୁହାଯାଏ ଯାହାର ଅର୍ଥ ଖାଦ୍ୟ ଉପ‌ଯୋଗୀ । ନିୟମ ଅନୁସାରେ ନଥିବା ଖାଦ୍ୟକୁ ଟ୍ରେଇଫ (treif ( /trf/) କୁହାଯାଏ ଯାହାର ଅର୍ଥ ଛିଣ୍ଡା ।

ଜୀବନ୍ତ ଖାଦ୍ୟ[ସମ୍ପାଦନା]

ପିଙ୍କି ମୂଷା ରଖାଯାଏ ସରୀସୃପ (reptile) ଖାଦ୍ୟ ନିମନ୍ତେ

ମାଂସାହାରୀ ଓ ସର୍ବ-ଭକ୍ଷଣକାରୀ ପ୍ରାଣୀଙ୍କ ଖାଇବା ପାଇଁ ଜୀବନ୍ତ ଖାଦ୍ୟ ଯେପରିକି ଛୋଟ ପୋକ, ମୂଷା ଇତ୍ୟାଦି ଜନ୍ତୁ ପୋଷାଯାଏ । ଅସରପା, ଛୋଟ ପକ୍ଷୀ, କୁକୁଡ଼ା ଇତ୍ୟାଦି ପ୍ରାଣୀଙ୍କୁ ଏହି ନିମନ୍ତେ ପୋଷାଯାଏ ।

ଡାକ୍ତରୀ ଖାଦ୍ୟ[ସମ୍ପାଦନା]

Novartis Fibersource HN medical food deployed on an IV pole

ରୋଗରେ ଆବଶ୍ୟକ ହେଉଥିବା ବିଶେଷ ପୋଷକମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଡାକ୍ତରୀ ଖାଦ୍ୟ କୁହାଯାଏ । ଏଥି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନ ଏହି ଖାଦ୍ୟର ସଂଜ୍ଞା ସନ ୧୯୮୮ରେ ନିରୁପଣ କରିଥିଲେ ଓ ଫେଡେରାଲ ଫୁଡ, ଡ୍ରଗ ଆଣ୍ଡ କସମେଟିକ ଆକ୍ଟ ଅନୁସାରେ ଲେବୁଲ କରିବାକୁ ସ୍ଥର କରାଯାଇଥିଲା । [୩୫] ୟୁରୋପରେ ମଧ୍ୟ ସେହିଭଳି ସନ ୨୦୧୬ରେ ଏହାର ସଂଜ୍ଞା ନିରୁପିତ ହୋଇଥିଲା । [୩୬]

ୟୁରୋପରେ ଡାକ୍ତରୀ ଖାଦ୍ୟକୁ ଏକ ବିଶେଷ ଅଭିପ୍ରାୟ ନେଇ ତିଆରି ହୋଇଥିବା ଖାଦ୍ୟକୁ କୁହାଯାଏ,[୩୭] ଯାହା ଅନ୍ୟାନ୍ୟ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟଠାରୁ ସମ୍ପର୍ଣ୍ଣ ଫରକ । ଏହି ଖାଦ୍ୟ ନିମନ୍ତେ ଅତି କମ୍‌ରେ:[୩୮][୩୯]

  • ଏହା ପାଟିରେ ଖାଇବା ବା ନଳୀ (nasogastric tube) ମାଧ୍ୟମରେ ଖାଇବା ଉପ‌ଯୋଗୀ ହେବା ଆବଶ୍ୟକ ।
  • ନିର୍ଦ୍ଦିଷ୍ଟ ବେମାରୀ ନିମନ୍ତେ ଏଥିରେ ଦିଆଯାଇଥିବା ପୋଷକ ଲେବୁଲ ହୋଇଥିବା ଆବଶ୍ୟକ ।
  • ଚିକିତ୍ସାକଙ୍କ ପର୍ଯ୍ୟବେକ୍ଷଣରେ ଏହା ଦିଆଯିବ ।

ଡାକ୍ତରୀ ଖାଦ୍ୟର ଚାରି ପ୍ରକାର ବର୍ଗୀକରଣ କରାଯାଏ:

  • ସମ୍ପୁର୍ଣ୍ଣ ପୋଷକ ଫର୍ମୁଲା
  • ଅସମ୍ପୁର୍ଣ୍ଣ ପୋଷକ ଫର୍ମୁଲା
  • ଚୟେପଚୟ ବା ମେଟାବୋଲିକ ରୋଗ ନିମନ୍ତେ ଫର୍ମୁଲା
  • ପୁନଃ ଜଳ‌ଯୋଜନ (rehydration) ଉତ୍ପାଦ

ପ୍ରାକୃତିକ ଖାଦ୍ୟ[ସମ୍ପାଦନା]

ପ୍ରାକୃତିକ ଶବ୍ଦ ଅନେକ ଖାଦ୍ୟରେ ପ୍ରୟୋଗ କରାଗଲେ ମଧ୍ୟ କୌଣସି ସ୍ଥାୟୀ ସଂଜ୍ଞା ନାହିଁ ।

ମାର୍କେଟରେ ପ୍ରାକୃତିକ ଖାଦ୍ୟ ନାମରେ ଅନେକ ଖାଦ୍ୟ ମିଳୁଛି ଓ ସେଥିରେ ଲେବୁଲ ମଧ୍ୟ କରାଯାଉଛି ଓ ଅନେକ ଅର୍ଥହୀନ ସଂଜ୍ଞା ମଧ୍ୟ ଦିଆଯାଉଛି । ସେଥିରୁ କେବଳ ଏହି ଅର୍ଥ ମିଳୁଛି ଯେ ତାହା ପ୍ରକୃତି କୋଳରୁ ଆସିଛି ଓ ତାହାର କୌଣସି ପ୍ରକ୍ରିୟା ବା ପ୍ରୋସେସିଙ୍ଗ ହୋଇନାହିଁ । ଅଳ୍ପ କେତେକ ଦେଶରେ ପ୍ରାକୃତିକ ଶବ୍ଦର ସଂଜ୍ଞା ନିରୁପିତ ହୋଇଛି ଓ କଡ଼ାକଡ଼ି ଅନୁଶୀଳନ ହେଉଛି । ଅନ୍ୟ କେତେକ ଦେଶରେ ଏହି ବିକ୍ରୟ ଉପରେ କୌଣସି କଟକଣା ନାହିଁ ।

ପ୍ରାକୃତିକ ଖାଦ୍ୟ କ‌ହିଲେ ପ୍ରକ୍ରିୟାକୃତ ହୋଇନଥିବା ଓ ହରମୋନ, ଆଣ୍ଟିବାୟୋଟିକ, ମିଠା, ରଙ୍ଗ ବା ସ୍ୱାଦ ଇତ୍ୟାଦି ମିଶ୍ରିତ ହୋଇନଥିବା ଖାଦ୍ୟକୁ ବୁଝାଏ । [୪୦] ଏକ ଅନୁଶୀଳନରୁ ଦେଖାଗଲା, ପ୍ରାକୃତିକ ଲେଖାଥିବା ପଦାର୍ଥକୁ ୬୩% ଲୋକ ପସନ୍ଦ କରୁଛନ୍ତି ଓ ୮୬% ଲୋକଙ୍କ ମତରେ ସେଥିରେ କୌଣସି କୃତ୍ରମ ପଦାର୍ଥର ଅପମିଶ୍ରଣ ହୋଇନାହିଁଁ । [୪୧] ଲେବୁଲ ଓ ବିଜ୍ଞାପନରେ ଏହି ବିଷୟରେ ଅନେକ ରକମର ବ୍ୟବ‌ହାର ଓ ଅପବ୍ୟବ‌ହାର ହେଉଛି । [୪୨]

ଅନ୍ତର୍ଜାତୀୟ ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନର (Food and Agriculture Organization କୋଡେକ୍ସ ଆଲିମଣ୍ଟାରିଅସ ନିୟମ (Codex Alimentarius) 'ପ୍ରାକୃତିକ' ଶବ୍ଦକୁ ମାନ୍ୟତା ଦିଏନାହିଁ କିନ୍ତୁ ଅର୍ଗାନିକ ଖାଦ୍ୟର ଏକ ମାନ‌କ ରଖିଛି । [୪୩]

ବିୟୁକ୍ତାତ୍ମକ-କାଲୋରି ଖାଦ୍ୟ[ସମ୍ପାଦନା]

କେତେକ ଖାଦ୍ୟର ବିଯୁକ୍ରତ୍ମକ ପ୍ରଭାବ ଥିବା କୁହାଯାଏ, କିନ୍ତ ଏହାକୁ ସମର୍ଥନ କଲାଭଳି ପ୍ରମାଣ ଅଦ୍ୟାବଧି ମିଳିନାହିଁ । କେତେକ ଥଣ୍ଡା ପାନୀୟର ଏହି ପ୍ରଭାବ ଥାଏ କିନ୍ତୁ ଏହାର ପ୍ରଭାବ ଅତି କମ୍ ଥାଏ । [୪୪] ପ୍ରଚୁର ପରିମାଣର ପାଣି ପିଇଲେ ବିପଦ୍‌ଜନ‌କ (can be dangerous) ହୋଇପାରେ ।

ଅର୍ଗାନିକ ଖାଦ୍ୟ[ସମ୍ପାଦନା]

ଚାଷୀଙ୍କ ମାର୍କେଟରେ ଫଳ ଓ ପରିବା- ସ୍ଥାନ ଆର୍ଜେଣ୍ଟିନ ।

ଅର୍ଗାନିକ ଚାଷର ନିୟମାନୁସାରେ ଚାଷହୋଇଥିବା ଖାଦ୍ୟକୁ ଅର୍ଗାନିକ ଖାଦ୍ୟ (Organic food) କୁହାଯାଏ । ବିଭିନ୍ନ ସ୍ଥାନ ଅନୁସାରେ ଏହାର ମାନ‌କ ଭିନ୍ନ ଥିଲେ ମଧ୍ୟ ସବୁସ୍ଥାନରେ ଜୈବ ବିଭିଦତା (biodiversity) ବଜାୟ ରଖିବା, ନିୟନ୍ତ୍ରିତ ପର୍ଯ୍ୟାବରଣ ଓ ଆବର୍ତ୍ତନଶୀଳ ଦ୍ରବ୍ୟ ପ୍ରାପ୍ତି ଇତ୍ୟାଦି ଲକ୍ଷ ରଖିବା ଅର୍ଗାନିକ ଚାଷର ସାଧାରଣ ବୈଶିଷ୍ଠ୍ୟ ଥାଏ । ଏହି ଖାଦ୍ୟକୁ ବିକିରଣ କରାଯାଏନି, କୌଣସି ଦ୍ରାବକ ଓ ଅନ୍ୟ କୌଣସି ଖାଦ୍ୟର ମିଶ୍ରଣ (food additives) କରାଯାଏନି ।[୪୫]

ଅଧୁନା ୟୁରୋପିଆନ ୟୁନିଅନ, କ୍ୟାନାଡ଼ା, ମେକ୍ସିକୋ, ଜାପାନ ଓ ଅନ୍ୟାନ୍ୟ ଅନେକ ଦେଶ ତାଙ୍କ ନିଜ ରାଜ୍ୟ ମଧ୍ୟରେ ଅର୍ଗାନିକ ଖାଦ୍ୟ ବିକ୍ରୟ ପାଇଁ ଉତ୍ପାଦନ କରୁଥିବା ଲୋକ ବା ସଂସ୍ଥାଠାରୁ ଏକ ଅର୍ଗାନିକ ସାର୍ଟିଫିକେଟ (special certification) ଆବଶ୍ୟକ କରୁଛନ୍ତି । ଏଣୁ ଏହାର ପ୍ରସ୍ତୁତକାରକମାନେ ତାଙ୍କର ସରକାର ଓ ଜାତୀୟ ବା ଅନ୍ତର୍ଜାତୀୟ ସଂସ୍ଥା ଗଠନ କରିଥିବା ନିୟମ ଅନୁସାରେ ଏହି ଖାଦ୍ୟ ପ୍ରସ୍ତୁତ କରିବା ଆବଶ୍ୟକ ହୁଏ । ରୋଷେଇ ବଗିଚାରେ ଏହା ଚାଷ କଲେ ମଧ୍ୟ ବିକ୍ରୟ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ପରିଷଦ (US Department of Agriculture (USDA) ବା European Commission/EC) ଏହି ଅର୍ଗାନିକ ଲେବୁଲ ନିୟନ୍ତ୍ରଣ କରେ ।[୪୬]

ଚାଷ କାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁ ପର୍ଯ୍ୟାବରଣ (ecosystem), ଜୈବବିବିଧତା, ଭୂତଳ ଜଳରାଶି, ପାନୀୟ ଜଳ ଯୋଗାଣ, ଚାଷୀଙ୍କ ସ୍ୱାସ୍ଥ୍ୟ ତ‌ଥା ପ୍ରଜନନ (fertility) କ୍ଷମତା କ୍ଷତିଗ୍ରସ୍ତ ହେଉଛି । ଅର୍ଗାନିକ ଚାଷ କରିବାଦ୍ୱାରା ଏହି ପରିବେଶ, ଅର୍ଥନୀତି ଓ ସ୍ୱାସ୍ଥ୍ୟ ସମସ୍ୟା ଗୁଡ଼ିକ କମେଇବା ଲକ୍ଷ ରହିଛି । କିନ୍ତୁ ଖାଉଟି ଦିଗରୁ ଲକ୍ଷ କଲେ ଦେଖାଯାଉଛି, ଅର୍ଗାନିକ ଖାଦ୍ୟଦ୍ୱାରା ପ୍ରଚଳିତ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟପ୍ରଦ ବା ବିପଦମୁକ୍ତ (safer) ବୋଲି କୌଣସି ବୈଜ୍ଞାନିକ ବା ଡାକ୍ତରୀ ତ‌ଥ୍ୟ (medical literature) ନାହିଁ । ପୋଷକ ଓ ଅଣପୋଷକ (antinutrient ) ତ‌ତ୍ୱରେ କିଛି ପ୍ରଭେଦ ଥିଲେ ମଧ୍ୟ ଖାଦ୍ୟ ପ୍ରସ୍ତୁତି (food production) ଓ ନେବାଆଣିବା ସମସ୍ୟା ଯୋଗୁ ଏହାର ଫଳାଫଳକୁ ସାର୍ବଜନୀନ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ । [୪୭][୪୮][୪୯][୫୦][୫୧] ଅର୍ଗାନିକ ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଥିବା ଯୁକ୍ତି ପରୀକ୍ଷାଦ୍ୱାରା ପୁଷ୍ଟିକରଣ ହୋଇପାରୁନାହିଁ । [୪୮][୫୨]

ଚାଷୀ ଖାଦ୍ୟ[ସମ୍ପାଦନା]

ଆକ୍ୱାକୋଟା (Acquacotta), ଇଟାଲି ଦେଶର ଗରମ ବ୍ରେଡ ସୁପ ।

ଚାଷୀମାନଙ୍କର ଖାଦ୍ୟ (Peasant foods) ନିଜ ସ୍ଥାନର ଚଳଣୀ ଓ ଧର୍ମ ଅନୁସାରେ ଅଲଗା ଥାଏ । ସାଧାରଣତଃ ସ‌ହଜରେ ମିଳୁଥିବା ଓ ଶସ୍ତା ଉପାଦାନ ସଂଗ୍ରହ କଲାପରେ ତାହାକୁ କିଛି ଉପାୟରେ ସ୍ୱାଦ‌ଯୁକ୍ତ କରାଯାଏ । ଦାରିଦ୍ର୍ୟ (poverty) କଷାଘାତରେ ଥିବା ଲୋକମାନଙ୍କର ଖାଦ୍ୟରେ (diets) ଉଲ୍ଲେଖନୀୟ ପୋଷକ ତ‌ତ୍ତ୍ୱ ଥାଏ ।

ଚାଷୀ, ଭାଗଚାଷୀ, ଗରିବ ଚାଷୀ ଓ ଚାଷୀଙ୍କ ନିମନ୍ତେ କାମ କରୁଥିବା ଶ୍ରମିକମାନଙ୍କର ଖାଦ୍ୟକୁ ଚାଷୀ ଖାଦ୍ୟ କୁହାଯାଏ । [୫୩] ସେମାନେ ଅନ୍ୟମାନେ ନ‌ଖାଉଥିବା କଠିନ ମାଂସ ଖାଆନ୍ତି ଯାହା ବଜାରରେ ସଭିଙ୍କ ପାଇଁ ବିକ୍ରୟ ହୁଏନି । ଝୋଳରେ ମିଶିଥିବା ଟୁକୁରା ମାଂସ ଓ ପରିବା ସ‌ହ ରୁଟି ବା ପାଉଁରୁଟି ଖାଆନ୍ତି । ପିଆଜ, ଲଙ୍କା ଓ ଆଚାର ଲଗେଇ ତୃପ୍ତିରେ ଖାଆନ୍ତି ।

ଚାଷୀ ଖାଦ୍ୟ ସ୍ୱାଦିଷ୍ଟ ଭାବରେ ତିଆରି ହୋଇଥାଏ ଓ ଏହାର ସ୍ୱାଦ ବୃଦ୍ଧି ନିମନ୍ତେ ପୁରୁଷାନୁକ୍ରମେ ବିଭିନ୍ନ ଉପାୟ ଉଦ୍ଭାବନ କରି ତିଆରି ହୁଏ । ଏହି ସ୍ୱାଦ‌ଯୁକ୍ତ ଖାଦ୍ୟ ଅନେକ ସମୟରେ ପୁରସ୍କାରପ୍ରାପ୍ତ ହୁଏ ।

ଜେଲ ଖାଦ୍ୟ[ସମ୍ପାଦନା]

କଏଦୀମାନେ ଜେଲରେ ଖାଦ୍ୟ ନିମନ୍ତେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି । (ମଲଙ୍ଗ (Malang), ଜାଭା (Java),ସନ ୧୯୨୧-୧୯୩୨ ମଧ୍ୟରେ)

କଏଦୀ ସୁଧାର ଗୃହରେ (correctional institutions) ଜେଲ ଖାଦ୍ୟ Prison food ଦିଆଯାଏ । ଏହି ଖାଦ୍ୟ କେତେକ ଜେଲ ନିଜେ ତିଆରି କରନ୍ତି ଓ ଅନ୍ୟ କେତେକ ସ୍ଥାନରେ କାଟରିଙ୍ଗ (catering) କମ୍ପାନୀ ଖାଦ୍ୟ ଯୋଗାଏ । ଅଧୁନା ଜେଲଗୁଡ଼ିକ ଧର୍ମାନୁସାରେ ଖାଦ୍ୟ ଦେଉଛନ୍ତି ଓ ନିରାମିଶ ଖାଦ୍ୟ ମଧ୍ୟ ଦେଉଛନ୍ତି ।[୫୪] ଅନେକଙ୍କ ମତରେ ଅନେକ ବିକଶିତ ଦେଶମାନଙ୍କରେ ଜେଲ ଖାଦ୍ୟ ଉପ‌ଯୁକ୍ତ ସ୍ୱାସ୍ଥ୍ୟ ରକ୍ଷଣ ନିମନ୍ତେ ଯଥେଷ୍ଟ ହେଉଛି ।[୫୫]

ଋତୁ ଖାଦ୍ୟ[ସମ୍ପାଦନା]

ଭିନ୍ନ ଭିନ୍ନ ଋତୁରେ ବିଭିନ୍ନ ଖାଦ୍ୟ ପଦାର୍ଥ ଚାଷ କରାଯାଏ ଓ ଉକ୍ତ ଅମଳ ସମୟରେ ସେହି ଖାଦ୍ୟର ମହକ ଓ ସ୍ୱାଦ କିଛି ସମୟ ପାଇଁ ରହେ । କୋବି ଋତୁରେ ଅମଳ ହେଉଥିବା କୋବିର ସ୍ୱାଦ ଭଳି ଅନ୍ୟ ଋତୁରେ ସେହି ସ୍ୱାଦ ମିଳେନି । କନ୍ଦମୂଳ ଗୋଟିଏ ସେହିଭଳି ପଦାର୍ଥ । ସ୍ୱଳ୍ପ କାର୍ବନ‌ଯୁକ୍ତ ଖାଦ୍ୟ (low carbon diet) ଖାଇବାଦ୍ୱାରା ଗ୍ରୀନ ହାଉସ ଏମିସନ (greenhouse gas emissions) କମିଯାଏ । ଦୂର ସ୍ଥାନ‌କୁ ଖାଦ୍ୟ ନିଆଅଣା (Food miles) କରିବାରେ ମଧ୍ୟ ପରିବେଶ ପ୍ରଭାବ ପଡ଼େ ସ୍ୱଳ୍ପ ପରିମାଣର ଗ୍ଲୋବାଲ ୱାର୍ମିଙ୍ଗ ହୁଏ ।

ଆଲମାରି ଖାଦ୍ୟ[ସମ୍ପାଦନା]

ଫ୍ରିଜରେ ରଖି ଶୁଷ୍କ କରିବା (freeze-dried) ପ୍ୟାକ କରି ଅଣ୍ଡା ରଖାଯାଇଛି

କିଛି ଖାଦ୍ୟ ପ୍ରୋସେଙ୍ଗ ପରେ ସିଲ କରି ରୁମ ଉତ୍ତାପରେ ଦୀର୍ଘ ଦିନ ରଖଲେ ମଧ୍ୟ ଖରାପ ନହୋଇ ରହିପାରେ ଯାହାକୁ ସ୍ୱତଃ ସ୍ଥାୟୀ Shelf-stable food (ambient food) ଖାଦ୍ୟ ନାମ ଦିଆଯାଏ ।

ଖାଦ୍ୟ ଅନେକ ଦିନ ପର୍ଯ୍ୟନ୍ତ ସାଉତି ରଖିବା ନିମନ୍ତେ ଖାଦ୍ୟ ସାଉତିବା ଓ ପ୍ୟାକିଙ୍ଗ କରିବା ପ୍ରଣାଳୀ ବ୍ୟବ‌ହାର କରାଯାଉଛି । ଖାଦ୍ୟରେ ଥିବା ଜଳ କମ୍ କରି, ଅମ୍ଳ ପରିମାଣ ବୃଦ୍ଧି କରି ଓ ବିକିରଣ କରି (irradiating)[୫୬] ବା ଅନ୍ୟାନ୍ୟ ଉପାୟ ଅବଲମ୍ବଲନ କରି ତାହାକୁ ଜୀବାଣୁମୁକ୍ତ କରି ସିଲ କରିବା ଫଳରେ ଖାଦ୍ୟ ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିପାରେ । ଏହି ପ୍ରଣାଳୀରେ ଖାଦ୍ୟର ସ୍ୱାଦ ଓ ସଂରଚନା ବଦଳେ ନାହିଁ ।

ଫ୍ରିଜରେ ନ ରଖିଲେ କେତେକ ତେଲ ଓ ଚର୍ବି ବ‌ହୁତ ଶୀଘ୍ର ଦୁର୍ଗନ୍ଧ‌ଯୁକ୍ତ ହୋଇଯାଏ । ଏହାକୁ ହାଇଡ୍ରୋଜେନେଟେଡ କଲେ ଅଧିକ ସମୟ ଖରାପ ନହୋଇ ରହେ । ବିଭିନ୍ନ କାରଖାନାମାନଙ୍କରେ ଏହିପରି କରି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାରୁ କଠୋର ନିୟନ୍ତ୍ରଣାଧୀନ କରାଯାଉଛି । [୫୭]

ଅନ୍ତରୀକ୍ଷ ଖାଦ୍ୟ[ସମ୍ପାଦନା]

ଅନ୍ତରୀକ୍ଷ ସଟଲରେ ଖାଦ୍ୟ ଗୋଟିଏ ଟ୍ରେ ଉପରେ ଅଛି ଯାହା ଚୁମ୍ବକ, ସ୍ପ୍ରିଙ୍ଗ ଓ ଭେଲକ୍ରୋ (Velcro) ସାହାଯ୍ୟରେ ରଖାଯାଇଛି ।

ମହାକାଶଚାରୀମାନେ ମହାକାଶରେ ବିଚରଣ କଲାବେଳେ ବିଶେଷ ଧରଣର ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ଖାଆନ୍ତି ଯାହାକୁ ଅନ୍ତରିକ୍ଷ ଖାଦ୍ୟ (Space food) କ‌ହନ୍ତି । ମହାକାଶର ଓଜନହୀନ (weightless) ଅବସ୍ଥାରେ କାମ କରିବାକୁ ବିଶେଷ ଧରଣର ଖାଦ୍ୟ ଖାଆନ୍ତି ଯେଉଁଥିରେ ସୁସମ ପୋଷକ ଥାଏ ଯାହା ପ୍ରସ୍ତୁତ କରିବା, ରଖିବାକୁ ଓ ଖାଇବା ସ‌ହଜ ଓ ନିରାପଦ ହୁଏ ।

ଅନ୍ତରୀକ୍ଷ ପ୍ରୋଗ୍ରାମ କରୁଥିବା ଦେଶଗୁଡ଼ିକ ନିଜର ସାଂସ୍କୃତିକ ଚିହ୍ନଟ (cultural identity) ବଜାୟ ରଖିବା ଓ ଅନ୍ତଃସଂସ୍କୃତି ସୂଚନା ବିନିମୟ (intercultural communication) କରିବା ନିମନ୍ତ ଅନ୍ତରୀକ୍ଷ ଖାଦ୍ୟ ବ୍ୟବ‌ହାର କରନ୍ତି । ସନ ୧୯୬୩ରେ ପ୍ରଥମେ ସୁଷମ ପୋଷକ ଓ ଜୀବସାର ଥିବା ଏକ ଫର୍ମୁଲା ଆହାର ପ୍ରସ୍ତୁତ କଲା ପରେ ଆଜିକାଲି ବିଭିନ୍ନ ଧରଣର ଖାଦ୍ୟ ଓ ପାନୀୟ ବ୍ୟବ‌ହାର କରୁଛନ୍ତି । [୫୮]

ପାରମ୍ପରିକ ଖାଦ୍ୟ[ସମ୍ପାଦନା]

Bryndzové halušky (potato dumplings with sheep's-milk cheese) is a traditional food of shepherds in Slovakia.

ପିଢ଼ି ପରେ ପୀଢ଼ି ଭୋଜନ କରୁଥିବା ଖାଦ୍ୟକୁ ପାରମ୍ପରିକ ଖାଦ୍ୟ (Traditional food) କ‌ହନ୍ତି[୫୯] ବା ଅଳ୍ପ କେତେକ ପିଢ଼ିରେ ଖାଉଥିଲେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ କୁହାଯିବ ।[୬୦] ଏହା ପରମ୍ପରା (tradition) ଗୁଣରେ ଚଳିଆସୁଥିବ ବା କ୍ଷେତ୍ରୀୟ ଭୋଜନ (regional cuisine) ହୋଇଥିବ[୫୯] ବା ସ୍ଥାନୀୟ ଭୋଜନ ହୋଇଥିବ । ଏପରି ଖାଦ୍ୟ ଘର ତିଆରି, ହୋଟେଲ ତିଆରି ବା କାରଖାନା ତିଆରି ହୋଇପାରେ ।[୬୧]

କେତେକ ପାରମ୍ପରିକ ଖାଦ୍ୟର ୟୁରୋପିଆନ ୟୁନିଅନର ଭୌଗଳିକ ସଙ୍କେତ (geographical indication) ଓ ପାରମ୍ପରିକ ବିଶଷତ୍ୱ (geographical indications and traditional specialities in the European Union) ଥାଏ ଯେପରିକି ସଂରକ୍ଷିତ ଉତ୍ପତ୍ତି ପଦବୀ (Protected designation of origin ବା PDO), ସଂରକ୍ଷତ ଭୌଗଳିକ ସଙ୍କେତ (Protected geographical indication ବା PGI) ଓ ଭୌଗଳିକ ସଙ୍କେତ ଓ ପାରମ୍ପରିକ ବିଶେଷତ୍ୱର ଗ୍ୟାରେଣ୍ଟ (Traditional specialities guaranteed ବା TSG) ଥାଏ । ଏହି ମାନ‌କଦ୍ୱାରା କୃଷି ପଦାର୍ଥ ଓ ଖାଦ୍ୟର ଗୁଣବତ୍ତା ବଜାୟ ରହେ ।[୬୨]

ସମ୍ପୁର୍ଣ୍ଣ ଖାଦ୍ୟ[ସମ୍ପାଦନା]

Unrefined, whole foods

ପ୍ରୋସେସିଙ୍ଗ ନ କରି (unprocessed) ବା ସ୍ୱଳ୍ପ ପ୍ରସେସିଙ୍ଗ (unprocessed) କରି ଓ ଯଥା ସମ୍ଭବ କମ୍ ରିଫାଇନ (unrefined) କରି ଖାଉଥିବା ବୃକ୍ଷଜାତ ପଦାର୍ଥକୁ ସମ୍ପୁର୍ଣ୍ଣ ଖାଦ୍ୟ Whole foods କୁହାଯାଏ ।[୬୩] କଞ୍ଚା ଶସ୍ୟ, ମୂଳା, ଫଳ, ପରିବା ଓ ଛୁଇଁ ଇତ୍ୟାଦି ଏହି ଖାଦ୍ୟର ଅନ୍ତର୍ଭୁକ୍ତ କରାଯାଏ । [୬୪]

ଏହି ଖାଦ୍ୟରେ ପଶୁଜାତ ପଦାର୍ଥ, ତେଲ ଓ ଲବଣକୁ ଅନ୍ତର୍ଭୁକ୍ତ କରାଯାଉ ନାହିଁ ଓ କେବଳ ବୃକ୍ଷଜାତ ପଦାର୍ଥ (plant-based diet) ରହୁଛି । [୬୫]

ସନ ୧୯୪୬ରେ ଦି ଫାର୍ମର ନାମକ ମାଗାଜିନରେ ପ୍ରଥମେ ଅର୍ଗାନିକ ଶବ୍ଦର ବ୍ୟବ‌ହାର ଫ୍ରାଙ୍କ ନିଉମ୍ୟାନ ଟର୍ନର (F. Newman Turner) ଯିଏ ଅର୍ଗାନିକ ଚାଷୀମାନଙ୍କ ବିଷୟରେ ଲେଖାଲେଖି କରୁଥିଲେ । ଏହି ମାଗାଜିନ ଏକ ପ୍ରଡ୍ୟୁସର କଞ୍ଜ୍ୟୁମର ହୋଲ ଫୁଡ ସୋସାଇଟି ଲିମିଟେଡ ସଂସ୍ଥାର ପ୍ରାୟୋଜକ ଥିଲା ।[୬୬] ସମ୍ପୁର୍ଣ୍ଣ ଖାଦ୍ୟର ସେ ଏକ ସଂଜ୍ଞା ("mature produce of field, orchard, or garden without subtraction, addition, or alteration grown from seed without chemical dressing, in fertile soil manured solely with animal and vegetable wastes, and composts therefrom, and ground, raw rock and without chemical manures, sprays, or insecticides," having intent to connect suppliers and the growing public demand for such food) ନିରୁପଣ କରିଥିଲେ ।[୬୬]

ଆଧାର[ସମ୍ପାଦନା]

  1. "food". Encyclopedia Britannica (in ଇଂରାଜୀ). Archived from the original on 2017-07-27. Retrieved 2017-05-25.
  2. Society, National Geographic (2011-03-01). "food". National Geographic Society (in ଇଂରାଜୀ). Archived from the original on 2017-03-22. Retrieved 2017-05-25.
  3. "ProdSTAT". FAOSTAT. Archived from the original on 2012-02-10.
  4. Favour, Eboh. "Design and Fabrication of a Mill Pulverizer" (in ଇଂରାଜୀ). Archived from the original on 2017-12-26.
  5. Engineers, NIIR Board of Consultants & (2006). The Complete Book on Spices & Condiments (with Cultivation, Processing & Uses) 2nd Revised Edition: With Cultivation, Processing & Uses (in ଇଂରାଜୀ). Asia Pacific Business Press Inc. ISBN 978-81-7833-038-9. Archived from the original on 2017-12-26.
  6. McGee, 333–34.
  7. McGee, 253.
  8. McGee, Chapter 9.
  9. "Are apple cores poisonous?". The Naked Scientists, University of Cambridge. 26 Sep 2010. Archived from the original on 6 May 2014. Retrieved 12 May 2014.
  10. McGee, Chapter 7.
  11. McGee, Chapter 6.
  12. Davidson, 81–82.
  13. "Requirements For Temporary Food Service Establishments". Farmers Branch. Retrieved 27 November 2015.
  14. "Camping Food FAQs". Archived from the original on 2018-04-02. Retrieved 2009-05-17.
  15. "Camping Food Tips: Backpacking, Hiking & Camping Meals Get Easy". Archived from the original on 2009-04-22. Retrieved 2009-05-17.
  16. "Low-Energy-Dense Foods" (PDF).
  17. Kay Halsey (1999). Finger Food. Tuttle Publishing. ISBN 978-962-593-444-0.
  18. J.H. Arrowsmith-Brown (trans.), Prutky's Travels in Ethiopia and other Countries with notes by Richard Pankhurst (London: Hakluyt Society, 1991)
  19. Oxford English Dictionary s.v. 'fresh'
  20. Tressler, Evers. The Freezing Preservation of Foods pp. 213–17
  21. Sun, Da-Wen (2001). Advances in food refrigeration. Leatherhead Food Research Association Publishing. p. 318. (Cryogenic refrigeration)
  22. Smithers, Rebecca (February 10, 2012). "Sainsbury's changes food freezing advice in bid to cut food waste". The Guardian. Retrieved February 10, 2012. Long-standing advice to consumers to freeze food on the day of purchase is to be changed by a leading supermarket chain, as part of a national initiative to further reduce food waste. [...] instead advise customers to freeze food as soon as possible up to the product's 'use by' date. The initiative is backed by the government's waste advisory body, the Waste and Resources Action Programme (Wrap) [...] Bob Martin, food safety expert at the Food Standards Agency, said: "Freezing after the day of purchase shouldn't pose a food safety risk as long as food has been stored in accordance with any instructions provided. [...]"
  23. What are Functional Foods and Nutraceuticals? Agriculture and Agri-Food Canada Archived June 7, 2008, at the Wayback Machine.
  24. "Delicious, Nutritious, and a Colorful Dish for the Holidays!". US Department of Agriculture, Agricultural Research Service, AgResearch Magazine. November 2014. Retrieved 11 October 2016.
  25. "Basics about Functional Food" (PDF). US Department of Agriculture, Agricultural Research Service. July 2010.
  26. "FOSHU, Ministry of Health, Labor and Welfare, Japan". Government of Japan.
  27. ୨୭.୦ ୨୭.୧ Lean, Michael E.J. (2015). "Principles of Human Nutrition". Medicine. 43 (2): 61–65. doi:10.1016/j.mpmed.2014.11.009.
  28. World Health Organization, Food and Agricultural Organization of the United Nations (2004). Vitamin and mineral requirements in human nutrition (PDF) (2. ed.). Geneva: World Health Organization. ISBN 978-92-4-154612-6.
  29. Melina, Vesanto; Craig, Winston; Levin, Susan (December 2016). "Position of the Academy of Nutrition and Dietetics: Vegetarian Diets". Journal of the Academy of Nutrition and Dietetics. 116 (12): 1970–80. doi:10.1016/j.jand.2016.09.025. PMID 27886704.
  30. "Food information to consumers - legislation". EU. Retrieved 2017-11-24.
  31. "WHO | Promoting fruit and vegetable consumption around the world". WHO.
  32. "WHO | Diet". WHO.
  33. "WHO guideline : sugar consumption recommendation". World Health Organization. Retrieved 6 January 2018.
  34. "WHO - Unhealthy diet". who.int.
  35. FDA. CFR 21 Part 101 Subpart A.
  36. "Outcome of a public consultation on the Draft Scientific and Technical Guidance of the EFSA Panel on Dietetic Products, Nutrition and Allergies (NDA) on foods for special medical purposes in the context of Article 3 of Regulation (EU) No 609/2013". EFSA Supporting Publications. 12 (11). 2015. doi:10.2903/sp.efsa.2015.EN-904.
  37. "Food for special medical purposes" (in ଇଂରାଜୀ). European Commission. 13 October 2017.
  38. "Food And Drug Administration Compliance Program Guidance Manual: Chapter 21 – Food Composition, Standards, Labeling And Economics" (PDF). U.S. FDA. Retrieved May 16, 2017.
  39. "State Statutes & Regulations on Dietary Treatment of Disorders Identified Through Newborn Screening November 2016" (PDF). U.S. FDA. Retrieved May 16, 2017.
  40. Ikerd, John. The New American Food Economy.
  41. Weaver, A. (2014). "Natural" Foods: Inherently Confusing. Journal of Corporation Law, 39(3), 657–74. http://connection.ebscohost.com/c/articles/99055404/natural-foods-inherently-confusing
  42. "Guide to Food Labeling and Advertising, Chapter 4". Canadian Food Inspection Agency. 2015-03-18.
  43. "List of standards". Food and Agriculture Organization.
  44. Webber, Roxanne (3 January 2008). "Does Drinking Ice Water Burn Calories?". Chowhound. CBS Interactive. Retrieved 18 September 2015.
  45. "Pesticides in Organic Farming". University of California, Berkeley. Retrieved 2014-06-17. Organic foods are not necessarily pesticide-free. Organic foods are produced using only certain pesticides with specific ingredients. Organic pesticides tend to have substances like soaps, lime sulfur and hydrogen peroxide as ingredients. Not all natural substances are allowed in organic agriculture; some chemicals like arsenic, strychnine, and tobacco dust (nicotine sulfate) are prohibited.
  46. "Organic certification". European Commission: Agriculture and Rural Development. 2014. Retrieved 10 December 2014.
  47. Barański, M; Srednicka-Tober, D; Volakakis, N; Seal, C; Sanderson, R; Stewart, GB; Benbrook, C; Biavati, B; Markellou, E; Giotis, C; Gromadzka-Ostrowska, J; Rembiałkowska, E; Skwarło-Sońta, K; Tahvonen, R; Janovská, D; Niggli, U; Nicot, P; Leifert, C (2014). "Higher antioxidant and lower cadmium concentrations and lower incidence of pesticide residues in organically grown crops: a systematic literature review and meta-analyses". The British Journal of Nutrition. 112 (5): 1–18. doi:10.1017/S0007114514001366. PMC 4141693. PMID 24968103.
  48. ୪୮.୦ ୪୮.୧ Blair, Robert. (2012). Organic Production and Food Quality: A Down to Earth Analysis. Wiley-Blackwell, Oxford. pp. 72, 223. ISBN 978-0-8138-1217-5
  49. Smith-Spangler, C; Brandeau, ML; Hunter, GE; Bavinger, JC; Pearson, M; Eschbach, PJ; Sundaram, V; Liu, H; Schirmer, P; Stave, C; Olkin, I; Bravata, DM (September 4, 2012). "Are organic foods safer or healthier than conventional alternatives?: a systematic review". Annals of Internal Medicine. 157 (5): 348–66. doi:10.7326/0003-4819-157-5-201209040-00007. PMID 22944875.
  50. "Organic food". UK Food Standards Agency. Archived from the original on 5 June 2011.
  51. Barański, M; Rempelos, L; Iversen, PO; Leifert, C (2017). "Effects of organic food consumption on human health; the jury is still out!". Food & Nutrition Research. 61 (1): 1287333. doi:10.1080/16546628.2017.1287333. PMC 5345585. PMID 28326003.
  52. Bourn D, Prescott J (January 2002). "A comparison of the nutritional value, sensory qualities, and food safety of organically and conventionally produced foods". Crit Rev Food Sci Nutr. 42 (1): 1–34. doi:10.1080/10408690290825439. PMID 11833635.
  53. Albala, Ken (2002). Eating Right in the Renaissance. University of California Press. p. 190. ISBN 978-0-520-92728-5.
  54. Do Prison Inmates Have a Right to Vegetarian Meals?. Vegetarian Journal Mar/Apr 2001. Retrieved 19 August 2015.
  55. British Prison Cuisine Today Archived 2015-10-02 at the Wayback Machine.. FoodReference.com. Retrieved 10 August 2015.
  56. Harris, Gardiner (August 21, 2008). "Irradiation: A safe measure for safer iceberg lettuce and spinach". The New York Times. Retrieved December 30, 2009.
  57. Leth, Torben (2012). "Denmark's trans fat law". tfX: The campaign against trans fat in foods. Retrieved December 14, 2011.
  58. Working Group on Nutrition and Feeding Problems. The National Academies Press. 1963. doi:10.17226/12419. ISBN 978-0-309-12383-9.
  59. ୫୯.୦ ୫୯.୧ Kristbergsson, K.; Oliveira, J. (2016). Traditional Foods: General and Consumer Aspects. Integrating Food Science and Engineering Knowledge Into the Food Chain. Springer US. pp. 85–86. ISBN 978-1-4899-7648-2.
  60. Saunders, Raine (October 28, 2010). "What Are Traditional Foods?". Agriculture Society. Retrieved 8 April 2015.
  61. Who Regional Office for the Eastern Mediterranean (2010). Hazard Analysis and Critical Control Point Generic Models for Some Traditional Foods: A Manual for the Eastern Mediterranean Region. World Health Organization. pp. 41–50. ISBN 978-92-9021-590-5.
  62. "Geographical indications and traditional specialities". europa.eu.
  63. Bruce, B; Spiller, GA; Klevay, LM; Gallagher, SK (2000). "A diet high in whole and unrefined foods favorably alters lipids, antioxidant defenses, and colon function" (PDF). Journal of the American College of Nutrition. 19 (1): 61–67. doi:10.1080/07315724.2000.10718915. PMID 10682877.
  64. "Forks Over Knives - What to Eat?". Forks Over Knives (in ଇଂରାଜୀ). Retrieved 2017-05-04.
  65. Campbell, T. Colin; Jacobson, Howard (2013). Whole: Rethinking the Science of Nutrition (chapter 1) (in English). Dallas, TX: BenBella Books. ISBN 978-1-939529-84-8.CS1 maint: Unrecognized language (link)
  66. ୬୬.୦ ୬୬.୧ Conford, P.(2011) The Development of the Organic Network, p. 417. Edinburgh, Floris Books ISBN 978-0-86315-803-2.