ମକା

ଉଇକିପିଡ଼ିଆ‌ରୁ

ବିଶ୍ୱ ଓ ଭାରତରେ ମକ୍କା ଏକ ମୁଲ୍ୟବାନ୍ ଫସଲ |ଏହାର ଉତ୍ପାଦନର ୨୫% ମାନବ ଆହାର, ୧୨% ପଶୁ ଆହାର,୪୯% କୁକୁଡା ଆହାର, ୧୨% ବାଣିଜ୍ୟ ଲାଗି,୧% ଷ୍ଟାଚ୍ଚ୍ ଓ ୧% ମଞ୍ଜି ରୂପରେ ବ୍ୟବହାର କରାଯାଏ |ଏହା ଛଡା ମକ୍କାର ଉପଯୋଗ କର୍ନ୍ ଫ୍ଲେକ୍ସ୍, ତେଲ, ଷ୍ଟାର୍ଚ୍ଚ୍, ପଫ୍ କର୍ନ୍, ଆଲକୋହଲ୍, ଜୈବିକ ଇନ୍ଧନ ଆଦି ରୂପରେ କରାଯାଏ |

ବିଶ୍ୱର ଖାଦ୍ୟ ଶସ୍ୟ ଉତ୍ପାଦନରେ ମକ୍କାର ୨୫% ଯୋଗଦାନ ରହିଛି| ଚାଷ ଜମିର ଆକାରକୁ ନେଇ ତୁଳନା କଲେ, ପ୍ରଧାନ ଫସଲମାନଙ୍କ ମଧ୍ୟରେ ମକ୍କା ତୃତୀୟ ସ୍ଥାନ ଅଧିକର କରିଛି | ଭାରତରେ ମକ୍କାର ରକବା ୮୫୯ ମିଲିୟନ୍ ହେକ୍ଟର୍ ତଥା ଓସତ୍ ଉତ୍ପାଦକତା ୨୫୪ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ |

ଓଡ଼ିଶାରେ ମକ୍କା ଚାଷ ୧।୭୯ ଲକ୍ଷ୍ୟ ହେକ୍ଟର୍ ଜମିରେ କରାଯାଏ ଓ ଏହାର ଓସତ୍ ଉତ୍ପାଦକତା ୨୦ କୁଇଣ୍ଟାଲ୍ ପ୍ରତି ହେକ୍ଟର୍ ଅଟେ | ଓଡ଼ିଶାରେ ଅଳ୍ପ ଉତ୍ପାଦକତାର ପ୍ରମୁଖ କାରଣଗୁଡିକ ମଧ୍ୟରେ , ଉନ୍ନତଶୀଳ ମକ୍କା ପ୍ରଜାତିର ପ୍ରୟୋଗ ନକରିବା, ସାରର କମ୍ ଓ ଅସନ୍ତୁଳିତ ମାତ୍ରାରେ ପ୍ରୟୋଗ, ଧାଡିକୁ ଧାଡି ଓ ଗଛ-ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ବିଷୟରେ ସ୍ୱଳ୍ପ ଗ୍ୟାନ ଅନ୍ୟତମ ।

ସମଗ୍ର ଦେଶରେ ମକ୍କା ସ୍ୱାଦିଷ୍ଟ ଓ ପୃଷ୍ଟିକର ଚାରା ଯୋଗାଏ, ଯାହା ପଶୁମାନଙ୍କ ବିକାଶ ଲାଗି କୌଣସି ସ୍ତରରେ ଖାଇବାକୁ ଦେଇ ହେବ। ଏଥିରୁ ସବୁଜ ବା ସୁଖିଲା ସାଇଲେଜ୍ ପ୍ରସ୍ତୁତ ହୁଏ ଯାହାକୁ ଚାର ରୂପରେ ଦେଇ ହେବ।

ଆଧାର[ସମ୍ପାଦନା]

http://www.iimr.res.in/ Archived 2017-09-05 at the Wayback Machine.